କାଷ୍ଠା ଉପବାସର ପର୍ବ ଦଣ୍ଡଯାତ୍ରା

ନୟାଗଡ଼ ଅଫିସ:୧୩ା୪: କାଷ୍ଠା ଉପବାସ ରହି ଅଗ୍ନିଦଣ୍ଡ ଧରି ଦିନତମାମ ରୌଦ୍ର ତାପରେ ଅବିଶ୍ରାନ୍ତ ଯାତ୍ରା ହେଉଛି ଦଣ୍ଡଯାତ୍ରା। ଏହାର ଠାକୁର କାମନାବର ବା ବାନାମ୍ବର ଏବଂ ଉପାସନାକାରୀ ଦଣ୍ଡୁଆ (ଭଗତା) ରୂପେ ପରିଚିତ। ଏହି ପର୍ବ ନୟାଗଡ଼ ସହର ସମେତ ଜିଲାର ବିଭିନ୍ନ ଗଁାରେ ମୀନ ସଂକ୍ରାନ୍ତିରୁ ମହା ବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ପରମ୍ପରା ମୁତାବକ ପାଳିତ ହୋଇ ଆସୁଛି। ଦଣ୍ଡଯାତ୍ରା ମାଧ୍ୟମରେ ହରପାର୍ବତୀଙ୍କ ମହିମା କାହିଁ କେଉଁ କାଳରୁ ପ୍ରଚାର ଓ ପ୍ରସାର ହୋଇଆସୁଛି। ଦଣ୍ଡପୂଜା ପାଇଁ ପୀଠାଧିଶ ମହାଦେବଙ୍କଠାରୁ ଆଜ୍ଞାମାଳ ପ୍ରାପ୍ତି, ନିଶାର୍ଦ୍ଧରେ ଚୋରାପାଣି ତୋଳା ପ୍ରଭୃତି ବିଭିନ୍ନ କଟକଣା ସହକାରେ ଦେବନୀତି ପାଳନ କରାଯାଇଥାଏ। ପାଣି ତୋଳାଠାରୁ ଗୃହତ୍ୟାଗୀ ଦଣ୍ଡୁଆମାନେ କାମନା ଘରେ ରୁହନ୍ତି। ଅମୃତ ଜଡୁ ଭିତରେ କାମନାବର/ବାନାମ୍ବରଙ୍କ ଦଣ୍ଡବେତକୁ ସ୍ଥାପନ କରି ପାଟ ଭଗତା ଠାକୁରଙ୍କୁ ଧରିଥାନ୍ତି। ଦଣ୍ଡୁଆମାନେ କାମନାବରଙ୍କୁ ନବବସ୍ତ୍ର ପରିଧାନ କରାଇ ମସ୍ତକରେ କାଠଚମ୍ପା, ଅରଖ ଫୁଲରେ ଟାହିଆ ଖଞ୍ଜିଥାନ୍ତି। ୨ଜଣ ଦଣ୍ଡୁଆ ମାଟିଦଣ୍ଡ ମଶାଲରେ ଝୁଣା ଧୂପ ପକାଇ ନାଟୁଆଙ୍କ ପରି ନାଚିନାଚି ଯାଉଥାନ୍ତି। ଆଉ ଜଣେ ଦଣ୍ଡୁଆ ହାଣ୍ଡିରେ ଝୁଣାଗୁଣ୍ଡ ଧରି ସାଙ୍ଗରେ ଯାଉଥାନ୍ତି। ଢ଼ୋଲ, ତାସ, ଝାଞ୍ଜ ଶବ୍ଦର ଏକ ଆଧ୍ୟାମତ୍ିକ ପରିବେଶରେ ଦଣ୍ଡୁଆମାନେ ଗ୍ରାମର ମଙ୍ଗଳ ପାଇଁ ହକ ଦେଇଥାନ୍ତି। ହୋ ତେର ଭକତେ ଭକ୍ତର ମନସ୍କାମନା ପୂରଣ କରହେ, ବ୍ୟାଧିମୁକ୍ତ ରଖ ହେ, ଶରୀର ଆରୋଗ୍ୟ ରଖହେ କହି ଗ୍ରାମ୍ୟ ପରିକ୍ରମା କରି ଠାକୁରଙ୍କ ପ୍ରସାଦ ଧୂପ ସମସ୍ତଙ୍କୁ ପ୍ରଦାନ କରିଥାନ୍ତି। ଏହି ଯାତ୍ରା ନିର୍ଦ୍ଦିଷ୍ଟ ଗ୍ରାମ ମଧ୍ୟରେ ସୀମାବଦ୍ଧ ନୁହେଁ। ଗୋଟିଏ ଗ୍ରାମର ଠାକୁରଙ୍କୁ ଆଉ ଏକ ଗଁା ବରଣ କରି ନେଇଥାନ୍ତି।
ମଧ୍ୟାହ୍ନର ଧୂ ଧୂ ଖରାରେ ଗଁା ଭିତରେ ଦଣ୍ଡୁଆମାନେ ଧୂଳି ଦଣ୍ଡ ଖେଳନ୍ତି। ଠାକୁର ଚାଷୀର ନୂଆବର୍ଷ ପାଇଁ ଧାନବୁଣା ଆରମ୍ଭ କରନ୍ତି। ଗଁା ଦାଣ୍ଡର ତାତିଲା ବାଲିରେ ଦଣ୍ଡୁଆମାନେ କୃଷିକର୍ମ କରିଥାନ୍ତି। ମଣିଷକୁ ଲଙ୍ଗଳ, ଦଉଡି, ଜୁହାଳୀ, ବଳଦ, ମଇ, ଲଙ୍ଗଳ କରାଇ ଚାଷ, ବେଉଷଣ, ମଇଦିଆ, କମଣ, ବଛା, ଖେଳୁଆ ସାରି କ୍ଷେତ କାଟି ଫସଲ ଅମଳ କରିଥାନ୍ତି। ଢ଼ୋଲମାଡର ତାଳେତାଳେ ଦଣ୍ଡୁଆମାନଙ୍କର ହଳୁଆ ଗୀତ ବେଶ୍‌ ସୁମଧୁର ହୋଇଥାଏ। ଏହି ଧୂଳିଦଣ୍ଡ ଖେଳ ସହର ଓ ଗ୍ରାମଗୁଡିକରେ ଭକ୍ତି ଭାବର ମନୋଜ୍ଞ ପରିବେଶ ସୃଷ୍ଟି କରେ। ସୂର୍ଯ୍ୟାସ୍ତ ସମୟରେ କାମନାବର ଦଣ୍ଡ ଭଗତାଙ୍କ ଗହଣରେ ସ୍ନାନ କରନ୍ତି। ସନ୍ଧ୍ୟାରେ ଗ୍ରାମ୍ୟ ପରିକ୍ରମା ସମୟରେ ଝୁଣାଧୂପ ମାଡ଼ରେ ଦଣ୍ଡ ମଶାଲ ଅଗ୍ନି ଆକାଶକୁ ବ୍ୟାପିଯାଏ। ଠାକୁର ଭୋଗ ସାରିବା ପରେ ଦଣ୍ଡୁଆମାନେ ଦୂର ନିଛାଟିଆ ମନ୍ଦିର ବେଢ଼ାରେ ଦିନକୁ ଥରେ ଧୂଆ ମୁଗ, ନଡ଼ିଆ, କଦଳୀ, ଆମ୍ବ ନାନାଦି ଫଳ ରସର ପଣା ସାରନ୍ତି। ରାତିରେ କାମନାବରଙ୍କ ଚଢ଼େୟା ଚଢ଼େୟାଣୀ ସୁଆଙ୍ଗ ପରିବେଷଣ କରାଯାଏ। ରାତିସାରା ଉଜାଗର ରହି ମଝିରେ ମଝିରେ ଦଣ୍ଡୁଆମାନେ ହକ ଦିଅନ୍ତି। ମଞ୍ଚରେ କାଳୀ ଆବିର୍ଭାବ ହୋଇ ମଞ୍ଚସିଦ୍ଧ କରନ୍ତି। ପରେ ପରେ ହରଗୌରୀଙ୍କ ସଂସାର ଭ୍ରମଣ ଅଭିନୟ ହୋଇଥାଏ। ନାଟକର ମୁଖ୍ୟ ଉଦ୍ଦେଶ୍ୟ ଚଢ଼େୟାର ଔଦ୍ଧତ୍ୟ ଭଙ୍ଗ ଓ ହରଗୌରୀଙ୍କ ମହିମା ପ୍ରଚାର। ମେରୁ ଉପବାସ ପର୍ବର ପ୍ରଧାନ ଉପବାସ। ପ୍ରବାସକୁ ଯାତ୍ରା କରିଥିବା