Posted inଫୁରସତ

ଭୁଶୁଡ଼ିଲା ଡାରଓ୍ବିନ୍‌ ଆର୍କ

କ୍ୱିଟୋ: ବିବର୍ତ୍ତନବାଦର ଜନକ ଚାର୍ଲସ ଡାରଓ୍ବିନଙ୍କ ନାମରେ ନାମିତ ‘ଡାରଓ୍ବିନ ଆର୍କ’ ଏବେ ଇତିହାସ। ସମୁଦ୍ର ଲହଡ଼ି ସହିତ ଦୀର୍ଘଦିନର ସଂଘର୍ଷ ପରେ ଏହି ଐତିହାସିକ ସ୍ମାରକୀ ଭୁଶୁଡ଼ି ପଡ଼ିଛି। ଇକ୍ୱେଡର ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି। ଏ ସମ୍ପର୍କିତ ଫଟୋସମୂହ ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ପର୍ଯ୍ୟଟନପ୍ରେମୀଙ୍କ ମନରେ ଗଭୀର ରେଖାପାତ କରିଛି।
ଗାଲାବାଗୋସ୍‌ ଦ୍ୱୀପର ଉତ୍ତର ପାର୍ଶ୍ୱରେ ଅବସ୍ଥିତ ‘ଡାରଓ୍ବିନ୍‌ ଆର୍କ’ ସ୍କୁବା ଡାଇଭ୍‌ ଏବଂ ଦୁଃସାହସିକ ଯାତ୍ରା ପାଇଁ ପ୍ରସିଦ୍ଧି ଅର୍ଜନ କରିଥିଲା। ୪୩ ମିଟର ଉଚ୍ଚତା ବିଶିଷ୍ଟ ଏହି କୀର୍ତ୍ତିରାଜି ୟୁନେସ୍କୋ ପକ୍ଷରୁ ବିଶ୍ୱ ଐତିହ୍ୟ ତାଲିକାଭୁକ୍ତ ହୋଇଥିଲା। ଲଗାତର ସମୁଦ୍ର ଲହଡ଼ି ମାଡ଼ ସହି ଆସୁଥିବା ଏହି ପ୍ରାକୃତିକ ଐତିହାସିକ ସ୍ମାରକୀ ଦୁର୍ବଳ ହୋଇପଡ଼ିଥିଲା। ଫଳରେ ଏହା ଭୁଶୁଡ଼ି ପଡ଼ିଛି। ଏବେ ଏହା କେବଳ ଦୁଇଟି ଖମ୍ବ ମଧ୍ୟରେ ସୀମିତ ରହିଯାଇଛି। ଡାରଓ୍ବିନ୍‌ ଆର୍କର ଭଗ୍ନାବଶେଷ ଏହି ସ୍ମାରକୀର ଏକ କି.ମି. ପରିଧି ମଧ୍ୟରେ ଠାବ କରାଯାଇଥିବା ଇକ୍ୱେଡର ପର୍ଯ୍ୟଟନ ବିଭାଗ କହିଛି।
ବିଲୁପ୍ତପ୍ରାୟ ହାମାରହେଡ୍‌ ଶାର୍କଙ୍କ ପ୍ରାକୃତିକ ଆବାସସ୍ଥଳୀ ଭାବେ ପରିଚିତ ଡାରଓ୍ବିନ୍‌ ଦ୍ୱୀପର ଅଂଶବିଶେଷ ଥିଲା ‘ଡାରଓ୍ବିନ୍‌ ଆର୍କ’। ଦ୍ୱୀପରେ ବିଲୁପ୍ତ ଶ୍ରେଣୀଭୁକ୍ତ ଅନେକ ଜୀବଜନ୍ତୁ, ଗଛଲତା ଦେଖିବାକୁ ମିଳେ। ଦୀର୍ଘଦିନରୁ ଏହା ପର୍ଯ୍ୟଟକ ଏବଂ ସମୁଦ୍ର ବୁଡାଳିଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଏଠାରେ ବହୁ ଫିଲ୍ମ ମଧ୍ୟ ଶୁଟିଂ ହୋଇଛି। ହେଲେ ସମୟର ଆହ୍ବାନକୁ ସ୍ବୀକାର କରିବାକୁ ପଡ଼ିବ ବୋଲି ଗାଲାବାଗୋସ୍‌ ଦ୍ୱୀପ ସଂରକ୍ଷଣ ପ୍ରକଳ୍ପର ନିର୍ଦ୍ଦେଶକ ଓ୍ବାଶିଂଟନ ଟାପିଆ କହିଛନ୍ତି। ଟୁର୍‌ କମ୍ପାନୀ ‘ଏଗ୍ରେସର ଆଡ୍‌ଭେଞ୍ଚର’ ଫେସ୍‌ବୁକ୍‌ ପୃଷ୍ଠାରେ ଘଟଣାର ବିବରଣୀ ଉଲ୍ଲେଖ କରିଛି। ଟୁର୍‌ କମ୍ପାନୀର କେତେଜଣ ସଦସ୍ୟ ଏହାର ମୂକସାକ୍ଷୀ। ‘ପିଲର୍ସ ଅଫ୍‌ ଇଭାଲ୍ୟୁଏଶନ’ ନାମରେ ପରିଚିତ ‘ଡାରଓ୍ବିନ ଆର୍କ’କୁ ସବୁବେଳେ ମନେ ପଡ଼ିବ ବୋଲି ଏଥିରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୬,୬,୬,୬,୬,୬… ପାକିସ୍ତାନୀ ବୋଲରଙ୍କୁ ଧୋଇଲେ ଅଭିଷେକ, ୨୦ ବଲରେ କଲେ…

ନୂଆଦିଲ୍ଲୀ,୩।୧୦: ୨୦୨୬ ଏସୀୟ କ୍ରୀଡ଼ା ଫାଇନାଲରେ ପାକିସ୍ତାନ ବିପକ୍ଷରେ ଅଭିଷେକ ଶର୍ମା ଏକ ଦମଦାର ଇନିଂସ ଖେଳିଥିଲେ। ସେ ପାକିସ୍ତାନୀ ବୋଲିଂ ଆକ୍ରମଣକୁ ଧ୍ୱସ୍ତବିଧ୍ୱସ୍ତ କରି ମାତ୍ର…

୩ ଦିନରେ ପ୍ରତ୍ୟାହାର ହେଲାଣି ୨୯,୬୦୦ କୋଟି

ମୁମ୍ବାଇ,୩ା୧୦: ପଶ୍ଚିମ ଏସିଆ ସଙ୍କଟକୁ ନେଇ ପରିବର୍ତ୍ତିତ ଭୂ-ରାଜନୈତିକ ସ୍ଥିତିରେ ବୈଶ୍ୱିକ ଶେୟାର ବଜାର ମାତ୍ରାଧିକ ପ୍ରଭାବିତ ହେବାରେ ଲାଗିଛି। ଅଶୋଧିତ ତୈଳର ଯୋଗାଣ ଶୃଙ୍ଖଳ ବ୍ୟାହତହେବା…

ରେନୋଇଣ୍ଡିଆ ନୂଆ ଟ୍ରାଇବର ୧୦୦ ପିଏସ୍‌ର ବଜାର ପ୍ରବେଶ

ଭୁବନେଶ୍ୱର, ୩ା୧୦:ରେନୋଇଣ୍ଡିଆ ପକ୍ଷରୁ ନୂଆ ଟ୍ରାଇବର ୧୦୦ ପିଏସ୍‌ ଉନ୍ମୋଚନ ହୋଇଯାଇଛି। ଏଥିସହ ଭାରତରେ କମ୍ପାନୀର ରେନୋ ଗ୍ରୁପ୍‌ ଏଣ୍ଟ୍ରି ପ୍ଲାଟ୍‌ଫର୍ମ (ଆର୍‌ଜିଇପିି)ର ଶୁଭାରମ୍ଭ ହୋଇଛି। ଗ୍ରାହକମାନଙ୍କ…

ଅଭିଷେକ-ତିଲକଙ୍କ ଧୂଆଁଧାର ବ୍ୟାଟିଂ: ପାକିସ୍ତାନକୁ ବିଶାଳ ଟାର୍ଗେଟ୍‌ ଦେଲା ଭାରତ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ ଫାଇନାଲରେ ଭାରତ ଓ ପାକିସ୍ତାନ ମଧ୍ୟରେ ରୋମାଞ୍ଚକର ମୁକାବିଲା ଜାରି ରହିଛି। ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା…

ଆଜି ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ, ମନ୍ଦିରରେ ଲାଗିଛି ଶ୍ରଦ୍ଧାଳଙ୍କୁ ଭିଡ଼

ଭବାନୀପାଟଣା,୩ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ ଶନିବାର ଅନୁଷ୍ଠିତ ହେବ। ଏଥିପାଇଁ ଦେବୀପୀଠ ଉତ୍ସବ ମୁଖର ହୋଇ…

CJP କୁ ନେଇ ଏମିତି କହିଲେ ମମତା ବାନାର୍ଜୀ, ରାଜନୀତି ହେଲାଣି ସରଗରମ

ନୂଆଦିଲ୍ଲୀ,୩।୧୦: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ‘କକରୋଚ ଜନତା ପାର୍ଟି’ (CJP) ଦ୍ୱାରା ଚାଲିଥିବା…

ଲଜ୍‌କୁ ଡାକି ଛାତ୍ରୀଙ୍କୁ ବଳାତ୍କାର କଲେ ଯୁବକ, ଡାକ୍ତରୀମାଇନା ପରେ…

ହାଟଡିହୀ,୩ା୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅଞ୍ଚଳରେ ଜଣେ ଯୁକ୍ତ-୩ ଛାତ୍ରୀଙ୍କୁ ଲଜ୍‌ରେ ବଳାତ୍କାର କରାଯାଇଥିବା ନେଇ ଶୁକ୍ରବାର ଅଭିଯୋଗ ହୋଇଛି। ଏହି…

ଫାଇନାଲରେ ଧୋକା ଦେଲେ ବୈଭବ ସୂର୍ଯ୍ୟବଂଶୀ: ଭାରତ-ପାକିସ୍ତାନ ମହାମୁକାବିଲାରେ ମାତ୍ର ଏତିକି ରନ୍‌ କରି ଆଉଟ୍‌

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ ଫାଇନାଲରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ସ୍ବର୍ଣ୍ଣ ପାଇଁ ହେଉଥିବା ଏହି ବଡ଼ ମୁକାବିଲାରେ ଭାରତୀୟ ଦଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?