୪୦ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୫।୭: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାରେ ଲଗାମ୍‌ ଲାଗିଛି। ଦୈନିକ ସଂକ୍ରମଣ ୪୦ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩୯ ହଜାର ୭୯୬ ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୭୨୩ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୪୨ ହଜାର ୩୫୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ବଢ଼ିବାରେ ଲାଗିଛି। ଅପରପକ୍ଷରେ ୪ ଲକ୍ଷ ୮୨ ହଜାର ୭୧ ଜଣ ଚିକିତ୍ସିତ ହେଉଛନ୍ତି। ସେହିପରି ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୨ ହଜାର ୭୨୮ ଛୁଇଁଛି। ବର୍ତ୍ତମାନ ସୁଦ୍ଧା ୩୫ କୋଟି ୨୮ ଲକ୍ଷ ୯୨ ହଜାର ୪୬ ଲୋକଙ୍କୁ ଟିକାଦାନ କରାଯାଇ ସାରିଛି। ଅପରପକ୍ଷରେ ଇତିମଧ୍ୟରେ ୪୧ କୋଟି ୯୭ ଲକ୍ଷ ୭୭ ହଜାର ୪୫୭ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ଉତ୍ସବ ଆୟୋଜନ ନ କରିବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ…

ପାଟନା,୫।୫: ବିହାରରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟବାସୀଙ୍କୁ ସ୍ବତନ୍ତ୍ର ଅନୁରୋଧ କରିଛନ୍ତିି। ସେ କହିଛନ୍ତି ଯେ, କେହି ଏବେ ବିବାହ...

ସୋନିଆ, ମୁଲାୟମଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ,୭।୪: ଆଜି ବଜେଟ ଅଧିବେଶନ ଶେଷ ହେବା ସହିତ ସଂସଦର ପ୍ରକ୍ରିୟା ଅର୍ନିଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ବଜେଟ ଅଧିବେଶନ ଶେଷ ହେବା ପରେ...

ରାଜ୍ୟରେ ୨ ଦିନିଆ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌…

ଥିରୁଭାନନ୍ତପୁରମ୍‌,୨୯।୭: ଦେଶରେ କରୋନାର ଦ୍ୱିତୀୟ ଲହର ଥମୁଥିବାବେଳେ କେରଳରେ କ୍ରମାଗତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କେରଳର ମୁଖ୍ୟମନ୍ତ୍ରୀ ପିନରାଇ...

୨ ପିଲା: ଅଧିକ ସୁବିଧା

ଲକ୍ଷ୍ନୌ, ୧୧।୭: ବିଶ୍ୱ ଜନସଂଖ୍ୟା ଦିବସର ଅବ୍ୟବହିତ ପୂର୍ବରୁ ଭାରତର ସବୁଠୁ ଜନବହୁଳ ରାଜ୍ୟ ଉତ୍ତରପ୍ରଦେଶ(ୟୁପି) ଜନସଂଖ୍ୟା ନିୟନ୍ତ୍ରଣ ଆଇନର ଚିଠା ବିଲ୍‌ ଆଣିଛି। ଉକ୍ତ...

ଜେଡିୟୁ ମହାସଚିବଙ୍କ ପୁଅ ଭାଜପାରେ ସାମିଲ

ଲକ୍ଷ୍ନୌ,୫ ।୧୨: ଜନତା ଦଳ ୟୁନାଇଟେଡ(ଜେଡିୟୁ)ର ରାଷ୍ଟ୍ରୀୟ ମହାସଚିବ କେସି ତ୍ୟାଗୀଙ୍କ ପୁଅ ଅମରିଶ ତ୍ୟାଗୀ ରବିବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ସାମିଲ ହୋଇଛନ୍ତି ।...

ରାଜ୍ୟରେ କରୋନାରେ ଆଖିବୁଜିଲେ ଆଉ ୧୫ ଆକ୍ରାନ୍ତ

ଭୁବନେଶ୍ୱର, ୧୧।୧୧(ବ୍ୟୁରୋ): ରାଜ୍ୟରେ କରୋନାରେ ବୁଧବାର ଆଉ ୧୫ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୪୬୯ରେ ପହଞ୍ଚିଛି। ଏ...

୧୦ ବର୍ଷର ପୁରୁଣା ମାମଲା ତୁରନ୍ତ ଫଇସଲା ଲାଗି ହାଇକୋର୍ଟଙ୍କୁ ଅନୁରୋଧ

ନୂଆଦିଲ୍ଲୀ,୨୧।୧୧(ପି.ଟି.): ଦଶବର୍ଷ ତଳର ମାମଲାଗୁଡ଼ିକୁ ତୁରନ୍ତ ଫଇସଲା କରିବା ଲାଗି ଆଇନ ମନ୍ତ୍ରଣାଳୟ ପକ୍ଷରୁ ହାଇକୋର୍ଟଗୁଡ଼ିକୁ ଅନୁରୋଧ କରାଯାଇଥିବା ବୁଧବାର ବିଭାଗୀୟ ମନ୍ତ୍ରୀ ରବିଶଙ୍କର ପ୍ରସାଦ...

ଆଜମ ଖାଁଙ୍କୁ ସମର୍ଥନ ଦେବାକୁ ବର ବେଶରେ ପହଞ୍ଚିଲେ ସମାଜବାଦୀ ପାର୍ଟି ନେତା ଫିରୋଜ

ରାମପୁର,୧୪।୯: ସମାଜବାଦୀ ପାର୍ଟି ନେତା ତଥା ରାମପୁର ଏମ୍‌ପି ଆଜମ ଖାଁ ଏବେ ଅଡୁଆରେ ପଡିଛନ୍ତି। ଏହି ସମୟରେ ଦଳର ସବୁ ବରିଷ୍ଠ ନେତା ତାଙ୍କ...

Advertisement
Archives

Model This Week