ସୀମାନ୍ତରେ ଦମନ, ଓଡ଼ିଶାମୁହାଁ ମାଓବାଦୀ

ରାଉରକେଲା,୨।୭(ସଙ୍ଗୀତା ଜେନା) ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳଗୁଡ଼ିକରେ ମାଓବାଦୀଙ୍କ ଗତିବିଧି ବୃଦ୍ଧି ପାଇଛି। ଝାଡ଼ଖଣ୍ଡ ରାଜ୍ୟ ପଶ୍ଚିମ ସିଂହଭୂମ ଜିଲାର ବିଭିନ୍ନ ଅଞ୍ଚଳରେ ସେମାନଙ୍କ କାର୍ଯ୍ୟକଳାପ ବଢିବା ପରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଇଛି। ଫଳରେ ମାଓବାଦୀମାନେ ଓଡ଼ିଶାମୁହାଁ ହୋଇଥିବା କୁହାଯାଉଛି।
ଝାଡ଼ଖଣ୍ଡ ସୀମାନ୍ତରେ ସୁନ୍ଦରଗଡ଼ ଜିଲା ନୂଆଗାଁ, ବିଶ୍ରା ଚାନ୍ଦିପୋଷ ଆଦି ଅଞ୍ଚଳ ରହିଛି। ଫଳରେ ମାଓବାଦୀମାନେ ଏହିସବୁ ଅଞ୍ଚଳରେ ସେମାନଙ୍କ ଉପସ୍ଥିତି ଜାହିର କରିବାକୁ ବିଭିନ୍ନ ସମୟରେ ରାସ୍ତା କାର୍ଯ୍ୟରେ ନିୟୋଜିତ ମେଶିନ ଜାଳିଦେବା, ବ୍ରିଜ କାର୍ଯ୍ୟରୁ ଲେଭି ଆଦାୟ କରିବା, ଗଣ୍ଡଗୋଳ କରିବା, ବ୍ୟାଙ୍କ ଲୁଟ୍‌ ଭଳି କାର୍ଯ୍ୟ କରିଥାନ୍ତି। ଏପରିକି ସେମାନେ ପୋଲିସ ଏବଂ ସୁରକ୍ଷାକର୍ମୀଙ୍କୁ ହତ୍ୟା କରିଥିବା ନଜିର ରହିଛି। ବର୍ତ୍ତମାନ ଝାଡ଼ଖଣ୍ଡର ଚାଇଁବାସା ଓ ଅନ୍ୟ ସୀମାନ୍ତ ଅଞ୍ଚଳରେ ମାଓବାଦୀ ଦମନ ପ୍ରକ୍ରିୟା ଜାରି ରହିଥିବାରୁ ସେମାନେ ଭୌଗୋଳିକ ସ୍ଥିତିର ସୁଯୋଗ ନେଇ ଓଡ଼ିଶା ଓ ଛତିଶଗଡ଼ ଜଙ୍ଗଲ ଦେଇ ନିରାପଦ ସ୍ଥାନକୁ ପଳାୟନ କରୁଥିବା କୁହାଯାଉଛି। ଫଳରେ ସୀମାବର୍ତ୍ତୀ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ଝାଡ଼ଖଣ୍ଡ ସୀମାନ୍ତରେ ଦୀର୍ଘ ୨ଦଶକରୁ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି, ପିଏଲ୍‌ଏଫ୍‌ଆଇ, ଏମ୍‌ସିସି ଭଳି ମାଓବାଦୀ ସଙ୍ଗଠନ ବେଶ୍‌ ସକ୍ରିୟ ଥିଲେ। ସେମାନଙ୍କୁ ଦମନ କରିବାକୁ ସିଆର୍‌ପିଏଫ୍‌ ଓ ରାଉରକେଲା ପୋଲିସକୁ ବହୁ ପରିଶ୍ରମ କରିବାକୁ ପଡ଼ିଥିଲା। କିଛି ମାଓବାଦୀ ଆପରାଧିକ କାର୍ଯ୍ୟକଳାପ ଛାଡ଼ି ନିଜକୁ ପୋଲିସ ନିକଟରେ ସମର୍ପଣ କରିଥିଲେ। ସିଆର୍‌ପିଏଫ୍‌ର ସୂଚନା ଅନୁସାରେ, ଗତ ଜାନୁୟାରୀ ମାସରୁ ଉକ୍ତ ଅଞ୍ଚଳରେ ମାଓବାଦୀ ଶୀର୍ଷ ନେତା ମିଶିର ବେଶ୍ରା, ଅନମୋଲ, ମୋଛୁ, ଚମନ, ଅଜୟ ମାହାତୋ, ସାଗେନ ଅଙ୍ଗରିଆ, ଅଶ୍ୱିନଙ୍କ ଭଳି ଦୁର୍ଦ୍ଦାନ୍ତ ମାଓବାଦୀଙ୍କୁ ଦମନ କରିବାକୁ ଚାଇଁବାସା ପୋଲିସ, କୋବ୍ରା ୨୦୯ ବାଟାଲିୟନ, ଝାଡ଼ଖଣ୍ଡ ଜାଗୁଆର ତଥା ସିଆର୍‌ପିଏଫ୍‌ର ୬୦, ୧୯୭, ୧୫୭, ୧୭୪,୧୯୩, ୦୭, ୨୬ ବାଟାଲିୟନକୁ ନେଇ ଗଠିତ ସଂଯୁକ୍ତ ସୁରକ୍ଷା ଅଭିଯାନ ଆରମ୍ଭ କରିଥିଲେ। ସୁରକ୍ଷା ବଳ କୋମ୍ବିଂ ଅପରେଶନକୁ ଜୋରଦାର କରିଥିବାରୁ ମାଓବାଦୀମାନେ ସୀମାନ୍ତ ଜଙ୍ଗଲ ଓ ପାହାଡ଼ିଆ ରାସ୍ତାଗୁଡିକରେ ଆଇଇଡ଼ି ଓ ଟିଫିନ ବୋମା ଖଞ୍ଜୁଛନ୍ତି। ଫଳରେ ଗତ ୫ମାସରେ ୪ରୁ ଊର୍ଦ୍ଧ୍ୱ ପ୍ରାଣହାନି ହେବା ସହ ଅନେକ ଅଙ୍ଗ ହରାଇଥିବା ଜଣାପଡ଼ିଛି। ସେହିପରି ସୁରକ୍ଷା ବଳ ବୋମା ନିରୋଧକ ଦଳ ସାହାଯ୍ୟରେ ୩ ଶହରୁ ଊର୍ଦ୍ଧ୍ୱ ଟିଫିନ ବୋମା ଓ ଆଇଇଡ଼ି ଠାବ କରି ନଷ୍ଟ କରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଥଚାରୀଙ୍କୁ ପିଟିଦେଲା ବାଇକ୍‌: ପରିବହନ ବିଭାଗ କ୍ୟାମେରା ଆଗରେ ଘଟିଲା…

ଭଞ୍ଜନଗର,୧୮।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ମଲାସପଦର ଛକ ନିକଟରେ ସୋମବାର ରାତି ପ୍ରାୟ ୧୦ଟା ସମୟରେ ଏକ ବାଇକ ଚାଳକ ଜଣେ ପଥଚାରୀଙ୍କୁ…

ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଆସିଲା ସ୍ବାଧିକାର ଭଙ୍ଗ ପ୍ରସ୍ତାବ ନୋଟିସ: ଅପମାନଜନକ ମନ୍ତବ୍ୟ ଦେଇ…

ନୂଆଦିଲ୍ଲୀ,୧୮ା୫:ଏନ୍‌ଇଇଟି-ୟୁଜି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ହୋଇଥିବାବେଳେ ଏବେ ତାଙ୍କୁ ରାଜ୍ୟ ସଭାରେ ସ୍ବାଧିକାର ଭଙ୍ଗର ସମ୍ମୁଖୀନ…

IPL 2026 ମଧ୍ୟରେ ପୂର୍ବତନ ଅଧିନାୟକଙ୍କ ପରଲୋକ: କ୍ରିକେଟ ଜଗତ ସ୍ତବ୍ଧ

ନୂଆଦିଲ୍ଲୀ,୧୮।୫: ଆଇପିଏଲ ୨୦୨୬ ମଧ୍ୟରେ ଇଂଲଣ୍ଡରୁ ଏକ ଦୁଃଖଦ ଖବର ଆସିଛି। ପୂର୍ବତନ ଇଂଲଣ୍ଡ ଅଧିନାୟକ ମାଇକ ସ୍ମିଥ ୯୨ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି।…

ଇରାନର ଏହି ବଡ଼ ଦାବି ଆମେରିକା ପୂରଣ କଲେ ଭାରତ ହେବ ଲାଭବାନ, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୧୮।୫: ଆମେରିକା-ଇରାନ ଉତ୍ତେଜନା ମଧ୍ୟରେ, କିଛି ଆଶ୍ୱସ୍ତି ମିଳିଛି। ଇରାନର ସରକାରୀ ସମାଚାର ଏଜେନ୍ସି ଅନୁଯାୟୀ, ଆମେରିକା ଇରାନର ଏକ ପ୍ରମୁଖ ଦାବି ପୂରଣ କରିବାକୁ…

ଆହୁରି ବଢିବ ପେଟ୍ରୋଲ-ଡିଜେଲର ଦାମ୍‌! ସରକାର କହିଲେ…

ନୂଆଦିଲ୍ଲୀ, ୧୮।୫: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ ହର୍ମୁଜ ପ୍ରଣାଳୀ ଅବରୋଧ କରାଯାଇଛି। ଫଳସ୍ବରୂପ, ଆମେରିକା ଇରାନରୁ ଅଶୋଧିତ ତୈଳ କ୍ରୟ ଉପରେ…

ବୈଠକରେ ଜିଲାପାଳଙ୍କ ବଡ଼ ସୂଚନା: ଜୁନ ୧ ତାରିଖଠୁ ଆରମ୍ଭ ହେବ…

ଛତ୍ରପୁର ,୧୮।୫(ଦିଲ୍ଲୀପ ସାମଲ) : ଛତ୍ରପୁରରେ ମେ’ ୪ ତାରିଖ ଠାରୁ ଚାଲିଛି ଆରାଧ୍ୟ ଦେବୀ ମା ରାମାୟାଣାମ୍ମା ଠାକୁରାଣୀ ଯାତ୍ରା । ଏହାକୁ ଆହୁରୀ ଆକର୍ଷଣ…

ବିଦ୍ୟାଳୟରୁ ରାଶନ ଚୋରି କରୁଥିଲେ ପ୍ରଧାନଶିକ୍ଷକ, ସଭାପତି: ହଠାତ୍‌ ପହଞ୍ଚିଗଲେ ଗ୍ରାମବାସୀ, ଆଉ ତା’ପରେ…

ବୁଗୁଡ଼ା, ୧୮।୫(କାଳିଚରଣ ଦାଶ ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ କରସିଙ୍ଗି ଗ୍ରାମର ଉନ୍ନୀତ ଉଚ୍ଚ ବିଦ୍ୟାଳୟରୁ ଚୋରି କରୁଥିବାବେଳେ ପ୍ରଧାନଶିକ୍ଷକ , ସଭାପତିଙ୍କୁ ମାଡ଼ିବସିଲେ ଗ୍ରାମବାସୀ।…

ବ୍ଳକ ପ୍ରଶାସନ ବିରୋଧରେ ସରପଞ୍ଚ ସଂଘର ରଣ ହୁଙ୍କାର: ଆନ୍ଦୋଳନ ପାଇଁ ଦେଲେ ଚେତାବନୀ, ବିଧାୟକ,ଏମ୍‌ପିଙ୍କୁ..

ଦିଗପହଣ୍ଡି,୧୮।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା -ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟରେ ଅବସ୍ଥାପିତ ପ୍ରଶାସନିକ ଅଧିକାରୀମାନଙ୍କ ମନମୁଖୀ କାର୍ଯ୍ୟକଳାପରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ , ସମିତିସଭ୍ୟ, ଜିଲା ପରିଷଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri