୪ ହଜାର ଟପିଲା ଦୈନିକ ସଂକ୍ରମଣ, ମୃତ୍ୟୁ ସଂଖ୍ୟା ୧୫…

ନୂଆଦିଲ୍ଲୀ, ୫।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୪ ହଜାର ଟପିଛି। ଏହା ବଢ଼ି ୪ ହଜାର ୨୭୦ ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା କମି ୧୫ରେ ପହଞ୍ଚିଛି। ଗୋଟିଏ ଦିନ ପୂର୍ବରୁ ଏହା ୨୬ ଥିଲା। ଏହି ସମୟରେ ସକ୍ରିୟ ମାମଲା ପୁଣି ୨୪ ହଜାର ଟପିଛି। ଏହା ୨୪ ହଜାର ୫୨ ରହିଛି।

ସେହିପରି ୨୪ ଘଣ୍ଟାରେ ୨ ହଜାର ୬୧୯ ଜଣ ସୁସ୍ଥ ହୋଇଛନ୍ତି। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୪ ହଜାର ୬୯୨ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୩୧ ଲକ୍ଷ ୭୬ ହଜାର ୮୧୭ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୨୬ ଲକ୍ଷ ୨୮ ହଜାର ୭୩ ଜଣ ସୁସ୍ଥ ହୋଇ ସାରିଛନ୍ତି। ଗତ ୨୪ ଘଣ୍ଟାରେ କେରଳରେ ୧,୪୬୫ ଜଣ, ମହାରାଷ୍ଟ୍ରରେ ୧,୩୫୭ ଜଣ, ଦିଲ୍ଲୀରେ ୪୦୫ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

ସେହିପରି କର୍ନାଟକରେ ୨୨୨ ଜଣ, ହରିୟାଣାରେ ୧୪୪ ଜଣ, ଉତ୍ତରପ୍ରଦେଶରେ ୧୩୦ ଜଣ, ତାମିଲନାଡୁରେ ୧୦୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୧୯୪ କୋଟି ୧୦ ଲକ୍ଷରୁ ଅଧିକ ଟପିଛି। ସେଥିମଧ୍ୟରେ ୯୧ କୋଟି ୭୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୮୩ କୋଟିରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି। ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୪ ଦିନ ମଧ୍ୟରେ ଶୀର୍ଷ ଛୁଇଁବ ସଂକ୍ରମଣ…

ନୂଆଦିଲ୍ଲୀ, ୨୩।୧ : ଦେଶରେ କରୋନାର ତୃତୀୟ ଲହର ଜାରି ରହିଛି। ତୃତୀୟ ଲହର ଆଉ ୧୪ ଦିନ ମଧ୍ୟରେ ଶୀର୍ଷ ଛୁଇଁବାର ଆଶଙ୍କା ରହିଛି...

ସ୍କୁଲ ଖୋଲିବା ପରେ ୨୬୨ଶିକ୍ଷାର୍ଥୀ, ୧୬୦ ଶିକ୍ଷକ ହେଲେ କରୋନା ସଂକ୍ରମିତ

ଅମରାବତୀ,୬ ।୧୧: ଆନ୍ଧ୍ରପ୍ରଦେଶରେ ନଭେମ୍ବର ୨ରୁ ନବମ ଓ ଦାମ ଶ୍ରେଶୀ ପିଲାମାନଙ୍କ ପାଇଁ ସ୍କୁଲ ଖୋଲି ଦିଆଯାଇଛି । ଆଉ ସ୍କୁଲ ଖୋଲିବା ପରେ...

ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା: ଚାଲିଗଲା ୩ ଜୀବନ, ୪ ନିଖୋଜ

ଡେରାଡୁନ୍‌,୧୯।୭: ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଲାଗିରହିଛି। ରବିବାର ବିଳମ୍ବିତ ରାତିରେ ବାଦଳଫଟା ବର୍ଷାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ମାଣ୍ଡୋରେ ୨ ଜଣ ମହିଳା ଏବଂ...

ଭାରତ ଲୋକ ସଭା ନିର୍ବାଚନର ଲାଇଭ୍‌ ଅପ୍‌ଡେଟ୍‌ ଦେଉଛି ପାକିସ୍ତାନ ଗଣମାଧ୍ୟମ

ନୂଆଦିଲ୍ଲୀ,୧୮।୪: ଭାରତରେ ହେଉଥିବା ଲୋକ ସଭା ନିର୍ବାଚନକୁ ନେଇ ବିଶ୍ୱର ଅନ୍ୟ ଦେଶ ତୁଳନାରେ ପାକିସ୍ତାନର ଆଗ୍ରହ ଖୁବ୍‌ ଅଧିକ ଥିବା ପରିଲକ୍ଷିତ ହୋଇଛି। କାରଣ...

‘ମୋ ସ୍ବାମୀଙ୍କ ମୃତ୍ୟୁ ପାଇଁ ନିର୍ବାଚନ ଆୟୋଗ ଅଧିକାରୀ ଦାୟୀ’

କୋଲକାତା,୨୯।୪ : ଡେପୁଟି ଇଲେକଶନ କମିଶନର ସୁଦୀପ ଜୈନ ଓ ଅନ୍ୟ ଅଧିକାରୀମାନେ ମା ସ୍ବାମୀଙ୍କ ମୃତ୍ୟୁ ପାଇଁ ଦାୟୀ। ଖାର୍ଦା ବିଧାନସଭା ଆସନର ଟିଏମ୍‌ସି...

CORONAVIRUS UPDATE: ରାଜ୍ୟରେ ୯୪,୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ଚିହ୍ନଟ ହୋଇଛନ୍ତି ୩,୬୮୨

ଭୁବନେଶ୍ୱର,୨୮ା୮(ବ୍ୟୁରୋ): ଶୁକ୍ରବାର ୩୦ ଜିଲାରୁ ୩,୬୮୨ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯୪,୬୬୮ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ଭାଜପା ଦଖଲରେ ଗୁଜରାଟର ୬ ପୌର ନିଗମ

ଅହମଦାବାଦ, ୨୪।୨ : ଗୁଜରାଟ ପୌର ନିର୍ବାଚନ ଭୋଟଗଣତି ମଙ୍ଗଳବାର ଜାରି ରହିଥିବାବେଳେ ଭାଜପା ୬ଟି ଯାକ ମହାନଗର ନିଗମ ଦଖଲ କରିଛି। ରାତି ୧୧ଟା...

ଅଫିସରେ ପ୍ଲାଷ୍ଟିକ୍‌ ବ୍ୟବହାର ହେଉଥିବାରୁ ଜିଲାପାଳ ନିଜ ଉପରେ ଲଗାଇଲେ ୫ ହଜାର ଟଙ୍କା ଜରିମାନା

ପୁଣେ,୧୦।୧୦:ମହାରାଷ୍ଟ୍ରର ବିଡ୍‌ ଜିଲାପାଳ ଆସ୍ତିକ ପାଣ୍ଡେ ଏକ ନିଆରା କାର୍ଯ୍ୟ ପାଇଁ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ନିଜ ଅଫିସରେ ପ୍ଲାଷ୍ଟିକ ବ୍ୟବହାର ହେବାରୁ ଏଥିପାଇଁ ନିଜକୁ...

Advertisement
Archives

Model This Week