ଦୈନିକ ସଂକ୍ରମଣ ୪୦ ହଜାର ତଳେ…

ନୂଆଦିଲ୍ଲୀ,୨୪।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩୯ ହଜାର ୯୭ ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୫୪୬ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୩୫ ହଜାର ୮୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ବଢ଼ିବାରେ ଲାଗିଛି। ଏହା ୯୭.୩୭ ପ୍ରତିଶତ ଛୁଇଁଛି। ଅପରପକ୍ଷରେ ୪ ଲକ୍ଷ ୮ ହଜାର ୯୭୭ ଜଣ ଚିକିତ୍ସିତ ହେଉଛନ୍ତି। ଦୈନିକ ପଜିଟିଭ୍‌ ହାର ୧.୬୮ ପ୍ରତିଶତ ରହିଛି। ସକ୍ରିୟ ମାମଲା ୧. ୩୫ ପ୍ରତିଶତରେ ପହଞ୍ଚିଛି। ସେହିପରି ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୨୦ ହଜାର ୧୬ ଛୁଇଁଥିବାବେଳେ ମୃତ୍ୟୁ ହାର ୧.୩୩ ପ୍ରତିଶତ ରହିଛି। ବର୍ତ୍ତମାନ ସୁଦ୍ଧା ୪୨ କୋଟି ୭୮ ଲକ୍ଷ ୮୨ ହଜାର ୨୬୧ ଜଣ ଲୋକଙ୍କୁ ଟିକାଦାନ ସରିଛି। ଅପରପକ୍ଷରେ ଇତିମଧ୍ୟରେ ୪୫ କୋଟି ୪୫ ଲକ୍ଷ ୭୦ ହଜାର ୮୧୧ ଲାକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି। ସଂକ୍ରମଣ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ୫ ଲକ୍ଷ ୩ ହଜାର ୧୬୬ ଜଣ ଲୋକ ସୁସ୍ଥ ହୋଇସାରିଛନ୍ତି। ଅପରପକ୍ଷରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୧୩ ଲକ୍ଷ ୩୨ହଜାର ୧୫୯ରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ପିଓକେ-ଗିଲ୍‌ଗିଟ୍‌କୁ ଲୋକ ସଭା ଆସନ ଘୋଷଣା ଆବେଦନ ସୁପ୍ରିମ୍‌କୋର୍ଟରେ ଖାରଜ: ପୂର୍ବ ‘ର’ ଅଧିକାରୀଙ୍କୁ ୫୦ ହଜାର ଜରିମାନା

ନୂଆଦିଲ୍ଲୀ,୧।୭: ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ଏବଂ ଗିଲ୍‌ଗିଟ୍‌-ବଲ୍ଟିସ୍ତାନକୁ ଲୋକ ସଭା ଆସନ ଭାବେ ଘୋଷଣା କରିବା ଆବେଦନ ସୁପ୍ରିମ୍‌କୋର୍ଟରେ ସୋମାବାର ଖାରଜ ହୋଇଯାଇଛି। ଏହି ମାମଲାରେ...

କରୋନା ସଙ୍କଟ ମଧ୍ୟରେ ଧର୍ମଘଟ କଲେ ୩ହଜାର ଜୁନିଅର ଡାକ୍ତର

ଭୋପାଳ,୩୧।୫: ଦେଶରେ କରୋନା ସଙ୍କଟ ଜାରି ରହିଛି। ଇତିମଧ୍ୟରେ ମଧ୍ୟପ୍ରଦେଶରେ ପ୍ରାୟ ୩ହଜାର ଜୁନିଅର ଡାକ୍ତର ଧାରଣାରେ ଯାଇଛନ୍ତି। ସୋମବାର ଡାକ୍ତରମାନେ କୋଭିଡ ଡ୍ୟୁଟି ସମେତ...

ହାର୍ଟ ବିଟ୍‌କୁ ପ୍ରଭାବିତ କରୁଛି କରୋନା ଭୂତାଣୁ…

ନୂଆଦିଲ୍ଲୀ, ୯।୫: କରୋନା ଭୂତାଣୁ ଯୋଗୁ ଗଳାରେ ସଂକ୍ରମଣ ପରେ ଫୁସ୍‌ଫୁସ୍‌ ସଂକ୍ରମିତ ହୋଇଥାଏ। ତେବେ ଏବେ କରୋନା ଭୂତାଣୁ ସଂକ୍ରମଣ ଯୋଗୁ କେତେକଙ୍କଠାରେ ହାର୍ଟ...

ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଲା ୟୁଏଇ

ଆବୁଧାବି,୨।୭: ଭାରତକୁ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ) ପକ୍ଷରୁ ଏକ ବଡ଼ ଝଟ୍‌କା ମିଳିଛି। ଭାରତୀୟ ନାଗରିକଙ୍କ ଯାତ୍ରା ଉପରେ ୟୁଏଇ ପ୍ରତିବନ୍ଧକ ଲଗାଇଛି। ଭାରତ...

ଦାଉଦ ଇବ୍ରାହିମ୍‌ଙ୍କ ମୃତ୍ୟୁ ନେଇ ଚର୍ଚ୍ଚା ଜାରି

ନୂଆଦିଲ୍ଲୀ, ୬।୬: ଅଣ୍ଡର ଓ୍ବାଲର୍‌ଡ ଡନ୍‌ ଦାଉଦ ଇବ୍ରାହିମ୍‌ଙ୍କ ମୃତ୍ୟୁ ନେଇ ଏବେ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଜୋର୍‌ ଧରିଛି। କରୋନା ସଂକ୍ରମଣରେ ତାଙ୍କର ମୃତ୍ୟୁ...

ବେଆଇନ ସିଲିଣ୍ଡର ଦୁର୍ଘଟଣାରେ କ୍ଷତିପୂରଣ ମିଳିବନି…

ନୂଆଦିଲ୍ଲୀ, ୨୮।୬ : ବେଆଇନ ଏଲପିଜି ସିଲିଣ୍ଡର ବ୍ୟବହାର କରୁଥିବା ସମୟରେ ଦୁର୍ଘଟଣା ଘଟିଲେ ଏନେଇ ଗ୍ୟାସ ଏଜେନ୍ସି ଦାୟୀ ରହିବ ନାହିଁ ବୋଲି ଏକ...

ଡେଙ୍ଗୁ ଭଳି କମୁଛି କରୋନା ରୋଗୀଙ୍କ ପ୍ଲେଟଲେଟ!

ନୂଆଦିଲ୍ଲୀ,୧୪ ।୯: କରୋନା ଭାଇରସ ସଂକ୍ରମଣକୁ ନେଇ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ଏବେ ଆଉ ଏକ ନୂଆ ତଥ୍ୟ ସାମ୍ନାକୁ...

ସିରମ୍‌ ଇନଷ୍ଟିଚ୍ୟୁଟ୍‌ ସିଇଓଙ୍କୁ ‘ଏସିଆନ୍‌ ଅଫ୍‌ ଦି ଇୟର’ ସମ୍ମାନ

ନୂଆଦିଲ୍ଲୀ,୫।୧୨: ସିରମ୍‌ ଇନଷ୍ଟିଚ୍ୟୁଟ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଆଦର ପୁନାଓ୍ବାଲାଙ୍କୁ ‘ଏସିଆନ୍‌ ଅଫ୍‌ ଦି ଇୟର’ ସମ୍ମାନ ପାଇଁ ମନୋନୀତ କରାଯାଇଛି। ସିଙ୍ଗାପୁରର ଦୈନିକ ଖବର...

Advertisement
Archives

Model This Week