ଥାନା ପରିସରରେ ନଷ୍ଟ ହେଉଛି ଜବତ ଗାଡ଼ି

ରାୟଗଡ଼ା,୧୧।୯(ଆଶିଷ ରଞ୍ଜନ ପଣ୍ଡା): ଅପରାଧ ଘଟାଇବା ପାଇଁ ଅପରାଧୀ ବିଭିନ୍ନ ପ୍ରକାର ଗାଡ଼ି ବ୍ୟବହାର କରୁଛନ୍ତି। ଚୋରି, ଡକାୟତି, ଗଞ୍ଜେଇ ଚାଲାଣ ଆଦି ବିଭିନ୍ନ ଆପରାଧିକ ମାମଲାରେ ବ୍ୟବହୃତ କିମ୍ବା ଦୁର୍ଘଟଣା ଘଟିଥିବା ଦୁଇ ଚକିଆଠାରୁ ଆରମ୍ଭ କରି ଚାରି ଚକିଆ ଯାନବାହନକୁ ପୋଲିସ ଜବତ କରି ଥାନାରେ ରଖୁଛି। ଅଧିକାଂଶ ଗାଡ଼ିରେ ନକଲି ନମ୍ବର ପ୍ଲେଟ ବ୍ୟବହାର କରାଯାଇଥିବାରୁ ଗାଡ଼ିର ପ୍ରକୃତ ମାଲିକଙ୍କ ପରିଚୟ ମିଳି ପାରୁ ନାହିଁ। ସେହିପରି କୌଣସି ଦୁର୍ଘଟଣାଗ୍ରସ୍ତ ଗାଡ଼ି ପୋଲିସ ହେପାଜତରେ ରହିଥିଲେ ଗାଡ଼ି ମାଲିକ ପୋଲିସ ନିକଟକୁ ପରିଚୟ ପ୍ରଦାନ କରି ଗାଡ଼ି ଆଣିବାକୁ ମଧ୍ୟ ଭୟ କରୁଛନ୍ତି। ଫଳରେ ଗାଡ଼ିଗୁଡ଼ିକ ବର୍ଷ ବର୍ଷ ଧରି ପଡ଼ି ରହୁଥିବାରୁ ଥାନା ପରିସର କବାଡିଖାନାରେ ପରିଣତ ହେବାରେ ଲାଗିଛି। ଅପରପକ୍ଷେ ଖରାବର୍ଷାରେ ଗାଡିଗୁଡ଼ିକ ପଡ଼ି ଅକାମୀ ହେବା ସହ ସେଥିରେ କଳଙ୍କି ଲାଗି ନଷ୍ଟ ହେବାକୁ ବସିଲାଣି। ଜିଲାର ରାୟଗଡ଼ା ଟାଉନ ଥାନା ସମେତ ଚାନ୍ଦିଲି, ବିଷମକଟକ, ମୁନିଗୁଡ଼ା, ଗୁଣପୁର, ପଦ୍ମପୁର ସମେତ ପ୍ରାୟ ଥାନାରେ ସଂଖ୍ୟାଧିକ ବାଇକ ଜବତ ହୋଇ ପଡ଼ିରହିଛି।
ଜବତ ହୋଇଥିବା ଗାଡିକୁ ପାଇବା ପାଇଁ କିଛି ମାଲିକ ଆଇନ ଅନୁସାରେ ଥାନାରେ ଆବେଦନ କରି ଗାଡ଼ି ଫେରି ପାଇଥାନ୍ତି ତ ଆଉ କିଛି କୋର୍ଟରେ ଧାରା ୪୫୭ ଅନୁସାରେ ଆବେଦନ କରି କୋର୍ଟ ନିର୍ଦ୍ଦେଶ ପ୍ରକାରେ ପୋଲିସ ନିକଟରୁ ଗାଡ଼ି ପାଇଥାନ୍ତି। ତେବେ ପୋଲିସର ଚାର୍ଜଶିଟ୍‌ ଦାଖଲରେ ବିଳମ୍ବ ଓ ନ୍ୟାୟିକ ପ୍ରକ୍ରିୟାରେ ବିଳମ୍ବ କାରଣରୁ ଗାଡ଼ିଗୁଡ଼ିକ ପଡ଼ି ପଡ଼ି ନଷ୍ଟ ହୋଇଯାଇଥିବାରୁ ଅଧିକାଂଶ ମାଲିକ ସେଗୁଡିକୁ ନେଇ ଆଉ ଖର୍ଚ୍ଚାନ୍ତ ହେବାକୁ ଚାହୁଁନାହାନ୍ତି। ଯେଉଁ ଥାନା ପରିସର ବଡ଼ ରହିଥାଏ, ସେଠାରେ ଗାଡ଼ିଗୁଡ଼ିକ ଥାନା ଭିତରେ ରହୁଛି। ହେଲେ ଯେଉଁ ଥାନା ପରିସର ଛୋଟ ଆକାରର ସେଠାରେ ଗାଡ଼ିଗୁଡ଼ିକ ରାସ୍ତା ଉପରେ ପଡ଼ି ରହୁଥିବାରୁ ସେଗୁଡ଼ିକର କିଛି ପାର୍ଟସ ମଧ୍ୟ ଚୋରି ହୋଇଯାଇଥିବା ଅଭିଯୋଗ ହୋଇଛି। ଏସମ୍ପର୍କରେ ରାୟଗଡ଼ା ଏସଡିପିଓ ରଶ୍ମୀ ରଞ୍ଜନ ସେନାପତିଙ୍କୁ ପଚାରିବାରୁ ପୋଲିସ ପାଖରେ ନିଲାମ କ୍ଷମତା ନାହିଁ। ଗାଡ଼ିଗୁଡ଼ିକ ନିଲାମ କରିବା ପାଇଁ ସରକାରୀ ନିୟମାବଳୀ ଅନୁଯାୟୀ କୋର୍ଟ ଅନୁମତି ପାଇଁ ଆବେଦନ କରାଯାଇଛି। ସମସ୍ତ ପ୍ରକ୍ରିୟା ଶେଷ ହୋଇ ଅନୁମତି ମିଳିବା ପରେ ଗାଡ଼ିଗୁଡ଼ିକ ନିଲାମ କରାଯିବ। ଏଥିସହିତ ଯେଉଁ ବ୍ୟକ୍ତି ନିଜ ଗାଡ଼ିର ପ୍ରମାଣପତ୍ର ଓ କୋର୍ଟ ଅନୁମତି ଦେଖାଇବେ ସେମାନଙ୍କୁ ଗାଡ଼ି ଫେରାଇ ଦିଆଯିବ ବୋଲି ସେ କହିଛନ୍ତି।
ଏ ବିଷୟରେ ଅଧିକ ତଥ୍ୟ ପାଇଁ ବରିଷ୍ଠ ଆଇନଜୀବୀ ମଙ୍ଗଳମୂର୍ତ୍ତି ବେଉରିଆଙ୍କୁ ପଚାରିବାରୁ ପୋଲିସ ୩ଟି ମାମଲାରେ ଗାଡ଼ି ଜବତ କରିପାରିବ ବୋଲି କହିଛନ୍ତି। ଦୁର୍ଘଟଣାଗ୍ରସ୍ତ ଗାଡ଼ି ଜବତ ପରେ ପରିବହନ ବିଭାଗଠାରୁ ଗାଡ଼ି ଓ ମାଲିକ ବିଷୟରେ ସବିଶେଷ ତଥ୍ୟ ପାଇବା ପରେ ପୋଲିସ ଗାଡ଼ି ମାଲିକଙ୍କୁ ଗାଡ଼ି ଫେରାଇ ପାରିବ। ସେହିଭଳି ଯଦି ଡ୍ରଙ୍କେନ ଡ୍ରାଇଭ ମାମଲାରେ ପୋଲିସ ଗାଡ଼ି ଜବତ କରି କିଛି ଚାପରେ ଛାଡ଼ି ଦେଉଥିବା ବେଳେ ଅନ୍ୟ କିଛି ମାମଲା କୋର୍ଟକୁ ପଠାଉଛନ୍ତି। ତେବେ କୋର୍ଟକୁ ପଠାଇବା ସମୟରେ ଗାଡ଼ିର ସମସ୍ତ ତଥ୍ୟ ଓ ଫଟୋ ଆଦି ସହିତ କୋର୍ଟରେ ଦାଖଲ କରିବା କଥା। କିନ୍ତୁ ସେଗୁଡ଼ିକ ପୋଲିସ ପକ୍ଷରୁ ହେଉନାହିଁ। ଫଳରେ ଗାଡ଼ି ମାଲିକ ନିଜେ ସେ ସବୁ କରି କୋର୍ଟରେ ଦାଖଲ କରି ଗାଡ଼ି ଛାଡ଼ିବା ପାଇଁ କୋର୍ଟରେ ଆବେଦନ କରୁଥିବା ଆଇନଜୀବୀ ମଙ୍ଗଳମର୍ତ୍ତି କହିଛନ୍ତି। ଅପରପକ୍ଷେ ଗଞ୍ଜେଇ,ମଦ ଆଦି ଅବକାରୀ ମାମଲାରେ ଗାଡ଼ି ଜବତ ହୋଇଥିଲେ ମାମଲା କୋର୍ଟରେ ପ୍ରମାଣିତ ହେବା ପରେ ଜିଲାପାଳଙ୍କ ସ୍ବୀକୃତିରେ ଉକ୍ତ ଗାଡ଼ିଗୁଡ଼ିକୁ ବାଜ୍ୟାପ୍ତି କରାଯାଇପାରିବ ବୋଲି ସେ କହିଛନ୍ତି। ତେବେ ଗାଡ଼ିଗୁଡ଼ିକ ନିଲାମ ମାଧ୍ୟମରେ ବାଜ୍ୟାପ୍ତି କରି ଉକ୍ତ ଅକ୍ସନ ଟଙ୍କାକୁ ଜମା କରାଯିବ ବୋଲି ଏ ନେଇ ରାଜ୍ୟ ସରକାର ଏକ ବିଜ୍ଞପ୍ତି ଜାରି କରିଥିଲେ। ଗାଡ଼ିଗୁଡ଼ିକ ଫାଇନାନ୍ସ ରହୁଥିବାରୁ ସେଗୁଡ଼ିକର ବାଜ୍ୟାପ୍ତି ହୋଇପାରୁନାହିଁ। ତେଣୁ କୋର୍ଟକୁ ମାମଲା ପଠାଇବା ସମୟରେ ପୋଲିସ ଯଦି ଆବଶ୍ୟକ ତଥ୍ୟ ଓ ଫଟୋ ଆଦି ଦାଖଲ କରିବେ ତେବେ ଗାଡ଼ି ମୁକ୍ତ ପାଇଁ କୋର୍ଟ ନିର୍ଦ୍ଦେଶରେ ବିଳମ୍ବ ହେବ ନାହିଁ ବୋଲି ଆଇନଜୀବୀ ମଙ୍ଗଳମୂର୍ତ୍ତି ବେଉରିଆ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକଙ୍କ ଫାର୍ମହାଉସରେ ବର୍ବରତା; ମହିଳାଙ୍କୁ ଟେକିନେଇ ଗଣବଳାତ୍କାର, CRPF ଯବାନ ଗିରଫ

ଲକ୍ଷ୍ନୌ,୨୪।୯: ଉତ୍ତରପ୍ରଦେଶର ଅମରୋହାରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ଜଣେ ୨୩ ବର୍ଷୀୟା ଯୁବତୀଙ୍କୁ ଏକ ଫାର୍ମହାଉସ୍‌ରେ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାରେ…

ଦୋକାନ ଭିତରକୁ ମାଡ଼ିଗଲା ମାଲବୋଝେଇ ଟ୍ରଲର: ବାଇକ-ସ୍କୁଟି ଉପରେ…

ଖୋର୍ଦ୍ଧା,୨୪।୯(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ସଦର ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଅଘଟଣ ଘଟିଛି। ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଦୋକାନ ଭିତରକୁ ମାଡ଼ିଯାଇଛି ମାଲବୋଝେଇ ଟ୍ରଲର। ଦୁର୍ଘଟଣାରେ…

‘ବୈଭବଙ୍କ ପାଇଁ ମୋ ନିଦ ହଜିଯାଇଥିଲା’, ଏମିତି କାହିଁକି କହିଲେ ଗମ୍ଭୀର? ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୯: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ଏକ ବଡ଼ ଖୁଲାସା କରିଛନ୍ତି। ସଞ୍ଜୁ ସାମସନଙ୍କୁ ଟି-୨୦ ଦଳରୁ ବାଦ ଦେବା ତାଙ୍କ ଏପର୍ଯ୍ୟନ୍ତର…

ସମସ୍ୟ ନେଇ ଏନଏସି କାର୍ଯ୍ୟାଳୟ ଯାଇଥିଲେ ଯୁବଗୋଷ୍ଠୀ: କନିଷ୍ଠ ଯନ୍ତ୍ରୀଙ୍କ ଦୁର୍ବ୍ୟବହାର ଅଭିଯୋଗ

ଗଞ୍ଜାମ, ୨୪।୯ (ବିଦ୍ୟାଧର ସାହୁ):ଗଞ୍ଜାମ ଏନଏସିରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ମାନସ ଜେନା ସ୍ଥାନୀୟ ଲୋକଙ୍କ ସହ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି। ବାତ୍ୟା ପ୍ରଭାବରେ…

ଗାଁରେ ପଶିଲା ସମୁଦ୍ର ଜୁଆର: ଅପହଞ୍ଚ ସାନ୍ତାଳୀ ଗାଁ ପାଣିଖିଆରେ ଦୁଇଟି ଘାଇ

ମହାକାଳପଡ଼ା, ୨୪।୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଅର୍ଣ୍ଣବର ପ୍ରଭାବରେ ସାମୁଦ୍ରିକ ଜୁଆର ମାଡ଼ି ଆସି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳର ଏକ…

ଉଚ୍ଚତା ମାତ୍ର ୪ ଫୁଟ ୭ ଇଞ୍ଚ, ୨୧୫ କିଲୋ ଭାର ଉଠାଇ ଚମତ୍କାର କଲେ ଏହି ଖେଳାଳି

ନୂଆଦିଲ୍ଲୀ,୨୪।୯: ଏସିଆନ ଗେମ୍ସର ୪୯ କିଲୋଗ୍ରାମ ମହିଳା ଭାରୋତ୍ତୋଳନ ବର୍ଗରେ ଭାରତକୁ ରୌପ୍ୟ ପଦକ ମିଳିଛି। ଭାରତୀୟ ଷ୍ଟାର୍‌ ଭାରୋତ୍ତୋଳକ ମୀରାବାଇ ଚାନୁ ରୌପ୍ୟ ପଦକ ଜିତିଥିବା…

ଦେଶରେ ପୁଣି ବଢ଼ିବ ପେଟ୍ରୋଲ-ଡିଜେଲ ଦର! ସରକାର ଦେଲେ ବଡ଼ ସ୍ପଷ୍ଟୀକରଣ

ନୂଆଦିଲ୍ଲୀ,୨୪।୯: ପଶ୍ଚିମ ଏସିଆରେ ବଢ଼ୁଥିବା ଭୂ-ରାଜନୈତିକ ଉତ୍ତେଜନା ଏବଂ ହର୍ମୁଜ ସଙ୍କଟ ଯୋଗୁ ବିଶ୍ୱ ବଜାରରେ ଅଶୋଧିତ ତୈଳ ବା କ୍ରୁଡ୍‌ ଅଏଲ ଦର ଗତ କିଛି…

ରୋହିତଙ୍କ ସହ ସମ୍ପର୍କକୁ ନେଇ ପ୍ରଥମଥର ମୁହଁ ଖୋଲିଲେ ଗମ୍ଭୀର, କହୁ କହୁ କହିଦେଲେ… ଚାରିଆଡ଼େ ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୯: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ଓ ଖେଳାଳିଙ୍କ ମଧ୍ୟରେ ସମ୍ପର୍କ ସବୁବେଳେ ଚର୍ଚ୍ଚାରେ ରହିଥାଏ। ବିଶେଷକରି ଅଧିନାୟକ ଓ କୋଚ୍‌ଙ୍କ ସମ୍ପର୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?