ସୌଦାମିନୀଙ୍କ ପରିବାରକୁ ମିଳୁନି ଆବାସ

ବ୍ରହ୍ମବରଦା,୧୯।୪(ଡି.ଏନ୍‌.ଏ.): ରସୁଲପୁର ବ୍ଲକ୍‌ ଅନ୍ତର୍ଗତ ବନ୍ଧଡ଼ିହ ପଞ୍ଚାୟତ ଜୟସିଂହଡ଼ା ଗ୍ରାମର ସୌଦାମିନୀ ସାହାଣୀଙ୍କ ପରିବାରକୁ ମିଳୁନି ଆବାସ ଯୋଜନାରେ ଘରଟିଏ। ଫଳରେ ଏହି ପରିବାର ଭଙ୍ଗାଘରେ ଜରିପାଲ ପକାଇ ବହୁ କଷ୍ଟରେ ରହୁଛନ୍ତି। ସୌଦାମିନୀଙ୍କ ପରିବାର କହିଲେ ସ୍ବାମୀ ଚିତ୍ତରଞ୍ଜନ ସାହାଣୀ, ୧୦ ବର୍ଷର ପୁଅ ଓ ୧୧ ବର୍ଷର ଝିଅଟିଏ। ଚିତ୍ତରଞ୍ଜନ ଓ ସୌଦାମିନୀ ନିକଟସ୍ଥ ସରକାରୀ ବିଦ୍ୟାଳୟରେ ରୋଷେୟା ଓ ହେଲ୍‌ପର ଭାବରେ କାମକରି ଯାହା ରୋଜଗାର କରନ୍ତି ସେଥିରେ ତାଙ୍କ ପରିବାର ଚଳେ। ଅନ୍ୟ ସମୟରେ ଏହି ଦମ୍ପତି ମଜୁରିଆ ଭାବେ କାମ କରନ୍ତି। ବିଦ୍ୟାଳୟରେ ମାସିକ ଯେତିକି ଦରମା ମିଳେ ସେଥିରେ ଘରଟିଏ କରିବା ଦୂରର କଥା, ଘର ଛାଇବା ମଧ୍ୟ ସମ୍ଭବ ହୁଏ ନାହିଁ। ଔଷଧପତ୍ର କିଣିବା ହେଉ ଅବା ପିଲାଙ୍କୁ ପାଠ ପଢ଼ାଇବା ସବୁଥିରେ ବାଧା ଉପୁଜୁଛି। ପାଖପଡ଼ିଶାଙ୍କ ସାହାଯ୍ୟରେ ତାଙ୍କ ଘରଟିକୁ ମରାମତି କରିଥାନ୍ତି। ସରକାରଙ୍କ ଆବାସ ଯୋଜନାରେ ଘରଟିଏ ପାଇବା ପାଇଁ ସୌଦାମିନୀଙ୍କ ପରିବାର ଅନେକ ଥର ସରପଞ୍ଚଙ୍କଠାରୁ ଆରମ୍ଭକରି ବ୍ଲକ୍‌ ପ୍ରଶାସନ ପର୍ଯ୍ୟନ୍ତ କାକୁତି ମିନତି ହୋଇ ନିଜ ଅସହାୟତା ପ୍ରକାଶ କଲେ ସୁଦ୍ଧା କେହି କର୍ଣ୍ଣପାତ କରୁନାହାନ୍ତି। ଏହି ବର୍ଷ ସରକାରଙ୍କ ତରଫରୁ ଆସିଥିବା ଆବାସ ଯୋଜନର ଯୋଗ୍ୟ ହିତାଧିକାରୀଙ୍କ ପ୍ରଥମ ତାଲିକାରେ ସୌଦାମିନୀଙ୍କ ନାମ ଥିବାବେଳେ କିପରି ଚୂଡ଼ାନ୍ତ ତାଲିକାରେ ବାଦ୍‌ ପଡ଼ିଲା ତାହା ରହସ୍ୟ ହୋଇ ରହିଛି। ପଞ୍ଚାୟତର କିଛି ମୁଷ୍ଟିମେୟ ଲୋକ ଚଞ୍ଚକତା କରି ତାଙ୍କ ଘର ହାତେଇ ନେଇଥିବା ଉକ୍ତ ଦମ୍ପତି ପ୍ରକାଶ କରିଛନ୍ତି।
ସରକାରୀ ଯୋଜନା କହିଲେ ରାଶନ କାର୍ଡରେ ୨୦ କି.ଗ୍ରା. ଚାଉଳ ଛଡ଼ା ଅନ୍ୟ କିଛି ନାହିଁ। ତେଣୁ ଏହି ଅସହାୟ ପରିବାରକୁ ସରକାରୀ ସହାୟତା ମିଳିଲେ ସେମାନେ ଉପକୃତ ହେବେ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ବନ୍ଧଡ଼ିହ ସରପଞ୍ଚ ବିକ୍ରମ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ଆମ ପଞ୍ଚାୟାତରେ ବହୁ ଯୋଗ୍ୟ ହିତାଧିକରୀ ଆବାସ ଯୋଜନାରୁ ବାଦ୍‌ ପଡ଼ିଛନ୍ତି। ଆମ୍ଭେ ୱାର୍ଡମେମ୍ବରମାନଙ୍କ ଏକ ମିଟିଂ ଡକାଇ ନିଜ ନିଜ ୱାର୍ଡରେ ବାଦ୍‌ପଡ଼ିଥିବା ଯୋଗ୍ୟ ହିତାଧିକରୀଙ୍କ ଏକ ତାଲିକା ପ୍ରସ୍ତୁତ କରି ବିଡିଓଙ୍କ ଦୃଷ୍ଟିଗୋଚର କରିବୁ। ଏପରିକି କୌଣସି ଯୋଗ୍ୟ ହିତାଧିକାରୀ ଯେପରି ଉକ୍ତ ତାଲିକାରୁ ବାଦ୍‌ ନ ପଡ଼ନ୍ତି ସେଥିପ୍ରତି ଧ୍ୟାନଦେବୁ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୩।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

ନିର୍ମାଣର ବର୍ଷକ ମଧ୍ୟରେ ରାସ୍ତା ଦବିଲା

ଡେରାବିଶ,୨୩ା୪ (ବେବର୍ତ୍ତା ଅଜୟ ଦାସ):କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଡେରାବିଶ ଅଞ୍ଚଳର ମୁଖ୍ୟ ରାସ୍ତା କୁହାଯାଉଥିବା ୫୩ ନଂ. ଜାତୀୟ ରାଜପଥର ପଞ୍ଚୁପାଣ୍ଡବ ଛକ...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୨୩ା୪ (କଳ୍ପତରୁ ନାୟକ):ସରକାରୀ ଅନୁଦାନରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତିରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଆସୁଛି। ମାତ୍ର...

ପୋଲ ନିର୍ମାଣରେ ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ ବାଧକ

କୁଜଙ୍ଗ,୨୩।୪(ମନୋଜ ପ୍ରଧାନ):କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ଙ୍ଗ ଗ୍ରାମକୁ ସଂଯୋଗ କରୁଥିବା ତତ୍କାଳୀନ ଲୁଣା ନଦୀ ଉପରେ ଥିବା ଏକ ଅଣଓସାରିଆ ପୋଲକୁ ଓସାରିଆ...

ପାରାଦୀପରେ ଜଳାଭାବ: ଫାଇଦା ଉଠାଉଛନ୍ତି ଚୋରା ବ୍ୟବସାୟୀ

ପାରାଦୀପ,୨୧।୪(ଶରତ ରାଉତ):ପାରାଦୀପ ବନ୍ଦର ସହରରେ ଏବେ ପାନୀୟ ଜଳ ସଙ୍କଟ ଲାଗି ରହିଛି। ତାଳଦଣ୍ଡା କେନାଲରେ ପାଣି ଯୋଗାଣ ବନ୍ଦ ଯୋଗୁ ଏପରି ହୋଇଛି। ଏହାର...

ରଘୁନନ୍ଦନଙ୍କୁ ଭେଟି ଆଶୀର୍ବାଦ ନେଲେ ସାରଦା

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଜିଲାର ବାଲିକୁଦା-ଏରସମା ବିଧାନସଭା ଆସନ ନିମନ୍ତେ ଯୁବନେତା ସାରଦା ପ୍ରସନ୍ନ ଜେନାଙ୍କ ଉପରେ ବିଜେଡି ଆସ୍ଥା ପ୍ରକଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri