ପୁଣି ବଢ଼ିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୧୧।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩୮ ହଜାର ୩୫୩ ରେ ପହଞ୍ଚିଛି। ଏହି ସମୟ ମଧ୍ୟରେ କରୋନାରେ ୪୯୭ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୪୦ ହଜାର ୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୭.୪୫ ପ୍ରତିଶତ ରହିଛି। ଅପରପକ୍ଷରେ ୩ ଲକ୍ଷ ୮୬ ହଜାର ୩୫୧ ଜଣ ଚିକିତ୍ସିତ ହେଉଛନ୍ତି। ଦୈନିକ ପଜିଟିଭ୍‌ ହାର ୧.୩୦ ପ୍ରତିଶତ ରହିଛି। ସକ୍ରିୟ ମାମଲା ୧.୨୧ପ୍ରତିଶତରେ ପହଞ୍ଚିଛି। ସେହିପରି ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୨୯ ହଜାର ୧୭୯ ଛୁଇଁଥିବାବେଳେ ମୃତ୍ୟୁ ହାର ୧.୩୪ ପ୍ରତିଶତ ରହିଛି। ବର୍ତ୍ତମାନ ସୁଦ୍ଧା ୫୧ କୋଟି ୯୦ ଲକ୍ଷରୁ ଅଧିକ ଜଣଙ୍କୁ ଟିକାଦାନ ସରିଛି। ଅପରପକ୍ଷରେ ଇତିମଧ୍ୟରେ ୪୮ କୋଟି ୫୦ ଲକ୍ଷ ୫୬ ହଜାର ୫୦୭ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି। ଗତ ୨୪ ଘଣ୍ଟାରେ ୧୭ ଲକ୍ଷ ୭୭ ହଜାର ୯୬୨ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି। ସଂକ୍ରମଣ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ୧୨ ଲକ୍ଷ ୨୦ ହଜାର ୯୮୧ ଜଣ ଲୋକ ସୁସ୍ଥ ହୋଇସାରିଛନ୍ତି। ସେହିପରି ମୋଟ ୩ କୋଟି ୨୦ ଲକ୍ଷ ୩୬ ହଜାର ୫୧୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସଂକ୍ରମଣ ବଢୁଥିବାରୁ ତୃତୀୟ ଲହର ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହେବାରେ ଲାଗିଛି। ଦେଶର କେତେକ ଅଞ୍ଚଳରେ ଅନ୍‌ଲକ୍‌ ଯୋଗୁ ଲୋକଙ୍କ ଭିଡ଼ ବଢ଼ିବାରେ ଲାଗିଛି। କରୋନା ମାର୍ଗଦର୍ଶିକା ପାଳନ ନ କରାଯାଉଥିବାରୁ ସଂକ୍ରମଣ ବୃଦ୍ଧି ପାଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଅନୁଚ୍ଛେଦ ୩୭୦ ନାମରେ ସ୍ପୋର୍ଟସ୍‌ ଲିଗ୍‌ ଆରମ୍ଭ କରିବ ଭାଜପା…

ଗାନ୍ଧୀନଗର,୩୦।୧୧: ଭାଜପା  ଅନୁଚ୍ଛେଦ ୩୭୦ ନାମ ଅନୁସାରେ ଏକ ସ୍ପୋର୍ଟସ୍‌ ଲିଗ୍‌ ଆରମ୍ଭ କରିବାକୁ ଯାଉଛି। ଗୁଜରାଟର ଗାନ୍ଧୀନଗରରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀରେ...

ଗଞ୍ଜାମରେ କାୟା ବିସ୍ତାର କଲାଣି କରୋନା: ୪୨ ଅଞ୍ଚଳ ସଂକ୍ରମିତ ଚିହ୍ନଟ ପରେ ୧୨ ରାସ୍ତା ସିଲ୍‌

ବ୍ରହ୍ମପୁର ଅଫିସ ,୩।୭: କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଚାଲିଛନ୍ତି। ଲକ୍‌ଡାଉନ ଓ ଶଟ୍‌ଡାଉନ ପରି ପଦକ୍ଷେପ ନେଇଛନ୍ତି। ଗତ...

୨୦୨୨ ୟୁପି ଫଳାଫଳ ୨୦୨୪କୁ ଆମନ୍ତ୍ରଣ କରୁଛି

ନୂଆଦିଲ୍ଲୀ,୧୦।୩: ୨୦୨୨ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଐତିହାସିକ ଫଳାଫଳ ୨୦୨୪ ଲୋକ ସଭା ନିର୍ବାଚନର ଫଳାଫଳକୁ ଆମନ୍ତ୍ରଣ କରୁଛି। ଦିଲ୍ଲୀ ସ୍ଥିତ ଭାଜପା କାର୍ଯ୍ୟାଳୟରେ ଉଦ୍‌ବୋଧନ...

ପୁଲ୍‌ଓ୍ବାମା ଶହୀଦଙ୍କ ଝିଅଙ୍କୁୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ଜିଲାପାଳ

ଦେଶର ସୁରକ୍ଷା ଦାୟିତ୍ୱରେ ଥିବା ଯବାନମାନେ ପ୍ରତିକୂଳ ପରିସ୍ଥିତିରେ ଥାଇ ସୁଦ୍ଧା ଜନସାଧାରଣଙ୍କ ସେବା କରିବାକୁ ଭୁଲନ୍ତି ନାହିଁ। ହେଲେ ଜଣେ ଯବାନ ଶହୀଦ ହେବା...

ବିଧାନସଭାରେ ତକିଆ, କମ୍ବଳ ନେଇ ପହଞ୍ଚିଲେ ବିଧାୟକ

ବେଙ୍ଗାଲୁରୁ,୧୮।୨: କର୍ନାଟକ ସରକାରର ମନ୍ତ୍ରୀ କେ.ଏସ ଇଶ୍ୱରପ୍ପାଙ୍କ ଇସ୍ତଫା ଦାବିରେ ଗୁରୁବାର ରାତିସାରା ବିଧାନସଭାରେ ଉତ୍ତେଜନା ପ୍ରକାଶ ପାଇଥିଲା। କଂଗ୍ରେସ ବିଧାୟକମାନେ ଏଠାରେ ଏକ ନିଆରା...

ସୀମାରେ ଚାହିଁ ବସିଛି ଶତ୍ରୁ, ପ୍ରତିରକ୍ଷା ଗବେଷଣା ଅନୁସନ୍ଧାନ ଖର୍ଚ୍ଚ ମାତ୍ର ୦.୦୮୩ ପ୍ରତିଶତ…

ନୂଆଦିଲ୍ଲୀ,୧୭।୩ : ପୂର୍ବ ଲଦାଖର ଏଲ୍‌ଏସି ଏବଂ ଜମ୍ମୁ-କଶ୍ମୀରର ଏଲ୍‌ଓସିରେ ଶତ୍ରୁ ପକ୍ଷ ଚାହିଁ ବସିଥିବାବେଳେ ଭାରତରେ ପ୍ରତିରକ୍ଷା ଗବେଷଣା ଅନୁସନ୍ଧାନ ଖର୍ଚ୍ଚ କମିବାରେ ଲାଗିଛି।...

କିଏ ସେହି ସିଦ୍ଧୁ ମୁସେୱାଲା?

ଅମୃତସର,୨୯।୫: ପ୍ରସିଦ୍ଧ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ଦିନ ଦ୍ୱିପହରରେ ଗୁଳି କରି ହତ୍ୟା କରାଯାଇଛି। ତାଙ୍କ ହତ୍ୟା ପଛର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।...

ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲ୍ଲଂଘନ, ଜଣେ ଯବାନ ଆହତ

ଶ୍ରୀନଗର,୨୫।୧୦:ଜମ୍ମୁ-କଶ୍ମୀର ସୀମାରେ ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଶୁକ୍ରବାର ଭୋରରୁ ପୁଞ୍ଛ ଅଞ୍ଚଳରେ ପାକିସ୍ତାନ ପକ୍ଷରୁ ଗୁଳିବର୍ଷନ କରାଯାଇଥିଲା। ଏଥିରେ ଜଣେ ଭାରତୀୟ ଯବାନ...

Advertisement
Archives

Model This Week