୨୦ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୬।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଲଗାତାର ୨ ଦିନ ଧରି ଦୈନିକ ସଂକ୍ରମଣ ୨୦ ହଜାର ତଳେ ରହିଛି। ୨୦୩ ଦିନ ପରେ ଦୈନିକ ସଂକ୍ରମଣ କମି ୧୮ ହଜାର ୮୩୩ ରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୨୭୮ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସେହିପରି ୨୪ ହଜାର ୭୭୦ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୭.୯୩ ପ୍ରତିଶତ ରହିଛି। ଅପରପକ୍ଷରେ ୨ ଲକ୍ଷ ୪୬ ହଜାର ୬୮୭ ଜଣ ଚିକିତ୍ସିତ ହେଉଛନ୍ତି। ସାପ୍ତାହିକ ପଜିଟିଭ୍‌ ହାର ୨.୫୭ ପ୍ରତିଶତ ରହିଛି। ସକ୍ରିୟ ମାମଲା ୦.୯୦ ପ୍ରତିଶତରେ ପହଞ୍ଚିଛି। ସେହିପରି ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୪୯ ହଜାର ୫୩୮ ଛୁଇଁଥିବାବେଳେ ମୃତ୍ୟୁ ହାର ୧.୩୩ ପ୍ରତିଶତ ରହିଛି। ବର୍ତ୍ତମାନ ସୁଦ୍ଧା ୯୧ କୋଟିରୁ ଅଧିକ ଜଣଙ୍କୁ ଟିକାଦାନ ସରିଛି। ଗତ ୨୪ ଘଣ୍ଟାରେ ୭୨ ଲକ୍ଷ ୫୧ ହଜାର ୪୧୯ ଜଣଙ୍କୁ ଟିକା ଦିଆଯାଇଛି।

ଅପରପକ୍ଷରେ ଇତିମଧ୍ୟରେ ୫୭ କୋଟି ୬୮ ଲକ୍ଷ ୩ ହଜାର ୮୬୭ ଜଣ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି। ଗତ ୨୪ ଘଣ୍ଟାରେ ୧୪ ଲକ୍ଷ ୯ ହଜାର ୮୨୫ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି। ସଂକ୍ରମଣ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ୩୧ ଲକ୍ଷ ୭୫ ହଜାର ୬୬୫ ଜଣ ଲୋକ ସୁସ୍ଥ ହୋଇସାରିଛନ୍ତି।

ସେହିପରି ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୩୮ ଲକ୍ଷ ୭୧ ହଜାର ୮୮୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କେରଳରେ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। କେରଳରେ ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୯ ହଜାର ୭୩୫ ରେ ପହଞ୍ଚିଥିବାବେଳେ ମୃତକଙ୍କ ସଂଖ୍ୟା ୧୫୧ ଛୁଇଁଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଯବାନଙ୍କ ‘ପ୍ଲାନ୍‌-୧୯୦’ ଚାଇନା ସୈନ୍ୟଙ୍କୁ ପରାସ୍ତ କରିବାକୁ ସକ୍ଷମ ହେବ…

ନୂଆଦିଲ୍ଲୀ,୨୧।୧୦: ଭାରତୀୟ ସେନା ଚାଇନାର ସୈନ୍ୟଙ୍କ ମୁକାବିଲା ପାଇଁ ଏନେ ନୂଆ ଯୋଜନା ଉପରେ କାର୍ଯ୍ୟ ଜାରି ରଖିଛି। ଶୀତ ଆସିବା ପୂର୍ବରୁ ଏବେ ଭାରତ...

ଆତ୍ମହତ୍ୟା କରିବାକୁ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କୁ ମହିଳାଙ୍କ ମେଲ୍‌

ନୂଆଦିଲ୍ଲୀ, ୨୮।୮(ଆଇଏଏନ୍‌ଏସ୍‌):ଦୁଇଘଣ୍ଟା ମଧ୍ୟରେ ସହାୟତା ନ ମିଳିଲେ ଆତ୍ମହତ୍ୟା କରିବେ ବୋଲି ଦିଲ୍ଲୀର ଜଣେ ୪୦ ବର୍ଷୀୟା ମହିଳା ବୁଧବାର ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କୁ...

ଦୁଇ ହାତ ନ ଥିବା ଦିବ୍ୟାଙ୍ଗ ଯୁବକ ଗୋଡ଼ ଆଙ୍ଗୁଳିରେ ମତଦାନ ଅଧିକାର କଲେ ସାବ୍ୟସ୍ତ

ପାଟନା,୨୩।୪: ଭୋଟ ଦେବା ପାଇଁ ଦେଶର ଲୋକଙ୍କ ମଧ୍ୟରେ ଦେଖା ଦେଇଛି ପ୍ରବଳ ଉତ୍ସାହ। ବିଭିନ୍ନ ପ୍ରତିବନ୍ଧକ ସତ୍ତ୍ୱେ ଉତ୍ସାହ ଫିକା ପଡ଼ିନି। ବିହାର ମଧୁବନରେ...

ଦୁର୍ନାତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ଲାଗି ବିଭାଗୀୟ ଅନୁମତିକୁ ଅପେକ୍ଷା କରିଛି ସିବିଆଇ: ସିଭିସି ରିପୋର୍ଟ…

ନୂଆଦିଲ୍ଲୀ,୨୪।୮ : କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି) ଏହାର ଏକ ରିପୋର୍ଟରେ କହିଛି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ମକଦ୍ଦମା ଦାୟର କରିବାକୁ ୫୦୦ରୁ ଅଧିକ ସିବିଆଇ...

ଯେଉଁଠି ବାଦୁଡିଙ୍କୁ କରାଯାଏ ପୂଜା

ଏମିତି ତ ଆପଣ ବାଦୁଡ଼ି ଦେଖିଥିବେ। ବାଦୁଡି ଘରେ ବସିଲେ ତାକୁ ଅଶୁଭ ମନେ କରାଯାଏ କିନ୍ତୁ ବିହାରର ବୈଶାଳୀ ଜିଲାରେ ରାଜାପାକର ପ୍ରଖଣ୍ଡରେ ସରସଇ...

କରୋନା ଟେଷ୍ଟ କଲେ ମୁଖ୍ୟମନ୍ତ୍ରୀ

ଅମରାବତୀ,୧୭।୪: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍‌ ଜଗନମୋହନ ରେଡ୍ଡୀ ଶୁକ୍ରବାର ତାଙ୍କର କୋଭିଡ-୧୯ ଟେଷ୍ଟ କରାଇଛନ୍ତି। ତେବେ ତାଙ୍କର ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଛି। ରାପିଡ ଟେଷ୍ଟ...

ପୁଣି ଏହି ରାଜ୍ୟରେ ହୋଇପାରେ ଲକ୍‌ଡାଉନ!

ଚଣ୍ଡିଗଡ଼,୨୨।୧୧: ଦେଶରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ପୁଣି ଥରେ ଏହାର ଆତଙ୍କ ଦେଖିବାକୁ ମିଳିଛି। ଭାରତର କେତୋଟି ରାଜ୍ୟରେ ପୁଣି ଥରେ କରୋନା...

୩ ଭାଜପା ଏମ୍‌ପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ନୂଆଦିଲ୍ଲୀ,୯ା୭: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ପ୍ରସ୍ତୁତ ଜାଲ୍‌ ତଥା ବିକୃତ ଭିଡିଓକୁ ସୋସିଆଲ ମିଡିଆରେ ଶେୟାର କରି ଭାଜପା ଏମ୍‌ପି ରାଜ୍ୟବର୍ଦ୍ଧନ ସିଂ...

Advertisement
Archives

Model This Week