ନୃତ୍ୟ ପ୍ରବୀଣା ଏଲିଜା

ପ୍ରତିକୂଳ ପରିସ୍ଥିତି କେବେହେଲେ ପ୍ରତିଭାକୁ ବେଶିଦିନ ଲୁଚାଇ ରଖିପାରେନି। ବିଳମ୍ବରେ ହେଲେ ବି ତାହା ନିଶ୍ଚିତ ଲୋକଲୋଚନକୁ ଆସେ। ଠିକ୍‌ ଏମିତି ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱ ହେଉଛନ୍ତି ଏଲିଜା ପ୍ରିୟଦର୍ଶିନୀ। ନୃତ୍ୟ ପ୍ରତି ସମର୍ପିତ ଏହି ମହିଳା ଜଣକ ଏବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରବାକୁ ସକ୍ଷମ ହୋଇଛନ୍ତି।
ନୃତ୍ୟାଙ୍ଗନା ଏଲିଜା ପ୍ରିୟଦର୍ଶିନୀ। ରହୁଛନ୍ତି ଭୁବନେଶ୍ୱରର ଓଲ୍‌ଡ ଟାଉନ୍‌ରେ। ନୃତ୍ୟକଳା ପ୍ରତି ତାଙ୍କର ଛୋଟବେଳରୁ ରହିଛି ସ୍ବତନ୍ତ୍ର ଆକର୍ଷଣ। ଏଥିପାଇଁ ମାତ୍ର ଦୁଇ ବର୍ଷ ବୟସରୁ ସେ ଆପେଆପେ ଖୁସିରେ ନାଚ କରୁଥିଲେ। ଏହାପରେ ନୃତ୍ୟ ପ୍ରତି ତାଙ୍କର ରହିଥିବା ରୁଚିକୁ ଦେଖି ତାଙ୍କ ମାଆ ସୁଚେତା ମହାନ୍ତି ତାଙ୍କୁ ଏହି କ୍ଷେତ୍ରରେ ଆଗକୁ ଯିବା ପାଇଁ ପ୍ରେରଣା ଦେଇଥିଲେ। ବାପା ସୁବୋଧ ମହାନ୍ତି ମଧ୍ୟ ତାଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଇଥିଲେ। ଏହାପରେ ସେ ଧୀରେ ଧୀରେ ଏହି କ୍ଷେତ୍ରରେ ପ୍ରବୀଣା ହେବାକୁ ଲାଗିଲେ। ଆଉ ବିଭିନ୍ନ ଅନୁଷ୍ଠାନ ତଥା ରାଜ୍ୟସ୍ତରର ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଲେ। ପ୍ରଥମେ ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନଙ୍କଠାରୁ ସେ ନୃତ୍ୟକଳା ଶିକ୍ଷା ଆରମ୍ଭ କରିଥିଲେ। କିଛି ଦିନ ମଧ୍ୟରେ ସେ ନୃତ୍ୟ କ୍ଷେତ୍ରରେ ସ୍ବତନ୍ତ୍ର ପ୍ରତିଭା ଭାବେ ବିବେଚିତ ହୋଇଥିଲେ।
ଶିକ୍ଷାର କେବେ ଶେଷ ନାହିଁ। ଏଥିପାଇଁ ସେ ଆହୁରି ଅଧିକରୁ ଅଧିକ ଶିଖିବା ପାଇଁ ଚାହାନ୍ତି। ଏଥିପାଇଁ ସେ ଏବେ ନୃତ୍ୟଗୁରୁ ଡକ୍ଟର ଗଜେନ୍ଦ୍ର କୁମାରଙ୍କ ତତ୍ତ୍ୱାବଧାନରେ ନୃତ୍ୟ ଶିକ୍ଷା କରୁଛନ୍ତି। ଏହା ସହିତ କଠିନ ପରିଶ୍ରମ କରି ଅଭ୍ୟାସ ବି କରୁଛନ୍ତି। ତେବେ ଏଲିଜା ବିବାହ ପରେ ବି ନୃତ୍ୟ କରିବା ଛାଡ଼ିନାହାନ୍ତି। ବରଂ ସ୍ବାମୀଙ୍କ ପ୍ରେରଣାରେ ଏ କ୍ଷେତ୍ରରେ ଆହୁରି ଅନେକ ବାଟ ଅଗ୍ରସର ହୋଇଛନ୍ତି। ବିଭିନ୍ନ ସମୟରେ ତାଙ୍କର ସ୍ବତନ୍ତ୍ର ନୃତ୍ୟ ପ୍ରତିଭା ପାଇଁ ତାଙ୍କୁ ଗୁରୁ ଦେବପ୍ରସାଦ ଦାସ, ଦେବସ୍ମୃତି ଏବଂ ଚକ୍ରଧର ସମାରୋହ ପୁରସ୍କାର ମଧ୍ୟ ମିଳିସାରିଛି।
ଏଲିଜା ନୃତ୍ୟକଳାରେ ନିଜ ସାଧନା ଜାରି ରଖିଛନ୍ତି ଏବଂ ଅଭିନୟ ପ୍ରତି ମଧ୍ୟ ତାଙ୍କର ଏକ ସ୍ବତନ୍ତ୍ର ରୁଚି ରହିଛି। ଅବଶ୍ୟ ଛୋଟବେଳେ ସେ ଶିଶୁ କଳାକାର ଭାବେ କେତେକ ଟେଲି ଫିଲ୍ମରେ ମଧ୍ୟ ଅଂଶଗ୍ରହଣ କରିଛନ୍ତି। ତେବେ ସୁଯୋଗ ମିଳିଲେ ଭବିଷ୍ୟତରେ ଅଭିନୟ ମଧ୍ୟ କରିବେ ବୋଲି ଇଚ୍ଛା ପ୍ରକାଶ କରିଛନ୍ତି। କିନ୍ତୁ ନୃତ୍ୟକଳାକୁ ଛାଡ଼ି ସେ ରହିପାରିବେ ନାହିଁ ବୋଲି କହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri