କାଷ୍ଠା ଉପବାସର ପର୍ବ ଦଣ୍ଡଯାତ୍ରା

ନୟାଗଡ଼ ଅଫିସ:୧୩ା୪: କାଷ୍ଠା ଉପବାସ ରହି ଅଗ୍ନିଦଣ୍ଡ ଧରି ଦିନତମାମ ରୌଦ୍ର ତାପରେ ଅବିଶ୍ରାନ୍ତ ଯାତ୍ରା ହେଉଛି ଦଣ୍ଡଯାତ୍ରା। ଏହାର ଠାକୁର କାମନାବର ବା ବାନାମ୍ବର ଏବଂ ଉପାସନାକାରୀ ଦଣ୍ଡୁଆ (ଭଗତା) ରୂପେ ପରିଚିତ। ଏହି ପର୍ବ ନୟାଗଡ଼ ସହର ସମେତ ଜିଲାର ବିଭିନ୍ନ ଗଁାରେ ମୀନ ସଂକ୍ରାନ୍ତିରୁ ମହା ବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ପରମ୍ପରା ମୁତାବକ ପାଳିତ ହୋଇ ଆସୁଛି। ଦଣ୍ଡଯାତ୍ରା ମାଧ୍ୟମରେ ହରପାର୍ବତୀଙ୍କ ମହିମା କାହିଁ କେଉଁ କାଳରୁ ପ୍ରଚାର ଓ ପ୍ରସାର ହୋଇଆସୁଛି। ଦଣ୍ଡପୂଜା ପାଇଁ ପୀଠାଧିଶ ମହାଦେବଙ୍କଠାରୁ ଆଜ୍ଞାମାଳ ପ୍ରାପ୍ତି, ନିଶାର୍ଦ୍ଧରେ ଚୋରାପାଣି ତୋଳା ପ୍ରଭୃତି ବିଭିନ୍ନ କଟକଣା ସହକାରେ ଦେବନୀତି ପାଳନ କରାଯାଇଥାଏ। ପାଣି ତୋଳାଠାରୁ ଗୃହତ୍ୟାଗୀ ଦଣ୍ଡୁଆମାନେ କାମନା ଘରେ ରୁହନ୍ତି। ଅମୃତ ଜଡୁ ଭିତରେ କାମନାବର/ବାନାମ୍ବରଙ୍କ ଦଣ୍ଡବେତକୁ ସ୍ଥାପନ କରି ପାଟ ଭଗତା ଠାକୁରଙ୍କୁ ଧରିଥାନ୍ତି। ଦଣ୍ଡୁଆମାନେ କାମନାବରଙ୍କୁ ନବବସ୍ତ୍ର ପରିଧାନ କରାଇ ମସ୍ତକରେ କାଠଚମ୍ପା, ଅରଖ ଫୁଲରେ ଟାହିଆ ଖଞ୍ଜିଥାନ୍ତି। ୨ଜଣ ଦଣ୍ଡୁଆ ମାଟିଦଣ୍ଡ ମଶାଲରେ ଝୁଣା ଧୂପ ପକାଇ ନାଟୁଆଙ୍କ ପରି ନାଚିନାଚି ଯାଉଥାନ୍ତି। ଆଉ ଜଣେ ଦଣ୍ଡୁଆ ହାଣ୍ଡିରେ ଝୁଣାଗୁଣ୍ଡ ଧରି ସାଙ୍ଗରେ ଯାଉଥାନ୍ତି। ଢ଼ୋଲ, ତାସ, ଝାଞ୍ଜ ଶବ୍ଦର ଏକ ଆଧ୍ୟାମତ୍ିକ ପରିବେଶରେ ଦଣ୍ଡୁଆମାନେ ଗ୍ରାମର ମଙ୍ଗଳ ପାଇଁ ହକ ଦେଇଥାନ୍ତି। ହୋ ତେର ଭକତେ ଭକ୍ତର ମନସ୍କାମନା ପୂରଣ କରହେ, ବ୍ୟାଧିମୁକ୍ତ ରଖ ହେ, ଶରୀର ଆରୋଗ୍ୟ ରଖହେ କହି ଗ୍ରାମ୍ୟ ପରିକ୍ରମା କରି ଠାକୁରଙ୍କ ପ୍ରସାଦ ଧୂପ ସମସ୍ତଙ୍କୁ ପ୍ରଦାନ କରିଥାନ୍ତି। ଏହି ଯାତ୍ରା ନିର୍ଦ୍ଦିଷ୍ଟ ଗ୍ରାମ ମଧ୍ୟରେ ସୀମାବଦ୍ଧ ନୁହେଁ। ଗୋଟିଏ ଗ୍ରାମର ଠାକୁରଙ୍କୁ ଆଉ ଏକ ଗଁା ବରଣ କରି ନେଇଥାନ୍ତି।
ମଧ୍ୟାହ୍ନର ଧୂ ଧୂ ଖରାରେ ଗଁା ଭିତରେ ଦଣ୍ଡୁଆମାନେ ଧୂଳି ଦଣ୍ଡ ଖେଳନ୍ତି। ଠାକୁର ଚାଷୀର ନୂଆବର୍ଷ ପାଇଁ ଧାନବୁଣା ଆରମ୍ଭ କରନ୍ତି। ଗଁା ଦାଣ୍ଡର ତାତିଲା ବାଲିରେ ଦଣ୍ଡୁଆମାନେ କୃଷିକର୍ମ କରିଥାନ୍ତି। ମଣିଷକୁ ଲଙ୍ଗଳ, ଦଉଡି, ଜୁହାଳୀ, ବଳଦ, ମଇ, ଲଙ୍ଗଳ କରାଇ ଚାଷ, ବେଉଷଣ, ମଇଦିଆ, କମଣ, ବଛା, ଖେଳୁଆ ସାରି କ୍ଷେତ କାଟି ଫସଲ ଅମଳ କରିଥାନ୍ତି। ଢ଼ୋଲମାଡର ତାଳେତାଳେ ଦଣ୍ଡୁଆମାନଙ୍କର ହଳୁଆ ଗୀତ ବେଶ୍‌ ସୁମଧୁର ହୋଇଥାଏ। ଏହି ଧୂଳିଦଣ୍ଡ ଖେଳ ସହର ଓ ଗ୍ରାମଗୁଡିକରେ ଭକ୍ତି ଭାବର ମନୋଜ୍ଞ ପରିବେଶ ସୃଷ୍ଟି କରେ। ସୂର୍ଯ୍ୟାସ୍ତ ସମୟରେ କାମନାବର ଦଣ୍ଡ ଭଗତାଙ୍କ ଗହଣରେ ସ୍ନାନ କରନ୍ତି। ସନ୍ଧ୍ୟାରେ ଗ୍ରାମ୍ୟ ପରିକ୍ରମା ସମୟରେ ଝୁଣାଧୂପ ମାଡ଼ରେ ଦଣ୍ଡ ମଶାଲ ଅଗ୍ନି ଆକାଶକୁ ବ୍ୟାପିଯାଏ। ଠାକୁର ଭୋଗ ସାରିବା ପରେ ଦଣ୍ଡୁଆମାନେ ଦୂର ନିଛାଟିଆ ମନ୍ଦିର ବେଢ଼ାରେ ଦିନକୁ ଥରେ ଧୂଆ ମୁଗ, ନଡ଼ିଆ, କଦଳୀ, ଆମ୍ବ ନାନାଦି ଫଳ ରସର ପଣା ସାରନ୍ତି। ରାତିରେ କାମନାବରଙ୍କ ଚଢ଼େୟା ଚଢ଼େୟାଣୀ ସୁଆଙ୍ଗ ପରିବେଷଣ କରାଯାଏ। ରାତିସାରା ଉଜାଗର ରହି ମଝିରେ ମଝିରେ ଦଣ୍ଡୁଆମାନେ ହକ ଦିଅନ୍ତି। ମଞ୍ଚରେ କାଳୀ ଆବିର୍ଭାବ ହୋଇ ମଞ୍ଚସିଦ୍ଧ କରନ୍ତି। ପରେ ପରେ ହରଗୌରୀଙ୍କ ସଂସାର ଭ୍ରମଣ ଅଭିନୟ ହୋଇଥାଏ। ନାଟକର ମୁଖ୍ୟ ଉଦ୍ଦେଶ୍ୟ ଚଢ଼େୟାର ଔଦ୍ଧତ୍ୟ ଭଙ୍ଗ ଓ ହରଗୌରୀଙ୍କ ମହିମା ପ୍ରଚାର। ମେରୁ ଉପବାସ ପର୍ବର ପ୍ରଧାନ ଉପବାସ। ପ୍ରବାସକୁ ଯାତ୍ରା କରିଥିବା ଠାକୁର ଏହିଦିନ ପୂର୍ବରୁ କାମନା ଘରକୁ ଫେରିଥାନ୍ତି। ଗଁାରେ ସେହିଦିନ ଶଙ୍ଖୁଡି ପଡେ ନାହିଁ। ହାନ୍ଦୋଳା ଖେଳ, ନିଅଁାଗାଡ ଚାଲିବା ପାଇଁ ହୋମଯଜ୍ଞ କରାଯାଏ। ଦଣ୍ଡ ଠାକୁରଙ୍କ ରହଣୀ ସ୍ଥାନ କାମନା ଘର ସମ୍ମୁଖରେ ୨ଟି ଗୋଲାକାର ଖମ୍ବ ପୋତାଯାଏ। ପ୍ରାୟ ଦେଢ଼ ମଣିଷ ଉଚ୍ଚରେ ୨ ଖମ୍ବକୁ ଆଡି କାଠ ଦ୍ୱାରା ସଂଯୋଗ କରାଯାଏ। ଆଡିର ମଧ୍ୟଭାଗରେ ଶକ୍ତ ଦଉଡି ଝୁଲିଥାଏ। ଏହି ଦଉଡିରେ ଦଣ୍ଡୁଆମାନଙ୍କର ଗୋଡକୁ ବନ୍ଧା ଯାଇ ହୋମ କୁଣ୍ଡକୁ ମୁଣ୍ଡ ଝୁଲାଇ ଅଗ୍ନିସ୍ନାନ କରାଯାଏ। ଏହାକୁ ହାନ୍ଦୋଳା କୁହାଯାଏ। ମେରୁ ସନ୍ଧ୍ୟାରେ ଏହି ଖେଳ ହୋଇଥାଏ। ସେହି ରାତିର ଶେଷଭାଗରେ ମାଟିଦଣ୍ଡ ମଶାଲ ଛପାଯାଏ। ପଣା ସଂକ୍ରାନ୍ତିର ସକାଳ ସମୟରେ ଡହଡହ ନିଅଁା ରଡରେ ୯ରୁ ୨୧ ହାତ, ୧୨୧ ହାତ ନିଅଁାଗାଡରେ ଦଣ୍ଡୁଆମାନେ ତପସ୍ବୀଙ୍କ ପରି କାମନାବରଙ୍କୁ ଧରି ଚାଲିଥାନ୍ତି। ତେବେ ନିଅଁାଗାଡର ପ୍ରାରମ୍ଭରୁ ମଧ୍ୟବର୍ତ୍ତୀ ଅଞ୍ଚଳରେ ପାଣିକୁଣ୍ଡ କରାଯାଇଥାଏ। ଦଣ୍ଡୁଆ ନିଅଁାରେ ଚାଲିବା ପରେ କିଛି ସମୟ ଏଠାରେ ଅଟକି ରହିବାର ବ୍ୟବସ୍ଥା ହୋଇଥାଏ। ପଣା ସଂକ୍ରାନ୍ତିର ପରଦିନ ମଣିମାଙ୍କର ଶୁଦ୍ଧକ୍ରିୟା କରିଥାନ୍ତି। ପାହାଡ ଅଥବା ନିର୍ଦ୍ଦିଷ୍ଟ ସ୍ଥାନରେ ଦଣ୍ଡୁଆମାନେ ଦଣ୍ଡକୁ ଛପାଇ ରଖନ୍ତି। ସେଠାରେ ଚମ୍ପାବରକୁ ଅଗ୍ନି ନିର୍ବାପନ କରି ଠାକୁରଙ୍କୁ ଯଥା ସ୍ଥାନରେ ଅବସ୍ଥାନ କରାନ୍ତି। ଶେଷରେ ନିଜର ପଇତା ବିସର୍ଜନ କରି ଶୁଦ୍ଧି ହୋଇ ଘରକୁ ଫେରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୩୨ ରନ୍‌ କରି ଐତିହାସିକ ବିଜୟ ହାସଲ କଲା ଭାରତ, ଚମତ୍କାର କଲେ ଅକ୍ଷର ପଟେଲ

ନୂଆଦିଲ୍ଲୀ,୨୩।୯: ସାନୋ ଷ୍ଟାଡିୟମରେ ଖେଳାଯାଇଥିବା ଏକମାତ୍ର ଟି-୨୦ ମ୍ୟାଚ୍‌ରେ ଜାପାନକୁ ୨ ରନ୍‌ରେ ହରାଇଛି ଭାରତ। ବର୍ଷା ଯୋଗୁ ମ୍ୟାଚ୍‌କୁ ୫-୫ ଓଭରକୁ କମାଇ ଦିଆଯାଇଥିଲା। ଭାରତ…

ଭୁଲ ଇଞ୍ଜେକ୍ସନ ଯୋଗୁ କିନ୍ନରଙ୍କ ମୃତ୍ୟୁ ଅଭିଯୋଗ: ହସ୍ପିଟାଲ ଘେରିଲେ କିନ୍ନର ସମାଜ

ଦେବଗଡ଼, ୨୩।୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ କିନ୍ନରଙ୍କ ମୃତ୍ୟୁକୁ ନେଇ ମଙ୍ଗଳବାର ରାତିରେ ଉତ୍ତେଜନା ପ୍ରକାଶ ପାଇଛି। ଭୁଲ…

ମାତ୍ର ୧୬ ରନ୍‌ କରି ପ୍ଲେୟର ଅଫ ଦି ମ୍ୟାଚ୍‌ ପୁରସ୍କାର ଜିତିଲେ ଶ୍ରେୟସ ଆୟର: ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୨୩।୯: ଭାରତ ଓ ଜାପାନ ମଧ୍ୟରେ ଐତିହାସିକ ଟି-୨୦ ମ୍ୟାଚ ଶେଷରେ ଖେଳାଯାଇଛି। ଏହି ମୁକାବିଲାକୁ ନେଇ ଆରମ୍ଭରୁ ଉତ୍ସାହ ରହିଥିଲା। ହେଲେ ବର୍ଷା ଯୋଗୁ ମ୍ୟାଚ୍‌କୁ…

ଥମୁନି ହାତୀ ମୃତ୍ୟୁ, ୩ ବର୍ଷରେ ମଲେଣି ୨୫୬: ପ୍ରାଣୀ ବିଶେଷଜ୍ଞଙ୍କ ଉଦ୍‌ବେଗ

ଭୁବନେଶ୍ୱର,୨୩ା୯(ରବିନାରାୟଣ ଜେନା):ରାଜ୍ୟରେ ହାତୀ-ମଣିଷ ଲଢ଼େଇ ଥମୁନାହିଁ। କେତେବେଳେ ହାତୀ ଖାଦ୍ୟ ଅନ୍ବେଷଣରେ ଜନବସତି ଆଡ଼କୁ ମୁହଁାଇବା ଯୋଗୁ ଲୋକଙ୍କ ରୋଶର ଶିକାର ହେଉଛନ୍ତି ତ’ ଆଉ କେତେବେଳେ…

ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?