ସିମନବାଡିରେ ଦଶହରା ସ୍ଥାୟୀ ମନ୍ଦିରରୁ ମା’ ପାଟ୍ଟଖଣ୍ଡାଙ୍କ ଅସ୍ଥାୟୀ ମଣ୍ଡପକୁ ଆଗମନ

ଦାରିଙ୍ଗବାଡି,୩୦ ।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳ ଏବେ ଦଶହରା ପୂଜାପାଇଁ ଚଳ ଚଞ୍ଚଳ ହୋଇଉଠିଛି । ଉକ୍ତ ବ୍ଲକ ସିମନବାଡି ଠାରେ ଏହି ପର୍ବ ପାଳନ ପାଇଁ ଚଳଚଞ୍ଚଳ ହୋଇଥିବା ବେଳେ ମଙ୍ଗଳବାର ଅପରାହ୍ନରେ ଅସ୍ଥାୟୀ ମଣ୍ଡପରୁ ବାହାରି ପ୍ରଥମେ ଗାଁ ଶେଷ ମୁଣ୍ଡରେ ରହିଥିବା ଟୀକାପାଟା ନଦୀରେ ଇନ୍ଦ୍ର ଦେବତା, ଗଙ୍ଗା ମାତାଙ୍କ ସମେତ ସମସ୍ତ ଠାକୁରଙ୍କୁ ପୂଜା କରାଯାଇ କଳସରେ ଜଳ ଉଠାଇ ଆଣିଥିଲେ। ସେଠାରୁ ମା’ପଟ୍ଟାଖଣ୍ଡା ମନ୍ଦିରରେ ଶ୍ରଦ୍ଧାଳୁମାନେ ପହଞ୍ଚି ସେଠାରେ ମା’ ପାଟ୍ଟଖଣ୍ଡାଙ୍କୁ ପୂଜାର୍ଚନା କରାଯାଇ ଅସ୍ଥାୟୀ ମନ୍ଦିରକୁ ଆହ୍ବାନ କରାଯାଇଥିଲା । ସେଠାରେ ଅଜ୍ଞାମାଳ ପ୍ରାପ୍ତ କରି ବିରାଟ କଳସ ଶୋଭାଯାତ୍ରାରେ ମା’ଙ୍କ ଘଟ ନେଇ ଅସ୍ଥାୟୀ ମଣ୍ଡପ ଅଭିମୁଖେ ଯାତ୍ରା ଆରମ୍ଭ ହୋଇଥିଲା।ମା’ଙ୍କ ଗାଁ ଭିତରକୁ ଆଗମନ ସମୟରେ ସମସ୍ତ ଶ୍ରଦ୍ଧାଳୁ ନିଜ ଘର ସମ୍ମୁଖରେ କଳସ, ଦୀପ, ଭୋଗ ରଖି ମା’ଙ୍କୁ ପୁଜିଥିଲେ। ପରେ ମା’ଅସ୍ଥାୟୀ ମନ୍ଦିରରେ ପହଞ୍ଚିଥିଲେ। ସେଠାରେ ମା’ ପାଟ୍ଟଖଣ୍ଡାଙ୍କୁ ମୃଣ୍ମୟ ମୂର୍ତ୍ତିରେ ଦୁର୍ଗାଙ୍କ ରୂପରେ ପୂଜାର୍ଚନା କରାଯାଇଥିଲା। ଆସନ୍ତାକାଲି ନବମୀ ତିଥିରେ ମା’ଙ୍କ ପୂଜା କରାଯିବା ସହ ଦଶମୀ ତିଥିରେ ମଧ୍ୟ ଏହି ପୂଜାର୍ଚନା କରାଯିବ ବୋଲି ମୁଖ୍ୟ ପୂଜକ ସନ୍ତୋଷ କୁମାର ମିଶ୍ର କହିଛନ୍ତି । ମା’ଦୁର୍ଗା ପୂଜା ପରିଚାଳନା କମିଟିର ସଭାପତି ଦିଲୀପ କୁମାର ସାହୁଙ୍କ ନେତୃତ୍ୱରେ ଆଲୋକ ସାହୁ ବିନୋଦ ସାହୁ, ସରୋଜ ସାହୁ, ବରୁଣ ବେହେରା, ଜିତେନ୍ଦ୍ର କୁମାର ସାହୁ, ଚିତ୍ତରଞ୍ଜନ ପ୍ରଧାନ, ରାଜେଶ ସାହୁ, ବାଥଲମ ନାୟକ,ଗିରିଶ ସାହୁ, ଆଶୁତୋଷ ସାହୁ, ବାବୁଲା ସାହୁ, ଅଶୋକ ବେହେରା, ସୋନୁ ବେହେରାଙ୍କ ସମେତ ଶତାଧିକ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ଏହି କଳସ ଶୋଭାଯାତ୍ରା ଓ ମା’ପାଟ୍ଟଖଣ୍ଡାଙ୍କ ଆହ୍ବାନ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୯ଟିକିଆ ହାତୀପଲର ହାବୁଡ଼ରେ ମଣିଷ ଜୀବନ

କେନ୍ଦୁଝର,୬।୬ (ନରେଶ ଚନ୍ଦ୍ର ପଟ୍ଟନାୟକ): ଭୂୟାଁ ଓ ଜୁଆଙ୍ଗ ପିଢ଼ ଅନ୍ତର୍ଗତ ନିଲାମୁଣ୍ଡି ସାହି ନିକଟରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଶୁକ୍ରରର ସନ୍ଧ୍ୟା…

କାଳବୈଶାଖୀରେ ଭାଙ୍ଗିଲା ଘର କାନ୍ଥ, ବାସହରା ହୋଇପଡ଼ିଛନ୍ତି ବୈବସତଙ୍କ ପରିବାର

ରିଷିଡ଼ା,୬ା୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ବୈବସତ ରଣା ପିତା ସତ୍ୟ ରଣାଙ୍କ ପରିବାର ଆବାସ ଯୋଜନାରୁ ବଞ୍ଚିତ ହୋଇ ଦୟନୀୟ ଭାବେ…

ଓଭରବ୍ରିଜ ନିକଟରେ ପଡ଼ିଛି ମୃତଦେହ: ବଢ଼ୁଛି ସନ୍ଦେହ

କେନ୍ଦୁଝର, ୬।୬ (ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ଥାନା ଅନ୍ତର୍ଗତ ଜାତୀୟ ରାଜପଥ-୨୦ର ରାଇସୁଆଁ ରେଳ ଓଭରବ୍ରିଜ ନିକଟରୁ ସଦର ପୋଲିସ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ…

ମାଡ଼ି ଆସିଲା କାଳବୈଶାଖୀ: କେଇ ମିନିଟରରେ ଛାରଖାର ହୋଇଗଲା ଜନତା ମଇଦାନ

ଭୁବନେଶ୍ବର,୬।୬: ରାଜଧାନୀ ଭୁବନେଶ୍ବରରେ ମାଡ଼ି ଆସିଲା କାଳବୈଶାଖୀ। କେଇ ମିନିଟର ଝଡତୋଫାନ ବର୍ଷାରେ ଛାରଖାର ହୋଇଗଲା ଜନତା ମଇଦାନ। ଜନତା ମଇଦାନରେ ଅନ୍ତର୍ଜାତୀୟ ଟ୍ରେଡ ଫେୟାର ପାଇଁ…

କାହିଁକି ପାକିସ୍ତାନରେ ବାରମ୍ବାର କମୁଛି ପେଟ୍ରୋଲ ଦର? ପୁଣି ୪ ଟଙ୍କା ଶସ୍ତା ହେଲା ପେଟ୍ରୋଲ, ଡିଜେଲ ଦର ଅପରିବର୍ତ୍ତିତ

ଇସଲାମାବାଦ,୬।୬: ଇରାନ-ଆମେରିକା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀ ସଙ୍କଟ ମଧ୍ୟରେ, ପାକିସ୍ତାନ ସରକାର ପେଟ୍ରୋଲର ମୂଲ୍ୟ ଲିଟର ପିଛା ୪ ଟଙ୍କା ହ୍ରାସ କରି ଜନସାଧାରଣଙ୍କୁ କିଛି…

ବ୍ରିଜ ଉପରୁ ୪୦ ଫୁଟ ତଳକୁ ଡେଇଁ ଆତ୍ମହତ୍ୟା କଲେ ବ୍ୟକ୍ତି

ପାଟଣା,୬ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ମୁଖ୍ୟାଳୟ ବୈତରଣୀ ନଦୀ ବ୍ରିଜ୍‌ ଉପରୁ ୪୦ଫୁଟ ତଳକୁ ଶନିବାର ୨ଟା ବେଳେ ଡେଇଁ ଜଣେ ୫୫ ବର୍ଷୀୟ…

ରାଜରାସ୍ତାରେ ଯୁବତୀଙ୍କ ବେକରେ ଖଣ୍ଡା ଲଗାଇଲେ ଯୁବକ, ମୋତେ ବାହା ନ ହେଲେ ହାଣିଦେବି କହି…

ଡେରାବିଶ,୬ା୬(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ କଲେଜ ପରିସରରେ ଶନିବାର ଏକ ଅଭାବନୀୟ ଘଟଣା କ୍ରମରେ ପ୍ରେମ ପ୍ରତାରଣାର କରୁଣ ପରିଣତି ଦେଖିବାକୁ ମିଳିଛି। ଯୁକ୍ତ…

ସୂର୍ଯ୍ୟକୁମାରଙ୍କୁ ବଦଳାଇ ଶ୍ରେୟସ ଆୟରଙ୍କୁ କାହିଁକି କରାଗଲା ଅଧିନାୟକ ପ୍ରକୃତ କାରଣ କହିଲେ ଅଜିତ ଅଗରକର

ନୂଆଦିଲ୍ଲୀ,୬।୬: ଶନିବାର ଯେତେବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ପାଇଁ ଭାରତର ଟି-୨୦ ଦଳ ଘୋଷଣା କରିଥିଲେ, ସେତେବେଳେ ତାଲିକାରୁ ଅଧିନାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri