Posted inଜାତୀୟ

ଆଫଗାନିସ୍ତାନରେ ଭାରତୀୟ ସାମ୍ବାଦିକଙ୍କୁ ହତ୍ୟା; ଜାଣନ୍ତୁ କିଏ ଥିଲେ ଦାନିଶ

ନୂଆଦିଲ୍ଲୀ,୧୬।୭: ପୁଲିଟର ପୁରସ୍କାର ବିଜେତା ଭାରତୀୟ ଫଟୋ ସାମ୍ବାଦିକ ଦାନିଶ ସିଦ୍ଦିକିଙ୍କୁ ଶୁକ୍ରବାର ଆଫଗାନିସ୍ତାନରେ ହତ୍ୟା କରାଯାଇଛି। ସେ କାନ୍ଦାହାରର ସ୍ପିନ୍‌ ବୋଲଡାକ ହିଂସାକାଣ୍ଡ ଘଟଣାର କଭରେଜ୍‌ କରୁଥିଲେ। ଗତ କିଛିଦିନ ଧରି ସିଦ୍ଦିକି କାନ୍ଦାହାରରେ ଥିଲେ। ସେଠାରୁ ବିବାଦର ଚିତ୍ରକୁ ବିଶ୍ୱ ସାମ୍ନାକୁ ଆଣିଥିଲେ। ନିକଟ ଅତୀତରେ ସେ ଆଫଗାନିସ୍ତାନ ସୁରକ୍ଷା ବାହିନୀ ସହ ପ୍ରମୁଖ ଅପରେଶନ କଭର୍‌ କରିଛନ୍ତି। ଜୁନ ୧୩ରେ ତାଙ୍କ ଟିମ୍‌ ଉପରେ ଆକ୍ରମଣ ହୋଇଥିବା ନେଇ ସେ ଭିଡିଓ ପୋଷ୍ଟ କରି ଜଣାଇଥିଲେ। ହେଲେ କାନ୍ଦାହାର ଅଞ୍ଚଳରେ ତାଲିବାନ ଓ ଆଫଗାନିସ୍ତାନ ସୁରକ୍ଷା ବାହିନୀ ମଧ୍ୟରେ ଚାଲିଥିବା ହିଂସାତ୍ମକ ସଂଘର୍ଷରେ ସିଦ୍ଦିକିଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ଆଫଗାନିସ୍ତାନ ରାଷ୍ଟ୍ରଦୂତ ଫରିଦ ମାମୁଣ୍ଡଜେ ତାଙ୍କ ମୃତ୍ୟୁର ସୂଚନା ଦେଇଛନ୍ତି।

ଦେଶର ଜଣେ ଜଣାଶୁଣା ଫଟୋ ଜର୍ନାଲିଷ୍ଟ ଥିଲେ ଦାନିଶ। ତାଙ୍କୁ ପୁଲିଟର ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେ ମୁମ୍ବାଇରେ ରହୁଥିବା ବେଳେ ଖବର ସରବରାହ ସଂସ୍ଥା ରଏଟର ପାଇଁ କାମ କରୁଥିଲେ। ପ୍ରବାସୀ ସଙ୍କଟ ଏବଂ କରୋନାର ଦ୍ୱିତୀୟ ଲହର ସହ ଅନେକ ଗୁରୁତ୍ୱପୂର୍ଣ୍ଣ ଜାତୀୟ ତଥା ଅନ୍ତର୍ଜାତୀୟ ଘଟଣା ବିଷୟରେ ସେ ଦୃଷ୍ଟି ଆକର୍ଷଣ କରିଥିଲେ। କିଛିଦିନରୁ ସେ କାନ୍ଦାହାରରେ ବର୍ତ୍ତମାନର ସଙ୍କଟ ସ୍ଥିତିର କଭରେଜ୍‌ କରୁଥିଲେ।

ଟେଲିଭିଜନରୁ ସିଦ୍ଦିକି ତାଙ୍କର ସାମ୍ବାଦିକତା ବୃତ୍ତି ଆରମ୍ଭ କରିଥିଲେ। ସେ ୨୦୧୦ରେ ରଏଟରରେ ଯୋଗଦେବା ପୂର୍ବରୁ କିଛି ସମୟ ପାଇଁ ଇନଟର୍ନ ଭାବେ କାର୍ଯ୍ୟ କରିଥିଲେ। ୨୦୧୮ରେ ସେ ଓ ତାଙ୍କ ସହକର୍ମୀ ଅଦନାନ ଆବିଦିଙ୍କୁ ଫିଚର ଫଟୋଗ୍ରାଫି ପାଇଁ ପୁଲିଟର ପୁରସ୍କାର ମିଳିଥିଲା। ଉଭୟ ରୋହିଙ୍ଗ୍ୟା ଶରଣାର୍ଥୀ ସଙ୍କଟର ଉତ୍କୃଷ୍ଟ କଭରେଜ୍‌ କରିଥିଲେ। କେବଳ ଏତିକି ନୁହେଁ ସେ ଆଫଗାନିସ୍ତାନ, ଇରାକ ଯୁଦ୍ଧ, ରୋହିଙ୍ଗ୍ୟା ଶରଣାର୍ଥୀ ସଙ୍କଟ, ହଂକଂ ବିରୋଧ, ନେପାଳ ଭୂମିକମ୍ପ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଘଟଣାକୁ କଭରେଜ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ବନ୍ୟା: ବଢୁଛି ଜଳସ୍ତର, ସତର୍କ କରାଇଲେ ସରକାର

କାଠମାଣ୍ଡୁ,୩୦।୮: ବୁଧବାର ହୋଇଥିବା ଭୟଙ୍କର ବନ୍ୟା ପରେ ନେପାଳର ପରିସ୍ଥିତି ଗମ୍ଭୀର ରହିଛି। ମଧ୍ୟ ନେପାଳରେ ହଠାତ ବନ୍ୟାରେ ମୃତ୍ୟୁ ସଂଖ୍ୟା ୭୩୪ ରେ ପହଞ୍ଚିଛି, ଯେତେବେଳେ…

ଅଧରାତିରେ ଘର ଉପରକୁ ମାଡ଼ିଗଲା ଟ୍ରକ୍, ପରିବାର ଲୋକେ…

ପଦ୍ମପୁର,୩୦ା୮(ପ୍ରଦୀପ୍ତ ଦାଶ): ପଦ୍ମପୁର-ପାଟଣାଗଡ଼ ରାସ୍ତାର ରଜାପଡ଼ାଠାରେ ଏକ ବଡ଼ ଅଘଟଣ ଘଟିଯାଇଛି । ରବିବାର ରାତି ପ୍ରାୟ ୧ଟା ସମୟରେ ଏକ ମାଲବୋଝେଇ ଟ୍ରକ ଭାରସାମ୍ୟ ହରାଇ…

ଗୁଟଖା ପ୍ରେମୀଙ୍କୁ ଝଟକା; ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ବ୍ୟବସାୟ ବନ୍ଦ….

କଟକ,୩୦ା୮(ପ୍ରଭୁକଲ୍ୟାଣ ପାଲ୍): ଗୁଟଖା ପ୍ରେମୀଙ୍କୁ ଝଟକା। ରାଜ୍ୟରେ ଗୁଟଖା ବ୍ୟବସାୟ ବନ୍ଦ ହେବ । ରାଜ୍ୟରେ ଚିୱିଙ୍ଗ୍ ଟବାକୋ ବନ୍ଦ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ପାଟଣାରେ ଚାଞ୍ଚଲ୍ୟ: କାଠ ଫାଳିଆରେ ପିଟି ସ୍ତ୍ରୀଙ୍କୁ ହତ୍ୟା, ସ୍ୱାମୀ ଅଟକ

ପାଟଣା, ୨୯/୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଧୀନ ମଲ୍ଲିପଶି ଭୂମିଜ ସାହିରେ ଶନିବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ…

ନେପାଳ ପରେ, ଚାଇନାରେ ବିପର୍ଯ୍ୟୟ; ୪୯ ଭାରତୀୟ ନିଖୋଜ, ହେଲ୍ପଲାଇନ ନମ୍ବର ଜାରି

ବେଜିଂ,୩୦।୮: ଅଗଷ୍ଟ ୨୬ ରେ ଚାଇନା-ନେପାଳ ସୀମାରେ ଥିବା ଗାଇରୋଙ୍ଗ ବନ୍ଦରରେ ହୋଇଥିବା ଭୂସ୍ଖଳନ ପରେ ପରିସ୍ଥିତି ଜଟିଳ ରହିଛି। ଦକ୍ଷିଣ-ପଶ୍ଚିମ ଚାଇନାର ଜିଜାଙ୍ଗ ସ୍ବୟଂଶାସିତ ଅଞ୍ଚଳର…

ନବାଗତ ଛାତ୍ରୀଛାତ୍ରଙ୍କୁ ସ୍ୱାଗତ: ସାମ୍ବାଦିକତା କେବଳ ଏକ ବିଷୟ ନୁହେଁ, ଏହା ସମାଜ ପ୍ରତି ଦାୟିତ୍ୱବୋଧ ସହ…

ଭଞ୍ଜନଗର, ୩୦/୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ଯୁକ୍ତ ୩ର ନବାଗତ ଛାତ୍ରୀଛାତ୍ରଙ୍କୁ…

ସେକ୍ଟର ମିଟିଂ ଚାଲିଥିବା ବେଳେ ଅଙ୍ଗନବାଡ଼ି କେନ୍ଦ୍ର ଉପରେ ବଜ୍ରପାତ, ୯ କର୍ମୀ…

ପାଟଣା,୩୦ା୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମଲ୍ଲିପୋଷି ଅଙ୍ଗନୱାଡ଼ି କେନ୍ଦ୍ରରେ ବୈଠକ ଚାଲିଥିବା ବେଳେ ବଜ୍ରପାତ ହୋଇଛି । ଶନିବାର ୨୩ ଜଣ ଅଙ୍ଗନୱାଡ଼ି…

ଆଜି ମେଷ-ସିଂହ ରାଶି ଉପରେ ବର୍ଷିବ କୃପା: ଧନଲାଭ ସହ ମିଳିବ ବଡ଼ ଖୁସି ଖବର

୩୦ ଅଗଷ୍ଟ, ରବିବାର ଦିନ ଗ୍ରହ-ନକ୍ଷତ୍ରମାନଙ୍କର ଚାଲ ଦୃଷ୍ଟିରୁ ଅନେକ ରାଶି ପାଇଁ ବିଶେଷ ରହିବାକୁ ଯାଉଛି। ଆଜି କିଛି ଜାତକଙ୍କୁ କ୍ୟାରିୟର ଏବଂ ବ୍ୟବସାୟରେ ଅଗ୍ରଗତିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri