Posted inଜାତୀୟ

ବିପଦ ଉପରେ ବିପଦ: ପୁଣି ଥରିଲା ମୁମ୍ବାଇ

ମୁମ୍ବାଇ, ୭।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଥିବାବେଳେ ଏବେ ବିପଦ ଉପରେ ବିପଦ ଆସିବାରେ ଲାଗିଛି। ୩ ଦିନରେ ଏଠାରେ ୩ ଥର ଭୂକମ୍ପ ଅନୁଭୁତ ହୋଇଛି। ସୋମବାର ସକାଳ ୮ଟାରେ ମୁମ୍ବାଇରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ଥିଲା ବୋଲି ଜାତୀୟ ଭୂଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଭୂକମ୍ପର କେନ୍ଦ୍ର ମୁମ୍ବାଇର ଦକ୍ଷିଣରେ ୧୦୨ କିଲୋମିଟର ଦୂରରେ ଥିଲା ବୋଲି ଅନୁମାନ କରାଯାଇଛି। ଭୂକମ୍ପ ହେବାରୁ ଲୋକେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ। ଏହା ପୂର୍ବରୁ ସେପ୍ଟେମ୍ବର ୫ରେ ଭୋର୍‌ ସମୟରେ ମୁମ୍ବାଇରେ ଭୂକମ୍ପ ଅନୁଭୁତ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୨.୭ ଥିଲା। ଏହାର କେନ୍ଦ୍ର ମୁମ୍ବାଇର ଉତ୍ତରରେ ୯୮ କିଲୋମିଟର ଦୂରରେ ଥିଲା ବୋଲି ଅନୁମାନ କରାଯାଇଥିଲା। ଶୁକ୍ରବାର ରାତ୍ର ୧୧ଟା ୪୧ରେ ନାସିକର ପଶ୍ଚିମରେ ୯୮ କିଲୋମିଟର ଦୂରରେ ୪.୦ ତୀବ୍ରତାଯୁକ୍ତ ଭୂକମ୍ପ ଅନୁଭୁତ ହୋଇଥିଲା। ଏଠାରେ ଲଗାତାର ଭୂକମ୍ପ ହେଉଥିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୭ ମେସିନ୍‌ ଜଳାଇଲେ ମାଓବାଦୀ

ମୁମ୍ବାଇ,୧।୫: ମହାରାଷ୍ଟ୍ର ଗାଡଚିରୋଲି ଜିଲାରେ ମାଓବାଦୀମାନେ ବୁଧବାର ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ୨୭ଟି ମେସିନ୍‌ରେ ନିଆଁ ଲଗାଇ ଜଳାଇ ଦେଇଛନ୍ତି। ସ୍ଥାନୀୟ କୁରୁଖେଦାରେ ଘଟିଛି...

କଂଗ୍ରେସ ନେତାଙ୍କୁ ଗୁଳିକରି ହତ୍ୟା

ଆଲିଗଡ଼, ୧୭ା୧୦(ପି.ଟି.): ଉତ୍ତରପ୍ରଦେଶର ଆଲିଗଡ଼ ଜିଲାରେ ଜଣେ ସ୍ଥାନୀୟ କଂଗ୍ରେସ ନେତାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଜମି ବିବାଦକୁ ନେଇ ଏଭଳି ଗୁଳିମାଡ଼ କରାଯାଇଥିବା ଜଣାପଡ଼ିଛି।...

ନଜରବନ୍ଦୀରେ ଓମାର ପାଳିରେ ୫୦ତମ ଜନ୍ମ ଦିବସ: ସାକ୍ଷାତ୍‌ ଲାଗି ପିତା ଫାରୁକ୍‌ଙ୍କୁ ବି ମିଳିଲାନି ଅନୁମତି

ଶ୍ରୀନଗର,୧୧।୩: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲା ୨୦୧୯ ଅଗଷ୍ଟ ୫ଠାରୁ ନଜରବନ୍ଦୀରେ ଅଛନ୍ତି। ନିଜ ଜନ୍ମଦିନକୁ ଓମାର ଧୁମ୍‌ଧାମ୍‌ରେ ପାଳନ କରିଥାନ୍ତି। ତେବେ ଚଳିତ...

ସଞ୍ଜୟ ରାଉତଙ୍କ ସ୍ତ୍ରୀଙ୍କୁ ଇଡିର ସମନ

ମୁମ୍ବାଇ,୨୭।୧୨: ଶିବସେନା ନେତା ତଥା ରାଜ୍ୟ ସଭା ଏମ୍‌ପି ସଞ୍ଜୟ ରାଉତଙ୍କ ସ୍ତ୍ରୀ ବର୍ଷା ରାଉତଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ନୋଟିସ ପଠାଯାଇଛି। ପିଏମସି...

ମହାରାଷ୍ଟ୍ର ସରକାରଙ୍କୁ ନୋଟିସ

ନୂଆଦିଲ୍ଲୀ,୧୩ା୭(ଆଇଏଏନ୍‌ଏସ୍‌): ମରାଠାମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ଉପରେ ରହିତାଦେଶ ଦେବାକୁ ସୁପ୍ରିମକୋର୍ଟ ଶୁକ୍ରବାର ମନା କରିଦେଇଛନ୍ତି। ଏହି ସମ୍ପ୍ରଦାୟ ପାଇଁ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ...

ଉତ୍ତରପ୍ରଦେଶରେ ତିଆରି ହେଲା ୩୪ଟି ଅସ୍ଥାୟୀ ଜେଲ

ଲକ୍ଷ୍ନୌ,୨୩।୪: ଉତ୍ତରପ୍ରଦେଶ ସରକାର ରାଜ୍ୟରେ ୩୪ଟି ଅସ୍ଥାୟୀ ଜେଲ ସ୍ଥାପନା କରିଛନ୍ତି। ଲକ୍ଷ୍ନୌର କଶ୍ମୀରି ମୋହଲ୍ଲା ମ୍ୟୁନସିପାଲ ବାଳିକା ଇଣ୍ଟର କଲେଜ ଓ ସହରର ବିଭିନ୍ନ...

ତେଲ ଭରିବା ସମୟରେ କାର୍‌ରେ ଲାଗିଲା ନିଆଁ, ହିରୋ ସାଜି ଲୋକଙ୍କ ଜୀବନ ବଞ୍ଚାଇଲେ ଏହି ଯୁବକ; ଛୁଟୁଛି ପ୍ରଶଂସାର ସୁଅ

ଭୋପାଳ,୨୧ା୧୦: ମଧ୍ୟପ୍ରଦେଶର ବାଲାଘାଟରେ ଜଣେ ଯୁବକଙ୍କ ଦୁଃସାହସିକ ସାହସ ଯୋଗୁ ଏକ ବଡ଼ ଧରଣର ବିପଦ ଟଳି ଯାଇଛି। ବାଲାଘାଟ ଅଞ୍ଚଳରେ ଥିବା ପେଟ୍ରୋଲ ପମ୍ପରେ...

ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେଙ୍କ ବିରୋଧରେ ବଳାତ୍କାର ଅଭିଯୋଗ

ମୁମ୍ବାଇ,୧୩ ।୧: ମହାରାଷ୍ଟ୍ର ସରକାରରେ କ୍ୟାବିନେଟ ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେଙ୍କ ଉପରେ ଜଣେ ଗାୟିକା ବଳାତ୍କାର ଅଭିଯୋଗ ଆଣିଛନ୍ତି । ଯୁବତୀ ଜଣକ ମୁମ୍ବାଇର ଓଶିବରା...

Play 250+ Trending Games
Archives

Model This Week

Why Dharitri