୨୬ କମ୍ପାନୀର ଘରୋଇକରଣ ହେବ

ନୂଆଦିଲ୍ଲୀ,୭।୯ : ପ୍ରାୟ ୨୩ ରାଷ୍ଟ୍ରାୟତ୍ତ କମ୍ପାନୀର ଘରୋଇକରଣ କରିବା ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଜୁଲାଇ ୨୭ରେ ଘୋଷଣା କରିଥିଲେ। ଏ ନେଇ ସରକାର ବର୍ତ୍ତମାନ ପ୍ରସ୍ତୁତି କରୁଛନ୍ତି। ଏ ସଂକ୍ରାନ୍ତ ପ୍ରସ୍ତାବକୁ ବର୍ତ୍ତମାନ ମଞ୍ଜୁରୀ ମିଳିଥିବା ଜଣାପଡିଛି। କେଉଁ କେଉଁ କମ୍ପାନୀଗୁଡିକର ଘରୋଇକରଣ କରାଯିବ ସେ ନେଇ ଚୂଡାନ୍ତ ମଧ୍ୟ କରାଯାଇଛି। ଏ ସଂକ୍ରାନ୍ତରେ ସରକାରଙ୍କୁ ଆର୍‌ଟିଆଇରେ ତଥ୍ୟ ମଗାଯାଇଥିଲା। ସରକାର ପ୍ରାଥମିକ ପର୍ଯ୍ୟାୟରେ ପ୍ରାୟ ୨୩ କମ୍ପାନୀର ଘରୋଇକରଣ ନେଇ ଯୋଜନା ରଖିଥିବା ବେଳେ ମିଳିଥିବା ତାଲିକାରେ ପ୍ରାୟ ୨୬ କମ୍ପାନୀଙ୍କ ନାମ ରହିଛି। ଏହି କମ୍ପାନୀଗୁଡିକ ମଧ୍ୟରୁ ପ୍ରାୟ ୨୩ଟିର ଆଗ ଘରୋଇକରଣ ହେବ ବୋଲି ସରକାର ଘୋଷଣା କରିସାରିଛନ୍ତି।
କମ୍ପାନୀଗୁଡିକ ମଧ୍ୟରେ ପ୍ରୋଜେକ୍ଟ ଆଣ୍ଡ ଡେଭଲପମେଣ୍ଟ ଇଣ୍ଡିଆ ଲିମିଟେଡ, ଇଞ୍ଜିନିୟରିଂ ପ୍ରୋଜେକ୍ଟ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ, ପଓ୍ବନ ହଂସ, ବିଆର୍‌ ଆଣ୍ଡ କମ୍ପାନୀ, ଏୟାର ଇଣ୍ଡିଆ, ସେଣ୍ଟ୍ରାଲ ଇଲେକଟ୍ରୋନିକ୍ସ, ସିମେଣ୍ଟ କର୍ପୋରେଶନ ଇଣ୍ଡିଆ, ଇଣ୍ଡିଆନ ମେଡିସିନ ଆଣ୍ଡ ଫାର୍ମାସିଟିକାଲ କର୍ପୋରେଶନ, ସାଲେମ, ଦୁର୍ଗାପୁର ଏବଂ ଭଦ୍ରାବତୀ ଷ୍ଟିଲ ପ୍ଲାଣ୍ଟ, ଫେରୋସ୍କ୍ରାପ ନିଗମ ଲିମିଟେଡ, ନଗରନାର ଷ୍ଟିଲ ପ୍ଲାଣ୍ଟ ଏବଂ ବିଇଏମ୍‌ଏଲ୍‌ ରହିଛି। ସେହିଭଳି ଏଚ୍‌ଏଲ୍‌ଏଲ୍‌, ବିପିସିଏଲ୍‌, ଶପିଂ କର୍ପୋରେଶନ, କନକର, ନିଳାଚଳ ଇସ୍ପାତ, ହିନ୍ଦୁସ୍ତାନ ପ୍ରିଫାବ, ଭାରତ ପମ୍ପ ଏବଂ କମ୍ପ୍ରେସର, ସ୍କୁଟର ଇଣ୍ଡିଆ, ହିନ୍ଦୁସ୍ତାନ ନ୍ୟୁଜ ପ୍ରିଣ୍ଟ, କର୍ନାଟକ ଆଣ୍ଟିବାୟୋଟିକ ଫାର୍ମାସିଟିକାଲ, ବେଙ୍ଗଲ ଫାର୍ମାସିଟିକାଲ, ହିନ୍ଦୁସ୍ତାନ ଆଣ୍ଟି ବାୟୋଟିକ୍ସ, ହିନ୍ଦୁସ୍ତାନ ଟୁରିଜିମ ଡେଭଲପମେଣ୍ଟ କର୍ପୋରେଶନ ଏବଂ ହିନ୍ଦୁସ୍ତାନ ଫ୍ଲୋରା କାର୍ବନ ଲିମିଟେଡ ଭଳି କମ୍ପାନୀ ଏଥିରେ ସ୍ଥାନିତ ହୋଇଥିବା ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri