ନୃତ୍ୟ ପ୍ରବୀଣା ଏଲିଜା

ପ୍ରତିକୂଳ ପରିସ୍ଥିତି କେବେହେଲେ ପ୍ରତିଭାକୁ ବେଶିଦିନ ଲୁଚାଇ ରଖିପାରେନି। ବିଳମ୍ବରେ ହେଲେ ବି ତାହା ନିଶ୍ଚିତ ଲୋକଲୋଚନକୁ ଆସେ। ଠିକ୍‌ ଏମିତି ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱ ହେଉଛନ୍ତି ଏଲିଜା ପ୍ରିୟଦର୍ଶିନୀ। ନୃତ୍ୟ ପ୍ରତି ସମର୍ପିତ ଏହି ମହିଳା ଜଣକ ଏବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରବାକୁ ସକ୍ଷମ ହୋଇଛନ୍ତି।
ନୃତ୍ୟାଙ୍ଗନା ଏଲିଜା ପ୍ରିୟଦର୍ଶିନୀ। ରହୁଛନ୍ତି ଭୁବନେଶ୍ୱରର ଓଲ୍‌ଡ ଟାଉନ୍‌ରେ। ନୃତ୍ୟକଳା ପ୍ରତି ତାଙ୍କର ଛୋଟବେଳରୁ ରହିଛି ସ୍ବତନ୍ତ୍ର ଆକର୍ଷଣ। ଏଥିପାଇଁ ମାତ୍ର ଦୁଇ ବର୍ଷ ବୟସରୁ ସେ ଆପେଆପେ ଖୁସିରେ ନାଚ କରୁଥିଲେ। ଏହାପରେ ନୃତ୍ୟ ପ୍ରତି ତାଙ୍କର ରହିଥିବା ରୁଚିକୁ ଦେଖି ତାଙ୍କ ମାଆ ସୁଚେତା ମହାନ୍ତି ତାଙ୍କୁ ଏହି କ୍ଷେତ୍ରରେ ଆଗକୁ ଯିବା ପାଇଁ ପ୍ରେରଣା ଦେଇଥିଲେ। ବାପା ସୁବୋଧ ମହାନ୍ତି ମଧ୍ୟ ତାଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଇଥିଲେ। ଏହାପରେ ସେ ଧୀରେ ଧୀରେ ଏହି କ୍ଷେତ୍ରରେ ପ୍ରବୀଣା ହେବାକୁ ଲାଗିଲେ। ଆଉ ବିଭିନ୍ନ ଅନୁଷ୍ଠାନ ତଥା ରାଜ୍ୟସ୍ତରର ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଲେ। ପ୍ରଥମେ ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନଙ୍କଠାରୁ ସେ ନୃତ୍ୟକଳା ଶିକ୍ଷା ଆରମ୍ଭ କରିଥିଲେ। କିଛି ଦିନ ମଧ୍ୟରେ ସେ ନୃତ୍ୟ କ୍ଷେତ୍ରରେ ସ୍ବତନ୍ତ୍ର ପ୍ରତିଭା ଭାବେ ବିବେଚିତ ହୋଇଥିଲେ।
ଶିକ୍ଷାର କେବେ ଶେଷ ନାହିଁ। ଏଥିପାଇଁ ସେ ଆହୁରି ଅଧିକରୁ ଅଧିକ ଶିଖିବା ପାଇଁ ଚାହାନ୍ତି। ଏଥିପାଇଁ ସେ ଏବେ ନୃତ୍ୟଗୁରୁ ଡକ୍ଟର ଗଜେନ୍ଦ୍ର କୁମାରଙ୍କ ତତ୍ତ୍ୱାବଧାନରେ ନୃତ୍ୟ ଶିକ୍ଷା କରୁଛନ୍ତି। ଏହା ସହିତ କଠିନ ପରିଶ୍ରମ କରି ଅଭ୍ୟାସ ବି କରୁଛନ୍ତି। ତେବେ ଏଲିଜା ବିବାହ ପରେ ବି ନୃତ୍ୟ କରିବା ଛାଡ଼ିନାହାନ୍ତି। ବରଂ ସ୍ବାମୀଙ୍କ ପ୍ରେରଣାରେ ଏ କ୍ଷେତ୍ରରେ ଆହୁରି ଅନେକ ବାଟ ଅଗ୍ରସର ହୋଇଛନ୍ତି। ବିଭିନ୍ନ ସମୟରେ ତାଙ୍କର ସ୍ବତନ୍ତ୍ର ନୃତ୍ୟ ପ୍ରତିଭା ପାଇଁ ତାଙ୍କୁ ଗୁରୁ ଦେବପ୍ରସାଦ ଦାସ, ଦେବସ୍ମୃତି ଏବଂ ଚକ୍ରଧର ସମାରୋହ ପୁରସ୍କାର ମଧ୍ୟ ମିଳିସାରିଛି।
ଏଲିଜା ନୃତ୍ୟକଳାରେ ନିଜ ସାଧନା ଜାରି ରଖିଛନ୍ତି ଏବଂ ଅଭିନୟ ପ୍ରତି ମଧ୍ୟ ତାଙ୍କର ଏକ ସ୍ବତନ୍ତ୍ର ରୁଚି ରହିଛି। ଅବଶ୍ୟ ଛୋଟବେଳେ ସେ ଶିଶୁ କଳାକାର ଭାବେ କେତେକ ଟେଲି ଫିଲ୍ମରେ ମଧ୍ୟ ଅଂଶଗ୍ରହଣ କରିଛନ୍ତି। ତେବେ ସୁଯୋଗ ମିଳିଲେ ଭବିଷ୍ୟତରେ ଅଭିନୟ ମଧ୍ୟ କରିବେ ବୋଲି ଇଚ୍ଛା ପ୍ରକାଶ କରିଛନ୍ତି। କିନ୍ତୁ ନୃତ୍ୟକଳାକୁ ଛାଡ଼ି ସେ ରହିପାରିବେ ନାହିଁ ବୋଲି କହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟାର ରୂପ ନେବ ଲଘୁଚାପ ନା ହେବ ଝଡ଼ବର୍ଷା? ଓ୍ବାର୍ନିଂ ଜାରି କରି ସତର୍କ କଲା…

ଭୁବନେଶ୍ୱର, ୧୮ା୯(ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ରପତ୍ତନଠାରୁ ୯.୪ କି.ମି ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଶନିବାର…

ଗଣେଶ ମେଢ଼ ଭସାଣି ବେଳେ ପୁଣି ବଡ଼ ଦୁର୍ଘଟଣା: ଜେନେରେଟର ନିଆଁରେ ପୋଡ଼ି ୫ ଶିଶୁ ଗୁରୁତର

ପୁରୁଷୋତ୍ତମପୁର,୧୮।୯(ସବିତା ମିଶ୍ର): ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି। ପ୍ରତାପୁର ରୁଷିକୂଲ୍ୟା ନଦୀରେ ଭସାଣି ବେଳେ…

ବେଆଇନ ବାଣ ବିକ୍ରି ଅଭିଯୋଗରେ ପୋଲିସର ଅତର୍କିତ ଚଢ଼ାଉ: ୧ ଲକ୍ଷରୁ ଊର୍ଦ୍ଧ୍ୱ ବାଣ ଜବତ

ଗଜପତି,୧୭।୯(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ସହରରେ ବେଆଇନ ବାଣ ବିକ୍ରି ଅଭିଯୋଗ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବାଣ ବିକ୍ରି ପାଇଁ ଆବଶ୍ୟକ ଅନୁମତି ନ ଥାଇ…

ଗୁରୁତର ରୋଗୀଙ୍କୁ ଧମକ ଦେଇ ଡିସଚାର୍ଜ ଅଭିଯୋଗ

ଗୁଡ଼ାରି, ୧୮/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବାରେ ଅବହେଳା ଓ ଦୁର୍ବ୍ୟବହାର ଭଳି ଏକ ଅଭିଯୋଗ ଶୁକ୍ରବାର ସାମ୍ନାକୁ ଆସିଛି।…

ସିଙ୍ଗାରି ଅଞ୍ଚଳରେ ୨ ହାତୀଙ୍କ ଉପଦ୍ରବ: ବାଣ ଫୁଟାଇ ଜଙ୍ଗଲକୁ ଘଉଡ଼ାଇଲା ବନ ବିଭାଗ!

କଲ୍ୟାଣସିଂହପୁର, ୧୮/୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତ ସାନବାମୁଣଗୁଡ଼ା ଅଞ୍ଚଳରେ ୨ଟି ଜଙ୍ଗଲୀ ହାତୀ ପଶି ଆସିବା ଯୋଗୁଁ ସ୍ଥାନୀୟ…

ଦିଗପହଣ୍ଡିରେ ବିଷ୍ଣୁ ଗୋସ୍ୱାମୀ ମହାରାଜଙ୍କ ଜନ୍ମ ମହୋତ୍ସବ: ଯୋଗଦେଲେ ବିଧାୟକ

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ କୃଷ୍ଣ ଚୈତନ୍ୟ ଆଶ୍ରମର ଆଚାର୍ଯ୍ୟ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଭାଗବତ ପ୍ରଚାରକ ଭକ୍ତି ବିଚାର ଶ୍ରୀ…

ଦିଗପହଣ୍ଡିର ବିଭିନ୍ନ ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ଜିଲାପାଳଙ୍କ ଉପସ୍ଥିତିରେ ବିଧାୟକଙ୍କ ସମୀକ୍ଷା 

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ରହିଥିବା ବିଭିନ୍ନ ପର୍ଯ୍ଯଟନୀସ୍ଥଳ ଗୁଡ଼ିକର ଉନ୍ନତି କରାଯିବା ନେଇ ଶୁକ୍ରବାର ଦିଗପହଣ୍ଡି ବ୍ଲକ ଖମାରୀଗାଁ ପଞ୍ଚାୟତ ଘୋଡାହାଡ…

ଶିଶୁ ଫର୍ମୁଲା ଫୁଡ୍ ମାମଲାରେ ନେସଲେ ଇଣ୍ଡିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ, FSSAI ଉଠାଇଲା କଠୋର ପଦକ୍ଷେପ

ନୂଆଦିଲ୍ଲୀ,୧୮।୯: ଶିଶୁମାନଙ୍କ ପାଇଁ ବ୍ୟବହୃତ ହେଉଥିବା ଫର୍ମୁଲା ଫୁଡ୍ (Infant Formula Food) ର ବିଜ୍ଞାପନ ଓ ପୋଷକ ତତ୍ତ୍ୱର ଗୁଣବତ୍ତାକୁ ନେଇ ଖାଦ୍ୟ ସୁରକ୍ଷା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?