ଠାକୁର ଏହିଦିନ ପୂର୍ବରୁ କାମନା ଘରକୁ ଫେରିଥାନ୍ତି। ଗଁାରେ ସେହିଦିନ ଶଙ୍ଖୁଡି ପଡେ ନାହିଁ। ହାନ୍ଦୋଳା ଖେଳ, ନିଅଁାଗାଡ ଚାଲିବା ପାଇଁ ହୋମଯଜ୍ଞ କରାଯାଏ। ଦଣ୍ଡ ଠାକୁରଙ୍କ ରହଣୀ ସ୍ଥାନ କାମନା ଘର ସମ୍ମୁଖରେ ୨ଟି ଗୋଲାକାର ଖମ୍ବ ପୋତାଯାଏ। ପ୍ରାୟ ଦେଢ଼ ମଣିଷ ଉଚ୍ଚରେ ୨ ଖମ୍ବକୁ ଆଡି କାଠ ଦ୍ୱାରା ସଂଯୋଗ କରାଯାଏ। ଆଡିର ମଧ୍ୟଭାଗରେ ଶକ୍ତ ଦଉଡି ଝୁଲିଥାଏ। ଏହି ଦଉଡିରେ ଦଣ୍ଡୁଆମାନଙ୍କର ଗୋଡକୁ ବନ୍ଧା ଯାଇ ହୋମ କୁଣ୍ଡକୁ ମୁଣ୍ଡ ଝୁଲାଇ ଅଗ୍ନିସ୍ନାନ କରାଯାଏ। ଏହାକୁ ହାନ୍ଦୋଳା କୁହାଯାଏ। ମେରୁ ସନ୍ଧ୍ୟାରେ ଏହି ଖେଳ ହୋଇଥାଏ। ସେହି ରାତିର ଶେଷଭାଗରେ ମାଟିଦଣ୍ଡ ମଶାଲ ଛପାଯାଏ। ପଣା ସଂକ୍ରାନ୍ତିର ସକାଳ ସମୟରେ ଡହଡହ ନିଅଁା ରଡରେ ୯ରୁ ୨୧ ହାତ, ୧୨୧ ହାତ ନିଅଁାଗାଡରେ ଦଣ୍ଡୁଆମାନେ ତପସ୍ବୀଙ୍କ ପରି କାମନାବରଙ୍କୁ ଧରି ଚାଲିଥାନ୍ତି। ତେବେ ନିଅଁାଗାଡର ପ୍ରାରମ୍ଭରୁ ମଧ୍ୟବର୍ତ୍ତୀ ଅଞ୍ଚଳରେ ପାଣିକୁଣ୍ଡ କରାଯାଇଥାଏ। ଦଣ୍ଡୁଆ ନିଅଁାରେ ଚାଲିବା ପରେ କିଛି ସମୟ ଏଠାରେ ଅଟକି ରହିବାର ବ୍ୟବସ୍ଥା ହୋଇଥାଏ। ପଣା ସଂକ୍ରାନ୍ତିର ପରଦିନ ମଣିମାଙ୍କର ଶୁଦ୍ଧକ୍ରିୟା କରିଥାନ୍ତି। ପାହାଡ ଅଥବା ନିର୍ଦ୍ଦିଷ୍ଟ ସ୍ଥାନରେ ଦଣ୍ଡୁଆମାନେ ଦଣ୍ଡକୁ ଛପାଇ ରଖନ୍ତି। ସେଠାରେ ଚମ୍ପାବରକୁ ଅଗ୍ନି ନିର୍ବାପନ କରି ଠାକୁରଙ୍କୁ ଯଥା ସ୍ଥାନରେ ଅବସ୍ଥାନ କରାନ୍ତି। ଶେଷରେ ନିଜର ପଇତା ବିସର୍ଜନ କରି ଶୁଦ୍ଧି ହୋଇ ଘରକୁ ଫେରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲାଣି ରାସ୍ତାରେ ୨ ବସ୍‌ ମୁହାଁମୁହିଁ: ଡ୍ରାଇଭରଙ୍କ ଜୀବନ ଗଲା, ୩୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ

ସୋନପୁର,୧୦।୫(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର-ସମ୍ବଲପୁର ରାସ୍ତାର ଉଲୁଣ୍ଡା ବ୍ଲକସ୍ଥିତ ଡୁଡୁପାଲି ଛକରେ ଶୁକ୍ରବାର ରାତିରେ ସଡକ ଦୁର୍ଘଟଣା ଘଟିଛି। ବୁଲାଣି ରାସ୍ତାରେ ୨ ଯାତ୍ରୀବାହୀ ବସ୍‌ ମଧ୍ୟରେ...

ଏଥର ହ୍ବାଟ୍ସଆପ୍‌ରେ ମିଳିବ ମାଟ୍ରିକ୍‌ ପରୀକ୍ଷାଫଳ

କଟକ,୧୦ା୫ (କାର୍ତ୍ତିକ ସାହୁ)- ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାଫଳ ଆସନ୍ତା ୨୦ ତାରିଖ ପରେ ପ୍ରକାଶ ପାଇବ। ଛାତ୍ରୀଛାତ୍ରମାନେ ପୂର୍ବରୁ...

ବିଶାଳ ରାଲି ନୁହେଁ, ପ୍ରାର୍ଥିପତ୍ର ଦାଖଲ ପାଇଁ ସାଇକେଲରେ ପହଞ୍ଚିଲେ ସୁରଙ୍କ ପୁଅ ସିଦ୍ଧାର୍ଥ

ନିମାପଡ଼ା,୧୦ା୫: ପ୍ରାର୍ଥୀପତ୍ର ଦାଖଲ ସମୟରେ ସମସ୍ତ ପ୍ରାର୍ଥୀ ବିଶାଳ ରାଲି କରି ଯାଉଥିବା ନଜର ଆସିଥାଏ। ହେଲେ ନିମାପଡ଼ା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ସିଦ୍ଧାର୍ଥ...

ଆସୁଛନ୍ତି ମୋଦି, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ବରଗଡ଼,୧୦।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରଗଡ଼ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ମୋଦି...

ଅନୁକୂଳ ହେଲା ରଥକାଠ, ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ

ପୁରୀ,୧୦।୫: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଶୁକ୍ରବାର ରଥକାଠ ଅନୁକୁଳ ହୋଇଛି । ରଥ ନିର୍ମାଣ ପାଇଁ ଶ୍ରୀମନ୍ଦିରରୁ ଆଜ୍ଞାମାଳ ବିଜେ ହୋଇଛି । ଏଥିସହ...

ଭାଜପାର ମୋଟର ସାଇକେଲ ରାଲି

କେସିଙ୍ଗା,୧୦।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ବୋରିଙ୍ଗପଦର ଠାରୁ ସହରର ବଗାଡ଼ ଯାଏ ଭାଜପାର ମୋଟର ସାଇକେଲ ରାଲି ଟାଉନ ସଭାପତି ମଗନ ସିନ୍ଦୁରଙ୍କ...

ଜଙ୍ଗଲରେ ନିଆଁ ଲଗାଇ ପୋଡୁ ଚାଷ କରିବା ଯୁବକଙ୍କୁ ପଡ଼ିଲା ମହଙ୍ଗା

ଦାରିଙ୍ଗବାଡ଼ି,୧୦।୫(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳରେ ନିଆଁ ଲିଭିବାର ନାଁ ଧରୁନି। କେତେବେକେ ଶିକାର ଉଦ୍ଦେଶ୍ୟରେ ତ କେତେବେଳେ ପୋଡୁ ଚାଷ ପାଇଁ...

କ୍ରିକେଟ ଖେଳୁଥିବା ବେଳେ ଟଳିପଡିଲେ ଯୁବକ, ଅଂଶୁଘାତ ଆଶଙ୍କା

ବ୍ରହ୍ମପୁର,୧୦ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ଅଧୀନ ଖଲ୍ଲିକୋଟ କଲେଜ ଖେଳପଡ଼ିଆରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଖେଳୁଥିବାବେଳେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri