ଛେପରେ ନାକ ଘଷିବାକୁ ଦଳିତଙ୍କୁ ବାଧ୍ୟ କରାଗଲା

କେନ୍ଦ୍ରାପଡ଼ା ଅଫିସ/ମାର୍ଶାଘାଇ,୨୧।୪(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନାରେ ମହାକାଳପଡ଼ା ବ୍ଲକ ତିଖିରୀ ପଞ୍ଚାୟତ ସରପଞ୍ଚଙ୍କ ବିରୋଧରେ ମଙ୍ଗଳବାର ଏକ ସଙ୍ଗିନ ଅଭିଯୋଗ ହୋଇଛି।ସମ୍ପୃକ୍ତ ପଞ୍ଚାୟତର ଜଣେ ଦଳିତ ବ୍ୟକ୍ତିଙ୍କୁ ତଳେ ଛେପ ପକାଇ ନାକ ଘଷିବା ପାଇଁ ଗ୍ରାମସଭାରେ ସରପଞ୍ଚ ଚାମେଲି ଓଝା, ସହଯୋଗୀ ବିଜୟ ସ୍ବାଇଁ, ରାକେଶ ସୁତାର ଓ କାଳିଆ ସୁତାର ତାଙ୍କୁ ବାଧ୍ୟ କରିଥିଲେ ବୋଲି ଥାନାରେ ପ୍ରଦାନ କରାଯାଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ହୋଇଛି। ସୂଚନା ଅନୁଯାୟୀ, ଅଭିଯୋଗକାରୀ ଗୁରୁଚରଣ ମଲ୍ଲିକ ଥାନାରେ ଅଭିଯୋଗ କରିଛନ୍ତି, ଗ୍ରାମର ଏକ ମନ୍ଦିରର ପୁନରୁଦ୍ଧାର ହେଉଛି।ଏଥିପାଇଁ ଗ୍ରାମରେ ଚାନ୍ଦା ଆଦାୟ ହେଉଥିଲା।ସେ ଚାନ୍ଦା ନ ଦେବାରୁ ଗତ ରବିବାର ଗ୍ରାମସଭା ବସିଥିଲା।ଏଥିରେ ସରପଞ୍ଚ ଓଝାଙ୍କ ସହିତ ଗ୍ରାମର ଯୁବକମାନେ ଚାନ୍ଦା ଦେବାକୁ ତାଙ୍କୁ ବାଧ୍ୟ କରିଥିଲେ।ହେଲେ ଗୁରୁଚରଣ ଚାନ୍ଦା ଦେବାକୁ ମନା କରିବାରୁ ତଳେ ଛେପ ପକାଇ ନାକ ଘଷିବା ପାଇଁ ତାଙ୍କୁ ବାଧ୍ୟ କରାଯାଇଥିଲା।ଏହି ଅଭିଯୋଗ ସମ୍ପର୍କରେ ଥାନା ଅଧିକାରୀ ପ୍ରଦୀପ୍ତ କୁମାର କାନୁନ୍‌ଗୋ କହିଛନ୍ତି, ଏନେଇ ଏକ ମାମଲା ରୁଜୁ ହେବା ସହ ତଦନ୍ତ ଆରମ୍ଭ ହୋଇଛି।ଅପରପକ୍ଷେ ଜିଲା ଦଳିତ ସମାଜ ସଭାପତି ନଗେନ୍ଦ୍ର ଜେନା ଏହି ଘଟଣାକୁ ନିନ୍ଦା କରିବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।ସେ କହିଛନ୍ତି, ଗ୍ରାମାଞ୍ଚଳରେ ଦଳିତଙ୍କୁ ନିର୍ଯାତନା ଦିଆଯାଉଥିବା ବେଳେ ପୋଲିସ ପ୍ରଶାସନ ଚୁପ୍‌ ହୋଇ ବସିଛି।ଅନ୍ୟପକ୍ଷେ ସରପଞ୍ଚ ଓଝା କହିଛନ୍ତି, ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ।ରାଜନୈତିକ ଉଦ୍ଦେଶ୍ୟ ରଖି ସମ୍ପୃକ୍ତ ବ୍ୟକ୍ତି ଥାନାରେ ମୋ ବିରୋଧରେ ଏପରି ଅଭିଯୋଗ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣର ବର୍ଷକ ମଧ୍ୟରେ ରାସ୍ତା ଦବିଲା

ଡେରାବିଶ,୨୩ା୪ (ବେବର୍ତ୍ତା ଅଜୟ ଦାସ):କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଡେରାବିଶ ଅଞ୍ଚଳର ମୁଖ୍ୟ ରାସ୍ତା କୁହାଯାଉଥିବା ୫୩ ନଂ. ଜାତୀୟ ରାଜପଥର ପଞ୍ଚୁପାଣ୍ଡବ ଛକ...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୨୩ା୪ (କଳ୍ପତରୁ ନାୟକ):ସରକାରୀ ଅନୁଦାନରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତିରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଆସୁଛି। ମାତ୍ର...

ପାନୀୟ ଜଳର ଶୁଦ୍ଧତା ନାମରେ ବ୍ୟବସାୟ

ପଟ୍ଟାମୁଣ୍ଡାଇ, ୨୨ା୪(କଳ୍ପତରୁ ନାୟକ):ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏଥିରୁ ନିସ୍ତାର ମିଳିପାରିନାହିଁ। ଉପକୂଳ ଓଡ଼ିଶା କେନ୍ଦ୍ରାପଡ଼ା ଜିଲାରେ ଆଜି ବି ତାପମାତ୍ରା ୪୨ ଡିଗ୍ରୀ ପାଖାପାଖି...

ବଢୁଛି ଆଳୁ ଦର, ଚିନ୍ତାରେ ଖାଉଟି

କେନ୍ଦ୍ରାପଡ଼ା, ୨୨ା୪ (ଜଗନ୍ନାଥ ଧଳ):ଆଳୁ ଦର ବଢ଼ିବାରେ ଲାଗିଛି। କେନ୍ଦ୍ରାପଡ଼ାରେ ଗତ ସପ୍ତାହରେ ଆଳୁ କେଜି ପ୍ରତି ୨୦ଟଙ୍କା ଥିଲା। ଏବେ ବଜାର ଦର ୨୮କୁ...

ପବନରେ ଆସୁଛି କାରଖାନା ଧୂଆଁ

ମହାକାଳପଡ଼ା, ୨୨ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ):ଜଳବାୟୁ ପରିବର୍ତ୍ତନରେ ଘଟୁଛି ପରିବର୍ତ୍ତନ। ପୂର୍ବ ଅପେକ୍ଷା ସୂର୍ଯ୍ୟଙ୍କ ଉତ୍ତାପ ବଢ଼ିଛି। ଫଳରେ ଦିନ ୧୦ଟା ସୁଦ୍ଧା ଉପକୂଳ ଅଞ୍ଚଳରେ...

ଲାଇଫ୍‌ ଜାକେଟ୍‌ ବିନା ୬୩ ଘାଟରେ ନୌଚଳାଚଳ

କେନ୍ଦ୍ରାପଡ଼ା,୨୧ା୪ (ଜଗନ୍ନାଥ ଧଳ)ହୀରାକୁଦ ଡ୍ୟାମ୍‌ ଉପର ମହାନଦୀରେ ଶୁକ୍ରବାର ଘଟିଥିବା ଡଙ୍ଗା ବୁଡ଼ି ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଛି। ୪ ଜଣ ନିଖୋଜ ଥିବା...

ବଢ଼ୁଛି ଖରା, ପିଇବାକୁ ପାଣି ନାହିଁ

କେନ୍ଦ୍ରାପଡ଼ା, ୨୦ା୪ (ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାରେ ଉତ୍ତାପ ୪୨ ଡିଗ୍ରୀ ଉପରେ ଅଛି। ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମ୍‌ରେ ଥିବା ୭ ନଦୀ ଶୁଖିଲା...

ଛାତ୍ରୀଛାତ୍ରଙ୍କ ଦୁର୍ଦ୍ଦଶାର ହେଉନି ଅନ୍ତ

ଡେରାବିଶ, ୨୦ା୪ (ବେବର୍ତ୍ତା ଅଜୟ ଦାସ)କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ କୁରୁଜଙ୍ଗାଠାରେ ୨୦୨୨ରେ ଖୋଲାଯାଇଥିବା ଆଦର୍ଶ ବିଦ୍ୟାଳୟ ଏବେ ବି ସମସ୍ୟା ଘେରରେ। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri