ସାହସୀ କ୍ୟାଟ୍ରିନା

ସତରେ କ୍ୟାଟ୍ରିନାଙ୍କ ସାହସକୁ ମାନିବାକୁ ପଡ଼ିବ। ଯେଉଁ ଶଟ୍‌ ପାଇଁ ଷ୍ଟଣ୍ଟ ମ୍ୟାନ୍‌ ଆବଶ୍ୟକ ହେଉଥିଲା, ସେପରି ରିସ୍କ ସେ ନିଜେ ନେଇଥିଲେ। କେବଳ ସେତିକି ନୁହେଁ, ସାହସର ସହ ଶଟ୍‌ ଦେବାକୁ ଆଗେଇ ଆସିଥିଲେ। ଅବଶ୍ୟ ଏଥିପାଇଁ ୩-୪ଥର କଟ୍‌ ହୋଇଥିଲା, କିନ୍ତୁ ଶଟ୍‌ଟି ଓକେ ହେବା ପରେ ସେଠାରେ ଉପସ୍ଥିତ କଳାକାର କ୍ୟାଟ୍ରିନାଙ୍କୁ ପ୍ରଶଂସା କରିବାକୁ ପଛାଇ ନ ଥିଲେ। ଏପରି ଶଟ୍‌ ସମ୍ପର୍କରେ କ୍ୟାଟ୍ରିନା କହନ୍ତି, ‘ଏକ ଆକ୍ସନ ଶଟ୍‌ ପାଇଁ ନିର୍ଦ୍ଦେଶକ ମହେଶ ଶର୍ମା ଟିକେ ଟେନ୍‌ସନରେ ଥିଲେ। କାରଣ ଏଥିପାଇଁ ଯାହାଙ୍କୁ ଷ୍ଟଣ୍ଟ ପାଇଁ ଅଣାଯାଇଥିଲା, ସେ ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ। ଏତିକି ବେଳେ ମୁଁ ମହେଶଙ୍କ ନିକଟକୁ ଯାଇ କହିଥିଲି ଯେ, ଏହି ଶଟ୍‌ ମୁଁ ନିଜେ ଦେବି। ବାସ୍‌, ଯାହାହେଉ ୩-୪ଥର କଟ୍‌ ହେବା ପରେ ଶଟ୍‌ଟି ଓକେ ହୋଇଥିଲା।’ ହଁ, ସଲମାନ-କ୍ୟାଟ୍ରିନା କୈଫଙ୍କୁ ନେଇ ନିର୍ମାଣାଧୀନ ସିନେମା ‘ଟାଇଗର ୩’ର ଶୁଟିଂ ସେଟ୍‌ରେ ଏପରି ଘଟଣା ଘଟିଥିଲା। ବିଦେଶରେ ଏହାର ଅର୍ଦ୍ଧାଧିକ ଶୁଟିଂ ଶେଷ ହେବା ପରେ ଏବେ ବମ୍ବେରେ ଶୁଟିଂ ଆରମ୍ଭ ହେବ। ଏହାପୂର୍ବରୁ ଟାଇଗର ଶୀର୍ଷକକୁ ନେଇ ନିର୍ମିତ ‘ଏକ୍‌ ଥା ଟାଇଗର’ ଏବଂ ‘ଟାଇଗର ଜିନ୍ଦା ହୈ’ରେ ସଲମାନ-କ୍ୟାଟ୍ରିନା ଯୋଡ଼ିକୁ ମଧ୍ୟ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରିଲିଜ୍‌ ହେବ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାଧେଶ୍ୟାମ’

ଅପେକ୍ଷାର ହେଲା ଅନ୍ତ। ସାଉଥ୍‌ ସୁପରଷ୍ଟାର ପ୍ରଭାସ ଏବଂ ପୂଜା ହେଗ୍‌ଡେଙ୍କ ଅଭୀନିତ ଫିଲ୍ମ ‘ରାଧେଶ୍ୟାମ’ ଶୁକ୍ରବାର ପ୍ରେକ୍ଷାଳୟରେ ରିଲିଜ୍‌ ହେବ। ଅନେକ ଦିନରୁ ଦର୍ଶକ...

‘ଦଶବି’ର ନୂଆ ଗୀତ ରିଲିଜ୍‌

ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ବର୍ତ୍ତମାନ ତାଙ୍କ ଆଗାମୀ ଫିଲ୍ମ ‘ଦଶବି’ର ପ୍ରମୋଶନରେ ବ୍ୟସ୍ତ। ଏହି ଫିଲ୍ମରେ ଜଣେ ବ୍ୟକ୍ତିଙ୍କ କାହାଣୀ ବିଷୟରେ ଦେଖାଯାଇଛି, ଯିଏ...

ଗାନ୍ଧୀ ଜୟନ୍ତୀରେ ସ୍ବତନ୍ତ୍ର ବାର୍ତ୍ତା ଦେଲେ ସଲମାନ୍‌: ସୋସିଆଲ୍‌ ମିଡ଼ିଆରେ ଭାଇରାଲ; ଦେଖିଲେଣି ୮ ଲକ୍ଷରୁ ଅଧିକ

ମୁମ୍ବାଇ,୨।୧୦: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ବଲିଉଡ୍‌ ଅଭିନେତା ସଲମାନ୍‌ ଖାଁ ସ୍ବତନ୍ତ୍ର ବାର୍ତ୍ତା ଦେଇଛନ୍ତି। ସେ ସ୍ବଚ୍ଛ ଭାରତ...

ଶାଢ଼ି ପିନ୍ଧି ଫଟୋ ଶୁଟ୍‌ କଲେ ଏହି ଅଭିନେତ୍ରୀ,ପ୍ରଶଂସକ କହିଲେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌। ସେ ପ୍ରଶଂସକମାନଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ଅନେକ ସମୟରେ ଫଟୋ...

ହିରୋପନ୍ତି ୨, ବାଗି ୪ ପାଇଁ ୨୫ଟି ଦେଶରେ ଶୁଟିଂ କରିବେ ଟାଇଗର

ମୁମ୍ବାଇ: ବଲିଉଡ୍ ନାୟକ ଟାଇଗର ଶ୍ରଫ ‘ହିରୋପନ୍ତି ୨’ ଓ ‘ବାଗି ୪’ର ଶୁଟିଂ ପାଇଁ ପ୍ରସ୍ତୁତ ହୋଇ ସାରିଲେଣି । ପୁଣି ଏକ ଧମାକାଦାର...

‘ପଞ୍ଜାବୀ କ୍ୟାଟ୍ରିନା’ରୁ ଦେଶର ସ୍ପନ୍ଦନ ପାଲଟିଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ପ୍ରଶଂସକଙ୍କ ହୃଦୟର ସ୍ପନ୍ଦନ ପାଲଟିଥିବା ଶେହନାଜ ଗିଲ୍‌ଙ୍କ ଆଜି ହେଉଛି ଜନ୍ମଦିନ। ଜାନୁୟାରୀ ୨୭ରେ ୨୯ ବର୍ଷ ତଳେ ଜନ୍ମ ହୋଇଥିଲେ ଶେହନାଜ। ଆଜିର...

ଚର୍ଚ୍ଚାରେ ମଡେଲ୍‌ଙ୍କ ନେକ୍‌ଲେସ୍‌: ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ବହୁଚର୍ଚ୍ଚିତ କାନ୍ସ ଫିଲ୍ମ ଫେଷ୍ଟିଭାଲ ଆରମ୍ଭ ହୋଇଛି। ଜୁଲାଇ ୬ରୁ ଆରମ୍ଭ ହୋଇଥିବା ଏହି ଫେଷ୍ଟିଭାଲ ଜୁଲାଇ ୧୭ ପର୍ଯ୍ୟନ୍ତ ଚାଲିବ। ପ୍ରତିବର୍ଷ ଅନେକ ହଲିଉଡ...

ସୁଶାନ୍ତଙ୍କ ଆତ୍ମହତ୍ୟାର ହେବ ନାହିଁ ସିବିଆଇ ଯାଞ୍ଚ୍‌: ସୁପ୍ରିମ୍‌କୋର୍ଟ

ମୁମ୍ବାଇ, ୩୦।୭: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାର ସିବିଆଇ ଯାଞ୍ଚ୍‌ ଆବେଦନକୁ ସୁପ୍ରିମ୍‌କୋର୍ଟ ଖାରଜ କରି ଦେଇଛନ୍ତି। ଆତ୍ମହତ୍ୟାର ସିବିଆଇ ଯାଞ୍ଚ୍‌ ହେଉବୋଲି...

Advertisement
Archives

Model This Week