ଦଇତାପତି ନିଯୋଗ ନିର୍ବାଚନ,୨୯ ପ୍ରାର୍ଥିପତ୍ର ଦାଖଲ

ପୁରୀ ଅଫିସ,୪।୨: ଶ୍ରୀମନ୍ଦିର ଦଇତାପତି ନିଯୋଗର ନିର୍ବାଚନ ଚଳିତ ମାସ ୧୨ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ଗୁରୁବାର ୨୯ଜଣ ପ୍ରାର୍ଥୀ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ଗୁରୁବାର ସକାଳ ୯ଟାଠାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ପ୍ରାର୍ଥୀମାନେ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଥିଲେ। ନିଯୋଗର ସଭାପତି, ଉପ ସଭାପତି, ସମ୍ପାଦକ, ସହ ସମ୍ପାଦକ କୋଷାଧ୍ୟକ୍ଷ ଏବଂ କମିଟି ମେମ୍ବର ଭାବେ ନିର୍ବାଚିତ ହେବେ। ଆସନ୍ତା ୮ ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାର ପାଇଁ ଦିନଧାର୍ଯ୍ୟ କରାଯାଇଛି। ଯେଉଁ ଚାହିଁବେ ସେଦିନ ଅପରାହ୍ନ ୨ଟାରୁ ୫ଟା ମଧ୍ୟରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ। ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ୮ ତାରିଖ ସନ୍ଧ୍ୟା ୫ଟା ପରେ ନିର୍ବାଚନ ନିମନ୍ତେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ। ଆସନ୍ତା ୧୨ ତାରିଖ ଦିନ ମତଦାନ କରାଯିବ। ଦଇତାପତି ନିଯୋଗର ସଦସ୍ୟମାନେ ସକାଳ ୯ଟା ଠାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ କରିପାରିବେ। ସେହିଦିନ ଅପରାହ୍ନ ୪ଟାରୁ ଭୋଟ ଗଣିତ ହେବ। ପ୍ରାର୍ଥୀମାନଙ୍କ ମଧ୍ୟରେ ସର୍ବାଧିକ ଭୋଟ ପାଇଥିବା ୧୫ ଜଣ ପ୍ରାର୍ଥୀଙ୍କ ନାମ ପ୍ରଦାନ କରାଯିବ। ଯେଉଁମାନଙ୍କ ମଧ୍ୟରେ ସଭାପତି, ଉପ ସଭାପତି, ସମ୍ପାଦକ, ସହ ସମ୍ପାଦକ ଏବଂ କୋଷାଧ୍ୟକ୍ଷ ନିମନ୍ତେ ୧୪ ତାରିଖରେ ନିର୍ବାଚନ ହେବ। ସେମାନଙ୍କ ମଧ୍ୟରୁ ୫ଜଣ ନିଯୋଗର ବିଭିନ୍ନ ପଦବୀ ପାଇଁ ନିର୍ବାଚିତ ହେବେ। ଅନ୍ୟ ୧୦ଜଣ ନିର୍ବାଚିତ ସଦସ୍ୟ ନିଯୋଗର କମିଟି ମେମ୍ବର ଭାବରେ ଦାୟିତ୍ୱ ତୁଲାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ଅଡିଟ୍‌ ପରେ ଗଞ୍ଜାମରେ ବଢୁଛି କରୋନା ମୃତ୍ୟୁସଂଖ୍ୟା

ଛତ୍ରପୁର,୮ା୭(ଡି.ଏନ): ଗଞ୍ଜାମ ଜିଲାରେ କରୋନା ଜନିତ ମୃତ୍ୟୁ ଥମୁନି। ଆଜି ଜିଲାରୁ ଆଉ ୫ ଜଣଙ୍କ ଜୀବନ ନେଇଛି କରୋନା। ତେବେ ଅଡିଟ୍‌ ପରେ ଏହି...

ଜଳିଗଲା ୩ ବଖରା: ଆସବାବପତ୍ର, ଧାନଚାଉଳ ପୋଡ଼ି ପାଉଁଶ

ପଦ୍ମପୁର,୧୩।୨(ଡି.ଏନ୍‌.ଏ.): ଭଦ୍ରକ ବ୍ଲକ ଅଧୀନ ଗୋରାମାଟି ପଞ୍ଚାୟତସ୍ଥ ତୋରଣମଦା ଗ୍ରାମର ପଞ୍ଚାନନ ଜେନାଙ୍କ ଘରେ ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୩ ବଖରା ଜଳିଯାଇଛି।...

ଆମ୍ବଗଛ ତଳୁ ମିଳିଲା ନବଜାତ ଶିଶୁପୁତ୍ର

ରାଉରକେଲା ଅଫିସ୍‌, ୩୦।୭: ରାଉରକେଲା ସେକ୍ଟର ୨୦ରେ ମିଶ୍ର ଖଟାଲ ମନ୍ଦିର ନିକଟ ଆମ୍ବଗଛ ମୂଳରେ ଶୁକ୍ରବାର ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର ହୋଇଛି। ସ୍ଥାନୀୟ...

ଝାରସୁଗୁଡ଼ାରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୮

ଝାରସୁଗୁଡ଼ା ଅଫିସ,୧୫।୬: ଝାରସୁଗୁଡାରେ ସୋମବାର ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି।...

ତାମିଲନାଡୁରେ ଅଟକି ରହିଛନ୍ତି ଶ୍ରମିକ

ସମ୍ବଲପୁର,୩୧।୩(ବ୍ୟୁରୋ)-କରୋନା ଭୂତାଣୁ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ସାମାଜିକ ଜୀବନଯାତ୍ରାରେ ମଧ୍ୟ ପ୍ରତିବନ୍ଧକ ସାଜିଛି। ତେଣୁ କରୋନା କଟକଣାରେ ଜିଲା, ରାଜ୍ୟ ବାହାରେ ଶ୍ରମିକମାନେ ଅଟକି ରହିଛନ୍ତି...

ଭିଜିଲାନ୍ସ ଜାଲରେ ବ୍ୟାସନଗର ପୌରପରିଷଦ ସହକାରୀ ଯନ୍ତ୍ରୀ

ଯାଜପୁର ରୋଡ, ୨୧।୮(ନି:ପ୍ର.): ଲାଞ୍ଚ ନେବା ଅଭିଯୋଗରେ ଯାଜପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ବ୍ୟାସ ନଗର ପୌରପରିଷଦର ସହକାରୀ ଯନ୍ତ୍ରୀ ପ୍ରହ୍ଲାଦ ମହାପାତ୍ରଙ୍କୁ ଗିରଫ କରାଯାଇଛି।...

କାଳବୈଶାଖୀରେ ଗଛ ପଡ଼ି ତାର ଛିଣ୍ଡିଲା, ବିଦ୍ୟୁତ୍‌ ସେବା ବ୍ୟାହତ

ଦାରିଙ୍ଗବାଡ଼ି,୬ା୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ବୁଧବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ଦାରିଙ୍ଗବାଡ଼ିର ରାଇକିଆଠାରୁ ବାଡାବାଙ୍ଗା ମଧ୍ୟରେ ବଡ଼ବଡ଼ ଗଛ ଭାଙ୍ଗିବା...

ପାଟଣା ବ୍ଲକରୁ ୨ ନୂଆ କରୋନା ପଜିଟିଭ ଚିହ୍ନଟ

ପାଟଣା,୨।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଚେମେଣା ପଞ୍ଚାୟତରୁ ମଙ୍ଗଳବାର ୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ଜିଲା ପ୍ରଶାସନ ପକ୍ଷରୁ...

Advertisement
Archives

Model This Week