ନ୍ୟାୟ ଦାବିରେ ଶ୍ୱଶୁର ଘର ଆଗରେ ବସିଲେ ମହିଳା, ସ୍ବାମୀ ବାହାର ରାଜ୍ୟରେ ଅନ୍ୟ ମହିଳାଙ୍କୁ ବିବାହ କରିଥିବା ଅଭିଯୋଗ

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର): ଶ୍ୱଶୁର ଘର ଆଗରେ ଧାରଣା ଦେଲେ ବୋହୂ । ଦିଗପହଣ୍ଡି ଥାନା ଭୀଷ୍ମଗିରି ଗାଁ ବ୍ରାହ୍ମଣସାହିରେ ଧାରଣା । ସ୍ବାମୀ ବାହାର ରାଜ୍ୟରେ ଅନ୍ୟ ମହିଳାଙ୍କୁ ବିବାହ କରିଥିବା ଅଭିଯୋଗ ହୋଇଛି । ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ବ୍ରାହ୍ମଣ ସାହିର ନିତ୍ୟାନନ୍ଦ ଦୀକ୍ଷିତଙ୍କ ମଧ୍ୟମ ପୁତ୍ର ଅଶ୍ଵିନୀ ଦୀକ୍ଷିତ ବେଙ୍ଗାଲୁରୁର ଏକ କମ୍ପାନୀର ପଦସ୍ଥ ଅଧିକାରୀ ଭାବେ କାମ କରନ୍ତି । ଗତ ପ୍ରାୟ ୮ ବର୍ଷ ପୂର୍ବେ ସେ ଗାଁ ନିକଟ ଚଷାନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମର ଜଣେ ଯୁବତୀଙ୍କ ସହ ଅଶ୍ଵିନୀଙ୍କ ବିବାହ ଖୁବ୍ ଧୁମ୍ ଧାମରେ ହୋଇଥିଲା। ସ୍ବାମୀ ଓ ଶ୍ବଶୁର ଘର ଲୋକଙ୍କ ଦାବି ପ୍ରକାରେ ଝିଅର ବାପା ନଗଦ ୧ ଲକ୍ଷ ଟଙ୍କା, ବାଇକ ପାଇଁ ୧ ଲକ୍ଷ ଏବଂ ଅନ୍ୟାନ୍ୟ ସରଞ୍ଜାମ କ୍ରୟ ପାଇଁ ୧ ଲକ୍ଷ ସମୁଦାୟ ୩ ଲକ୍ଷ ଟଙ୍କା ଓ ସମସ୍ତ ଆସବାବ ପତ୍ର ସହ ଝିଅ କୁ ୧୦ ଭରି ସୁନା ଅଳଙ୍କାର ଓ ଜ୍ବାଇଁ ଙ୍କୁ ପ୍ରାୟ ୨ ଭରି ଓଜନର ସୁନା ଚେନ୍ ଓ ମୁଦି  ଦେଇଥିଲେ।କିଛି ଦିନ ସ୍ତ୍ରୀସ୍ବାମୀ ମଧ୍ୟରେ ଦାମ୍ପତ୍ୟ ଜୀବନ ହସ ଖୁସିରେ କଟିଥିଲା। ସ୍ବାମୀ ଅଶ୍ଵିନୀ ତାଙ୍କ ସ୍ତ୍ରୀଙ୍କୁ ନେଇ କର୍ମକ୍ଷେତ୍ର ବେଙ୍ଗାଲୁରୁ ଯାଇଥିଲେ। ସେଠାରେ ଏକ ଭଡ଼ା ଘରେ ସେମାନେ ରହିଥିଲେ। ଘର ଭଡ଼ା ଓ ଅନ୍ୟାନ୍ୟ ସରଞ୍ଜାମ କିଣିବା ପାଇଁ ସ୍ବାମୀ କହିବାରୁ ଝିଅ ର ବାପା ପୁଣି ତାଙ୍କୁ ୧ ଲକ୍ଷ ଟଙ୍କା ପଠାଇ ଥିଲେ। ଝିଅଙ୍କ ବ୍ୟାଙ୍କ୍ ଆକାଉଣ୍ଟ ରେ ବାପା ୧ ଲକ୍ଷ ଟଙ୍କା ଜମା କରିଥିଲେ। ସ୍ତ୍ରୀ ସେଠାରେ ପ୍ରାୟ ୪ ବର୍ଷ ରହିବା ପରେ ବେଙ୍ଗାଲୁରୁରେ ରହୁଥିବା ଅନ୍ୟ ଜାତିର ଏକ ଝିଅକୁ ତାଙ୍କ ସ୍ବାମୀ ପୂର୍ବରୁ ବିବାହ କରିଛନ୍ତି ବୋଲି ଜାଣିବାକୁ ପାଇଥିଲେ । ଉଭୟଙ୍କ ଔରସରୁ ଏକ ପୁତ୍ର ସନ୍ତାନ ଥିବା ଜାଣିବାକୁ ପାଇଥିଲେ। ସ୍ତ୍ରୀ ଏନେଇ ସ୍ବାମୀଙ୍କୁ ପଚାରିବାରୁ ସ୍ବାମୀ ଅଶ୍ଵିନୀ ସେ କଥାକୁ ଅସ୍ବୀକାର କରିଥିଲେ। କିଛି ଦିନ ପରେ ଉକ୍ତ ଝିଅ ତାଙ୍କ ବେଙ୍ଗାଲୁରୁ ଘରେ ପହଞ୍ଚି ହଙ୍ଗାମା କଲେ। ତାଙ୍କ ମଙ୍ଗଳସୂତ୍ର ଛଡାଇ ନେବା ସହ ତାଙ୍କୁ ବିଭିନ୍ନ ଆପତ୍ତିଜନକ ଭାଷାରେ ଗାଳି କରି ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ପରେ ସ୍ବାମୀ ଉକ୍ତ ଝିଅ ସହ ମିଶି ତାଙ୍କୁ ମାଡ଼ ମାରିବା ସହ ସମସ୍ତଙ୍କ ସାମ୍ନା ରେ ଅପମାନିତ କରି ଆତ୍ମହତ୍ୟା କରିବାକୁ ଉଭୟେ କହିଥିଲେ ।ଏନେଇ ସେ ତାଙ୍କ ମାଆ, ବାପା ଓ ଭାଇଙ୍କୁ ଫୋନ କରି ଜଣାଇଥିଲେ। ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ କଳହ ହୋଇଥିଲା। ସ୍ବାମୀ କୌଶଳ କରି ସ୍ତ୍ରୀଙ୍କୁ ଆଣି ତାଙ୍କ ବାପ ଘରେ ଛାଡ଼ି ଦେଇଥିଲେ।ଉଭୟ ପରିବାର ଲୋକଙ୍କ ମଧ୍ୟରେ ଏନେଇ ତୀବ୍ର ବିବାଦ ହୋଇଥିଲା। ଘଟଣାର ସମାଧାନ ପାଇଁ ଉଭୟ ପରିବାର ଲୋକଙ୍କ ଉପସ୍ଥିତିରେ ଭଦ୍ର ଲୋକମାନେ ଅନେକ ଥର ବୁଝାମଣା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ଠୋସ ସମାଧାନ ହୋଇପାରିନଥିଲା। ଏନେଇ ସେ ଗତ ଏପ୍ରିଲ ୪ ତାରିଖରେ ଦିଗପହଣ୍ଡି ଥାନାରେ ଏତଲା ଦେଇଥିବା କହିଛନ୍ତି । ଭୀଷ୍ମଗିରି ଗ୍ରାମ ବଡ଼ଦାଣ୍ଡ ସାହିର ଏକ ଭଡ଼ା ଘରେ ରହୁଥିବା ବାପାଙ୍କ ପାଖରେ ଅଶ୍ଵିନୀଙ୍କ ସ୍ତ୍ରୀ ରହୁଛନ୍ତି । କିଛିଦିନ ପୂର୍ବେ ତାଙ୍କ ଦାଦା ଶ୍ଵଶୁର କୁନି ଦୀକ୍ଷିତ ମୃତ୍ୟୁବରଣ କରିଥିବା ରୁ ତାଙ୍କ ଶୁଦ୍ଧିକ୍ରିୟା ପାଇଁ ସେ ବୁଧବାର ତାଙ୍କ ଶ୍ଵଶୁର ଘରକୁ ଯାଇ ମୃତକଙ୍କ ଘଟ ନିକଟରେ ମୁଣ୍ଡିଆ ମାରିବା ବେଳେ ତାଙ୍କୁ ଶ୍ବଶୁର ନିତ୍ୟାନନ୍ଦ, ଦେଢ଼ଶୁର ଅଶୋକ ଦୀକ୍ଷିତ ଗାଳି ଗୁଲଜ କରି ସେଠାରୁ  ଘୋଷାଡି ଟାଣି ଘର ବାହାରକୁ ନେଇଯାଇ ଧମକ ଦେଇଥିଲେ । ଏହାଦେଖି ବହୁ ସଂଖ୍ୟକ ଗ୍ରାମବାସୀ ସେଠାରେ ପହଞ୍ଚି ଶ୍ବଶୁର ନିତ୍ୟାନନ୍ଦ ଓ ତାଙ୍କ ପୁଅ ଅଶୋକଙ୍କୁ ଗାଳି ଗୁଲଜ କରି ପ୍ରତିବାଦ କରିଥିଲେ । ନ୍ୟାୟ ପାଇଁ ଅଶ୍ଵିନୀଙ୍କ  ସ୍ତ୍ରୀ ବ୍ରହ୍ମପୁରରୁ ଆସିଥିବା କିଛି ମହିଳା ସ୍ବେଛାସେବୀ ଏବଂ କିଛି ଗ୍ରାମବାସୀଙ୍କ ସହଯୋଗ କ୍ରମେ ଶ୍ବଶୁର ଘର ସମ୍ମୁଖରେ ବୁଧବାର ଠାରୁ ଧାରଣା ରେ ବସି ରହିଥିଲେ। ଗୁରୁବାର ସନ୍ଧ୍ୟା ପ୍ରାୟ ସାଢେ ୬ ଟାରେ ଦିଗପହଣ୍ଡି ଥାନା ଏଏସଆଇ ମନୋଜ ସି, ଝୁନୁ ମାଝୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ସମାଧାନର ନିଷ୍କର୍ଷ ନ ବାହାରିବାରୁ ଉଭୟ ପକ୍ଷଙ୍କୁ ଥାନାକୁ ଡ଼କାଇ ନେଇଥିବା ଜଣାପଡିଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?