ପୁଣି ବଢ଼ିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୨୨।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪୧ ହଜାର ୩୮୩ ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୫୦୭ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୩୮ ହଜାର ୬୫୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ବଢ଼ିବାରେ ଲାଗିଛି। ଏହା ୯୭.୩୭ ପ୍ରତିଶତ ଛୁଇଁଛି। ଅପରପକ୍ଷରେ ୪ ଲକ୍ଷ ୯ ହଜାର ୩୯୪ ଜଣ ଚିକିତ୍ସିତ ହେଉଛନ୍ତି। ଦୈନିକ ପଜିଟିଭ୍‌ ହାର ୧.୬୮ ପ୍ରତିଶତ ରହିଛି। ସକ୍ରିୟ ମାମଲା ୧. ୩୫ ପ୍ରତିଶତରେ ପହଞ୍ଚିଛି। ସେହିପରି ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୧୮ ହଜାର ୯୮୭ ଛୁଇଁଥିବାବେଳେ ମୃତ୍ୟୁ ହାର ୧.୩୩ ପ୍ରତିଶତ ରହିଛି। ବର୍ତ୍ତମାନ ସୁଦ୍ଧା ୪୧ କୋଟି ୭୮ ଲକ୍ଷ ୫୧ ହଜାର ୧୫୧ ଜଣ ଲୋକଙ୍କୁ ଟିକାଦାନ ସରିଛି। ଅପରପକ୍ଷରେ ଇତିମଧ୍ୟରେ ୪୫ କୋଟି ୯ ଲକ୍ଷ ୧୧ ହଜାର ୭୧୨ ଲାକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି। ସଂକ୍ରମଣ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ୩ ଲକ୍ଷ ୫୩ ହଜାର ୭୧୦ ଜଣ ଲୋକ ସୁସ୍ଥ ହୋଇସାରିଛନ୍ତି। ଅପରପକ୍ଷରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୧୨ ଲକ୍ଷ ୫୭ହଜାର ୭୨୦ରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷଣ ନ ଥିଲେ ଘରେ ରହିପାରିବେ ସଂକ୍ରମିତ

ଭୁବନେଶ୍ୱର, ୧୨ା୫(ବ୍ୟୁରୋ): ରାଜ୍ୟରେ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଆକ୍ରାନ୍ତଙ୍କ ମଧ୍ୟରେ ଲକ୍ଷଣ ନ ଥିବା ଜଣାପଡିଛି।...

କେନ୍ଦୁଝର: ଛାତ୍ରୀଛାତ୍ରଙ୍କୁ ଅନ୍‌ଲାଇନ ଶିକ୍ଷାଦାନ ଦାବି

ଭୁବନେଶ୍ୱର,୨୯।୪(ବ୍ୟୁରୋ): ବିଶ୍ୱ ମହାମାରୀରେ ପରିଣତ ହୋଇଥିବା କରୋନାର ମୁକାବିଲା ପାଇଁ କେନ୍ଦୁଝର ଜିଲାର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ବନ୍ଦ ରହିଛି। ବୁଧବାର ଜିଲାରୁ ପ୍ରଥମ...

ମହାରାଷ୍ଟ୍ରରେ ଏନ୍‌ଡିଏ ବହୁମତ ହାସଲ ଲକ୍ଷ୍ୟରେ: ହରିୟାଣାରେ କଂଗ୍ରେସର କଡ଼ା ମୁକାବିଲା

ଚଣ୍ଡିଗଡ଼/ମୁମ୍ବାଇ,୨୪।୧୦: ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ଭୋଟ ଗଣତି ଗୁରୁବାର ଆରମ୍ଭ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ମହାରାଷ୍ଟ୍ରରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ବହୁମତ ଲକ୍ଷ୍ୟ...

୧୫ ଫୁଟିଆ ଅହିରାଜ ପଡ଼ିଲା ଧରା: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

କୋଏମ୍ବାଟୁର, ୧୨।୭: ତାମିଲନାଡୁର କୋଏମ୍ବାଟୁର ନିକଟସ୍ଥ ଥୋଣ୍ଡାମୁଥୁର ଅଞ୍ଚଳର ନରସିପୁରମ୍‌ ଗାଁରୁ ଏକ ୧୫ ଫୁଟ ଲମ୍ବର ଅହିରାଜ ସାପ ଧରାପଡ଼ିଛି। ସ୍ଥାନୀୟ ବନ ବିଭାଗ...

ସମସ୍ତ ରାସ୍ତାକୁ ଖାଲଖମାରୁ ମୁକ୍ତ କରିବାକୁ ଯୋଗୀ ସରକାରଙ୍କ ନିର୍ଦ୍ଦେଶ

ଲକ୍ଷ୍ନୌ,୧୮।୧୦: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଦେଶର ସମସ୍ତ ରାସ୍ତାକୁ ଖାଲଖମାରୁ ମୁକ୍ତ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାର ଲୋକଭବନରେ ଆୟୋଜିତ ହୋଇଥିବା ଏକ...

ମେ’ ୧୫ ଯାଏ ବଢ଼ିଲା ସ୍ବାସ୍ଥ୍ୟ ଓ ମୋଟରଯାନ (ତୃତୀୟପକ୍ଷ) ବୀମା ଅବଧି: ପୂର୍ବଭଳି ପାଇପାରିବେ ସମସ୍ତ ସୁବିଧା

ଭୁବନେଶ୍ୱର,୧୬।୪(ବ୍ୟୁରୋ)- ସମଗ୍ର ଦେଶରେ କରୋନା (କୋଭିଡ-୧୯) ସଂକ୍ରମଣକୁ ଦୃଷ୍ଟିରେ ରଖି ଏପ୍ରିଲ ୧୪ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ସରକାରୀ କାର୍ଯ୍ୟାଳୟଠାରୁ...

ମୁଖ୍ୟମନ୍ତ୍ରୀ ଜଗନମୋହନଙ୍କ ବାସ ଭବନ ସୁରକ୍ଷା ପାଇଁ ୨୫ ଲକ୍ଷ ଖର୍ଚ୍ଚ କରିବେ ରାଜ୍ୟ ସରକାର

ହାଇଦ୍ରାବାଦ୍‌,୨୩।୭: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନମୋହନ ରେଡ୍ଡୀଙ୍କ ବାସ ଭବନ ସୁରକ୍ଷା ପାଇଁ ୨୪ ଲକ୍ଷ ୫୦ ହଜାର ଟଙ୍କା ମଞ୍ଜୁର କରାଯାଇଛି। ରାଜ୍ୟ ସରକାରଙ୍କ...

ଲକ୍‌ଡାଉନ୍‌ରୁ ବଢ଼ିଛି ଘରୋଇ ହିଂସା: ଅଭ୍ୟାସଗତ ଅପରାଧୀଙ୍କୁ ଚିହ୍ନଟ କରିବାକୁ ପୋଲିସକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୪।୪(ବ୍ୟୁରୋ): ମାର୍ଚ୍ଚ ୨୧ରୁ ରାଜ୍ୟରେ ଲକ୍‌ଡାଉନ୍‌ ଆରମ୍ଭ ହୋଇଛି। ଏହି ସମୟ ମଧ୍ୟରେ ଲୋକମାନେ ନିଜ ନିଜ ଘରେ ରହିଛନ୍ତି। ଘରେ ରହିବା ଯୋଗୁ ପାରିବାରିକ...

Advertisement


Archives

Model This Week

Why Dharitri