ବିପଦ ଉପରେ ବିପଦ: ଭିଏତ୍‌ନାମ୍‌ରେ ନୂଆ ଭାରିଆଣ୍ଟ୍‌, ତୀବ୍ର ବେଗରେ ବାୟୁରେ ବ୍ୟାପିବ…

ହନୋଇ,୩୦।୫: କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଦ୍ୱିତୀୟ ଲହର ବିପଦ ପରେ ପୁଣି ବିପଦ ମାଡ଼ି ଆସୁଛି। କରୋନାର ନୂଆ ଭାରିଆଣ୍ଟ୍‌ ଏବେ ଆତଙ୍କ ସୃଷ୍ଟି କରୁଛି। ଭିଏତ୍‌ନାମ୍‌ରେ କରୋନାର ଏକ ନୂଆ ଭାରିଆଣ୍ଟ୍‌ ଚିହ୍ନଟ ହୋଇଛି। ଏନେଇ ଶନିବାର ସ୍ଥାନୀୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହି ନୂଆ ଭାରିଆଣ୍ଟ ତୀବ୍ର ବେଗରେ ବାୟୁରେ ବ୍ୟାପିବ ବୋଲି ଭିଏତ୍‌ନାମ୍‌ର ସ୍ବାସ୍ଥ୍ୟମନ୍ତ୍ରୀ ନଗୁୟେନ୍‌ ଥାନ୍‌ହ ଲଙ୍ଗ୍‌ ପ୍ରକାଶ କରିଛନ୍ତି। ବ୍ରିଟେନ୍‌ ଏବଂ ଭାରତରେ ଦେଖାଦେଇଥିବା ଭାରିଆଣ୍ଟର ଏହା ଏକ ପ୍ରକାର ହାଇବ୍ରିଡ୍‌ ଭାରିଆଣ୍ଟ୍‌। ୨୦୨୧ ଏପ୍ରିଲ୍‌ଠାରୁ ଭିଏତ୍‌ନାମ୍‌ରେ ଏହି ନୂଆ ଭାରିଆଣ୍ଟ୍‌ ଯୋଗୁ ୬,୮୫୬ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪୭ ଜଣଙ୍କ ମୃତ୍ୟୁ ଘଟିଛି। ଭିଏତ୍‌ନାମ୍‌ରେ ପୂର୍ବରୁ ବି-୧-୨୨୨, ବି-୧-୬୧୯, ଡି-୬୧୪-ଜି ଏବଂ ବି-୧-୧-୭ ଆଦି ବ୍ରିଟେନ୍‌ ଭାରିଆଣ୍ଟ୍‌ ଚିହ୍ନଟ ହୋଇଥିଲା। ସେହିପରି ଦେଶରେ ବି-୧-୩୫୧, ଏ-୨୩-୧ ଏବଂ ବି-୧-୬୧୭-୨ ଆଦି ଭାରତୀୟ ଭାରିଆଣ୍ଟ୍‌କୁ ମଧ୍ୟ ଚିହ୍ନଟ କରାଯାଇଥିଲା। ତେବେ ଖୁବ୍‌ ଶୀଘ୍ର ନୂଆ ଭାରିଆଣ୍ଟ୍‌ର ଜିନୋମ୍‌ ଡାଟା ପ୍ରକାଶ କରାଯିବ ବୋଲି ନଗୁୟେନ୍‌ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ଜଗଜୀବନ ହସ୍ପିଟାଲର ଡାକ୍ତର ସମେତ ୭ଜଣ ଷ୍ଟାଫ୍‌ ସଂକ୍ରମିତ

ନୂଆଦିଲ୍ଲୀ,୨୪।୪: ଦିଲ୍ଲୀରେ କରୋନା ଭାଇରସ୍‌ ସଂକ୍ରମଣ ତୀବ୍ରଗତିରେ ବ୍ୟାପିବାରେ ଲାଗିଛି। ଶୁକ୍ରବାର ଦିଲ୍ଲୀ ବାବୁ ଜଗଜୀବନ ରାମ ହସ୍ପିଟାଲର ଡାକ୍ତର ସମେତ ୭ଜଣ ଷ୍ଟାଫ୍‌ କରୋନାରେ...

୪୫୦ କିଲୋମିଟର ଚାଲି ଚାଲି ଯାଇ କାର୍ଯ୍ୟରେ ଯୋଗଦେଲେ ଯବାନ

ରାଜଗଡ଼,୩୦।୩: ଉତ୍ତରପ୍ରଦେଶ ଇଟାଓ୍ବାର ଜଣେ ଯବାନ ନିଜ କାର୍ଯ୍ୟକୁ କେତେ ସମ୍ମାନ କରନ୍ତି ତାହା ଏବେ ଦେଖିବାକୁ ମିଳିଛି। ଦିଗବିଜୟ ଶର୍ମା ନାମକ ଜଣେ କନଷ୍ଟେବଳ...

ଆପୋଲୋ-୧୧ ମିଶନ୍‌ର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଦର୍ଶନୀ

ଓ୍ବାଶିଂଟନ୍‌: ଆପୋଲୋ-୧୧ ଚନ୍ଦ୍ରପୃଷ୍ଠକୁ ଜୁଲାଇ ୧୬,୧୯୬୯ ମସିହାରେ ତିନି ଜଣ ମହାକାଶଚାରୀ ନିଲ୍‌ ଆର୍ମଷ୍ଟ୍ରଙ୍ଗ, ଏଡ୍‌ଓ୍ବିନ୍‌ ଆଲ୍‌ଡ୍ରିନ୍‌ ଓ ମାଇକେଲ୍‌ କୋଲିନ୍‌ଙ୍କୁ ନେଇ ଯାଇଥିଲା। ଏହା...

ଖୁବ୍‌ଶୀଘ୍ର ୨ରୁ ୬ବର୍ଷର ପିଲାଙ୍କୁ ଦିଆଯିବ କରୋନା ଟିକା: କୋର୍ବେଭ୍ୟାକ୍ସର ଟ୍ରାଏଲ ଆରମ୍ଭ

ନୂଆଦିଲ୍ଲୀ,୨୩।୨: କରୋନାକୁ ହରାଇବା ପାଇଁ ଦେଶରେ କରୋନା ଟିକା ଅଭିଯାନ ଜାରି ରହିଛି। କରୋନା ଲଢ଼େଇରେ ଭାରତକୁ ନିକଟରେ ଆଉ ଏକ ଅସ୍ତ୍ର ମିଳିଛି। ବାୟୋଲୋଜିକାଲ-ଇ...

ନ୍ୟୁୟର୍କରେ ରେଷ୍ଟୁରାଣ୍ଟ୍‌ ଖୋଲିଲେ ଦେଶୀ ଗର୍ଲ

ନ୍ୟୁୟର୍କ,୭।୩: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନ୍ୟୁୟର୍କରେ ଏକ ଭାରତୀୟ ରେଷ୍ଟୁରାଣ୍ଟ୍‌ ଖୋଲିଛନ୍ତି। ଏହାର ନାମ ସେ ସୋନା ରଖିଛନ୍ତି। ରେଷ୍ଟୁରାଣ୍ଟ୍‌ର ଫଟୋ ସେ ସୋସିଆଲ୍‌...

ଯୁଦ୍ଧ ବନ୍ଦ ପାଇଁ ଜେଲେନ୍‌ସ୍କିଙ୍କ ନିବେଦନ

କିଭ୍‌, ୨୮ା୬: ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ସୋମବାର ଭର୍ଚୁଆଲ ମାଧ୍ୟମରେ ଜି-୭ ସମ୍ମିଳନୀକୁ ଉଦ୍‌ବୋଧନ ଦେଇଛନ୍ତି। ସେ ଜି-୭ ଦେଶଗୁଡ଼ିକୁ ଅଧିକ ସହାୟତା ମାଗିବା...

ୟୁକ୍ରେନ ସୀମାରୁ ରୁଷିଆ ଗୁପ୍ତଚର ଗିରଫ

କ୍ୱିଭ,୫।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ୧୦ ଦିନରେ ପହଞ୍ଚିଛି। ୨ଦେଶ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ହୋଇଥିବା ବେଳେ କୌଣସି...

୧୭ ଲକ୍ଷ ଦିଅ, ଆମେରିକାରେ ଅନୁପ୍ରବେଶ କର…

ଓ୍ବାଶିଂଟନ,୪।୨ : ଆମେରିକୀୟ ସୀମାରେ ଅନୁପ୍ରବେଶ ଖବର ସାମ୍ନାକୁ ଆସୁଛି। କିନ୍ତୁ ଏଥର ଅନୁପ୍ରବେଶକୁ ନେଇ ଏକ ବଡ଼ ପର୍ଦ୍ଦାଫାଶ ହୋଇଛି। ବାସ୍ତବରେ ଆମେରିକାର ସାଂସଦମାନେ...

Advertisement
Archives

Model This Week