Posted inRasifala

ରାଶିଫଳ: ସୋମବାର , ଏପ୍ରିଲ ୨୫ ତାରିଖ – Daily Horoscope

ମେଷ
ଆଜି ରାଶ୍ୟାଧିପ ନକ୍ଷତ୍ରସ୍ଥ ଚନ୍ଦ୍ର ହେତୁ ବାକ୍‌ଯୁଦ୍ଧ, ମତାନ୍ତରର ଆଶଙ୍କା ରହିଛି। ପରକ୍ଷଣରେ ଅନ୍ୟାନ୍ୟ ସହକର୍ମୀଙ୍କ ହସ୍ତକ୍ଷେପ ଫଳରେ ସମାଧାନ ହୋଇପାରେ। ଯାତ୍ରା, ନୂତନ କର୍ମାରମ୍ଭ ଓ ଆନୁଷ୍ଠାନିକ କ୍ଷେତ୍ର ପାଇଁ କୈାଣସି ପ୍ରତିକୂଳ ପ୍ରଭାବ ପଡିବ ନାହିଁ। ସାମାଜିକ ସ୍ତରରେ ପଡୋଶୀମାନେ ଆପଣଙ୍କ ପରାମର୍ଶ ଲୋଡ଼ିପାରନ୍ତି।
ବୃଷ
ବୃଷ
ଆନୁଷ୍ଠାନିକ କାର୍ଯ୍ୟରେ ବ୍ୟସ୍ତ ରହିବେ ଏବଂ ଚେଷ୍ଟା କରୁଥିବା କାମରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। କିନ୍ତୁ କୌଣସି ମହିଳା କିମ୍ବା ବିଜାତୀୟ ବ୍ୟକ୍ତିଙ୍କ ସହ କଳହ ଘଟିପାରେ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ଆଂଶିକ ସଫଳତା ପାଇବେ। କୌଣସି ମୂଲ୍ୟବାନ ଜିନିଷ କିଣିବା ସକାଶେ ମନ ବଳାଇ ପାରନ୍ତି।
ମିଥୁନ
ମିଥୁନ
ମାନସିକ ସ୍ତରରେ ବ୍ୟଗ୍ରତା ଓ ଅସ୍ଥିରତା ଆଜିର ମୁଖ୍ୟ ସମସ୍ୟା ରୂପେ ଦେଖାଦେବ। କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ରପ୍ତାନି କାରବାରରେ କଳହ କିମ୍ବା ବନ୍ଧୁଙ୍କ ସହ ମତାନ୍ତର ଘଟିପାରେ। ଅସୁବିଧାରେ ପଡିଥିବା ଲୋକଟିକୁ ସାହାଯ୍ୟ କରି ସମାଲୋଚିତ ହୋଇପାରନ୍ତି। ଉଚ୍ଚବର୍ଗର ଲୋକଙ୍କ ସଂସ୍ପର୍ଶରେ ଆସି ପାରନ୍ତି।
କର୍କଟ
କର୍କଟ
ବନ୍ଧୁଙ୍କ ନିନ୍ଦାଗାନ ଶୁଣି ନୀରବ ରହିବେ। ଅଶ୍ଳେଷା ନକ୍ଷତ୍ର ସକାଶେ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ସେପରି କିଛି ହେବନି। ମାନସିକ ଚାପ ବୃଦ୍ଧି ହେତୁ ରକ୍ତଚାପ ବୃଦ୍ଧି ପାଇବା କାରଣରୁ ଚିଡି ଚିଡି ହୋଇ ପାରନ୍ତି। ବ୍ୟବସାୟ, ନିର୍ମାଣ ଓ ପ୍ରଶାସନିକ ସ୍ତରରେ ଚେଷ୍ଟା କରୁଥିବା କାମରେ ସଫଳତା ହାସଲ କରି ପ୍ରଶଂସିତ ହେବେ ।
ସି˚ହ
ସି˚ହ
ଆଜି ସକାଳୁ କାର୍ଯ୍ୟକ୍ଷେତ୍ରକୁ ଶୀଘ୍ର ଯିବାକୁ ଆହ୍ବାନ ଆସିପାରେ। ଜଞ୍ଜାଳ ଏତେ ମାତ୍ରାରେ ବଢିଯିବ ଯେ ସାମାନ୍ୟ ଫୁର୍‌ସତ୍‌ ମଧ୍ୟ ପାଇବେ ନାହିଁ। ଏହା ସାଙ୍ଗକୁ ବିଭିନ୍ନ ପ୍ରକାର ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ମାନସିକ ସ୍ଥିତି ଠିକ୍‌ ରହିବ ନାହିଁ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ଯାନ୍ତ୍ରିକ ଶିଳ୍ପ ଓ ପରିବହନରେ ସଫଳତା ମିଳିବ ।
କନ୍ୟା
ଆଜିର ଅଶାନ୍ତ ପରିସ୍ଥିତି, ଗୃହଛିଦ୍ର, ବନ୍ଧୁଙ୍କ ଅନୁଚିତ କାର୍ଯ୍ୟକଳାପ ଦୁଶ୍ଚିନ୍ତାର କାରଣ ହୋଇପାରେ। ଆଲୋଚନା ପରିସରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହେବେ। ବ୍ୟବସାୟିକ କ୍ଷେତ୍ର, ନିର୍ମାଣ, କଚେରି ମାମଲା ଦିଗରୁ ଆଶ୍ୱସ୍ତି ପାଇବେ। ଅନ୍ୟମନସ୍କତା କେତେକ ବ୍ୟତିକ୍ରମର କାରଣ ପାଲଟି ଯାଇପାରେ।
ତୁଳା
ତୁଳା
ଯାହା ଚାହୁଁଛନ୍ତି ତାହା କରିପାରିବେ, ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। ଜମିଜମା କିମ୍ବା ନିର୍ମାଣ ଓ ସାଂଗଠନିକ କ୍ଷେତ୍ରରେ ବିତର୍କର ସମ୍ଭାବନା ରହିଛି। ଯାନବାହନ ଚାଳନାରେ ସତର୍କ ରହନ୍ତୁ,ଅନ୍ୟଥା ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ା ଆଲୋଚନା ପରିସରରେ ବ୍ୟବହାରିକ ବ୍ୟତିକ୍ରମ ସାମୟିକ ବାଧା ସୃଷ୍ଟି କରିପାରେ।
ବିଛା
ବିଛା
ନିର୍ଦ୍ଦିଷ୍ଟ ସମୟରେ ଆପଣଙ୍କ ଅନୁପସ୍ଥିତି ପାଇଁ କୈଫିୟତ ଦେବାକୁ ପଡିପାରେ। ଆପଣଙ୍କ ବାଟକୁ ଚାହିଁ ବସିଥିବା ବନ୍ଧୁଟି ମନେ ମନେ ବିରକ୍ତି ପ୍ରକାଶ କରିବ। ପୂର୍ବର ଅସୁବିଧାଜନକ ସମୟ ବଦଳି ଯିବ ଓ ବନ୍ଧୁମାନେ ସହଯୋଗର ହାତ ବଢାଇବେ। ଆଜିର ଯାତ୍ରା, ପ୍ରକାଶନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ।
ଧନୁ
ଧନୁ
ବୁଝାମଣାର ଅଭାବଜନିତ ସମସ୍ୟା ଭିତରେ ଅଧିକାଂଶ ସମୟ ଅନ୍ୟମନସ୍କ ରହିବେ। ଅବଶ୍ୟ ଆର୍ଥିକ ସ୍ଥିତି ବହୁତ ଭଲ ରହିବ ଏବଂ କୈାଣସି ମୂଲ୍ୟବାନ ଜିନିଷ ଖରିଦ କରିପାରନ୍ତି। ଆମତ୍ୀୟମାନେ ଆପଣଙ୍କ କାର୍ଯ୍ୟକୁ ପସନ୍ଦ ନ କଲେ ମଧ୍ୟ ମୁହଁ ଆଗରେ କିଛି କହିବେ ନାହିଁ। ନୂତନ ସମ୍ପର୍କ ସ୍ଥାପନ ପାଇଁ ମନ ବଳାଇ ପାରନ୍ତି।
ମକର
ମକର
କର୍ମକ୍ଷେତ୍ରରେ ଘଟି ଯାଇଥିବା ଯେଉଁ ବ୍ୟତିକ୍ରମ ପାଇଁ ଝମେଲାର ଆଶଙ୍କା କରୁଛନ୍ତି ସେମିତି କିଛି ହେବ ନାହିଁ। ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ। ଆନୁଷ୍ଠାନିକ କ୍ଷେତ୍ରରେ କିମ୍ବା ସଭାସମିତିରେ ପ୍ରଶଂସା ଓ ପ୍ରୋସତ୍ାହନ ପାଇବେ। ଶୀଘ୍ର ଆସିବାକୁ କହି ଆସି ନ ଥିବା ବନ୍ଧୁଙ୍କ ସକାଶେ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ।
କୁମ୍ଭ
କୁମ୍ଭ
ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣା ଠିକ୍‌ ରହିବା ହେତୁ କାମ ସନ୍ତୋଷଜନକ ରହିବ। ତଥାପି ପିଲାମାନଙ୍କ ସକାଶେ କୈାଣସି ବ୍ୟକ୍ତିଙ୍କ ସହ ତର୍କର ସମ୍ମୁଖୀନ ହୋଇପାରନ୍ତି। ବ୍ୟବସାୟ,ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ । ପାରିବାରିକ କ୍ଷେତ୍ରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ।
ମୀନମୀନ
ଅନ୍ୟର କଥାକୁ ନେଇ ମାନସିକ ସୁସ୍ଥତା ବାଧାପ୍ରାପ୍ତ ହେବ। ପାରିବାରିକ ସଦ୍‌ଭାବ ମନକୁ ବୁଝାଇବାରେ ସାହାଯ୍ୟ କରିବ। ବନ୍ଧୁ ଗହଣରେ ନିଜର ପ୍ରତିକ୍ରିୟା ହଠାତ୍‌ ପ୍ରକାଶ କରନ୍ତୁ ନାହିଁ କାରଣ ଅଯଥା ମନାନ୍ତର ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ରରେ ମଧ୍ୟ ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇବା ଠିକ୍‌ ହେବ ନାହିଁ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?