ସୀମାନ୍ତରେ ଦମନ, ଓଡ଼ିଶାମୁହାଁ ମାଓବାଦୀ

ରାଉରକେଲା,୨।୭(ସଙ୍ଗୀତା ଜେନା) ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳଗୁଡ଼ିକରେ ମାଓବାଦୀଙ୍କ ଗତିବିଧି ବୃଦ୍ଧି ପାଇଛି। ଝାଡ଼ଖଣ୍ଡ ରାଜ୍ୟ ପଶ୍ଚିମ ସିଂହଭୂମ ଜିଲାର ବିଭିନ୍ନ ଅଞ୍ଚଳରେ ସେମାନଙ୍କ କାର୍ଯ୍ୟକଳାପ ବଢିବା ପରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଇଛି। ଫଳରେ ମାଓବାଦୀମାନେ ଓଡ଼ିଶାମୁହାଁ ହୋଇଥିବା କୁହାଯାଉଛି।
ଝାଡ଼ଖଣ୍ଡ ସୀମାନ୍ତରେ ସୁନ୍ଦରଗଡ଼ ଜିଲା ନୂଆଗାଁ, ବିଶ୍ରା ଚାନ୍ଦିପୋଷ ଆଦି ଅଞ୍ଚଳ ରହିଛି। ଫଳରେ ମାଓବାଦୀମାନେ ଏହିସବୁ ଅଞ୍ଚଳରେ ସେମାନଙ୍କ ଉପସ୍ଥିତି ଜାହିର କରିବାକୁ ବିଭିନ୍ନ ସମୟରେ ରାସ୍ତା କାର୍ଯ୍ୟରେ ନିୟୋଜିତ ମେଶିନ ଜାଳିଦେବା, ବ୍ରିଜ କାର୍ଯ୍ୟରୁ ଲେଭି ଆଦାୟ କରିବା, ଗଣ୍ଡଗୋଳ କରିବା, ବ୍ୟାଙ୍କ ଲୁଟ୍‌ ଭଳି କାର୍ଯ୍ୟ କରିଥାନ୍ତି। ଏପରିକି ସେମାନେ ପୋଲିସ ଏବଂ ସୁରକ୍ଷାକର୍ମୀଙ୍କୁ ହତ୍ୟା କରିଥିବା ନଜିର ରହିଛି। ବର୍ତ୍ତମାନ ଝାଡ଼ଖଣ୍ଡର ଚାଇଁବାସା ଓ ଅନ୍ୟ ସୀମାନ୍ତ ଅଞ୍ଚଳରେ ମାଓବାଦୀ ଦମନ ପ୍ରକ୍ରିୟା ଜାରି ରହିଥିବାରୁ ସେମାନେ ଭୌଗୋଳିକ ସ୍ଥିତିର ସୁଯୋଗ ନେଇ ଓଡ଼ିଶା ଓ ଛତିଶଗଡ଼ ଜଙ୍ଗଲ ଦେଇ ନିରାପଦ ସ୍ଥାନକୁ ପଳାୟନ କରୁଥିବା କୁହାଯାଉଛି। ଫଳରେ ସୀମାବର୍ତ୍ତୀ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ଝାଡ଼ଖଣ୍ଡ ସୀମାନ୍ତରେ ଦୀର୍ଘ ୨ଦଶକରୁ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି, ପିଏଲ୍‌ଏଫ୍‌ଆଇ, ଏମ୍‌ସିସି ଭଳି ମାଓବାଦୀ ସଙ୍ଗଠନ ବେଶ୍‌ ସକ୍ରିୟ ଥିଲେ। ସେମାନଙ୍କୁ ଦମନ କରିବାକୁ ସିଆର୍‌ପିଏଫ୍‌ ଓ ରାଉରକେଲା ପୋଲିସକୁ ବହୁ ପରିଶ୍ରମ କରିବାକୁ ପଡ଼ିଥିଲା। କିଛି ମାଓବାଦୀ ଆପରାଧିକ କାର୍ଯ୍ୟକଳାପ ଛାଡ଼ି ନିଜକୁ ପୋଲିସ ନିକଟରେ ସମର୍ପଣ କରିଥିଲେ। ସିଆର୍‌ପିଏଫ୍‌ର ସୂଚନା ଅନୁସାରେ, ଗତ ଜାନୁୟାରୀ ମାସରୁ ଉକ୍ତ ଅଞ୍ଚଳରେ ମାଓବାଦୀ ଶୀର୍ଷ ନେତା ମିଶିର ବେଶ୍ରା, ଅନମୋଲ, ମୋଛୁ, ଚମନ, ଅଜୟ ମାହାତୋ, ସାଗେନ ଅଙ୍ଗରିଆ, ଅଶ୍ୱିନଙ୍କ ଭଳି ଦୁର୍ଦ୍ଦାନ୍ତ ମାଓବାଦୀଙ୍କୁ ଦମନ କରିବାକୁ ଚାଇଁବାସା ପୋଲିସ, କୋବ୍ରା ୨୦୯ ବାଟାଲିୟନ, ଝାଡ଼ଖଣ୍ଡ ଜାଗୁଆର ତଥା ସିଆର୍‌ପିଏଫ୍‌ର ୬୦, ୧୯୭, ୧୫୭, ୧୭୪,୧୯୩, ୦୭, ୨୬ ବାଟାଲିୟନକୁ ନେଇ ଗଠିତ ସଂଯୁକ୍ତ ସୁରକ୍ଷା ଅଭିଯାନ ଆରମ୍ଭ କରିଥିଲେ। ସୁରକ୍ଷା ବଳ କୋମ୍ବିଂ ଅପରେଶନକୁ ଜୋରଦାର କରିଥିବାରୁ ମାଓବାଦୀମାନେ ସୀମାନ୍ତ ଜଙ୍ଗଲ ଓ ପାହାଡ଼ିଆ ରାସ୍ତାଗୁଡିକରେ ଆଇଇଡ଼ି ଓ ଟିଫିନ ବୋମା ଖଞ୍ଜୁଛନ୍ତି। ଫଳରେ ଗତ ୫ମାସରେ ୪ରୁ ଊର୍ଦ୍ଧ୍ୱ ପ୍ରାଣହାନି ହେବା ସହ ଅନେକ ଅଙ୍ଗ ହରାଇଥିବା ଜଣାପଡ଼ିଛି। ସେହିପରି ସୁରକ୍ଷା ବଳ ବୋମା ନିରୋଧକ ଦଳ ସାହାଯ୍ୟରେ ୩ ଶହରୁ ଊର୍ଦ୍ଧ୍ୱ ଟିଫିନ ବୋମା ଓ ଆଇଇଡ଼ି ଠାବ କରି ନଷ୍ଟ କରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?