ସୌଦାମିନୀଙ୍କ ପରିବାରକୁ ମିଳୁନି ଆବାସ

ବ୍ରହ୍ମବରଦା,୧୯।୪(ଡି.ଏନ୍‌.ଏ.): ରସୁଲପୁର ବ୍ଲକ୍‌ ଅନ୍ତର୍ଗତ ବନ୍ଧଡ଼ିହ ପଞ୍ଚାୟତ ଜୟସିଂହଡ଼ା ଗ୍ରାମର ସୌଦାମିନୀ ସାହାଣୀଙ୍କ ପରିବାରକୁ ମିଳୁନି ଆବାସ ଯୋଜନାରେ ଘରଟିଏ। ଫଳରେ ଏହି ପରିବାର ଭଙ୍ଗାଘରେ ଜରିପାଲ ପକାଇ ବହୁ କଷ୍ଟରେ ରହୁଛନ୍ତି। ସୌଦାମିନୀଙ୍କ ପରିବାର କହିଲେ ସ୍ବାମୀ ଚିତ୍ତରଞ୍ଜନ ସାହାଣୀ, ୧୦ ବର୍ଷର ପୁଅ ଓ ୧୧ ବର୍ଷର ଝିଅଟିଏ। ଚିତ୍ତରଞ୍ଜନ ଓ ସୌଦାମିନୀ ନିକଟସ୍ଥ ସରକାରୀ ବିଦ୍ୟାଳୟରେ ରୋଷେୟା ଓ ହେଲ୍‌ପର ଭାବରେ କାମକରି ଯାହା ରୋଜଗାର କରନ୍ତି ସେଥିରେ ତାଙ୍କ ପରିବାର ଚଳେ। ଅନ୍ୟ ସମୟରେ ଏହି ଦମ୍ପତି ମଜୁରିଆ ଭାବେ କାମ କରନ୍ତି। ବିଦ୍ୟାଳୟରେ ମାସିକ ଯେତିକି ଦରମା ମିଳେ ସେଥିରେ ଘରଟିଏ କରିବା ଦୂରର କଥା, ଘର ଛାଇବା ମଧ୍ୟ ସମ୍ଭବ ହୁଏ ନାହିଁ। ଔଷଧପତ୍ର କିଣିବା ହେଉ ଅବା ପିଲାଙ୍କୁ ପାଠ ପଢ଼ାଇବା ସବୁଥିରେ ବାଧା ଉପୁଜୁଛି। ପାଖପଡ଼ିଶାଙ୍କ ସାହାଯ୍ୟରେ ତାଙ୍କ ଘରଟିକୁ ମରାମତି କରିଥାନ୍ତି। ସରକାରଙ୍କ ଆବାସ ଯୋଜନାରେ ଘରଟିଏ ପାଇବା ପାଇଁ ସୌଦାମିନୀଙ୍କ ପରିବାର ଅନେକ ଥର ସରପଞ୍ଚଙ୍କଠାରୁ ଆରମ୍ଭକରି ବ୍ଲକ୍‌ ପ୍ରଶାସନ ପର୍ଯ୍ୟନ୍ତ କାକୁତି ମିନତି ହୋଇ ନିଜ ଅସହାୟତା ପ୍ରକାଶ କଲେ ସୁଦ୍ଧା କେହି କର୍ଣ୍ଣପାତ କରୁନାହାନ୍ତି। ଏହି ବର୍ଷ ସରକାରଙ୍କ ତରଫରୁ ଆସିଥିବା ଆବାସ ଯୋଜନର ଯୋଗ୍ୟ ହିତାଧିକାରୀଙ୍କ ପ୍ରଥମ ତାଲିକାରେ ସୌଦାମିନୀଙ୍କ ନାମ ଥିବାବେଳେ କିପରି ଚୂଡ଼ାନ୍ତ ତାଲିକାରେ ବାଦ୍‌ ପଡ଼ିଲା ତାହା ରହସ୍ୟ ହୋଇ ରହିଛି। ପଞ୍ଚାୟତର କିଛି ମୁଷ୍ଟିମେୟ ଲୋକ ଚଞ୍ଚକତା କରି ତାଙ୍କ ଘର ହାତେଇ ନେଇଥିବା ଉକ୍ତ ଦମ୍ପତି ପ୍ରକାଶ କରିଛନ୍ତି।
ସରକାରୀ ଯୋଜନା କହିଲେ ରାଶନ କାର୍ଡରେ ୨୦ କି.ଗ୍ରା. ଚାଉଳ ଛଡ଼ା ଅନ୍ୟ କିଛି ନାହିଁ। ତେଣୁ ଏହି ଅସହାୟ ପରିବାରକୁ ସରକାରୀ ସହାୟତା ମିଳିଲେ ସେମାନେ ଉପକୃତ ହେବେ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ବନ୍ଧଡ଼ିହ ସରପଞ୍ଚ ବିକ୍ରମ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ଆମ ପଞ୍ଚାୟାତରେ ବହୁ ଯୋଗ୍ୟ ହିତାଧିକରୀ ଆବାସ ଯୋଜନାରୁ ବାଦ୍‌ ପଡ଼ିଛନ୍ତି। ଆମ୍ଭେ ୱାର୍ଡମେମ୍ବରମାନଙ୍କ ଏକ ମିଟିଂ ଡକାଇ ନିଜ ନିଜ ୱାର୍ଡରେ ବାଦ୍‌ପଡ଼ିଥିବା ଯୋଗ୍ୟ ହିତାଧିକରୀଙ୍କ ଏକ ତାଲିକା ପ୍ରସ୍ତୁତ କରି ବିଡିଓଙ୍କ ଦୃଷ୍ଟିଗୋଚର କରିବୁ। ଏପରିକି କୌଣସି ଯୋଗ୍ୟ ହିତାଧିକାରୀ ଯେପରି ଉକ୍ତ ତାଲିକାରୁ ବାଦ୍‌ ନ ପଡ଼ନ୍ତି ସେଥିପ୍ରତି ଧ୍ୟାନଦେବୁ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

ପୋଷଣ ସହ ବଢ଼ିବ ମନୋବଳ: ଗୁଡ଼ାରିରେ ଯକ୍ଷ୍ମା ଆକ୍ରାନ୍ତଙ୍କୁ ପୋଷଣ ଖାଦ୍ୟ ବାସ୍କେଟ ବଣ୍ଟନ, ଏମ୍‌ସିଏଲ୍‌ର ପ୍ରଶଂସନୀୟ…

ଗୁଡ଼ାରି, ୨୨।୯(ପ୍ରମୋଦ କୁମାର ପତି): ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଗୁଡ଼ାରି ବ୍ଲକରେ ଚିହ୍ନଟ ହୋଇଥିବା ୫୧…

ହାଟଡିହୀର ଦୀପ୍ତିମୟୀଙ୍କୁ ବଡ଼ ଦାୟିତ୍ୱ: କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି; ଛୁଟୁଛି ଶୁଭେଚ୍ଛାର…

ହାଟଡିହୀ,୨୨।୯(ଶୁଭକାନ୍ତ ନାୟକ): ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି ଭାବେ ହାଟଡିହୀ ବ୍ଲକ ବଞ୍ଚୋ ଗ୍ରାମର ଦୀପ୍ତିମୟୀ ଖୁଣ୍ଟିଆଙ୍କୁ ମନୋନୀତ କରାଯାଇଛି। ଭାଜପା…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଆଉ ନାହାନ୍ତି ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଡ. ଗୋପବନ୍ଧୁ ବେହେରା: କଳାହାଣ୍ଡିରେ ଶୋକର ଛାୟା

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଜଣେ ଅଗ୍ରଣୀ ଶିକ୍ଷାବିତ୍, ଆଦର୍ଶ ମାର୍ଗଦର୍ଶକ ତଥା ବିଶିଷ୍ଟ ରସାୟନ ବିଜ୍ଞାନ ପ୍ରଫେସର ଡକ୍ଟର ଗୋପବନ୍ଧୁ ବେହେରାଙ୍କର ୮୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?