ଅନ୍ଧାର କୋଣ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଏବେ ପୁଣି ଚର୍ଚ୍ଚାକୁ ଆସିଛି। ଏହାର ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଇତିହାସ ଏବଂ ରାଜନୀତି ବିଜ୍ଞାନ ପାଠ୍ୟକ୍ରମରୁ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ (ଏନ୍‌ଏଏମ୍‌), ଆଫ୍ରିକୀୟ-ଏସୀୟ ଅଞ୍ଚଳର ଇସ୍‌ଲାମୀୟ ସାମ୍ରାଜ୍ୟ, ଶୀତଳ ଯୁଦ୍ଧ ଯୁଗ, ମୋଗଲ କୋର୍ଟ, ଶିଳ୍ପ ବିପ୍ଳବ ଆଦି ବିଷୟକୁ ବାଦ୍‌ ଦିଆଯାଇଛି। ସେହିପରି ଦଶମ ଶ୍ରେଣୀ ପାଠ୍ୟକ୍ରମର ‘ଖାଦ୍ୟ ସୁରକ୍ଷା’ ଅଧ୍ୟାୟରୁ ‘କୃଷି ଉପରେ ଜଗତୀକରଣର ପ୍ରଭାବ’ ବିଷୟକୁ ହଟାଇ ଦିଆଯାଇଛି। ଏଥିସହିତ ଧର୍ମ, ସମ୍ପ୍ରଦାୟ ଓ ରାଜନୀତି-ସାମ୍ପ୍ରଦାୟିକତାବାଦ ଅଧ୍ୟାୟରେ ଫଏଜ୍‌ ଅହମ୍ମଦଙ୍କ ଦୁଇଟି ଉର୍ଦ୍ଦୁ କବିତାରୁ ନିଆଯାଇଥିବା ଅନୁବାଦ ଉଦ୍ଧୃତାଂଶ ମଧ୍ୟ ବାଦ୍‌ ପଡ଼ିଛି। ତେବେ ସିବିଏସ୍‌ଇ କହିଛି ଯେ, ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନ୍‌ସିଇଆର୍‌ଟି)ର ସୁପାରିସ ଆଧାରରେ ଏପରି ପଦକ୍ଷେପ ନିଆଯାଇଛି। ପାଠ୍ୟକ୍ରମକୁ ଯୁକ୍ତିସଙ୍ଗତ କରିବା ଲାଗି ନୂତନ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ସଂସ୍ଥା ଏଭଳି ନିଷ୍ପତ୍ତି ନେଇଥିବା କହିଛି।
ସିବିଏସ୍‌ଇ ଯେଉଁ ଯୁକ୍ତି ବାଢ଼ିଛି ସେ ବିଷୟରେ ଚିନ୍ତା କରାଯାଇପାରେ। ଉଦାହରଣ ସ୍ବରୂପ, ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନକୁ ଦେଖାଯାଉ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମାପ୍ତି ଓ ଭାରତ ତା’ର ସ୍ବାଧୀନତା ଲାଭ କରିବା ପରେ ସମଗ୍ର ପୃଥିବୀ ଦୁଇ ଭାଗରେ ବିଭକ୍ତ ହୋଇଯାଇଥିଲା। ସେହି ସମୟରେ ଆରମ୍ଭ ହୋଇଥିଲା ସୋଭିଏଟ୍‌ ରୁଷ୍‌ ଓ ଆମେରିକା ମଧ୍ୟରେ ଶୀତଳ ଯୁଦ୍ଧ ବା କୋଲ୍ଡ ଓ୍ବାର। ସେତେବେଳେ ଭାରତର ପ୍ରଧାନମନ୍ତ୍ରୀ ଭାବେ ଜବାହରଲାଲ ନେହେରୁ ଥାଇପାରନ୍ତି, କିନ୍ତୁ ପୃଥିବୀର ରାଜନୀତିରେ ସେହି ସମୟରେ ଭାରତର ନେତୃତ୍ୱ ଏକ ତୃତୀୟ ଗୋଷ୍ଠୀ ସୃଷ୍ଟି କରିପାରିଥିଲା। ଅନେକ ସୁପରିଚିତ ବିଶ୍ୱନେତା ଯଥା, ଇଜିପ୍ଟର ଗମାଲ ଅବ୍‌ଦିଲ୍‌ ନାସେର ଓ ଯୁଗସ୍ଲୋଭିଆର ମାର୍ଶାଲ ଟିଟୋଙ୍କ ଭଳି ବ୍ୟକ୍ତିତ୍ୱ ଭାରତର ନେତୃତ୍ୱକୁ ସ୍ବୀକାର କରିଥିଲେ। ତାହାର ଶ୍ରେୟ କେବଳ ନେହେରୁଙ୍କୁ ଦିଆ ଯାଇ ନ ପାରେ। ଏହି ଦେଶକୁ କଂଗ୍ରେସ ଗଢ଼ି ନାହିଁ। ଆଜିର ଭାରତ ତା’ର ସାମ୍ପ୍ରତିକ ସ୍ଥିତିରେ ପହଞ୍ଚତ୍ବା ପଛରେ ଅନେକ କୋଟି ସାଧାରଣ ଲୋକଙ୍କ ଅବଦାନ ରହିଛି। ସେହିଭଳି କୃଷି ଉପରେ ବିଶ୍ୱ ବଜାରର ପ୍ରଭାବ ପଡ଼ିବାର ଫଳାଫଳ ଜଗତୀକରଣ ସମୟରେ ଅଧିକ ସ୍ପଷ୍ଟ ଜଣାପଡ଼ିଥିଲା ବେଳେ ଏହି ବିଷୟକୁ ମଧ୍ୟ ପାଠ୍ୟକ୍ରମରୁ ବାଦ୍‌ ପକାଯାଇଛି। ଅର୍ଥନୀତି, ରାଜନୀତି ଓ ସାମାଜିକ ଇତିହାସରେ ଭାରତର ଭୂମିକା ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ ରହିଆସିଛି। ସେଥିପାଇଁ ଏହିଭଳି ଅନେକ ବାସ୍ତବ ଐତିହାସିକ ତଥ୍ୟକୁ ଆଗାମୀ ଯୁଗର ଯୁବ ଭାରତୀୟ ଛାତ୍ରୀଛାତ୍ରଙ୍କଠାରୁ ଦୂରେଇ ନେଲେ ତାହା ଭବିଷ୍ୟତ ସକାଶେ ନାକାରାତ୍ମକ ହେବାର ସବୁ ଲକ୍ଷଣ ଦେଖାଯାଉଛି।
ସାମ୍ପ୍ରତିକ ସ୍ଥିତି ଦେଖିଲେ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ, ଶୀତଳ ଯୁଦ୍ଧ, ମୋଗଲ କୋର୍ଟ, ଶିଳ୍ପ ବିପ୍ଳବ ଆଦି ବିଷୟ ସବୁ ସମୟରେ ଛାତ୍ରୀଛାତ୍ରଙ୍କ ପାଇଁ ଉପାଦେୟ ବିଷୟ ହୋଇ ରହିବ। ବର୍ତ୍ତମାନ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଚାଲିଛି। ବାସ୍ତବତା ଦେଖିଲେ ରୁଷିଆ ସହିତ ଆମେରିକା ହେଉ ବା ନର୍ଥ ଆଟ୍‌ଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ (ନାଟୋ)ର ପରୋକ୍ଷ ଯୁଦ୍ଧ ହେଉଛି। ଗତ ଶତାବ୍ଦୀରେ ରୁଷିଆ ଓ ଆମେରିକା ମଧ୍ୟରେ ହୋଇଥିବା ଶୀତଳ ଯୁଦ୍ଧର ଏହା ଏକ ନୂଆ ସଂସ୍କରଣ ବୋଲି କୁହାଯାଉଛି। ଶୀତଳ ଯୁଦ୍ଧ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପୃଥିବୀର ଅନେକ ସାନବଡ଼ ଦେଶ ମଧ୍ୟରେ କିଭଳି ସମ୍ପର୍କ ଗଢ଼ିଉଠିଲା ଏବଂ ଗୋଟିଏ ପଟେ ପାଶ୍ଚାତ୍ୟ ଶକ୍ତି ଓ ଅନ୍ୟପଟେ ସୋଭିଏଟ୍‌ କମ୍ୟୁନିଷ୍ଟ ଗୋଷ୍ଠୀ ପୃଥିବୀକୁ ଯେଉଁଭଳି ଭାବେ ବିଭାଜିତ କରିଥିଲେ, ତାହା ପାଠ୍ୟପୁସ୍ତକରୁ ବାଦ୍‌ପଡ଼ିଲେ ଭାରତର ଆଗାମୀ ପିଢ଼ି ଅନେକ ଅନ୍ତର୍ଜାତୀୟ ବିଷୟରେ ଅଜ୍ଞ ରହିଯିବେ। ଅନୁରୂପ ଭାବେ ମୋଗଲ ଶାସନକୁ ଇତିହାସ ବହିରୁ ବାଦ୍‌ ପକାଇଲେ ସେହି ସମୟର ଭାରତ ମାଟିର ସନ୍ତାନମାନଙ୍କର ତ୍ରୁଟିଗୁଡ଼ିକୁ ଭବିଷ୍ୟତ ପିଢ଼ି ଭୁଲିଯିବ। ଆମ ପୂର୍ବପୁରୁଷଙ୍କ ଅପାରଗତା ଯୋଗୁ ମୋଗଲ ଆକ୍ରମଣ ସମ୍ଭବ ହୋଇପାରିଥିଲା। ସେହିସବୁ ତଥ୍ୟ ଅଜଣା ରହିଗଲେ ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ହେବାର ସମ୍ଭାବନା ବୃଦ୍ଧି ପାଇବ। ତାହାର ରୂପରଙ୍ଗ ବଦଳିଯାଇପାରେ, କିନ୍ତୁ ପରିଣାମ ସେହି ପ୍ରକାରର ହୋଇଯାଇପାରେ।
ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ଭାରତର ଇତିହାସ ସବୁବେଳେ ଶାସକଙ୍କ ଦୃଷ୍ଟିକୋଣରୁ ଲେଖାଯାଇଛି। ଯେହେତୁ ଶିକ୍ଷା ସାଧାରଣ ନାଗରିକଙ୍କ ପାଇଁ ସହଜସାଧ୍ୟ ନ ଥିଲା, ସେଥିପାଇଁ ଶାସିତ ବର୍ଗର ଇତିହାସ ଏହି ଦେଶରେ ଦେଖିବାକୁ ମିଳେନାହିଁ। ଭାରତର ସାଧାରଣ ହିନ୍ଦୁ କେଉଁଭଳି ଅର୍ଥନୈତିକ କାର୍ଯ୍ୟ କରି ମୁସଲ୍‌ମାନ ଆକ୍ରମଣ ପୂର୍ବରୁ ବଞ୍ଚୁଥିଲା, ତାହା ବିଷୟରେ କୌଣସି ତଥ୍ୟ ଲିପିବଦ୍ଧ ହୋଇନାହିଁ। ଭାରତ ମାଟିରେ ସମ୍ଭବତଃ ପ୍ରଥମ ଲେଖା ଅଶୋକଙ୍କ ଶିଳାଲିପିରୁ ସୃଷ୍ଟି ହୋଇଥିଲା, ଯାହା କି ସାଧାରଣରେ ପଢ଼ି ବୁଝିପାରିବାର ଶକ୍ତି ରଖିନାହାନ୍ତି। ଏହିଭଳି ପ୍ରାଚୀନ ଭାରତୀୟ ଭାଷା ସଂସ୍କୃତି ଏବଂ ଜୀବନଶୈଳୀ ବିଷୟରେ ପାଠ୍ୟକ୍ରମରେ ଅଧିକ ଗୁରୁତ୍ୱ ଦିଆଗଲେ ଭବିଷ୍ୟତ ପିଢ଼ିର ହିତ ପାଇଁ କୌଣସି ତଥ୍ୟଭିତ୍ତିକ ଇତିହାସକୁ ବାଦ୍‌ ପକାଇବାର ପ୍ରୟୋଜନ ହେବନାହିଁ। ପିଲା ଯେତିକି ଅଧିକ ପଢ଼ିବେ, ସେତେବେଶି ନିଜର ପରିବାର, ସମାଜ, ଦେଶ ଓ ଧର୍ମ ବିଷୟରେ ବୁଝିବାରେ ସକ୍ଷମ ହେବେ। ପାଠପଢ଼ାରେ ନିଜ ଦେଶ ସମ୍ପର୍କରେ କୌଣସି ଅନ୍ଧାର କୋଣ ଛାଡ଼ିଲେ, ତାହା ପରବର୍ତ୍ତୀ ସମୟରେ ପ୍ରବଳ କ୍ଷତି ଘଟାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?