ପରିବେଶକୁ ଫ୍ଲାଏ ଆଶ୍‌ ବିପଦ

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ରାଜ୍ୟରେ ଫ୍ଲାଏ ଆଶ୍‌ (ଉଡ଼ନ୍ତା ପାଉଁଶ) ୧୦୦ ପ୍ରତିଶତ ଉପଯୋଗ ହୋଇ ପାରୁନାହିଁ। ଅନେକ ସମୟରେ ପାଉଁଶ ପୋଖରୀ ଭାଙ୍ଗି ଚାଷଜମିରେ ମାଡି ଯାଉଛି। ପରିବେଶ ପାଇଁ ମଧ୍ୟ ଏହା ବିପଦ ସୃଷ୍ଟି କରୁଛି। ଆଇନ ଉଲ୍ଲଂଘନକାରୀ କମ୍ପାନୀଗୁଡିକ ଠାରୁ କ୍ଷତିପୂରଣ ମଧ୍ୟ ଆଦାୟ କରାଯାଇ ପାରୁ ନାହିଁ। ଏହାକୁ ନେଇ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ଉଦ୍‌ବେଗ ପ୍ରକାଶ କରିଛନ୍ତି। ଯେଉଁ ତାପଜ ବିଦ୍ୟୁତ୍‌ ସଂସ୍ଥା ୧୦୦ ପ୍ରତିଶତ ଫ୍ଲାଏ ଆଶ୍‌ ଉପଯୋଗ କରି ପାରୁନାହାନ୍ତି ସେମାନଙ୍କ ଠାରୁ ପରିବେଶ କ୍ଷତିପୂରଣ ରାଶି ସହ ଜରିମାନା ଆଦାୟ କରିବାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ମାସ ନଭେମ୍ବର ୪ରେ ଏହି ମାମଲାର ଶୁଣାଣି କରି ଏନ୍‌ଜିଟି ଏ ଦିଗରେ ପଦକ୍ଷେପ ନେବାକୁ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିିବି)କୁ ନିର୍ଦ୍ଦେଶ ଦେଇଛନ୍ତି। ଏନ୍‌ଜିଟିଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଫ୍ଲାଏ ଆଶ୍‌ ଉଲ୍ଲଂଘନକାରୀଙ୍କ ବିରୋଧରେ ପଦକ୍ଷେପ ନେବାକୁ ସିପିସିବି ପକ୍ଷରୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ପରାମର୍ଶ ଦିଆଯାଇଛି।
ଫ୍ଲାଏ ଆଶ୍‌ ଯୋଗୁ ବାୟୁମଣ୍ଡଳ ପ୍ରଦୂଷଣ ହେବା ସହ ବୃକ୍ଷଲତା ଓ ପ୍ରାଣୀଜଗତ କ୍ଷତିଗ୍ରସ୍ତ ହେଉଛନ୍ତି। ନିକଟସ୍ଥ ଗ୍ରାମର ଲୋକମାନେ ବିଭିନ୍ନ ରୋଗର ଶିକାର ହେବା ସହିତ ଆଶ୍‌ ପଣ୍ଡ(ପାଉଁଶ ପୋଖରୀ) ଭାଙ୍ଗି ଯିବାରୁ ଚାଷଜମି ଉଜୁଡି ଯାଉଛି। ଏହି ମାମଲାର ଶୁଶାଣି କରି ତାପଜ ବିଦ୍ୟୁତ୍‌ କେନ୍ଦ୍ରଗୁଡିକ ୧୦୦ ପ୍ରତିଶତ ଫ୍ଲାଏ ଆଶ୍‌କୁ ଉପଯୋଗ କରିବାକୁ ଏନ୍‌ଜିଟି ନିର୍ଦ୍ଦେଶନାମା ଜାରି କରିଥିଲେ। ତେବେ ଏହି ନିର୍ଦ୍ଦେଶନାମାକୁ ଅନେକ ତାପଜ ବିଦ୍ୟୁତ୍‌ କେନ୍ଦ୍ର ଉଲ୍ଲଂଘନ କରିଛନ୍ତି। ହେଲେ ସେମାନଙ୍କ ଠାରୁ କ୍ଷତିପୂରଣ ରାଶି ଆଦାୟ ହୋଇନାହିଁ। ମିଳିଥିବା ସୂଚନା ଅନୁଯାୟୀ ୧୧୨ଟି ପାଓ୍ବାର ପ୍ଲାଣ୍ଟ ନିୟମ ଉଲ୍ଲଂଘନ କରିଥିଲେ ମଧ୍ୟ ମାତ୍ର ୨ଟି ପ୍ଲାଣ୍ଟ କ୍ଷତିପୂରଣ ପ୍ରଦାନ କରିଛନ୍ତି। ୧୦୨ଟି ପ୍ଲାଣ୍ଟ ଏହାକୁ ଛାଡ଼ କରିବାକୁ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ଫ୍ଲାଏ ଆଶ୍‌କୁ ବୈଜ୍ଞାନିକ ପଦ୍ଧତିରେ ନଷ୍ଟ କରିବାକୁ ତାପଜ ବିଦ୍ୟୁତ୍‌ କେନ୍ଦ୍ରଗୁଡିକୁ ପରାମର୍ଶ ଦିଆଯାଇଛି। ଯେଉଁମାନେ ଏହାକୁ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ ଜରିମାନା କରିବାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ କେତେ ଟଙ୍କା ଜରିମାନା ରାଶି ଦେବାକୁ ହେବ ସେ ନେଇ ସିପିସିବି ତୁରନ୍ତ ଧାର୍ଯ୍ୟ କରିବାକୁ ଏନ୍‌ଜିଟି କହିଛନ୍ତି। ଏଥିସହିତ ପ୍ରତ୍ୟେକ ପାଓ୍ବାର ପ୍ଲାଣ୍ଟର ଫ୍ଲାଏ ଆଶ୍‌ ଉତ୍ପାଦନକୁ ଯାଞ୍ଚ କରିବାକୁ ଏନ୍‌ଜିଟି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନା ଯୋଗ୍ୟ ଯେ, ଦିଲ୍ଲୀସ୍ଥିତ ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନଭାଇରନ୍‌ମେଣ୍ଟ (ସିଏସ୍‌ଇ) ଦ୍ୱାରା କରାଯାଇଥିବା ସର୍ଭେ ଅନୁଯାୟୀ ଗତ ୧୦ ବର୍ଷ ମଧ୍ୟରେ ଦେଶରେ ଥିବା ତାପଜ ବିଦ୍ୟୁତ୍‌ କେନ୍ଦ୍ରଗୁଡିିକରେ ୬୨୭ ନିୟୁତ ଟନ୍‌ ପାଉଁଶ ଗଚ୍ଛିତ ହୋଇରହିଛି। ଗତ କିଛିବର୍ଷ ହେବ ଦେଶରେ ବିଭିନ୍ନ ତାପଜ ବିଦ୍ୟୁତ୍‌ କେନ୍ଦ୍ରଗୁଡିକରୁ ବର୍ଷକୁ ପ୍ରାୟ ୨୦୦ ନିୟୁତ ଟନ୍‌ ପାଉଁଶ ଉତ୍ପାଦିତ ହେଉଛି। ୨୦୦୯-୧୦ରୁ ୨୦୧୮-୧୯ ମଧ୍ୟରେ ପାଓ୍ବାର ପ୍ଲାଣ୍ଟଗୁଡିକରେ କୋଇଲା ବ୍ୟବହାର ବାର୍ଷିକ ୩୬୭ ନିୟୁତ ଟନ୍‌ରୁ ୬୨୯ ନିୟୁତ ଟନ୍‌କୁ ବୃଦ୍ଧି ପାଇଛି।
ଓଡ଼ିଶାରେ ଫ୍ଲାଏ ଆଶ୍‌ ଉତ୍ପାଦନ ଗତ କିଛିବର୍ଷ ହେବ ବହୁ ମାତ୍ରାରେ ବୃଦ୍ଧି ପାଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୫ ବର୍ଷରେ ୮୦ ନିୟୁତ ଟନ୍‌ ପାଉଁଶ ଉତ୍ପାଦନ ବୃଦ୍ଧି ହୋଇଛି। ରାଜ୍ୟରେ ଥିବା ୧୦ ମେଗାଓ୍ବାଟ୍‌ରୁ ୩ ହଜାର ମେଗାଓ୍ବାଟ୍‌ ୪୦ ତାପଜ ବିଦ୍ୟୁତ୍‌ କେନ୍ଦ୍ରରୁ ବାର୍ଷିକ ୩୨.୫୫ ନିୟୁତ ଟନ୍‌ ଫ୍ଲାଏ ଆଶ୍‌ ଉତ୍ପାଦନ ହେଉଛି। ସେଥିରୁ ୨୨ ନିୟୁତ ଟନ୍‌ ବିନିଯୋଗ କରାଯାଉଛି। ଅର୍ଥାତ୍‌ ଉତ୍ପାଦିତ ହେଉଥିବା ଫ୍ଲାଏ ଆଶ୍‌ ମଧ୍ୟରୁ ମାତ୍ର ୬୭.୮୩ ପ୍ରତିଶତ ବ୍ୟବହାର କରାଯାଉଛି। ରାସ୍ତା ନିର୍ମାଣ, ଇଟା ତିଆରି, ଖାଲ ଜାଗା ପୂରଣ କରିବା ଆଦିରେ ଏହାକୁ ବ୍ୟବହାର କରାଯାଉଛି। ୧୦୦ ପ୍ରତିଶତ ବିନିଯୋଗ ପାଇଁ ଉଦ୍ୟମ ଜାରି ରହିଛି ବୋଲି ରାଜ୍ୟ ପ୍ରଦୂଷଣ ବୋର୍ଡର ଜଣେ ବରିଷ୍ଠ ବୈଜ୍ଞାନିକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଈଶାନ କିଶନଙ୍କ ବିବାହ ପକ୍କା, ବିଶ୍ୱକପ୍‌ ପରେ ଏହି ସୁନ୍ଦରୀଙ୍କ ଧରିବେ ହାତ; ବୋହୂ ଭାବେ…

ନୂଆଦିଲ୍ଲୀ,୧୫।୨: ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ହାଇଭୋଲଟେଜ୍‌ ମ୍ୟାଚ୍‌ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ, କ୍ରିକେଟର ଈଶାନ କିଶନଙ୍କ ବିବାହକୁ ନେଇ ଆସିଛି ଏକ ବଡ଼ ଅପଡେଟ।…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

OSRTC ବସ୍‌ ଦୁର୍ଘଟଣା: ୨୯ ଯାତ୍ରୀଙ୍କ ମଧ୍ୟରୁ…

କୋରାପୁଟ/ପଟ୍ଟାଙ୍ଗି,୧୫ା୨(ଅମିତାଭ ବେହେରା/ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ପଡ଼ୋଶୀ ଆନ୍ଧ୍ର ରାଜ୍ୟ ସାଲୁର୍‌ ବାଇପାସ ରାସ୍ତାରେ ଶନିବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଓଡ଼ିଶା…

ଗଞ୍ଜାମ ଉତ୍ସବମୁଖର: ଶିବାଳୟରେ ଭକ୍ତଙ୍କ ପ୍ରବଳ ଭିଡ଼

ଗଞ୍ଜାମ,୧୫ା୨(ଅନାଥ ତରାଇ): ପବିତ୍ର ମହାଶିବରାତ୍ରି ଅବସରରେ ରବିବାର ଗଞ୍ଜାମ ସହର ଉତ୍ସବମୁଖର ହୋଇଉଠିଛି। ସ୍ଥାନୀୟ ପ୍ରସିଦ୍ଧ ଖଣ୍ଡେଶ୍ୱର ମନ୍ଦିରରେ ଭୋର୍‌ ସମୟରୁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ…

ମହାଶିବରାତ୍ରିରେ ଏହି ୩ ରାଶିର ଖୋଲିବ ଭାଗ୍ୟ, ପାଖକୁ ଆସିବ ପ୍ରଚୁର ଟଙ୍କା

ଶିବ ପୁରାଣ ଅନୁସାରେ ଭଗବାନ ଶିବ ବିଷ୍ଣୁ ଏବଂ ବ୍ରହ୍ମାଙ୍କ ସମ୍ମୁଖରେ ଏକ ଲିଙ୍ଗ ରୂପରେ ପ୍ରକଟ ହୋଇଥିଲେ। ସେହି ଦିନ ଫାଲ୍‌ଗୁନ ମାସର କୃଷ୍ଣପକ୍ଷର ଚତୁର୍ଦ୍ଦଶୀ…

ଦେବଗଡ଼ର ପରିତ୍ୟକ୍ତ ଶିଶୁ ବଢ଼ିବ ଆମେରିକାରେ, ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି…

ଦେବଗଡ଼,୧୫ା୨(ଶଶାଙ୍କ ଶେଖର ଝାଙ୍କର): ଜିଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ଆବେଦନ ଓ ଜିଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅନୁମୋଦନ ପରେ ବିଗତ ତିନି ବର୍ଷରୁ…

ଟ୍ରେନ୍‌ ଲାଇନ୍‌ ପାର ସମୟରେ ବୃଦ୍ଧଙ୍କୁ ଧକ୍କା ଦେଲା ଟ୍ରେନ୍‌, ଚାଲିଗଲା ଜୀବନ

ଲଖନପୁର,୧୫ା୨(ଗୌତମ ସାହୁ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ସୀମାନ୍ତ କନକତୋରା ଗ୍ରାମର ଫଲ୍ଲବ ପଧାନ(୬୨) ନିକଟସ୍ଥ ପଡ଼ୋଶୀ ରାଜ୍ୟ ଏକତାଳ କ୍ରିକେଟ ପଡ଼ିଆ ପାର୍ଶ୍ୱରେ ଯାଇଥିବା ଏନଟିପିସି…

ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି: ବେଲେଶ୍ୱର ପୀଠରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ…

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri