Posted inଖେଳ

ବୋଲିଂ ପାଇଁ ଦନଞ୍ଜୟଙ୍କୁ ଅନୁମତି

ଦୁବାଇ, ୯ା୧ (ପି.ଟି.)-ଶ୍ରୀଲଙ୍କା ସ୍ପିନର ଆକିଲା ଦନଞ୍ଜୟଙ୍କ ବୋଲିଂ ଆକ୍ସନରେ ସୁଧାର ଆସିଛି। ସେ ପୁଣି ଅନ୍ତର୍ଜାତୀୟ କ୍ରିକେଟରେ ବୋଲିଂ କରିପାରିବେ ବୋଲି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଶୁକ୍ରବାର କହିଛି। ୨୦୧୯ ଅଗଷ୍ଟ ୧୪ରୁ ୧୮ ପର୍ଯ୍ୟନ୍ତ ଗାଲେଠାରେ ଅନୁଷ୍ଠିତ ନ୍ୟୁଜିଲାଣ୍ଡ ବିପକ୍ଷ ଏକ ଟେଷ୍ଟ ମ୍ୟାଚରେ ଦନଞ୍ଜୟଙ୍କ ବୋଲିଂ ଆକ୍ସନକୁ ନେଇ ରିପୋର୍ଟ ହୋଇଥିଲା। ଏଥିପାଇଁ ତାଙ୍କୁ ସେପ୍ଟେମ୍ବରରୁ ଏକବର୍ଷ ସସ୍‌ପେଣ୍ଡ କରାଯାଇଥିଲା। ନିୟମାନୁସାରେ ଶ୍ରୀଲଙ୍କା ବୋଲର ତାଙ୍କ ବୋଲିଂ ଆକ୍ସନରେ ସୁଧାର ଆଣିବା ପରେ ଆଇସିସିର ଏକ ସ୍ବୀକୃତିପ୍ରାପ୍ତ ସେଣ୍ଟରରେ ତାହାର ମୂଲ୍ୟାୟନ ହୋଇଥାନ୍ତା। ମାତ୍ର କୋଭିଡ୍‌ କଟକଣା ଯୋଗୁ ତାହା ସମ୍ଭବ ହୋଇ ନ ଥିଲା। ଫଳତଃ ଶ୍ରୀଲଙ୍କା କ୍ରିକେଟ ଦ୍ୱାରା ଦନଞ୍ଜୟଙ୍କର ପ୍ରସ୍ତୁତ କରାଯାଇଥିବା ଏକ ଭିଡିଓ ଫୁଟେଜ୍‌ ଆଇସିସିକୁ ଯୋଗାଇ ଦିଆଯାଇଥିଲା। ୨୭ ବର୍ଷୀୟ ଦନଞ୍ଜୟ ଇତିମଧ୍ୟରେ ଶ୍ରୀଲଙ୍କା ତରଫରୁ ୬ ଟେଷ୍ଟ, ୩୬ ଅନ୍ତର୍ଜାତୀୟ ଦିନିକିଆ ଓ ୨୨ଅନ୍ତର୍ଜାତୀୟ ଟି୨୦ ଖେଳି ମୋଟ ୧୦୬ ଉଇକେଟ ଅକ୍ତିଆର କରିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓଡ଼ିଶାର ଇନିଂସ ଅଗ୍ରଣୀ

ଭୁବନେଶ୍ୱର,୨୦।୧- କଟକର ଡ୍ରିମ୍ସ କ୍ରିକେଟ ଗ୍ରାଉଣ୍ଡରେ ଚାଲିଥିବା ଜମ୍ମୁ-କଶ୍ମୀର ବିପକ୍ଷ ରଣଜୀ ମ୍ୟାଚ୍‌ରେ ଓଡ଼ିଶା ଦଳ ପ୍ରଥମ ଇନିଂସରେ ୩୭ ରନ୍‌ର ଅଗ୍ରଣୀ ହାସଲ କରିଛି।...

ଚିଲି ସିନିୟର ସହ ଡ୍ର’ ରଖିଲା ଭାରତୀୟ ଜୁନିୟର ମହିଳା ଦଳ

ସାଣ୍ଟିଆଗୋ, ୨୩ା୧ (ପି.ଟି.)- ଭାରତର ଜୁନିୟର ମହିଳା ହକି ଦଳ ଚିଲିର ସିନିୟର ଦଳ ବିପକ୍ଷ ମ୍ୟାଚ୍‌ ୨-୨ରେ ଡ୍ର’ ରଖିଛନ୍ତି। ପ୍ରିନ୍ସ ଅଫ୍‌ ଓ୍ବେଲ୍ସ...

ଇଣ୍ଡିଆ ‘ସି’ରେ ଓଡ଼ିଶାର କାଜଲ

କଟକ ଅଫିସ, ୭ା୧୨- ପଣ୍ଡିଚେରୀଠାରେ ହେବାକୁ ଥିବା ୨୩ବର୍ଷରୁ କମ୍‌ ମହିଳା ଟି୨୦ ଚ୍ୟାଲେଞ୍ଜର ଟ୍ରଫିରେ ଓଡ଼ିଶାର ପ୍ରତିଭାବାନ ଖେଳାଳି କାଜଲ ଜେନା ଭାଗ ନେବେ।...

ଚେତାବନୀ ଦେଲେ ରୋହିତ ଶର୍ମା

ୟୁଏଇ,୩୦।୯: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବର ମାସରେ ୟୁଏଇ ଏବଂ ଓମାନରେ ଟି -୨୦ ବିଶ୍ୱକପ ଖେଳାଯିବ। ଏହି ଟୁର୍ନାମେଣ୍ଟ ଜିତିବା ପାଇଁ ଟିମ ଇଣ୍ଡିଆ ହେଉଛି...

ଛକାରେ ଗେଲ୍‌ଙ୍କ ରେକର୍ଡ

ନଟିଂହାମ୍‌, ୧।୬- ଓ୍ବେଷ୍ଟଇଣ୍ଡିଜ୍‌ ବିସ୍ଫୋରକ ଓପନର କ୍ରିସ୍‌ ଗେଲ ଆଉ ଏକ ରେକର୍ଡ ହାସଲ କରିଛନ୍ତି। ବିଶ୍ୱକପ୍‌ ଇତିହାସରେ ସେ ସର୍ବାଧିକ ଛକା ମାରିବାର ଗୌରବ...

ଲାଗୋସ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ କ୍ଲାସିକ୍‌: ଋତୁପର୍ଣ୍ଣାଙ୍କୁ ରୌପ୍ୟ, କାଂସ୍ୟ

ଭୁବନେଶ୍ୱର,୨୮ା୭(ସ୍ପୋଟର୍‌ସ ବ୍ୟୁରୋ) – ଓଡ଼ିଶାର ଷ୍ଟାର ଶଟ୍‌ଲର ରୁତୁପର୍ଣ୍ଣା ପଣ୍ଡା ନାଇଜେରିଆରେ ଅନୁଷ୍ଠିତ ଲାଗୋସ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ କ୍ଲାସିକ୍‌ ଟୁର୍ନାମେଣ୍ଟରେ ଯୁଗଳ ସଫଳତା ହାସଲ କରିଛନ୍ତି।...

ଏହି ମ୍ୟାଚ୍‌ ପରେ କେବଳ ଧୋନୀ, କୋହଲି ନୁହେଁ, ସାରା ଭାରତୀୟଙ୍କ ହୃଦୟ କାନ୍ଦିଥିଲା

ଜୁଲାଇ ୯, ଏହି ତାରିଖକୁ କୌଣସି ଭାରତୀୟ କ୍ରିକେଟ ପ୍ରଶଂସକ ଭୁଲିପାରିବେ ନାହିଁ। ଆଜିକୁ ଠିକ ଗୋଟିଏ ବର୍ଷ ପୂର୍ବେ ବିଶ୍ୱକପ ୨୦୧୯ରେ ଭାରତୀୟ କ୍ରିକେଟ...

ଟି୧୦ ଲିଗ୍‌: ଲିନଙ୍କ ରେକର୍ଡ

ଆବୁଧାବି,୧୯।୧୧- ଆବୁଧାବିରେ ଟି୧୦ ଲିଗ୍‌ର ତୃତୀୟ ସଂସ୍କରଣ ଏବେ ଖେଳାଯାଉଛି। ଏହି ଲିଗ୍‌ରେ ଅଷ୍ଟ୍ରେଲିଆ ଓପନର କ୍ରିସ ଲିନ ମରାଠା ଆରବିୟାନ୍ସ ପାଇଁ ଖେଳୁଛନ୍ତି। ସୋମବାର...

Advertisement
Archives

Model This Week