ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିରରେ ଦର୍ଶନ, ବାହୁଡ଼ା-ସୁନାବେଶ ପାଇଁ ଜାଣି ରଖନ୍ତୁ ଟ୍ରାଫିକ୍‌ କଟକଣା…

ପୁରୀ,୨୩ା୭(ଅଜିତ୍‌ କୁମାର ମହାନ୍ତି): ଗୁରୁବାର ଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ଦର୍ଶନ। ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ଲାଗିରହିଛି।। ସନ୍ଧ୍ୟା ଦର୍ଶନ ବନ୍ଦ ପରେ ବାହୁଡ଼ା ଯାତ୍ରା ପ୍ରସ୍ତୁତି ଆରମ୍ଭ ଆରମ୍ଭ ହେବ।
ତେବେ ବାହୁଡ଼ା ଯାତ୍ରା ଏବଂ ସୁନାବେଶ ଦେଖିବା ପାଇଁ ଆସୁଥିଲେ ଜାଣି ରଖନ୍ତୁ ଟ୍ରାଫିକ୍‌ କଟକଣା। ରଥଯାତ୍ରା ସମୟରେ ଯେଉଁ ସ୍ଥାନରେ ପାର୍କିଂ ବ୍ୟବସ୍ଥା ରହିଥିଲା, ସେହି ସ୍ଥାନରେ ମଧ୍ୟ ବାହୁଡ଼ା ଯାତ୍ରା ଓ ସୁନାବେଶରେ ପାର୍କିଂ ବ୍ୟବସ୍ଥା ରହିବ। ଟ୍ରାଫିକ ନିୟନ୍ତ୍ରଣ ନିମନ୍ତେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ସମୁଦ୍ରତଟ ସୁରକ୍ଷା ପାଇଁ ମେରାଇନ୍‌ ପୋଲିସ, କୋଷ୍ଟଗାର୍ଡ ମିଳିତ ଭାବେ ସମୁଦ୍ରରେ ପାଟ୍ରୋଲିଂ କରିବେ। ବହୁଡ଼ା ଯାତ୍ରାଠାରୁ ନୀଳାଦ୍ରି ବିଜେଯାଏ ରଥଯାତ୍ରାର ସମସ୍ତ ନୀତିକାନ୍ତିକୁ ଶୃଙ୍ଖଳିତ, ସୁରକ୍ଷିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଆସୁଥିବା ଭକ୍ତମାନେ ଯେପରି ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଓ ଗାଡ଼ି ପାର୍କିଂ କରି ବଡ଼ଦାଣ୍ଡକୁ ଆସିପାରିବେ ସେ ନେଇ ପୋଲିସ ପ୍ରଶାସନ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି।
ବ୍ରହ୍ମଗିରି ପଟୁ ଆସୁଥିବା ନିୟମିତ ବସ୍‌ ବ୍ରହ୍ମଗିରି ଗିରଳ ଛକ, ମଙ୍ଗଳାଘାଟ  ବ୍ରିଜ୍‌, ସମଙ୍ଗ ପାକର୍ିଂ ମାର୍ଗରେ ଚଳାଚଳ କରିବ। ଫେରିବା ସମୟରେ ସମଙ୍ଗ ପାର୍କିଂ, ମଙ୍ଗଳାଘାଟ ବ୍ରିଜ୍‌, ଗିରଳ ଦେଇ ବ୍ରହ୍ମଗିରି ଯିବେ। ଭୁବନେଶ୍ୱର ପାଶର୍‌ବରୁ ଆସୁଥିବା ନିୟମିତ ବସ୍‌ ସତ୍ୟବାଦୀ, ଚନ୍ଦନପୁର, ମାଳତୀପାଟପୁର ଆରଓବି, ବାଇବାସ୍‌ ନଗର, ଗ୍ରୀଡ୍‌ ଷ୍ଟେଶନ, ଭୂଦାନ ଛକ, ଇନ୍‌ଡୋର ଷ୍ଟାଡିୟମ ଛକ, ତାଳବଣିଆ ବସ୍‌ଷ୍ଟାଣ୍ଡ ମାର୍ଗରେ ଚଳାଚଳ କରିବ। ଫେରିବା ସମୟରେ ତାଳବଣିଆ ବସ୍‌ଷ୍ଟାଣ୍ଡ-ସେଣ୍ଟ୍ରାଲ ସ୍କୁଲ ଛକ -ଭୂଦାନ ଛକ- ଗ୍ରୀଡ୍‌ ଷ୍ଟେଶନ- ବାଇଦାସ ନଗର- ରାମଚଣ୍ଡୀ- କୋଣାର୍କ- ଗୋପ- ନିମାପଡ଼ା-ପିପିଲି ଓଭରବ୍ରିଜ୍‌ ଦେଇ ଯିବେ। ତାଳବଣିଆ ପାର୍କିଂ ପୂର୍ଣ୍ଣ ହୋଇଗଲେ ବସ୍‌ଗୁଡ଼ିକ ଭୂଦାନ ଛକ ନିକଟରେ ଯାତ୍ରୀମାନଙ୍କୁ ଓହ୍ଲାଇ ଦେବେ ଏବଂ ସ୍ବାମୀ ନାରାୟଣ ମନ୍ଦିର ନିକଟରେ ପାର୍କିଂ କରିବେ। ଫେରିବା ସମୟରେ ସେହିବାଟ ଦେଇ ଫେରିବ। କୋଣାର୍କ ପଟରୁ ଆସୁଥିବା ନିୟମିତ ବସ୍‌ ଚନ୍ଦ୍ରଭାଗା- ରାମଚଣ୍ଡୀ- ବାଲିଘାଇ-ବାଇଦାସ ନଗର- ଗ୍ରୀଡ୍‌ ଷ୍ଟେଶନ- ଭୂଦାନ ଛକ- ଇନ୍‌ଡୋର ଷ୍ଟାଡିୟମ- ତାଳବଣିଆ ବସ୍‌ଷ୍ଟାଣ୍ଡ୍‌ ମାର୍ଗରେ ଚଳାଚଳ କରିବ। ଫେରିବା ସମୟରେ  ସେହି ବାଟ ଦେଇ ଫେରିବ। ତାଳବଣିଆ ପାର୍କିଂ ପୂର୍ଣ୍ଣ ହୋଇଗଲେ ବସ୍‌ଗୁଡ଼ିକ ଭୂଦାନ ଛକ ନିକଟରେ ଯାତ୍ରୀମାନଙ୍କୁ ଓହ୍ଲାଇ ଦେବେ ଏବଂ ସ୍ବାମୀ ନାରାୟଣ ମନ୍ଦିର ନିକଟରେ ପାର୍କିଂ କରିବେ।
  ସାଇଡ୍‌ରୁ ଆସୁଥିବା ସମସ୍ତ ହାଲୁକା ମୋଟର ଯାନଗୁଡ଼ିକ ସମଙ୍ଗଠାରେ ପାର୍କିଂ କରିବେ। ପୁଣି ସେଠାରୁ ସେହି ସମାନ ବାଟ ଦେଇ ପ୍ରସ୍ଥାନ କରିବେ। ଭୁବନେଶ୍ୱର ସାଇଡ୍‌ରୁ ଆସୁଥିବା ସମସ୍ତ ହାଲୁକା ମୋଟର ଯାନଗୁଡ଼ିକ ମାଳତୀପାଟପୁର ବ୍ରିଜ, ବାଇଦାସ ନଗର ଛକ, ଗ୍ରୀଡ୍‌ ଷ୍ଟେଶନ୍‌ ଛକ ଦେଇ ତାଳବଣିଆ ପଟେ ନିର୍ଦ୍ଧାରିତ ଯାନ ରହଣିସ୍ଥଳ ପର୍ଯ୍ୟନ୍ତ ଯିବେ। ତାଳବଣିଆ ପଟେ ବିଧାନସଭା ଅତିଥି ଭବନ, ଶିଳ୍ପ ତାଲିମ କେନ୍ଦ୍ର, ହେଲିପ୍ୟାଡ୍‌, ଇନ୍‌ଡୋର ଷ୍ଟାଡିୟମ, ଉଦ୍ୟାନ କୃଷି ପଡ଼ିଆ ଓ ସ୍ବଚ୍ଛ ମାଛ ବଜାର ଠାରେ କ୍ରମାନ୍ବୟରେ ନିଜ ନିଜର ଯାନଗୁଡ଼ିକୁ ରଖିବେ। ପୁଣି ସେଠାରୁ ପିକେଆର୍‌ଆଇଟି ଛକ, କେନ୍ଦ୍ରୀୟ ବିଦ୍ୟାଳୟ, ଭୂଦାନ ଛକ, ଗ୍ରୀଡ୍‌ ଷ୍ଟେଶନ୍‌ ବାଲିଘାଟ ଛକ ଦେଇ ବାଟଗାଁ ଛକଠାରୁ ଭୁବନେଶ୍ୱର ପ୍ରସ୍ଥାନ କରିବେ।
ଏହି ସମସ୍ତ ପାର୍କିଂ ପୂର୍ଣ୍ଣ ହେଲା ପରେ ହାଲୁକା ମୋଟରଯାନଗୁଡ଼ିକୁ ମାଳତୀପାଟପୁର  ବାଟଗାଁ – ଶ୍ରୀସେତୁ ମାର୍ଗ ଦେଇ ଶ୍ରୀସେତୁ ଓଭରବ୍ରିଜ୍‌ ନିକଟରେ ନିର୍ଦ୍ଧାରିତ ସ୍ଥାନରେ ପାର୍କିିଂ କରିବେ। ଏହି ପାର୍କିଂ ପୂର୍ଣ୍ଣ ହେଲା ପରେ ହାଲୁକା ମୋଟରଯାନଗୁଡ଼ିକ ମଙ୍ଗଳାଘାଟ ଓମ୍‌କାରେଶ୍ୱର ମନ୍ଦିର ଦେଇ ଷ୍ଟର୍ଲିଂ ଛକ ନିକଟରେ ପାର୍କିଂ କରିବେ। ଫେରିବା ବେଳେ ମଧ୍ୟ ଏହି ସମାନ ମାର୍ଗ ବ୍ୟବହାର କରିବେ। ଏହା ପୂର୍ଣ୍ଣ ହେବା ପରେ ଗାଡ଼ିଗୁଡ଼ିକ ସମଙ୍ଗଠାରେ ପାର୍କିଂ କରିବେ। କୋଣାର୍କ ପଟରୁ ଆସୁଥିବା ସମସ୍ତ ହାଲୁକା ଯାନକୁ ବାଲିଘାଇ- ବାଇଦାସ ନଗର -ଗ୍ରୀଡ୍‌ ଷ୍ଟେଶନ ମାର୍ଗଦେଇ ତାଳବଣିଆ ପଟରେ ଥିବା ପାର୍କିଂ ସ୍ଥଳଗୁଡ଼ିକରେ କ୍ରମାନୁସାରେ ପାର୍କିିଂ କରିବେ। ନିର୍ଦ୍ଦିଷ୍ଟ ପାର୍କିଂ  ସ୍ଥାନଗୁଡ଼ିକ ହେଲା ଭୂଦାନ ପାର୍କିଂ, ଗେଷ୍ଟ ହାଉସ ପାର୍କିଂ, ହେଲିପ୍ୟାଡ୍‌ ପାର୍କିଂ, ଆଇଟିଆଇ କଲେଜ ପାର୍କିଂ, ସେଣ୍ଟ୍ରାଲ ସ୍କୁଲ ନିକଟ ପାର୍କିଂ, ଇନ୍‌ଡୋର ଷ୍ଟାଡିୟମ୍‌ ପାର୍କିଂ, ଉଦ୍ୟାନ କୃଷି  ଫିଲ୍ମ ପାର୍କିଂ ଓ ମାଛ ବଜାରରେ ପାର୍କିଂ କରିବେ। ପ୍ରଶାସନ ପକ୍ଷରୁ ସଟଲ ସେବା ପ୍ରଦାନ କରାଯିବ। ତାଳବଣିଆକୁ ଆସୁଥିବା ଯାତ୍ରୀମାନେ ହେଲିପ୍ୟାଡ୍‌ ଛକରୁ ବ୍ଲକ୍‌ ଅଫିସ୍‌ ଦେଇ ରାମମନ୍ଦିର ଛକ ପର୍ଯ୍ୟନ୍ତ ଏବଂ ରାମ ମନ୍ଦିର ଛକରୁ ଶ୍ରୀକ୍ଷେତ୍ର କଲୋନୀ ଦେଇ ହେଲିପ୍ୟାଡ୍‌ ଛକ ପର୍ଯ୍ୟନ୍ତ ସଟଲ ସେବାର ସୁବିଧା ପାଇପାରିବେ। ସମଙ୍ଗ ପାର୍କିଂକୁ ଆସୁଥିବା ଯାତ୍ରୀମାନେ ସମଙ୍ଗରୁ ଶ୍ରୀସେତୁ ଦେଇ ମାଟିତୋଟା ନିକଟସ୍ଥ ଶ୍ରୀସେତୁ ଓଭରବ୍ରିଜ୍‌ ପର୍ଯ୍ୟନ୍ତ ସଟଲ ସେବା ପାଇପାରିବେ। ସେହିପରି ସମଙ୍ଗ ପାର୍କିଂରୁ ମଙ୍ଗଳାଘାଟ ଛକ ଓ ଓମ୍‌କାରେଶ୍ୱର ମନ୍ଦିର ଦେଇ ଷ୍ଟର୍ଲିଂ ଛକ ପର୍ଯ୍ୟନ୍ତ  ସଟଲ ସେବା ଉପଲବ୍ଧ ରହିବ। ଫେରିବା ସମୟରେ ମାଟିତୋଟା ନିକଟସ୍ଥ ଶ୍ରୀସେତୁ ଓଭରବ୍ରିଜ୍‌ରୁ ମଙ୍ଗଳାଘାଟ ଛକ ଦେଇ ସମଙ୍ଗ ପର୍ଯ୍ୟନ୍ତ ଫେରନ୍ତା ସଟଲ ସେବା ଉପଲବ୍ଧ ରହିବ। ପୁରୁଣା ଜଗନ୍ନାଥ ବଲ୍ଲଭ ପାର୍କିଂରେ ପାର୍କିଂ କରାଯାଇଥିବା ଯାନବାହନଗୁଡ଼ିକ ଜଟିଆବାବାଜୀ ଛକ -କୁମ୍ଭାରପଡ଼ା ଥାନା – ଅଠରନଳା  ବାଟଗାଁ ମାର୍ଗ ଦେଇ ଫେରିବେ। ଭୁବନେଶ୍ୱର ପାଶର୍‌ବରୁ ଆସୁଥୁବା ଦୁଇଚକିଆ ଯାନବାହନଗୁଡ଼ିକୁ ମାଳତୀପାଟପୁର- ବାଟଗାଁ – ଶ୍ରୀସେତୁ ମାର୍ଗ ଦେଇ ମାଟିତୋଟା ହେଲିପ୍ୟାଡ୍‌ ପଡ଼ିଆରେ ପାର୍କିଂ କରିବାକୁ ଅନୁମତି ଦିଆଯିବ। ସେହି ପାର୍କିଂରେ ପାର୍କ କରାଯାଇଥିବା ଯାନବାହନଗୁଡ଼ିକ ମାଟିତୋଟା ହେଲିପ୍ୟାଡ୍‌ ପଡ଼ିଆ ମଙ୍ଗଳାଘାଟରେ ୟୁ-ଟର୍ନ କରି ବାଟଗାଁ -ମାଳତୀପାଟପୁର ମାର୍ଗ ଦେଇ ଫେରିବେ। ସେହିପରି  କୋଣାର୍କ ପଟୁ ଆସୁଥିବା ସମସ୍ତ ଦୁଇଚକିଆ ଯାନ ବାଇଦାସ ନଗର ଛକ, ଗ୍ରୀଡ୍‌ ଷ୍ଟେଶନ ଛକ, ପେଣ୍ଠକଟା ଛକ, ସୁଭାଷ ବୋଷ ଛକ ଦେଇ ବ୍ଲୁ-ଫ୍ଲାଗ ବେଳାଭୂମି ଓ ନୀଳାଚଳ ଅଶୋକଠାରେ ନିଜ ନିଜର ଯାନଗୁଡ଼ିକୁ ରଖିବେ। ପୁଣି ସେଠାରୁ ସେହି ସମାନ ବାଟ ଦେଇ ପ୍ରସ୍ଥାନ କରିବେ ବୋଲି ପୋଲିସ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

ଟିମ୍‌ରୁ ବାଦ ପଡ଼ିବାର ରହସ୍ୟ ଖୋଲିଲେ ରାଇନା, କୋହଲିଙ୍କ ଅଧିନାୟକତ୍ୱକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟର ସୁରେଶ ରାଇନା ଟିମ୍ ଇଣ୍ଡିଆରୁ ବାଦ ପଡ଼ିବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ବିରାଟ କୋହଲି ଭାରତୀୟ…

ଯନ୍ତ୍ରୀ ଅନୁପମା ସାହୁ ଗିରଫ, ଗାଡ଼ିରୁ ବାହାରିଥିଲା ବିଡ଼ାବିଡ଼ା ଟଙ୍କା, ଭୁବନେଶ୍ୱରରେ ଫ୍ଲାଟ୍‌ ସହ ଅନେକ ସହରରେ ରହିଛି…

କଟକ,୬ା୯(ପ୍ରଭୁକଲ୍ୟାଣ ପାଲ): ଲାଞ୍ଚ ଟଙ୍କାରେ ଫସିଲେ ଲେଡି ଅଫିସର। ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି କେନ୍ଦ୍ରାପଡ଼ା ଡ୍ରେନେଜ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ।…

ଜଳି ଶଙ୍ଖ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକ ଧକ୍କାରେ ଓଲଟି ପଡ଼ିଲା ଅଟୋ

ଖଲ୍ଲିକୋଟ,୬।୯(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଜଳି ଶଙ୍ଖ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ରବିବାର ଅପରାହ୍ନରେ ଟ୍ରକ୍…

ଫୁଟବଲ ଖେଳ ଚାଲିଥିବା ବେଳେ ଆକାଶରୁ ଖସିଲା ମୃତ୍ୟୁ

କୁଆଁରମୁଣ୍ଡା,୬।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ କାଲୋଷିହିରିଆ ଗେଲ୍‌ଇଣ୍ଡିଆ ଖଡିଆବସ୍ତି ଫୁଟବଲ ପଡ଼ିଆରେ ରବିବାର ଏକ ଅଘଟଣ ଘଟିଛି। ପଡ଼ିଆରେ…

ଅବୈଧ ସମ୍ପର୍କରେ ବାଧା ସାଜିଲେ ସନ୍ତାନ; ପ୍ରେମିକ ସହ ମିଶି ହତ୍ୟା କଲେ, ଅନ୍ୟ ଜିଲାକୁ ନେଇ ଫିଙ୍ଗିଦେଲେ ମା’

ଚେନ୍ନାଇ,୬।୯: ତାମିଲନାଡୁର ତିରୁପତ୍ତୁର ଜିଲାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ୫ ବର୍ଷ ଓ ୩ ବର୍ଷ ବୟସର ଦୁଇ ଶିଶୁଙ୍କୁ କୂଅରେ ଫିଙ୍ଗି…

ରାହୁଙ୍କ ସବୁଠାରୁ ବଡ଼ ଗୋଚର; ୩ ରାଶିଙ୍କୁ ବମ୍ପର ଲାଭ, ଚମକି ଉଠିବ ଭାଗ୍ୟ

ଡିସେମ୍ୱର ୨୦୨୬ରେ ରାହୁ କୁମ୍ଭ ରାଶିରୁ ମକର ରାଶିକୁ ଚଳନ କରିବେ, ଯାହା ଫଳରେ କିଛି ରାଶିର ବ୍ୟକ୍ତିବିଶେଷଙ୍କୁ ପ୍ରଚୁର ଲାଭ ମିଳିବାର ଯୋଗ ରହିଛି। ବୈଦିକ…

UPI Payment: ଭୁଲ ନମ୍ୱରକୁ କରିଦେଇଛନ୍ତି କି ପେମେଣ୍ଟ? ଜାଣନ୍ତୁ କେମିତି ଫେରି ପାଇବେ ଆପଣଙ୍କ ଟଙ୍କା, ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ,୬।୯: UPI ପେମେଣ୍ଟ ଟଙ୍କା କାରବାରକୁ ବହୁତ ସହଜ ଏବଂ ଦ୍ରୁତ କରିଦେଇଛି। ତଥାପି, ବେଳେବେଳେ ତରବରିଆ ଭାବେ କିମ୍ୱା ଅସାବଧାନତା ଯୋଗୁଁ ଭୁଲ ନମ୍ୱର ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri