ଗଳିଆ ନଦୀରେ ବିପଦପୂର୍ଣ୍ଣ ଡଙ୍ଗାଯାତ୍ରା

ମହାକାଳପଡ଼ା,୩୦ା୫(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନଦୀ ନାଳ ଘେରା ବତିଘର ପଞ୍ଚାୟତକୁ ସ୍ଥଳପଥରେ ଯାତାୟାତ ପାଇଁ କୌଣସି ସୁବିଧା ନାହିଁ। ଫଳରେ ସ୍ଥାନୀୟ ଲୋକେ ଦୈନଦିନ କାର୍ଯ୍ୟରେ ବ୍ଲକ, ତହସିଲ, ଜିଲା କାର୍ଯ୍ୟାଳୟ ଓ ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ଛାତ୍ରୀଛାତ୍ର କଲେଜ ଯିବାକୁ ହେଲେ ଡଙ୍ଗା ହିଁ ଏକ ମାତ୍ର ଭରସା। ମହାନଦୀ ଶାଖା ଗଳିଆ ନଦୀ ଖରିନାସୀ-ଟୁବି ଫେରିଘାଟରେ ଲୋକମାନେ ଯିବାକୁ ହେଲେ ଦୈନନ୍ଦିନ ବିପଦପୂର୍ଣ୍ଣ ଭାବେ ଡଙ୍ଗାରେ ପାର ହୋଇଥାନ୍ତି। ଯେଉଁ ଫେରିଘାଟ ଡଙ୍ଗାରେ ଯାତ୍ରୀମାନେ ପାର ହେଉଛନ୍ତି ତାହା ସୁରକ୍ଷିତ ଅଛି କି ନାହିଁ ସନ୍ଦେହ ସୃଷ୍ଟି ହେଉଛି। ଡଙ୍ଗାରେ ଯାତ୍ରୀମାନେ ବିନା ଲାଇଫ ଜ୍ୟାକେଟରେ ଯାତାୟାତ କରୁଛନ୍ତି। ଏହି କୁମ୍ଭୀର ଭରା ନଦୀରେ ଯଦି କିଛି ଦୁର୍ଘଟଣା ଘଟେ ସେଥିପାଇଁ କିଏ ଦାୟୀ ରହିବ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ କରାଯାଇଛି।
ସୂଚନାଯୋଗ୍ୟ, ମହାନଦୀ ଓ ତା’ର ଶାଖା ନଦୀଗୁଡ଼ିକରେ ସାମୁଦ୍ରିକ ଜୁଆର ସ୍ରୋତ ଖୁବ୍‌ କ୍ଷୀପ୍ର ଥିବାରୁ ପୂର୍ବରୁ ଅନେକ ଡଙ୍ଗା ଦୁର୍ଘଟଣା ହେବା ନଜିର ରହିଛି। ଅପରପକ୍ଷରେ ବତିଘର ପଞ୍ଚାୟତର ମହାନଦୀ ଶାଖା ନିପାଣିଆଠାରେ ୨୦୧୯ ଜାନୁୟାରୀ ୨ରେ କୁଜଙ୍ଗ ଅଞ୍ଚଳର କେତେଜଣ ପର୍ଯ୍ୟଟକ ନିକଟ ହୁକିଟୋଲାରୁ ବଣଭୋଜି ସାରି ସାରେ ଫେରୁଥିବା ବେଳେ ଡଙ୍ଗା ବୁଡ଼ି ଦୁର୍ଘଟଣାରେ ୧୦ ଜଣ ପର୍ଯ୍ୟଟକଙ୍କ ଜୀବନ ଯାଇଥିଲା। ତଥାପି ସ୍ଥାନୀୟ ପ୍ରଶାସନର ଚେତା ପଶୁନାହିଁ। ଚାଳକଙ୍କ ଲାଇସେନ୍ସ, ଲାଇଫ ଜ୍ୟାକେଟ, ବୋଟ୍‌ ପଞ୍ଜୀକରଣ, ନାମଫଳକ ଓ ଡଙ୍ଗା ଫିଟ୍‌ନେସ୍‌ରେ କିଛି ନ ଥିବା ବେଳେ ଫେରିଘାଟରେ ଡଙ୍ଗା ଚାଲିଛି। ଡଙ୍ଗାର କ୍ଷମତା ତୁଳନାରେ ଅତ୍ୟଧିକ ଯାତ୍ରୀ ପରିବହନ ହେଉଥିବା ଦେଖିବାକୁ ମିଳୁଛି। ଏହି ଫେରିଘାଟରେ ବାର୍ଷିକ ଲକ୍ଷାଧିକ ଟଙ୍କା ରାଜସ୍ବ ମିଳୁଥିବା ବେଳେ ସାଧାରଣ ଲୋକଙ୍କ ଜୀବନ ପ୍ରତି ପ୍ରଶାସନର ନିଘା ନାହିଁ। ତୁରନ୍ତ ଡଙ୍ଗାରେ ଯାତ୍ରୀମାନଙ୍କ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବାକୁ ସାଧାରଣରେ ଦାବି ହେଉଛି। ଏହି ଫେରିଘାଟଟି ପଞ୍ଚାୟତ ଅଧୀନରେ ପରିଚାଳିତ ହେଉଛି। ରାଜ୍ୟ ସରକାରଙ୍କ ନୌଯାତ୍ରୀ ପରିବହନ ୨୦୦୪ ବୋଟ୍‌ ରୁଲ୍‌ ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ସରପଞ୍ଚ ଶିବାନୀ ବିଜୁଳିଙ୍କୁ ପଚାରିବାରେ ଘାଟ ଖୁବ୍‌ଶୀଘ୍ର ନିଲାମ ହେବ। ଘାଟ ହେଉଛି ବତିଘର ପଞ୍ଚାୟତବାସୀଙ୍କ ଲାଇଫ ଲାଇନ। ତେଣୁ ଘାଟୁଆଙ୍କ ଉପରେ ବିଶ୍ୱାସ ରଖି ଡଙ୍ଗାକୁ ଚଳାଚଳ କରାଯାଉଛି। ରାତିରେ ମଧ୍ୟ ରୋଗୀଙ୍କୁ ଡଙ୍ଗା ମାଧ୍ୟମରେ ପାର କରାଯାଇ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥାଏ। ଯାତ୍ରୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ଦୀପାବଳି ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ମିଳିବ ଖୁସି ଖବର, ଏତିକି % ବଢ଼ିବ DA!

ଲକ୍ଷ୍ନୌ,୪।୧୦: ଦୀପାବଳି ପୂର୍ବରୁ ଉତ୍ତରପ୍ରଦେଶର ସରକାରୀ କର୍ମଚାରୀ ଓ ପେନ୍‌ସନର୍‌ଙ୍କୁ ମିଳିପାରେ ଖୁସି ଖବର। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟ କର୍ମଚାରୀଙ୍କ ପାଇଁ ବର୍ଦ୍ଧିତ ମହଙ୍ଗା ଭତ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?