ଜାଡ଼ରେ ଥରୁଛି ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୫ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେବା ସହ ପାରଦ ତଳମୁହାଁ ହୋଇଛି। ୧୦ ଡିଗ୍ରୀ ତଳେ ପାରଦ ରହୁଥିବା ବେଳେ ଆଭ୍ୟନ୍ତରୀଣ ଅଞ୍ଚଳରେ ଅସହ୍ୟ ଶୀତ ଅନୁଭୂତ ହେଉଛି। ଶୁକ୍ରବାର ସକାଳ ୭ଟା ସୁଦ୍ଧା ପାରଦ ୯ ଡିଗ୍ରୀ ରହିଥିବା ବେଳେ ଆଭ୍ୟନ୍ତରୀଣ ଅଞ୍ଚଳରେ ଏହାଠାରୁ ଯଥେଷ୍ଟ କମ୍‌ ରହିଥିବା ଜଣାପଡ଼ିଛି। ଶୀତବସ୍ତ୍ର କାମରେ ଆସୁ ନ ଥିବା ବେଳେ ଏବେ ଧନୀ ହେଉ କି ଗରିବ ସମସ୍ତଙ୍କ ପାଇଁ ନିଆଁ ଭରସା ପାଲଟିଛି।

ଅଞ୍ଚଳରେ ଗରିବ ରେଖାତଳେ ଥିବା ବୃଦ୍ଧାବୃଦ୍ଧଙ୍କୁ ଅଧିକ ଶୀତ କଷ୍ଟ ଦେଉଥିବା ବେଳେ କାମଧନ୍ଦା ପାଇଁ ଘରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡୁଛି। ସନ୍ଧ୍ୟା ହେଲେ ରାସ୍ତାଘାଟ ଜନଶୂନ୍ୟ ହୋଇପଡୁଛି। ଅପରାହ୍ନ ୪ଟା ପରଠାରୁ ଶୀତ ବୃଦ୍ଧି ପାଇବା ସହ ସକାଳ ୧୦ଟା ପର୍ଯ୍ୟନ୍ତ ଶୀତ ଥରାଉଛି। ବାହାରେ କାକର ପଡୁଥିବାରୁ ଜାଡ଼ ଅଧିକ ଅନୁଭୂତ ହେଉଛି। ସ୍ଥାନୀୟ ଲୋକଙ୍କୁ ଶୀତ କଷ୍ଟ ହେଉଥିବା ବେଳେ ଶୀତର ମଜା ନେବା ପାଇଁ ଦାରିଙ୍ଗବାଡ଼ି ଅଞ୍ଚଳରେ ପର୍ଯ୍ୟଟକଙ୍କ ଭିଡ଼ ଜମିଛି। ବିଶେଷକରି ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକ ଦାରିଙ୍ଗବାଡ଼ିର ଅପୂର୍ବ ସୌନ୍ଦର୍ଯ୍ୟକୁ ପସନ୍ଦ କରିବା ସହ ଏହାର ପରିବେଶ ଜଙ୍ଗଲ ଆଦି ପ୍ରତି ଅଧିକ ଆକୃଷ୍ଟ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କର୍ମସିୟାଲ ପରେ ଏବେ ‘ଛୋଟୁ’ର ବି ବଢିଲା ଦାମ୍‌, ମହଙ୍ଗା ହେଲା ୫ ଲିଟର ସିଲିଣ୍ଡର

ନୂଆଦିଲ୍ଲୀ,୧।୫: ମାସର ପ୍ରଥମ ଦିନରେ, ତୈଳ କମ୍ପାନୀଗୁଡ଼ିକ ବାଣଜି୍ୟକ ଗ୍ୟାସ ସିଲିଣ୍ଡରର ସମାନ ମୂଲ୍ୟ ବୃଦ୍ଧି ପରେ ୫ କିଲୋଗ୍ରାମ ଫ୍ରି ଟ୍ରେଡ ଏଲପିଜି (FTL) ସିଲିଣ୍ଡରର…

ମୋ ଜେଜେବାପା ଜଣେ ‘ଭଲ ବ୍ୟକ୍ତି’ ନୁହଁନ୍ତି..ଦୁଃଖ ବଖାଣିଲେ ଟ୍ରମ୍ପଙ୍କ ନାତୁଣୀ

ଓ୍ବାଶିଂଟନ୍‌,୧।୫: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାତୁଣୀ କାଇ ଟ୍ରମ୍ପ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ଜଣେ ପ୍ରମୁଖ ଏବଂ ପ୍ରଭାବଶାଳୀ…

କାଳସାଜିଲା କାଳବୈଶାଖୀ: ରାତିସାରା ତାଣ୍ଡବ ରଚିଲା, ଭାଙ୍ଗିଲା ବଡ଼ ବଡ଼ ଗଛ, ଯାତାୟାତ ଠପ୍‌

କୃଷ୍ଣପ୍ରସାଦ,୧।୫ (କୈଳାଶ ଚନ୍ଦ୍ର ପଟନାୟକ ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରେ କାଳ ରାତ୍ରିରେ କାଳ ସାଜିଲା କାଳବୈଶାଖୀ। ମଧ୍ୟ ରାତ୍ରରେ ପ୍ରଚଣ୍ଡ ଶବ୍ଦ କରି ବଜ୍ରାଘାତ…

ଅଧରାତିରେ ଷ୍ଟ୍ରଙ୍ଗ୍‌ ରୁମ୍‌ ଭିତରେ ପଶିଲେ ମମତା: ୩ ଘଣ୍ଟା ପରେ ସେଠାରୁ ବାହାରି କହିଲେ, ଜୀବନ-ମୃତ୍ୟୁ…

କୋଲକାତା,୧।୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାର ଏକ ଷ୍ଟ୍ରଙ୍ଗରୁମରେ ତିନି ଘଣ୍ଟାରୁ ଅଧିକ ସମୟ ବିତାଇବା ପରେ ଇଲେକ୍ଟ୍ରୋନିକ ଭୋଟିଂ ମେଶିନ (EVM) ସହିତ ଜଡିତ…

ଝଡ଼ ବର୍ଷାରେ ଉଡ଼ିଲା ଟିଣ: ଘରେ ପଶିଲା ପାଣି 

ଟିକିରି,୧।୫(ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲା କାଶିପୁର ବ୍ଲକ ଟିକିରି ପଞ୍ଚାୟତ ଅନ୍ତର୍ଗତ ଗୋକୁଳମୁଣ୍ଡା ଗ୍ରାମରେ ଶୁକ୍ରବାର ଝଡ ପବନ ଓ ବର୍ଷା ହୋଇଛି। ଏଥିରେ ସ୍ବର୍ଗତ…

ବିଶ୍ୱ ଶାନ୍ତି ମହାଯଜ୍ଞ ଦର୍ଶନ କଲେ ବିଧାୟକ: ଅଞ୍ଚଳବାସୀଙ୍କୁ କଲେ ପ୍ରଶଂସା, କହିଲେ…

ଗଞ୍ଜାମ,୧।୫ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ଠାରେ ନୃସିଂହ ମନ୍ଦିର ପ୍ରତିଷ୍ଠା ଦ୍ୱାଦଶ ବର୍ଷ ପୂର୍ତ୍ତ ଏବଂ ଗୋପୀନାଥଙ୍କ ନୂତନ ମନ୍ଦିର ପ୍ରତିଷ୍ଠା…

ଉପସ୍ଥିତ ବୁଦ୍ଧି ଖଟାଇ ନଦୀରେ ବୁଡ଼ିଯାଉଥିବା ୨ ବାଳିକାଙ୍କୁ ଉଦ୍ଧାରକଲେ ମହିଳା

କଲ୍ୟାଣସିଂହପୁର,୧।୫ (ଦୀପକ କୁମାର ପରିଡା)ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତ ଅଡ଼ାବାଡ଼ି ଗାଁରେ ନଦୀରେ ବୁଡ଼ିଯାଉଥିବା ୨ ଝିଅଙ୍କୁ ଜଣେ ମହିଳା ଉପସ୍ଥିତ ବୁଦ୍ଧି ଖଟାଇ…

ବାଥ୍‌ରୁମ୍‌ରେ ଗାଧୋଉଥିଲେ ମହିଳା, ଲୁଚିକି ଭିଡିଓ କରୁଥିଲେ ୨ କ୍ରିକେଟର୍‌: ବାନ୍ଧିଲା ପୋଲିସ

କଲମ୍ବୋ,୧।୫: ଚଳିତ IPL 2026 ସିଜିନ ମଧ୍ୟରେ ଶ୍ରୀଲଙ୍କା କ୍ରିକେଟରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଶ୍ରୀଲଙ୍କା ଅଣ୍ଡର-୧୯ କ୍ରିକେଟ ଦଳର ଦୁଇ ଖେଳାଳିଙ୍କୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri