ଦଣ୍ଡାସି କୁଳର ଆଲୋଚନା ସଭା: କର୍ମକର୍ତ୍ତା ଚୟନ, ନୂତନ ସଭାପତି ଭାବେ ନିର୍ବାଚିତ ହେଲେ…

ଦିଗପହଣ୍ଡି, ୧୩।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବଡଡୁମ୍ବୁଳା ଗ୍ରାମରେ ଦଣ୍ଡାସି କୁଳ ବଡ଼ଖେମୁଣ୍ଡି ମୁଠା ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ମା’ ସିଦ୍ଧ ବାଙ୍କେଶ୍ୱରୀ ମନ୍ଦିର ସଂଲଗ୍ନ କଲ୍ୟାଣ ମଣ୍ଡପରେ ଆୟୋଜିତ ଏହି ସଭାରେ କୁଳର ସାଙ୍ଗଠନିକ ସୁଦୃଢ଼ୀକରଣ ଏବଂ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ସଭାରେ କୁଳର ଅଭିବୃଦ୍ଧି ପାଇଁ ନୂତନ କର୍ମକର୍ତ୍ତାଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା। ପ୍ରମୋଦ ନାୟକଙ୍କୁ ଦଣ୍ଡାସି କୁଳର ବଡ଼ଖେମୁଣ୍ଡି ତାଲୁକା ବଡ଼ଡୁମ୍ବୁଳା ମୁଠା ସଭାପତି ଭାବେ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିବା ବେଳେ ଉପସଭାପତି ଭାବେ ଦେବରାଜ ନାୟକ, କୋଷାଧ୍ୟକ୍ଷ ଭାବେ ବାରିକ ନାୟକ ଏବଂ କୁଳ ବେହେରା ଭାବେ ପଞ୍ଚାନନ ନାୟକଙ୍କୁ ଚୟନ କରାଯାଇଥିଲା।

ସଭାରେ ଦଣ୍ଡାସି କୁଳର ବିଭିନ୍ନ ସାଙ୍ଗଠନିକ ସମସ୍ୟା ଉପରେ ଆଲୋକପାତ କରାଯିବା ସହ ସାମାଜିକ ବିକାଶ ପାଇଁ ଏକାଧିକ ପ୍ରସ୍ତାବ ଗୃହୀତ ହୋଇଥିଲା। ଏହି ଅବସରରେ କାଳୁ ନାୟକ, ଅଭି ନାୟକ, ରାଜେନ୍ଦ୍ର ନାୟକ, ଏବଂ ସନିଆ ନାୟକଙ୍କ ସମେତ କୁଳର ବହୁ ସଂଖ୍ୟକ ସଭ୍ୟ ଉପସ୍ଥିତ ରହି ନିଜ ନିଜର ମତାମତ ରଖିଥିଲେ। କୁଳର ଏକତା ଏବଂ ସାମାଜିକ ସଂସ୍କାରକୁ ପ୍ରାଧାନ୍ୟ ଦେବା ପାଇଁ ସଭାରେ ସଂକଳ୍ପ ନିଆଯାଇଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗୁଣପୁରରେ ଅଖଣ୍ଡ ଭାରତ ଦିବସ: ତ୍ରିରଙ୍ଗା ଯାତ୍ରାରେ ବାହାରି ମହାପୁରୁଷଙ୍କ ବଳିଦାନକୁ ନେଇ…

ଗୁଣପୁର,୧୪ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୁରୁଣା ବସ୍‌ଷ୍ଟାଣ୍ଡଠାରେ ଶୁକ୍ରବାର ଅଖଣ୍ଡ ଭାରତ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଭାଜପା ଜିଲା ସଭାପତି ଗୋପୀ ଆନନ୍ଦ…

ପାନୀୟ ଜଳ ପାଇଁ ଯିବାକୁ ପଡୁଛି ୨ କିମି, ଏସ୍‌ଡିପିଓ କହିଲେ ଯୁଦ୍ଧକାଳୀନ ଭିତ୍ତିରେ ଆଜି…

କେସିଙ୍ଗା,୧୪ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ମଖାପଳା ଗ୍ରାମରେ ଦୀର୍ଘଦିନରୁ ପାନୀୟଜଳ ସମସ୍ୟା ରହିଛି। ଏହି ଅଞ୍ଚଳରେ ନଳକୂପ ଖୋଳିଲେ ମଧ୍ୟ ପାଣି ବାହାରୁନାହିଁ। ଗ୍ରାମରୁ…

ତାଳଚେର-ପୁରୀ ମେମୁ ପାସେଞ୍ଜର ଲାଇନ୍‌ଚ୍ୟୁତ

ପୁରୀ,୧୪ା୮(ଅଜିତ କୁମାର ମହାନ୍ତି): ପୁରୀ ଷ୍ଟେଶନ ନିକଟରେ ତାଳଚେରରୁ ପୁରୀ ଆସୁଥିବା ମେମୁ ପାସେଞ୍ଜର ଟ୍ରେନ ପୁରୀ ଷ୍ଟେଶନରୁ ମାତ୍ର ୫୦୦ ମିଟର ଦୂରରେ ଲାଇନଚ୍ୟୁତ ହୋଇଛି।…

ବରାଳ ବାଲୁଙ୍କେଶ୍ୱର ମନ୍ଦିର ବିକାଶ ପାଇଁ ୮୫ ଲକ୍ଷ ଟଙ୍କା ମଞ୍ଜୁର

ସାକ୍ଷୀଗୋପାଳ,୧୪ା୮(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସତ୍ୟବାଦୀ ବ୍ଲକର ବରାଳ ଗ୍ରାମର ପୁରାଣ ପ୍ରସିଦ୍ଧ ବାଲୁଙ୍କେଶ୍ୱର ଦେବ ମନ୍ଦିରକୁ ଦିନକୁ ଦିନ ଶ୍ରଦ୍ଧାଳୁମାନଙ୍କ ସମାଗମ ବୃଦ୍ଧି…

୭ ଦିନ ବନ୍ଦ ରହିବ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ: ପଛରେ ରହିଛି ଏମିତି କାରଣ

ଭଞ୍ଜନଗର,୧୪।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ପରିସରରେ ହୋଇଥିବା ରାଜ୍ୟର ଏକ ମାତ୍ର ସରକାରୀ ୱାଟର ପାର୍କକୁ ଗତ ମାସରେ ଅନିର୍ଦ୍ଦିଷ୍ଟ…

ରାଇକିଆରେ ସ୍ବାଧୀନତା ଦିବସ ପାଳନ ନେଇ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ଦେଶ ଭକ୍ତିର ନାରା ଦେଇ…

ରାଇକିଆ,୧୪ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ୍‌ରେ ସ୍ବାଧୀନତା ଦିବସ ପାଳନକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୁକ୍ରବାର ରାଇକିଆ ପଞ୍ଚାୟତ ସମିତି, ବ୍ଲକ ଭାଜପା…

ଜିଲା ମୁଖ୍ୟ ଚିକିତ୍ସାଳୟ ଖାଦ୍ୟରେ ଝିଟିପିଟି

ସମ୍ବଲପୁର,୧୪ା୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ର ମେଡିସିନ୍‌(ଭେଷଜ) ୱାର୍ଡରେ ରୋଗୀଙ୍କ ଜଳଖିଆ ତରକାରୀରୁ ମୃତ ଝିଟିପିଟି ବାହାରିବା ଘଟଣାରେ ଏଠାରେ ଗଭୀର ଆଲୋଡନ୍‌ ସୃଷ୍ଟି…

ପାଣିରେ ବୁଡ଼ିରହିଛି ଚାଷଜମି, ଉଜୁଡ଼ିଲା ଖରିଫ ଫସଲ

ଡେରାବିଶ,୧୪ା୮(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲ୍ଳକର ଚାଷୀମାନେ ଜୁନ୍‌ ଦ୍ୱିତୀୟ ସପ୍ତାହରୁ ଖରିଫ୍‌ ଚାଷ ପାଇଁ ବିହନ ବୁଣା ପ୍ରକ୍ରିୟା ଆରମ୍ଭ କରିଥିଲେ। ଜୁଲାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri