ଦାରିଙ୍ଗବାଡି ଅଗ୍ନିଶମ ବିଭାଗର ନିଆରା ପ୍ରୟାସ ନିଜେ ଫିଟ ସହ ପରିବେଶ ରଖିଲେ ସୁନ୍ଦର-ସ୍ବଚ୍ଛ

ଦାରିଙ୍ଗବାଡ଼ି,୩୦।୭(ଅରୁଣ ସାହୁ): କେତେବେଳେ ରାସ୍ତାରେ ବିରାଟକାୟ ଗଛ ପଡି ରାସ୍ତା ଅବରୋଧ ତ କେଉଁଠି ଘରେ ନିଆଁ ଲାଗି ବିପଦ ଆସୁଛି ଆଉ କେତେବେଳେ ରାସ୍ତା ଦୁର୍ଘଟଣା, କିଏ ପାଣିରେ ବୁଡି ଯାଉଥିବା ବେଳେ ଉଦ୍ଧାର କରି ଲୋକଙ୍କ ଜୀବନକୁ ରକ୍ଷା କରୁଥିବା ଅଗ୍ନିଶମ ବିଭାଗ ଅନେକ ସମୟରେ ବାତ୍ୟା ବେଳେ ଲୋକଙ୍କୁ ସୁରକ୍ଷିତ ରଖିବାକୁ କାମ କରୁଥିବା ଦେଖାଯାଏ। ବିଭାଗ ସର୍ବଦା ଲୋକଙ୍କ ଦୁଃଖସୁଖର ସାଥି ଭଳି କାର୍ଯ୍ୟକରନ୍ତି ହେଲେ ସମୟ ମିଳିଲେ ସେମାନେ ସମୟ ନଷ୍ଟ ନ କରି ନିଜ ଶରୀରକୁ ଫିଟ ରଖିବା ସହ ନିଜ ରହିବା ବାସଭବନ ଓ ସରକାରୀ କାର୍ଯ୍ୟାଳୟ ପରିବେଶକୁ ସଫା ରଖିବା ପାଇଁ ଅଗ୍ନିଶମ ବିଭାଗୀୟ କର୍ମଚାରି ଅଫିସର ଅଣ୍ଟା ଭିଡ଼ିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡି ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ପରିସର ମଧ୍ୟରେ ସେମାନେ ନିଜେ ଏଭଳି ଘାସ ଉପାଡିବା, ଅଳିଆ ଆବର୍ଜନା ବାହାର କରିବା କାର୍ଯ୍ୟ କରିବା ସହ ଯେଉଁ ଅଞ୍ଚଳରେ ଉକ୍ତ କାର୍ଯ୍ୟାଳୟଟି ରହିଛି ସେହି ଅଞ୍ଚଳର ଲୋକଙ୍କୁ ସଚେତନ କରାଇଛନ୍ତି। ଅଗ୍ନିଶମ ଅଧିକାରୀ ଧବଳେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ କାର୍ଯ୍ୟରତ କର୍ମଚାରି ହାବିଲଦାର ଚିନ୍ମୟ ପରିଡା, ମହେନ୍ଦ୍ର ବେହେରା,ଜୁଗୁନୁ କୁମାର ବେହେରା, ସୁନୀଲ କୁମାର ସମର୍ଥ,ଏକାନ୍ତ ଶବର,ସ୍ବରାଜ୍ୟ ଡାକୁଆ ଏବଂ ସାଜନ କୁମାର ବେହେରା ପ୍ରମୁଖ ଏହି କାର୍ଯ୍ୟରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବଙ୍କ ଭବିଷ୍ୟତ ଉପରେ ଗମ୍ଭୀରଙ୍କ ଚମକାଇଦେବା ବୟାନ, ଜାଣନ୍ତୁ କ’ଣ କହିଲେ…

ନୂଆଦିଲ୍ଲୀ,୧୮।୯: ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ ଶେଷ ହୋଇଛି। ଭାରତୀୟ ଦଳ ୩-୦ରେ ସିରିଜ କ୍ଲିନ ସୁଇପ କରିଛି। ତେବେ ସିରିଜରେ ୧୫ ବର୍ଷୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ…

ମାସେ ଯାଏ ସାବଧାନ ରୁହନ୍ତୁ ୩ ରାଶି! ଶନି-ସୂର୍ଯ୍ୟ ଏକାସାଙ୍ଗରେ କରିବେ କଲବଲ, ପାଖରୁ ପଳାଇବ ସବୁ ଟଙ୍କା!

ବୈଦିକ ଜ୍ୟୋତିଷରେ ସୂର୍ଯ୍ୟଙ୍କୁ ଗ୍ରହମାନଙ୍କ ଅଧିପତି ଏବଂ ଶନିଙ୍କୁ କର୍ମ ଓ ନ୍ୟାୟର କାରକ ବୋଲି ମନେ କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ ସୂର୍ଯ୍ୟ ଓ ଶନିଙ୍କ…

ଆସିଲା ବଡ଼ ଅପଡେଟ୍‌: ଏମାନଙ୍କୁ ମିଳିବନି ପେଟ୍ରୋଲ-ଡିଜେଲ! ଶୀଘ୍ର କରନ୍ତୁ ଏହି କାମ…

ନୂଆଦିଲ୍ଲୀ,୧୮।୯: ଗାଡ଼ି ଚଳାଉଥିବା ଲୋକଙ୍କ ପାଇଁ ଆସିଛି ବଡ଼ ଖବର। ଯଦି ଗାଡ଼ିର ବୈଧ ଥାର୍ଡ-ପାର୍ଟି ଇନ୍ସୁରାନ୍ସ ନଥାଏ, ତେବେ ଆଗାମୀ ଦିନରେ ପେଟ୍ରୋଲ ପମ୍ପରେ ଇନ୍ଧନ…

ଉପନିର୍ବାଚନ ପୂର୍ବରୁ ଦିଦିଙ୍କୁ ବଡ଼ ଝଟକା: ରାତାରାତି ଖେଳିଲେ ବଡ଼ ଗେମ୍‌, ECଙ୍କୁ ରାତିରେ ଦେଲେ…

କୋଲକାତା,୧୮।୯: ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ନାମ ଓ ନିର୍ବାଚନୀ ଚିହ୍ନକୁ ନେଇ ବିବାଦ ମଧ୍ୟରେ ନୂଆ ମୋଡ଼ ଆସିଛି। ନିର୍ବାଚନ ଆୟୋଗଙ୍କ ଅନ୍ତରୀଣ ଆଦେଶର କିଛି ଘଣ୍ଟା…

ବ୍ରାହ୍ମଣୀଗାଁରେ ‘ଏକ୍‌ ପେଡ୍‌ ମା କେ ନାମ୍‌’ କାର୍ଯ୍ୟକ୍ରମ, ୭୬ କିସମର ଚାରା ରୋପଣ କରି…

ବ୍ରାହ୍ମଣୀଗାଁ,୧୮ା୯(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ ଉପଲକ୍ଷେ ‘ଏକ ପେଡ୍‌ ମା ’ କେ ନାମ୍‌’…

ସୁପ୍ରିମକୋର୍ଟଙ୍କ ପରାମର୍ଶ, ଆଗାମୀ ବର୍ଷଠାରୁ ୬ଷ୍ଠ ଶ୍ରେଣୀ ପାଇଁ ତ୍ରିଭାଷା ନୀତି ଲାଗୁ…

ନୂଆଦିଲ୍ଲୀ,୧୮।୯: ଛାତ୍ରୀଛାତ୍ରମାନଙ୍କୁ ଆଶ୍ୱସ୍ତି ଏବଂ ମାନସିକ ଚାପରୁ ମୁକ୍ତ ରଖିବା ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଗାମୀ ୨୦୨୭ ଶିକ୍ଷାବର୍ଷ ଠାରୁ…

ଟ୍ରଫି ନେବା ସମୟରେ ଶ୍ରେୟସ କଲେ ଏମିତି କାମ, ଚାରିଆଡ଼େ ହେଉଛି ପ୍ରଶଂସା; ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚରେ ୧୨୭ ରନର ବଡ଼ ବ୍ୟବଧାନରେ ବିଜୟୀ ହୋଇଛି ଭାରତ। ଅଭିଷେକ ଶର୍ମା ଓ ସଞ୍ଜୁ ସାମସନଙ୍କ…

ଶତକ ପରେ କାହିଁକି ‘ଓଁ ନମଃ ଶିବାୟ’ଜପିଲେ ଅଭିଷେକ? ବଡ଼ ରାଜ୍‌ ଖୋଲିଲେ ବାପା, କହିଲେ…

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ଭାରତ ୧୨୭ ରନରେ ବିଜୟୀ ହୋଇଥିବା ବେଳେ ଅଭିଷେକ ଶର୍ମାଙ୍କ ଐତିହାସିକ ଶତକ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?