ପୁଣି ବଢ଼ିଲା ଦୈନିକ ସଂକ୍ରମଣ, ସକ୍ରିୟ ମାମଲା ଲକ୍ଷେ ୪୫ ହଜାରରୁ ଅଧିକ…

ନୂଆଦିଲ୍ଲୀ, ୨୭।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ ମୁହାଁ ହେବାରେ ଲାଗିଛି। ଫଳରେ ପୁଣି ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଦୈନିକ ସଂକ୍ରମଣ ଗୋଟିଏ ଦିନ ତଳେ କମିଥିବାବେଳେ ଗତ ୨୪ ଘଣ୍ଟାରେ ପୁଣି ବଢ଼ିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ଲକ୍ଷେ ୪୫ ହଜାରରୁ ଅଧିକ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୮ ହଜାର ୩୧୩ ରହିଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୫୭ ରେ ପହଞ୍ଚିଛି। ଏହି ସମୟରେ ସକ୍ରିୟ ମାମଲା ଲକ୍ଷେ ୪୫ ହଜାର ୨୬ ରେ ପହଞ୍ଚିଛି।

ସେହିପରି ୨୪ ଘଣ୍ଟାରେ ୨୦ ହଜାର ୭୪୨ ଜଣ ସୁସ୍ଥ ହୋଇଛନ୍ତି। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୬ ହଜାର ୧୬୭ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୩୯ ଲକ୍ଷ ୩୮ ହଜାର ୭୬୪ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୩୨ ଲକ୍ଷ ୬୭ ହଜାର ୫୭୧ ଜଣ ସୁସ୍ଥ ହୋଇ ସାରିଛନ୍ତି। ମହାରାଷ୍ଟ୍ର, କେରଳ, ତାମିଲନାଡୁ, କର୍ନାଟକ ଏବଂ ପଶ୍ଚିମବଙ୍ଗ ଆଦି ୫ ରାଜ୍ୟରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୨,୧୩ ୫ଜଣ, ପଶ୍ଚିମବଙ୍ଗରେ ୧,୨୩୨, ତାମିଲନାଡୁରେ ୧,୮୪୬ ଜଣ, ପଞ୍ଜାବରେ ୪୩୬ ଜଣ କେରଳରେ ୧,୪୮୮ ଜଣ, କର୍ନାଟକରେ ୧,୪୨୫ ଜଣ, ଓଡ଼ିଶାରେ ୧,୧୭୪ ଜଣ, ଗୁଜରାଟରେ ୮୮୯, ଆସାମରେ ୬୮୬ ଜଣ, ତେଲେଙ୍ଗାନାରେ ୭୯୫, ହିମାଚଳପ୍ରଦେଶରେ ୯୮୬ ଜଣ, ଛତିଶଗଡ଼ରେ ୬୪୦ ଜଣ, ଦିଲ୍ଲୀରେ ୭୮୧ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

ସେହିପରି ହରିୟାଣାରେ ୫୭୮ ଜଣ, ଆନ୍ଧ୍ରପ୍ରଦେଶରେ ୩୩୭ ଜଣ, ଉତ୍ତରପ୍ରଦେଶରେ ୩୬୪ ଜଣ, ତ୍ରିପୁରାରେ ୧୨୭ ଜଣ, ଜମ୍ମୁ-କଶ୍ମୀରରେ ୬୯୭ ଜଣ, ବିହାରରେ ୩୬୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ରାଜସ୍ଥାନରେ ୨୩୨ ଜଣ, ମଧ୍ୟପ୍ରଦେଶରେ ୧୭୪ ଜଣ, ଉତ୍ତରାଖଣ୍ଡରେ ୨୮୨ ଜଣ, ଝାଡ଼ଖଣ୍ଡରେ ୧୭୧ ଜଣ, ମିଜୋରାମରେ ୧୬୯ ଜଣ, ମେଘାଳୟରେ ୧୦୬ ଜଣ, ଅରୁଣାଚଳପ୍ରଦେଶରେ ୧୦୪ ଜଣ, ଗୋଆରେ ୧୫୦ ଜଣ,ସିକିମ୍‌ରେ ୧୩୪ ଜଣ, ଆସାମରେ ୭୬୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୨୦୨ କୋଟି ୮୦ଲକ୍ଷରୁ ଅଧିକରେ ପହଞ୍ଚିଛି। ସେଥିମଧ୍ୟରେ ୯୧ କୋଟି ୯୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୮୫ କୋଟି ୩୦ ଲକ୍ଷ ଦ୍ୱିତୀୟ ଡୋଜ୍‌ ଥିଲା। ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି। ଏହା ସହିତ ମାସ୍କ ପିନ୍ଧିବା ଏବଂ କରୋନା ମାର୍ଗଦର୍ଶିକା ପାଳନ କରିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲ୍‌ ଠାକ୍‌ରେଙ୍କ ଯୋଗୁ ମୋଦି ଆଜି ହୋଇପାରିଛନ୍ତି ପ୍ରଧାନମନ୍ତ୍ରୀ: ଉଦ୍ଧବ ଠାକ୍‌ରେ

ମୁମ୍ବାଇ,୧୩।୨: ଶିବସେନା ସଭାପତି ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପୁଣି ଥରେ ଭାରତୀୟ ଜନତା ପାର୍ଟି (ଭାଜପା)କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି,...

ଆନ୍ଧ୍ର ଛୁଇଁଲା ମୌସୁମୀ

ନୂଆଦିଲ୍ଲୀ,୭।୬(ପି.ଟି.): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରବିବାର ସମଗ୍ର ଉତ୍ତରପୂର୍ବାଞ୍ଚଳରେ ପହଞ୍ଚତ୍ଥିବା ଭାରତର ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ କୁହାଯାଇଛି। ଏହା ସ୍ବାଭାବିକ ତାରିଖର ୪ ଦିନ...

ଏମ୍ସ ସର୍ଭର ହ୍ୟାକ ଏକ ଆତଙ୍କବାଦୀ ଷଡ଼ଯନ୍ତ୍ର : ପୂର୍ବତନ ଦିଲ୍ଲୀ ଡିସିପି…

ନୂଆଦିଲ୍ଲୀ,୩।୧୨ : ଦିଲ୍ଲୀ ଏମ୍ସ ସର୍ଭର ଉପରେ ହୋଇଥିବା ସାଇବର ଆକ୍ରମଣକୁ ଇତିମଧ୍ୟରେ ୧୦ ଦିନ ବିତିଛି। ଦେଶର ସୁରକ୍ଷା ଏଜେନ୍ସିଗୁଡ଼ିକୁ ଏହା ଚିନ୍ତାରେ ପକାଇ...

ଖୋଲାଖୋଲି କହିବାରୁ ନଓ୍ବାବଙ୍କୁ ଟାର୍ଗେଟ କରାଗଲା: ପାଓ୍ବାର

ମୁମ୍ବାଇ,୨୩ା୨: କେନ୍ଦ୍ର ସରକାରଙ୍କ ବିରୋଧରେ ଖୋଲାଖୋଲି କହିବାରୁ ମନ୍ତ୍ରୀ ନଓ୍ବାବ ମଲିକଙ୍କୁ ଟାର୍ଗେଟ କରାଗଲା ବୋଲି ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାର କହିଛନ୍ତି। ଦଳୀୟ ନେତା...

ଫେଲ୍‌ ମାରିଲା ଅରୁଣାଚଳ ପ୍ରଦେଶ ଉପରେ ଚାଇନାର ପ୍ଲାନ୍‌

ଇଟାନଗର/ବେଜିଂ,୧୪।୭: ଅରୁଣାଚଳ ପ୍ରଦେଶ ଉପରେ ଚାଇନାର ସର୍ବଦା ଖରାପ ନଜର ରହିଛି। ଗୋଟିଏ ପଟେ ଚାଇନା ନିୟନ୍ତ୍ରଣ ଲାଇନ ଉପରେ ନିଜର କାର୍ଯ୍ୟକଳାପକୁ କ୍ରମାଗତ ଭାବରେ...

୧୭୨ ଆସନ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ କଲା ଭାଜପା

ନୂଆଦିଲ୍ଲୀ,୧୩ା୧: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ୧୭୨ ଆସନ ପାଇଁ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରାଯାଇଛି। ବର୍ତ୍ତମାନ ବିଧାନ ପରିଷଦ ସଦସ୍ୟ...

ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ଅସୁସ୍ଥ. ଆରଏମଏଲ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ, ୯ ।୬: ଦିଲ୍ଲୀ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଅସୁବିଧା ବଢିବାରେ ଲାଗିଛି । ମନି ଲଣ୍ଡରିଂ ମାମଲାରେ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ସତ୍ୟେନ୍ଦ୍ର...

ପିଆଇଏଲ୍‌ ଶୁଣାଣି କରିବେନି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୮ା୮: ଚାଇନାର ଶାସକ କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଚାଇନା (ସିପିସି) ସହ କଂଗ୍ରେସର ଚୁକ୍ତିକୁ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଦ୍ୱାରା ତଦନ୍ତ କରାଯାଉ...

Advertisement
Archives

Model This Week