ଦାରୁ ଓ ଦିଘା

ଦିଘାରେ ଶ୍ରୀମନ୍ଦିର ନିର୍ମାଣ ହେଲା। ଦଇତା ଥିଲେ ଏହାର ମୁଖ୍ୟ ପୁରୋଧା। ମନ୍ଦିରରେ ଦାରୁବ୍ରହ୍ମ ପ୍ରତିଷ୍ଠା ହେଲେ। ପ୍ରତିଷ୍ଠା ସରୁ ନ ସରୁଣୁ ଦିଘା ହୋଇଗଲା ‘ପୁରୁଷୋତ୍ତମ ଧାମ’। ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ତ ସାରା ପୃଥିବୀରେ ଚାଲିଛି, ମାତ୍ର ଜଗନ୍ନାଥଧାମ ତିଆରି ହେଲା ଦିଘାରେ କେତେକ ଦଇତାଙ୍କ ଲାଗି। ମନ୍ଦିର ନିର୍ମାଣ ଓ ମହାବିଗ୍ରହ ସ୍ଥାପନ ଭକ୍ତଗଣଙ୍କ ଭାବାବେଗର ସମ୍ଭୁତ। ଛିଦ୍ରାନ୍ବେଷୀମାନେ କହିଲେଣି ନବକଳେବର ସମୟର ବଳକା ଦାରୁରେ ନୁହେଁ ବରଂ ଶିଳାରେ ମହାପ୍ରଭୁଙ୍କ ସ୍ବରୂପ ନିର୍ମାଣ କରାଯାଇଛିା ଏହା ସତ ହୋଇଥିଲେ ଦୁଇଟା କଥା ପଦାକୁ ଆସୁଛି। ବଳକା ଦାରୁ ଦଇତା ଯୋଗାଇ ଥାଇପାରନ୍ତି। ଦ୍ୱିତୀୟ କଥା ଯଦି ପାଷାଣ ପ୍ରତିମା ହୋଇଥିବେ ତେବେ ଏହା ଏକ ଭିନ୍ନ ବିଷୟ। କାରଣ ମହାପ୍ରଭୁଙ୍କ ପାଷାଣପ୍ରତିମା ବିଶ୍ୱରେ ବିରଳ। ସିଏ ପାଷାଣ ନୁହନ୍ତି ମଣିଷ। ସିଏ ଦେହତ୍ୟାଗ କରନ୍ତି। ପାଷାଣରେ ଗଢ଼ାଇବା ହିଁ ବିଚିତ୍ରତା। ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ବିଧାନ ମୁତାବକ ନବକଳେବର ସମୟରେ ଅଙ୍ଗଲାଗି ସେବକ ଦଇତାପତିମାନେ ବ୍ରହ୍ମ ପରିବର୍ତ୍ତନ କରାଇଥାନ୍ତ,ପୁରାତନ ବିଗ୍ରହରୁ ନୂତନ ବିଗ୍ରହକୁ।
ଦାରୁ ପରିବର୍ତ୍ତନଶୀଳ, ବ୍ରହ୍ମ ନୁହେଁ। ମହାପ୍ରଭୁଙ୍କ ଇଚ୍ଛାରେ ତାଙ୍କ ଦାରବତନୁରେ ବ୍ରହ୍ମ ସଂସ୍ଥାପନ ଓ ଜୀବନ୍ୟାସ, ନୀଳକନ୍ଦରରେ ପ୍ରଥମେ ସ୍ବହସ୍ତରେ ବ୍ରହ୍ମା କରାଇଥିଲେ। ଦାରବତନୁ ନିର୍ମାଣ ପରେ ମହାପ୍ରଭୁଙ୍କ ଆଜ୍ଞାମତେ ମହାରାଜା ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମାଙ୍କ ହସ୍ତରେ ବ୍ରହ୍ମ ସଂସ୍ଥାପନ କରାଇଥିଲେ କେଉଁ ଅଜ୍ଞାତ ସମୟରୁ । ସେଇ ସମୟରୁ ବ୍ରହ୍ମଦାରୁ ଉପାସନା ଚାଲିଛି। ସେବେଠୁ ଶ୍ରୀକ୍ଷେତ୍ର ଶ୍ରୀଧାମ, ପୁରୁଷୋତ୍ତମଧାମ, ମର୍ତ୍ତ୍ୟ ବୈକୁଣ୍ଠଧାମ ଇତ୍ୟାଦି।
ଆମ ପୁରାଣ ଆଧାରରେ କୁହାଯାଇପାରେ ଯେ ଶ୍ରୀକ୍ଷେତ୍ରଧାମ ବା ପୁରୁଷୋତ୍ତମଧାମ ବୈଦିକ ଯୁଗରୁ ଧାମ ବା କ୍ଷେତ୍ର ନାମରେ ବିଖ୍ୟାତ ଥିଲା। ବ୍ରହ୍ମାଙ୍କ ଦ୍ୱାରା ଦାରୁବ୍ରହ୍ମ ସ୍ଥାପନା ପରେ ଏହା ପୁରୁଷୋତ୍ତମ କ୍ଷେତ୍ର ବା ଧାମରେ ପରିଣତ ହୋଇଥିଲା। ସେବେଠୁ ପୁରୁଷୋତ୍ତମଧାମ କ୍ଷେତ୍ର ରାଜ ଅଟନ୍ତି। ଏହାପରେ ବାରମ୍ବାର ବିଧର୍ମୀ ଆକ୍ରମଣ ଓ ଲୁଣ୍ଠନର ଶିକାର ହୋଇଛି ଶ୍ରୀମନ୍ଦିର। ଯବନ ଆକ୍ରମଣ ଫଳରେ ୧୪୪ ବର୍ଷ ରନତ୍ ସିଂହାସନ ଶୂନ୍ୟ ରହିଥିଲା। ଆଦି ଶଙ୍କରଙ୍କ ଆଗମନ ପରେ ପୁନର୍ବାର ୧୪୪ ବର୍ଷ ଅନ୍ତେ ନବକଳେବର କରାଯାଇ ଦାରୁବ୍ରହ୍ମ ସଂସ୍ଥାପିତ ହେଲେ। ସେ ପର୍ଯ୍ୟନ୍ତ ସୁବର୍ଣ୍ଣପୁରରେ ପାତାଳି ହୋଇଥିବା ଦାରୁ ମଧ୍ୟରୁ ବ୍ରହ୍ମ ପଦାର୍ଥଟି ଅକ୍ଷୁଣ୍ଣ ଅଣାଯାଇ ଆଦି ଶଙ୍କରଙ୍କ ଦ୍ୱାରା ନବ କଳେବର ହୋଇଥିଲ। ଅବଶ୍ୟ ବ୍ରହ୍ମପଦାର୍ଥଟି କ’ଣ ତାହା ଏବେ ବି ରହସ୍ୟାବୃତ। ମାତ୍ର ବ୍ରହ୍ମ ପଦାର୍ଥଟିକୁ ଆଦି ଶଙ୍କର ଜାଣିଥିଲେ ଓ ତଦନୁସାରେ ବ୍ୟବସ୍ଥା କରିଥିଲେ। ଭାରତର ଚାରିଦିଗରେ ଧାର୍ମିକ ବାତାବରଣ ବଜାୟ ଓ ସୁରକ୍ଷିତ ରଖିବା ଅଭିପ୍ରାୟରେ ଆଦି ଶଙ୍କର ୪ଟି ଧାମ ପ୍ରତିଷ୍ଠା କରିଥିଲେ। ସେଠାରେ ଶ୍ରେଷ୍ଠ ସନ୍ଥମାନଙ୍କୁ ନିଜ ପ୍ରତିନିଧି ଭାବେ ଅବସ୍ଥାପିତ କରାଇଥିଲେ। ଏଇ ଚାରିଧାମ ମାଧ୍ୟମରେ ଭାରତର ଧାର୍ମିକ ଗୌରବ ଅକ୍ଷୁଣ୍ଣ ରଖିବାର ଧାରା ଅନୁସୃତ ହୋଇ ଆସୁଅଛି। ଶିବାବତାର ଶଙ୍କର ପୁଣି ଚତୁଃଧାମ ମଧ୍ୟରେ ପୁରୁଷୋତ୍ତମକୁ ଶ୍ରେଷ୍ଠଧାମ ଭାବେ ବିବେଚନା କରିଯାଇଛନ୍ତି।
ପୁରୁଷୋତ୍ତମ ଶ୍ରୀକ୍ଷେତ୍ରର ଧର୍ମୀୟବାତାବରଣ ଓ ଧାମ ସୁରକ୍ଷା ପାଇଁ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ପ୍ରତିଷ୍ଠିତ ଗୋବର୍ଦ୍ଧନ ପୀଠ ରହିଛି। ଏହାର ପୀଠାଧୀଶ ମୂଳତଃ ମହାନ ସନ୍ଥ ନିଶ୍ଚଳାନନ୍ଦ ସରସ୍ବତୀ।
ଧାମ କିଛି ସାଧାରଣ ଶବ୍ଦଟି ନୁହେଁ।
ଜଗନ୍ନାଥ ଧାମ ସେଇଟି, ଯେଉଁଠି
ଲୋକନାଥ ଶିବଯତ୍ର, ତୀର୍ଥରାଜ ମହୋଦଧି
ବିମଳା ଭୈରବୀ ଯତ୍ର, ଜଗନ୍ନାଥସ୍ତୁ ଭୈରବ।
ଅର୍ଥାତ୍‌ ଲୋକନାଥ, ବିମଳା ଓ ତୀର୍ଥରାଜ ମହୋଦଧି ଯଦି ଦିଘାରେ ଥିବେ ତେବେ ମହାଭୈରବ ଜଗନ୍ନାଥ ସେଠାରେ ଥିବେ। ତେଣୁ ଦିଘା ଧାମ ହେବାରେ ବାଧାନାହିଁ। ଏହା ନାହିଁ ଦୀଘା ଧାମ ହେବ କେମିତି? କଙ୍କଣ ଲୋଭରେ ବାଘକୁ ପଙ୍କରୁ ଉଦ୍ଧାର କଲାପରେ ପଞ୍ଚତନ୍ତ୍ର କାହାଣୀରେ ବିଚରା ବ୍ରାହ୍ମଣଟି ବାଘର ଆହାର ହୋଇଥିଲା। ତେବେ ଏଠି କ’ଣ ହବ? ଦାରୁ, ଦଇତା, ଦିଘାକୁ ନେଇ ତିଆରି ହୋଇଥିବା ଭୌଗୋଳିକ, ରାଜନୈତିକ, ଆଧ୍ୟାତ୍ମିକ, ମନସ୍ତାତ୍ତ୍ୱିକ, ଅର୍ଥନୈତିକ ତଥା ସାମାଜିକ ନାଟକଟି ସତରେ କିନ୍ତୁ ଏକ ଅନୁସନ୍ଧାନମୂଳକ ନାଟକ। ଉପସଂହାର ଦେଖିବାକୁ ବାକି ରହିଲା।

ଇଂ ପ୍ରଶାନ୍ତ କୁମାର ଆଚାର୍ଯ୍ୟ
ମହାସଚିବ, ଗୋବର୍ଦ୍ଧନ ପୀଠ, ପୁରୀ
ମୋ:୯୪୩୭୦୭୭୭୬୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

ସିନ୍ଥେଟିକ ବୁଦ୍ଧିମତ୍ତା

ସଭ୍ୟତାକୁ ଗତିଶୀଳ କରିଥିବା ସବୁଠାରୁ ବଡ଼ ଉଦ୍ଭାବନ ହେଉଛି ଚକ। ଇତିହାସବିତ୍‌ଙ୍କ ମତରେ ଆଜି ଆମେ ଯେଉଁ ଦ୍ରୁତଗତି ସମାଜରେ ବାସ କରୁଛୁ, ତାହାର ମୂଳରେ ରହିଛି…

ବାଲ୍ୟକାଳ ବାହୁଡ଼ି ନ ଆସୁ

ସୁପ୍ରସିଦ୍ଧ ଗଜଲ ଗାୟକ ଜଗଜ୍ଜିତ ସିଂହଙ୍କର ସେଇ କାଳଜୟୀ ଗଜଲଟିର ଅନୁବାଦ ଯଦି ଆମ ଭାଷାରେ କରାଯାଏ, ତେବେ ତାହାର ଶବ୍ଦରୂପ ବୋଧହୁଏ ଏମିତି କିଛି ହେବ-…

ଅନଶନ ସହଜ ନୁହେଁ

ଏନ୍‌ଇଇଟି ପରୀକ୍ଷାରେ ଅନିୟମିତତା ଓ ଶିକ୍ଷା ବ୍ୟବସ୍ଥାରେ ଅସଙ୍ଗତି ଦେଖାଦେଇଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ନୂଆଦିଲ୍ଲୀର ଯନ୍ତ୍ରରମନ୍ତରରେ ୨୧ ଦିନ ଆମରଣ ଅନଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri