ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପ୍ରସ୍ତୁତି ଶେଷ: ଶୀତୁଆ ସନ୍ଧ୍ୟାରେ ଜମିବ ସାଂସ୍କୃତିକ କାର୍ଯ୍ୟକ୍ରମ

ଦାରିଙ୍ଗବାଡ଼ି,୫।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଶନିବାର ସନ୍ଧ୍ୟାର ଶୀତ ମହୋତ୍ସବ ଉଦ୍‌ଘାଟିତ ହେବ। ଏନେଇ ଗୁରୁବାର ଅପରାହ୍ନରେ ଶୀତ ମହୋତ୍ସବ କମିଟିର ଚୂଡ଼ାନ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କମିଟି ସଭାପତି ତଥା ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଅଧ୍ୟକ୍ଷତା କରଥିଲେ। କାର୍ଯ୍ୟକ୍ରମକୁ କମିଟି ସମ୍ପାଦକ ତଥା ବିଡିଓ ଗଦାଧର ପାତ୍ର ପରିଚାଳନା କରିଥିଲେ। ଏହ ଅବସରରେ ଉତ୍ସବ ପାଇଁ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଏବଂ କମିଟି ସଦସ୍ୟଙ୍କ ନାମ ଘୋଷଣା କରାଯାଇଥିଲା।

ଏହି ଅବସରରେ ଶୀତ ମହୋତ୍ସବର ପ୍ରତୀକ, ପୋଷ୍ଟର ଏବଂ ବ୍ୟାନର ଉନ୍ମୋଚିତ କରାଯିବା ସହ ପ୍ରଚାର ଗାଡ଼ିକୁ ବିଧାୟକ ଉଦ୍‌ଘାଟନ କରିଥିଲେ। ୫ ଦିନ ଧରି ମହୋତ୍ସବ ଚାଲିବ। ମହୋତ୍ସବରେ ସାଂସ୍କୃତିକ ସନ୍ଧ୍ୟାରେ ସ୍ଥାନୀୟ କଳାକାରଙ୍କ ସମେତ ରାଜ୍ୟର ବିଭିନ୍ନ ଜିଲା ଓ କନ୍ଧମାଳ ଜିଲାର ବିଭିନ୍ନ ବ୍ଲକରୁ ଶିଶୁ କଳାକାରଙ୍କ ସମେତ କୋରାପୁଟ ଢେମସା, କଳାହାଣ୍ଡି ଘୁମୁରା, ପୁରୀରୁ ଗୋଟିପୁଅ ନୃତ୍ୟ, ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ ଆଦି ଆକର୍ଷଣ ରହିବ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆଇଆଇସି କୌଶିକ ମାଝି, ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ଜାଗୃତି ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟ, ବିଇଓ ରସାନନ୍ଦ କର, ଯୋଗାଣ ନିରୀକ୍ଷକ ନୀହାର ରଞ୍ଜନ ବେହେରା, ସିଡିପିଓ ଅଞ୍ଜଳି ବେହେରାଙ୍କ ସମେତ ବଣିକ ସଂଘ, ହୋଟେଲ ସଂଘ, ସରକାରୀ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା

ବରୀ,୩୦ା୬(ଡି.ଏନ.ଏ.): ସ୍ବାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେଉଛନ୍ତି ସରକାର। ହେଲେ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନାନା ଅବ୍ୟବସ୍ଥା ମଧ୍ୟରେ ଚାଲିଛି । ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀମାନଙ୍କୁ...

ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ବିଧାୟକ

ବଇଣ୍ଡା, ୬ା୨(ଡି.ଏନ୍‌.ଏ.) ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡା ୧୩ନଂ. ଜୋନ୍‌ରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେଡି ପ୍ରାର୍ଥୀ ବିଷ୍ଣୁପ୍ରିୟା ପ୍ରଧାନ ଶନିବାରଠାରୁ ପ୍ରଚାର ଜୋର୍‌ଦାର କରିଛନ୍ତି।...

ବସ୍‌ ବାଇକ ମୁହାଁମୁହିଁ ଧକ୍କା, ଚାଳକ ଗୁରୁତର: ରାସ୍ତା ମରାମତି ଦାବିରେ ପ୍ରତିବାଦ ସଭା

ଧର୍ମଶାଳା/ଜେନାପୁର,୧୦ା୧୧(ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ଚଣ୍ଡିଖୋଲ-ଡୁବୁରୀ ୫୩ନଂ ଜାତୀୟ ରାଜପଥ କୁସୁନପୁର ଛକଠାରେ ରବିବାର ବସ୍‌ ବାଇକ୍‌ ମୁହଁାମୁହଁି ଧକ୍କା ହୋଇଛି। ଏଥିରେ...

ହାର୍ଡୱେର ଦୋକାନରେ ଅଗ୍ନିକାଣ୍ଡ: ୨ କୋଟିରୁ ଊର୍ଦ୍ଧ୍ବ ସମ୍ପତ୍ତି ନଷ୍ଟ

ରାୟଗଡ଼ା ଅଫିସ,୨୯।୧୦: ରାୟଗଡ଼ା ସହରର କପିଳାସ ରୋଡ଼ରେ ଥିବା ଏକ ହାର୍ଡୱେର ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ପ୍ରାୟ ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସାମଗ୍ରୀ...

ସମସିଆ ଘେରରେ କନ୍ଧପଡ଼ାବାସୀ

ଅତାବିରା, ୧୮।୬ (ଡି.ଏନ.ଏ): ସରକାର ଛୁଆକର ଶିକ୍ଷା, ସୁଆସ୍‌ତିଅକେ ଗୁରୁତ୍‌ ଦେଇ ଗଁ। ଗଁଲିନୁ ସହର ତକ୍‌ ଅଙ୍ଗନଓ୍ବାଡି କେନ୍ଦ୍ର ଖୁଲୁଛନ୍‌। ଅଙ୍ଗନଓ୍ବାଡି କେନ୍ଦ୍ରମାନକେ ୩ରୁ...

ଡିଆର୍‌ଏମ୍‌ଙ୍କ ରୂପ୍‌ସା ଜଙ୍କଶନ ପରିଦର୍ଶନ

ରୂପ୍‌ସା, ୨୮।୧୧ (ଡି.ଏନ.ଏ.)-ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ୍‌ର ନୂତନ ରେଳବାଇ ମ୍ୟାନେଜର ମନୋରଞ୍ଜନ ପ୍ରଧାନ ଗୁରୁବାର ବାଲେଶ୍ୱର ଜିଲାର ରୂପ୍‌ସା ରେଳ ଜଙ୍କଶନ ପରିଦର୍ଶନ କରିଛନ୍ତି।...

କଟକରୁ ୧୬୨ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୧୯।୮-କଟକ ସହରରୁ ବୁଧବାର ୧୬୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୬୨ରୁ ୧୦୦ ଜଣ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୬୨ ଲୋକାଲ କଣ୍ଟାକ୍ଟ...

୨୩ରୁ ପୁରୀରେ ୧୪୪

ପୁରୀ ଅଫିସ,୨୧।୬: ସ୍ନାନଯାତ୍ରା ପାଇଁ ପୁରୀ ସହରରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଜନସମାଗମ ରୋକିବା ଉଦ୍ଦେଶ୍ୟରେ...

Advertisement
Archives

Model This Week