ଦାରୁ ଓ ଦିଘା

ଦିଘାରେ ଶ୍ରୀମନ୍ଦିର ନିର୍ମାଣ ହେଲା। ଦଇତା ଥିଲେ ଏହାର ମୁଖ୍ୟ ପୁରୋଧା। ମନ୍ଦିରରେ ଦାରୁବ୍ରହ୍ମ ପ୍ରତିଷ୍ଠା ହେଲେ। ପ୍ରତିଷ୍ଠା ସରୁ ନ ସରୁଣୁ ଦିଘା ହୋଇଗଲା ‘ପୁରୁଷୋତ୍ତମ ଧାମ’। ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ତ ସାରା ପୃଥିବୀରେ ଚାଲିଛି, ମାତ୍ର ଜଗନ୍ନାଥଧାମ ତିଆରି ହେଲା ଦିଘାରେ କେତେକ ଦଇତାଙ୍କ ଲାଗି। ମନ୍ଦିର ନିର୍ମାଣ ଓ ମହାବିଗ୍ରହ ସ୍ଥାପନ ଭକ୍ତଗଣଙ୍କ ଭାବାବେଗର ସମ୍ଭୁତ। ଛିଦ୍ରାନ୍ବେଷୀମାନେ କହିଲେଣି ନବକଳେବର ସମୟର ବଳକା ଦାରୁରେ ନୁହେଁ ବରଂ ଶିଳାରେ ମହାପ୍ରଭୁଙ୍କ ସ୍ବରୂପ ନିର୍ମାଣ କରାଯାଇଛିା ଏହା ସତ ହୋଇଥିଲେ ଦୁଇଟା କଥା ପଦାକୁ ଆସୁଛି। ବଳକା ଦାରୁ ଦଇତା ଯୋଗାଇ ଥାଇପାରନ୍ତି। ଦ୍ୱିତୀୟ କଥା ଯଦି ପାଷାଣ ପ୍ରତିମା ହୋଇଥିବେ ତେବେ ଏହା ଏକ ଭିନ୍ନ ବିଷୟ। କାରଣ ମହାପ୍ରଭୁଙ୍କ ପାଷାଣପ୍ରତିମା ବିଶ୍ୱରେ ବିରଳ। ସିଏ ପାଷାଣ ନୁହନ୍ତି ମଣିଷ। ସିଏ ଦେହତ୍ୟାଗ କରନ୍ତି। ପାଷାଣରେ ଗଢ଼ାଇବା ହିଁ ବିଚିତ୍ରତା। ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ବିଧାନ ମୁତାବକ ନବକଳେବର ସମୟରେ ଅଙ୍ଗଲାଗି ସେବକ ଦଇତାପତିମାନେ ବ୍ରହ୍ମ ପରିବର୍ତ୍ତନ କରାଇଥାନ୍ତ,ପୁରାତନ ବିଗ୍ରହରୁ ନୂତନ ବିଗ୍ରହକୁ।
ଦାରୁ ପରିବର୍ତ୍ତନଶୀଳ, ବ୍ରହ୍ମ ନୁହେଁ। ମହାପ୍ରଭୁଙ୍କ ଇଚ୍ଛାରେ ତାଙ୍କ ଦାରବତନୁରେ ବ୍ରହ୍ମ ସଂସ୍ଥାପନ ଓ ଜୀବନ୍ୟାସ, ନୀଳକନ୍ଦରରେ ପ୍ରଥମେ ସ୍ବହସ୍ତରେ ବ୍ରହ୍ମା କରାଇଥିଲେ। ଦାରବତନୁ ନିର୍ମାଣ ପରେ ମହାପ୍ରଭୁଙ୍କ ଆଜ୍ଞାମତେ ମହାରାଜା ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମାଙ୍କ ହସ୍ତରେ ବ୍ରହ୍ମ ସଂସ୍ଥାପନ କରାଇଥିଲେ କେଉଁ ଅଜ୍ଞାତ ସମୟରୁ । ସେଇ ସମୟରୁ ବ୍ରହ୍ମଦାରୁ ଉପାସନା ଚାଲିଛି। ସେବେଠୁ ଶ୍ରୀକ୍ଷେତ୍ର ଶ୍ରୀଧାମ, ପୁରୁଷୋତ୍ତମଧାମ, ମର୍ତ୍ତ୍ୟ ବୈକୁଣ୍ଠଧାମ ଇତ୍ୟାଦି।
ଆମ ପୁରାଣ ଆଧାରରେ କୁହାଯାଇପାରେ ଯେ ଶ୍ରୀକ୍ଷେତ୍ରଧାମ ବା ପୁରୁଷୋତ୍ତମଧାମ ବୈଦିକ ଯୁଗରୁ ଧାମ ବା କ୍ଷେତ୍ର ନାମରେ ବିଖ୍ୟାତ ଥିଲା। ବ୍ରହ୍ମାଙ୍କ ଦ୍ୱାରା ଦାରୁବ୍ରହ୍ମ ସ୍ଥାପନା ପରେ ଏହା ପୁରୁଷୋତ୍ତମ କ୍ଷେତ୍ର ବା ଧାମରେ ପରିଣତ ହୋଇଥିଲା। ସେବେଠୁ ପୁରୁଷୋତ୍ତମଧାମ କ୍ଷେତ୍ର ରାଜ ଅଟନ୍ତି। ଏହାପରେ ବାରମ୍ବାର ବିଧର୍ମୀ ଆକ୍ରମଣ ଓ ଲୁଣ୍ଠନର ଶିକାର ହୋଇଛି ଶ୍ରୀମନ୍ଦିର। ଯବନ ଆକ୍ରମଣ ଫଳରେ ୧୪୪ ବର୍ଷ ରନତ୍ ସିଂହାସନ ଶୂନ୍ୟ ରହିଥିଲା। ଆଦି ଶଙ୍କରଙ୍କ ଆଗମନ ପରେ ପୁନର୍ବାର ୧୪୪ ବର୍ଷ ଅନ୍ତେ ନବକଳେବର କରାଯାଇ ଦାରୁବ୍ରହ୍ମ ସଂସ୍ଥାପିତ ହେଲେ। ସେ ପର୍ଯ୍ୟନ୍ତ ସୁବର୍ଣ୍ଣପୁରରେ ପାତାଳି ହୋଇଥିବା ଦାରୁ ମଧ୍ୟରୁ ବ୍ରହ୍ମ ପଦାର୍ଥଟି ଅକ୍ଷୁଣ୍ଣ ଅଣାଯାଇ ଆଦି ଶଙ୍କରଙ୍କ ଦ୍ୱାରା ନବ କଳେବର ହୋଇଥିଲ। ଅବଶ୍ୟ ବ୍ରହ୍ମପଦାର୍ଥଟି କ’ଣ ତାହା ଏବେ ବି ରହସ୍ୟାବୃତ। ମାତ୍ର ବ୍ରହ୍ମ ପଦାର୍ଥଟିକୁ ଆଦି ଶଙ୍କର ଜାଣିଥିଲେ ଓ ତଦନୁସାରେ ବ୍ୟବସ୍ଥା କରିଥିଲେ। ଭାରତର ଚାରିଦିଗରେ ଧାର୍ମିକ ବାତାବରଣ ବଜାୟ ଓ ସୁରକ୍ଷିତ ରଖିବା ଅଭିପ୍ରାୟରେ ଆଦି ଶଙ୍କର ୪ଟି ଧାମ ପ୍ରତିଷ୍ଠା କରିଥିଲେ। ସେଠାରେ ଶ୍ରେଷ୍ଠ ସନ୍ଥମାନଙ୍କୁ ନିଜ ପ୍ରତିନିଧି ଭାବେ ଅବସ୍ଥାପିତ କରାଇଥିଲେ। ଏଇ ଚାରିଧାମ ମାଧ୍ୟମରେ ଭାରତର ଧାର୍ମିକ ଗୌରବ ଅକ୍ଷୁଣ୍ଣ ରଖିବାର ଧାରା ଅନୁସୃତ ହୋଇ ଆସୁଅଛି। ଶିବାବତାର ଶଙ୍କର ପୁଣି ଚତୁଃଧାମ ମଧ୍ୟରେ ପୁରୁଷୋତ୍ତମକୁ ଶ୍ରେଷ୍ଠଧାମ ଭାବେ ବିବେଚନା କରିଯାଇଛନ୍ତି।
ପୁରୁଷୋତ୍ତମ ଶ୍ରୀକ୍ଷେତ୍ରର ଧର୍ମୀୟବାତାବରଣ ଓ ଧାମ ସୁରକ୍ଷା ପାଇଁ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ପ୍ରତିଷ୍ଠିତ ଗୋବର୍ଦ୍ଧନ ପୀଠ ରହିଛି। ଏହାର ପୀଠାଧୀଶ ମୂଳତଃ ମହାନ ସନ୍ଥ ନିଶ୍ଚଳାନନ୍ଦ ସରସ୍ବତୀ।
ଧାମ କିଛି ସାଧାରଣ ଶବ୍ଦଟି ନୁହେଁ।
ଜଗନ୍ନାଥ ଧାମ ସେଇଟି, ଯେଉଁଠି
ଲୋକନାଥ ଶିବଯତ୍ର, ତୀର୍ଥରାଜ ମହୋଦଧି
ବିମଳା ଭୈରବୀ ଯତ୍ର, ଜଗନ୍ନାଥସ୍ତୁ ଭୈରବ।
ଅର୍ଥାତ୍‌ ଲୋକନାଥ, ବିମଳା ଓ ତୀର୍ଥରାଜ ମହୋଦଧି ଯଦି ଦିଘାରେ ଥିବେ ତେବେ ମହାଭୈରବ ଜଗନ୍ନାଥ ସେଠାରେ ଥିବେ। ତେଣୁ ଦିଘା ଧାମ ହେବାରେ ବାଧାନାହିଁ। ଏହା ନାହିଁ ଦୀଘା ଧାମ ହେବ କେମିତି? କଙ୍କଣ ଲୋଭରେ ବାଘକୁ ପଙ୍କରୁ ଉଦ୍ଧାର କଲାପରେ ପଞ୍ଚତନ୍ତ୍ର କାହାଣୀରେ ବିଚରା ବ୍ରାହ୍ମଣଟି ବାଘର ଆହାର ହୋଇଥିଲା। ତେବେ ଏଠି କ’ଣ ହବ? ଦାରୁ, ଦଇତା, ଦିଘାକୁ ନେଇ ତିଆରି ହୋଇଥିବା ଭୌଗୋଳିକ, ରାଜନୈତିକ, ଆଧ୍ୟାତ୍ମିକ, ମନସ୍ତାତ୍ତ୍ୱିକ, ଅର୍ଥନୈତିକ ତଥା ସାମାଜିକ ନାଟକଟି ସତରେ କିନ୍ତୁ ଏକ ଅନୁସନ୍ଧାନମୂଳକ ନାଟକ। ଉପସଂହାର ଦେଖିବାକୁ ବାକି ରହିଲା।

ଇଂ ପ୍ରଶାନ୍ତ କୁମାର ଆଚାର୍ଯ୍ୟ
ମହାସଚିବ, ଗୋବର୍ଦ୍ଧନ ପୀଠ, ପୁରୀ
ମୋ:୯୪୩୭୦୭୭୭୬୭


Enter your email to get our daily news in your inbox.

All Right Reserved By Dharitri.Com

ଚାଷ ଖୋଜୁଛି ମନ୍ତେଇ କୂଳ

ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ମାନଚିତ୍ରର ଦୃଶ୍ୟପଟକୁ ଆକଳନ କଲେ ଭଦ୍ରକ ଜିଲାକୁ ଏକ ପ୍ରମୁଖ ସ୍ଥାନ ଭାବେ ପରିଗଣିତ କରାଯାଇପାରେ। ସାଳନ୍ଦୀ, ବୈତରଣୀ, ମନ୍ତେଇର ସୁଦୀର୍ଘ…

ବାକ୍‌ ସ୍ବାଧୀନତା ଓ କଟକଣା

ରାଜନୈତିକ କାରଣରୁ ସେନ୍ସର ବା କଟକଣା ପ୍ରସଙ୍ଗ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେନ୍ସରଶିପ କହିଲେ ସାମାଜିକ ଭାବେ ଆପତ୍ତିଜନକ, ହାନିକାରକ, ସମ୍ବେଦନଶୀଳ, ଭୁଲ୍‌ ପ୍ରମାଣିତ,…

ବାଣ ଫୁଟୁଛି

ବାଣ କଥା ଉଠିଲେ ତାମିଲନାଡୁର ବିରୁଧନଗର ଜିଲାର ଶିବକାଶୀ ସହରାଞ୍ଚଳ ମନେପଡ଼େ। ସାଧାରଣରେ ଭାରତର ୯୦ ପ୍ରତିଶତ ବାଣ ଶିବକାଶୀରେ ତିଆରି ହୋଇଥାଏ। ଅତ୍ୟଧିକ କାରଖାନା ଥିବାରୁ…

ଏଇ ଭାରତରେ

ପିଲାବେଳେ ରାସ୍ତା ଦୁର୍ଘଟଣାର ଶିକାର ହୋଇ ସୂର୍ଯ୍ୟ ଉତ୍କର୍ଷ ଅନେକ ଦିନର ଚିକିତ୍ସା ପରେ ଏକ ନୂଆ ଜୀବନ ପାଇଥିଲେ। ପରେ ସେ ତାଙ୍କ ଜୀବନକୁ ସାମାଜିକ…

କ୍ୟୁବା ଉପରେ ନଜର

ଜର୍ମାନୀର ନାଜି ଶାସକ ଆଡ୍‌ଲଫ୍‌ ହିଟ୍‌ଲର। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ବିଶ୍ବ ଦେଖିଥିଲା ଏହି ନାଜି ଏକଚ୍ଛତ୍ରବାଦୀଙ୍କ ଶାସନର କ୍ରୂରତା। ହିଟ୍‌ଲରଙ୍କ କୁଖ୍ୟାତି ଇତିହାସରେ ଲିପିବଦ୍ଧ ହୋଇ…

ପେସା ଆଇନକୁ ପେଷି ଦିଆଯାଉଛି

ଭାରତବର୍ଷର ଯେଉଁ କେତୋଟି ଆଇନ ଆଦିବାସୀମାନଙ୍କୁ ପ୍ରକୃତ ସଶକ୍ତୀକରଣ କରିବାରେ ସାହାଯ୍ୟ କରେ, ସେଥିମଧ୍ୟରୁ ପଞ୍ଚାୟତ(ଏକ୍ସଟେନସନ ଟୁ ଦି ସିଡ୍ୟୁଲଡ ଏରିୟାଜ) ଆକ୍ଟ ବା ପେସା ଆଇନ…

ବନ୍ଧୁ ନୁହେଁ

ଇରାନ୍‌ର ହର୍ମୁଜ ଜଳପଥ ଖୋଲାଯିବାର ଦିନକ ପରେ ପୁଣି ଏହାକୁ ବନ୍ଦ କରିଦିଆଗଲା। ଏପରିକି ଭାରତର ଦୁଇଟି ଜାହାଜ ଉପରେ ଇରାନ୍‌ ନୌସେନାର ଗୁଳିବର୍ଷଣ ଭାରତ ସରକାରଙ୍କୁ…

ଆମେ ନୀରବ

ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ କରିଛନ୍ତି। ଏହି ଯୁଦ୍ଧରେ ବିଶ୍ୱର ଅନ୍ୟ ଦେଶ ପରି ଭାରତ ମଧ୍ୟ ନକାରାତ୍ମକ ଭାବରେ ପ୍ରଭାବିତ ହୋଇଛି। ପ୍ରକୃତରେ ଇରାନୀୟଙ୍କୁ ଛାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri