ଛେପରେ ନାକ ଘଷିବାକୁ ଦଳିତଙ୍କୁ ବାଧ୍ୟ କରାଗଲା

କେନ୍ଦ୍ରାପଡ଼ା ଅଫିସ/ମାର୍ଶାଘାଇ,୨୧।୪(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନାରେ ମହାକାଳପଡ଼ା ବ୍ଲକ ତିଖିରୀ ପଞ୍ଚାୟତ ସରପଞ୍ଚଙ୍କ ବିରୋଧରେ ମଙ୍ଗଳବାର ଏକ ସଙ୍ଗିନ ଅଭିଯୋଗ ହୋଇଛି।ସମ୍ପୃକ୍ତ ପଞ୍ଚାୟତର ଜଣେ ଦଳିତ ବ୍ୟକ୍ତିଙ୍କୁ ତଳେ ଛେପ ପକାଇ ନାକ ଘଷିବା ପାଇଁ ଗ୍ରାମସଭାରେ ସରପଞ୍ଚ ଚାମେଲି ଓଝା, ସହଯୋଗୀ ବିଜୟ ସ୍ବାଇଁ, ରାକେଶ ସୁତାର ଓ କାଳିଆ ସୁତାର ତାଙ୍କୁ ବାଧ୍ୟ କରିଥିଲେ ବୋଲି ଥାନାରେ ପ୍ରଦାନ କରାଯାଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ହୋଇଛି। ସୂଚନା ଅନୁଯାୟୀ, ଅଭିଯୋଗକାରୀ ଗୁରୁଚରଣ ମଲ୍ଲିକ ଥାନାରେ ଅଭିଯୋଗ କରିଛନ୍ତି, ଗ୍ରାମର ଏକ ମନ୍ଦିରର ପୁନରୁଦ୍ଧାର ହେଉଛି।ଏଥିପାଇଁ ଗ୍ରାମରେ ଚାନ୍ଦା ଆଦାୟ ହେଉଥିଲା।ସେ ଚାନ୍ଦା ନ ଦେବାରୁ ଗତ ରବିବାର ଗ୍ରାମସଭା ବସିଥିଲା।ଏଥିରେ ସରପଞ୍ଚ ଓଝାଙ୍କ ସହିତ ଗ୍ରାମର ଯୁବକମାନେ ଚାନ୍ଦା ଦେବାକୁ ତାଙ୍କୁ ବାଧ୍ୟ କରିଥିଲେ।ହେଲେ ଗୁରୁଚରଣ ଚାନ୍ଦା ଦେବାକୁ ମନା କରିବାରୁ ତଳେ ଛେପ ପକାଇ ନାକ ଘଷିବା ପାଇଁ ତାଙ୍କୁ ବାଧ୍ୟ କରାଯାଇଥିଲା।ଏହି ଅଭିଯୋଗ ସମ୍ପର୍କରେ ଥାନା ଅଧିକାରୀ ପ୍ରଦୀପ୍ତ କୁମାର କାନୁନ୍‌ଗୋ କହିଛନ୍ତି, ଏନେଇ ଏକ ମାମଲା ରୁଜୁ ହେବା ସହ ତଦନ୍ତ ଆରମ୍ଭ ହୋଇଛି।ଅପରପକ୍ଷେ ଜିଲା ଦଳିତ ସମାଜ ସଭାପତି ନଗେନ୍ଦ୍ର ଜେନା ଏହି ଘଟଣାକୁ ନିନ୍ଦା କରିବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।ସେ କହିଛନ୍ତି, ଗ୍ରାମାଞ୍ଚଳରେ ଦଳିତଙ୍କୁ ନିର୍ଯାତନା ଦିଆଯାଉଥିବା ବେଳେ ପୋଲିସ ପ୍ରଶାସନ ଚୁପ୍‌ ହୋଇ ବସିଛି।ଅନ୍ୟପକ୍ଷେ ସରପଞ୍ଚ ଓଝା କହିଛନ୍ତି, ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ।ରାଜନୈତିକ ଉଦ୍ଦେଶ୍ୟ ରଖି ସମ୍ପୃକ୍ତ ବ୍ୟକ୍ତି ଥାନାରେ ମୋ ବିରୋଧରେ ଏପରି ଅଭିଯୋଗ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ମାଟିରେ ପ୍ଲାଷ୍ଟିକ୍‌ ପୋତିହୋଇ ଜଳଧାରଣ ହ୍ରାସ

ପଟ୍ଟାମୁଣ୍ଡାଇ,୧ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ପ୍ଲାଷ୍ଟିକର ବ୍ୟବହାର ବହୁଳ ଭାବରେ ବଢ଼ିଚାଲିଛି। ସହର ସାରା କୁଢ଼ କୁଢ଼ ପ୍ଲାଷ୍ଟିକ ଅଳିଆ ଓ ଆବର୍ଜନା…

ପ୍ରଭାବଶାଳୀଙ୍କ ମାଲିକାନାରେ ଗୋବରୀ ନଦୀ : ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ପ୍ରହସନ

ପଟ୍ଟାମୁଣ୍ଡାଇ,୩୧ା୩(କଳ୍ପତରୁ ନାୟକ):ରାଜ୍ୟ ସରକାରୀ ଜମି ଜବରଦଖଲ ଉଚ୍ଛେଦ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗତବର୍ଷ ଡିସେମ୍ବରରେ କଡ଼ା ଚେତାବନୀ ଦେଇଥିଲେ। ଜବରଦଖଲକାରୀମାନେ ସରକାରୀ ଜମି ଫେରାନ୍ତୁ…

ସାବଧାନ! ଜଣଙ୍କ ପରେ ଜଣଙ୍କୁ ଟାଣି ନେଉଛି କୁମ୍ଭୀର, ଏବେ ବି ନଦୀରେ ଘୂରି ବୁଲୁଛି

ମହାକାଳପଡ଼ା,୩୦ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ ଗୋବରୀ ନଦୀର କାଉସପାଳ ଫେରୁଘାଟଠାରେ ଏକ ୨୦ ଫୁଟ ଲମ୍ବର ବଉଳ କୁମ୍ଭୀର ଘୂରି ବୁଲୁଛି। ଏହାକୁ ନେଇ ନଦୀ…

ଲୁଣାନଦୀର ଜଳସ୍ତର କମୁଛି: ଆଗାମୀ ଦିନରେ ଦେଖାଦେବ…

କେନ୍ଦ୍ରାପଡ଼ା, ୨୮ା୩ (ଜଗନ୍ନାଥ ଧଳ)ଡିସେମ୍ବର ମାସଠାରୁ କେନ୍ଦ୍ରାପଡ଼ା ଜିଲାରେ ପ୍ରବାହିତ ଲୁଣାନଦୀର ଜଳସ୍ତର କମିବାରେ ଲାଗିଛି। ଫଳରେ ଆଗାମୀ ଦିନରେ କେନ୍ଦ୍ରାପଡ଼ା ପୌରାଞ୍ଚଳରେ ପିଇବା ପାଣି ସମସ୍ୟା…

ଜଳସ୍ତର ନିମ୍ନଗାମୀ: ବଢ଼ିଲାଣି ତାତି,ସଙ୍କଟ ହେଲାଣି ପାନୀୟ ଜଳ

ମହାକାଳପଡ଼ା,୨୮ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଦୀର୍ଘଦିନଧରି ପାନୀୟ ଜଳ ସଙ୍କଟ ଦେଖାଦେଇଛି। ଅଞ୍ଚଳରେ ଜଳସ୍ତର ନିମ୍ନଗାମୀ ଯୋଗୁ ନଳକୂପରୁ ଅଧିକାଂଶ ସମୟରେ…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

ମହାନଦୀରେ ଭାସୁଛନ୍ତି ମାଳମାଳ କୁମ୍ଭୀର: ସୋଲ ଭେଳାରେ ପାର ହୋଇ ମାଛ, କଙ୍କଡ଼ା ଧରି ପରିବାର ପୋଷଣ କରୁଛନ୍ତି ମହିଳା

ମହାକାଳପଡ଼ା,୨୬ା୩ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ନଦୀ ନାଳଘେରା ବତିଘର ଅଞ୍ଚଳ ମହାନଦୀ ଅବବାହିକା ଶାଖା ନାଳଗୁଡ଼ିକରେ କୁମ୍ଭୀର ମାଳ ମାଳ…

ଡାଲମା ହାଣ୍ଡିରୁ ବାହାରିଲା ବିଷାକ୍ତ ସାପ, ପ୍ରସାଦ ସେବନ ପରେ ଘଟିଲା…

ପଟ୍ଟମୁଣ୍ଡାଇ,୧୯ା୩(କଳ୍ପତରୁ ନାୟକ): ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଯିବାରୁ ଏହି ଡାଲମା ଖାଇ ୩୦ ଅସୁସ୍ଥ ହୋଇପଡ଼ିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri