ଦୈନିକ ସଂକ୍ରମଣ ପୁଣି ଟପିଲା ୪୦ ହଜାର…

ନୂଆଦିଲ୍ଲୀ,୧୮।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଲଗାତାର ୨ ଦିନ ଧରି ଦୈନିକ ସଂକ୍ରମଣ ୪୦ ହଜାର ତଳେ ରହିବାପରେ ପୁଣି ବଢ଼ିଛି। ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪୧ ହଜାର ୧୫୭ ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୫୧୮ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୪୨ ହଜାର ୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ବଢ଼ିବାରେ ଲାଗିଛି। ଏହା ୯୭.୩୧ ପ୍ରତିଶତ ଛୁଇଁଛି। ଅପରପକ୍ଷରେ ୪ ଲକ୍ଷ ୨୨ ହଜାର ୬୬୦ଜଣ ଚିକିତ୍ସିତ ହେଉଛନ୍ତି। ସକ୍ରିୟ ମାମଲା ୧. ୩୬ ପ୍ରତିଶତରେ ପହଞ୍ଚିଛି। ସେହିପରି ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୧୩ ହଜାର ୬୦୯ ଛୁଇଁଛି। ବର୍ତ୍ତମାନ ସୁଦ୍ଧା ୪୦ କୋଟି ୪୯ ଲକ୍ଷ ୩୧ ହଜାର ୭୧୫ ଜଣ ଲୋକଙ୍କୁ ଟିକାଦାନ କରାଯାଇ ସାରିଛି। ଅପରପକ୍ଷରେ ଇତିମଧ୍ୟରେ ୪୪ କୋଟି ୩୯ ଲକ୍ଷ ୫୮ ହଜାର ୬୬୩ ଲାକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି। ସଂକ୍ରମଣ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ୨୬ ଲକ୍ଷ ୯ ହଜାର ୭୯୬ ଜଣ ଲୋକ ସୁସ୍ଥ ହୋଇସାରିଛନ୍ତି। ଅପରପକ୍ଷରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୯ ଲକ୍ଷ ୮୭ ହଜାର ୮୮୦ରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୋନିଆଙ୍କୁ ଭେଟିବେ ପଟିଦାର ନେତା ନରେଶ ପଟେଲ: ଗୁଜରାଟ ନିର୍ବାଚନରେ ମିଳିପାରେ ଗୁରୁଦାୟିତ୍ୱ

ନୂଆଦିଲ୍ଲୀ,୨୩।୪: ଚଳିତ ବର୍ଷ ଶେଷ ସୁଦ୍ଧା ଗୁଜରାଟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଏବେଠାରୁ ଗୁଜରାଟ ରାଜନୀତି ସରଗରମ ହେବାରେ ଲାଗିଛି। ପ୍ରତ୍ୟେକ ଦଳ...

ହୋଲି ପାଳନ ବନ୍ଦ କଲା ସିଏପିଏଫ୍‌

ନୂଆଦିଲ୍ଲୀ,୭ା୩(ପି.ଟି.): କରୋନା ସଂକ୍ରମଣ ଭୟରେ ଆନୁଷ୍ଠାନିକ ଭାବେ ହୋଲି ନ ପାଳିବା ପାଇଁ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (ସିଏପିଏଫ୍‌) ନିଷ୍ପତ୍ତି ନେଇଛି। ଆଭ୍ୟନ୍ତରୀଣ ସୁରକ୍ଷା...

ବିଦ୍ୟା ଦେବୀ: ୯୭ ବର୍ଷ ବୟସରେ ସମ୍ଭାଳିବେ ସରପଞ୍ଚ ଦାୟିତ୍ୱ

ଜୟପୁର,୧୮।୧: ବୟସ ଯେ ଏକ ସଂଖ୍ୟା ଏହାକୁ ଏବେ ପ୍ରମାଣ କରିଛନ୍ତି ରାଜସ୍ଥାନ ସିକାରର ୯୭ ବର୍ଷୀୟା ମହିଳା ବିଦ୍ୟା ଦେବୀ। ନିକଟରେ ଅନୁଷ୍ଠିତ ହୋଇଥିବା...

ମଧ୍ୟପ୍ରଦେଶ : ବିଷାକ୍ତ ମଦ ପିଇ ଚାଲିଗଲା ୧୧ ଜଣଙ୍କ ଜୀବନ

ଭୋପାଳ, ୧୫।୧୦-ବିଷାକ୍ତ ମଦ ପିଇ ୧୧ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏପରି ଘଟଣା ମଧ୍ୟପ୍ରଦେଶର ଉଜ୍ଜୟୀନ ସହରରେ ଦେଖିବାକୁ ମିଳିଛି। ବୁଧବାର ରାତିରେ ୭...

ଗେହଲଟଙ୍କ ପାଖରେ ବସିବେ ନାହିଁ ପାଇଲଟ, ଜାଣନ୍ତୁ କାହିଁକି

ଜୟପୁର,୧୪।୮: ରାଜସ୍ଥାନ କଂଗ୍ରେସରେ ଯଦିଓ ସବୁ ସ୍ବାଭାବିକ ହୋଇଛି କିନ୍ତୁ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ଙ୍କୁ ଆଗକୁ ମଧ୍ୟ ତିକ୍ତ ବାସ୍ତବତାକୁ ସାମ୍ନା କରିବାକୁ ପଡିବ।...

ଦିଲ୍ଲୀ ହସ୍ପିଟାଲରେ ରୋଗୀଙ୍କ ପାଇଁ ଅଭାବ ପଡିଲାଣି ବେଡ୍‌

ନୂଆଦିଲ୍ଲୀ,୧୪ ।୧୦: ରାଜଧାନୀ ଦିଲ୍ଲୀରେ କରୋନା ନିୟନ୍ତ୍ରଣକୁ ଆସିଥିବା ବେଳେ ଏବେବି ହସ୍ପିଟାଲରେ ବେଡର ଅଭାବ ଦେଖାଦେଇଛି । ଏହି ସମସ୍ୟାର ସମାଧାନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ...

ସ୍ବିସ୍‌ ବ୍ୟାଙ୍କ୍‌ରେ ୨୦ ହଜାର କୋଟି ଟପିଲା ଭାରତୀୟଙ୍କ ଜମାରାଶି

ନୂଆଦିଲ୍ଲୀ,୧୭।୬: ସ୍ବିସ୍‌ ବ୍ୟାଙ୍କରେ ଗଚ୍ଛିତ ଥିବା ଭାରତୀୟଙ୍କ ଜମାରାଶି ୨୦୨୦ ବର୍ଷ ସୁଦ୍ଧା ୨୦,୭୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏଥିରେ ଦେଶର ବ୍ୟକ୍ତିବିଶେଷ ଓ...

ଦିନେ ବଢ଼ୁଛି ଦିନେ କମୁଛି: ଆଜି ରାଜ୍ୟରେ ୨୦୬ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୨୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୨ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ...

Advertisement
Archives

Model This Week