ଦୈନିକ ସଂକ୍ରମଣ ଦେଶରେ ୩୦ ହଜାର ତଳେ…

ନୂଆଦିଲ୍ଲୀ,୧୨।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ନେଇ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। କେରଳ ଯୋଗୁ ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କେରଳରେ ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ୪୮୭ ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ୧୮୧ ରହିଛି। ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୩୩୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୮ ହଜାର ୫୯୧ ରେ ପହଞ୍ଚିଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଏହି ସମୟ ମଧ୍ୟରେ ୩୪ ହଜାର ୮୪୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୭.୪୮ ପ୍ରତିଶତ ରହିଛି। ଅପରପକ୍ଷରେ ୩ ଲକ୍ଷ ୮୪ ହଜାର ୯୨୧ ଜଣ ଚିକିତ୍ସିତ ହେଉଛନ୍ତି। ସାପ୍ତାହିକ ପଜିଟିଭ୍‌ ହାର ୨.୫୭ ପ୍ରତିଶତ ରହିଛି। ସକ୍ରିୟ ମାମଲା ୧.୧୮ ପ୍ରତିଶତରେ ପହଞ୍ଚିଛି। ସେହିପରି ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୪୨ ହଜାର ୬୫୫ ଛୁଇଁଥିବାବେଳେ ମୃତ୍ୟୁ ହାର ୧.୩୩ ପ୍ରତିଶତ ରହିଛି। ବର୍ତ୍ତମାନ ସୁଦ୍ଧା ୭୩ କୋଟି ୮୨ ଲକ୍ଷ ୭ ହଜାର ୩୭୮ ଜଣଙ୍କୁ ଟିକାଦାନ ସରିଛି। ଗତ ୨୪ ଘଣ୍ଟାରେ ୭୨ ଲକ୍ଷ ୮୬ ହଜାର ୮୮୩ ଜଣଙ୍କୁ ଟିକା ଦିଆଯାଇଛି।

ଅପରପକ୍ଷରେ ଇତିମଧ୍ୟରେ ୫୪ କୋଟିରୁ ଅଧିକ ଜଣ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି। ଗତ ୨୪ ଘଣ୍ଟାରେ ୧୭ ଲକ୍ଷରୁ ଅଧିକ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି। ସଂକ୍ରମଣ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ୨୪ ଲକ୍ଷ ୯ ହଜାର ୩୪୫ ଜଣ ଲୋକ ସୁସ୍ଥ ହୋଇସାରିଛନ୍ତି। ସେହିପରି ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୩୨ ଲକ୍ଷ ୩୬ ହଜାର ୯୨୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୌଳିକ ସୁବିଧା ଅପହଞ୍ଚ ଗାଁ କମାରଖୋଲ: କୂଅ-ଝରଣା ପାଣି ଉପରେ ନିର୍ଭର

ନୂଆପଡ଼ା,୨୫ା୮ (ମକାରୁ ବେମାଲ):ସ୍ବାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ନୂଆପଡ଼ା ଜିଲା ବୋଡେନ ବ୍ଲକ ଖଇରା ପଞ୍ଚାୟତ କମାରଖୋଲ ଗଁାରେ ମୌଳିକ ସୁବିଧା ଅପହଞ୍ଚ ହୋଇରହିଛି। ଗଁାରେ ୨୦…

ପଶ୍ଚିମବଙ୍ଗ ରାଜନୀତିରେ ହଇଚଇ: ମମତାଙ୍କୁ ଧମକ ଦେଲେ ମୁଖ୍ୟମନ୍ତ୍ରୀ! ଘରୁ ବାହାରିବାକୁ….

କୋଲକାତା,୨୫ା୮: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡିଓ ସେୟାର କରି ଶୁଭେନ୍ଦୁ…

ଗରିମା କନକ୍ଲେଭ୍‌, ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ

ଛତ୍ରପୁର,୨୫।୮( ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ‘ଗରିମା ଯୋଜନା’ର ସଫଳ ରୂପାୟନ ପାଇଁ ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ…

ଧାନ ବିକ୍ରି ପଞ୍ଜୀକରଣବେଳେ ଚାଷୀଙ୍କୁ ବିଭ୍ରାନ୍ତ କରିଥିବା ଅଭିଯୋଗ: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ): ଖରିଫ ୨୦୨୬-୨୭ ଧାନ ବିକ୍ରି ପାଇଁ ପାକ୍ସଗୁଡ଼ିକରେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଥିବାବେଳେ ଆଗଲପୁର ବ୍ଲକ ମୁରୁଶୁଣ୍ଡି ପାକ୍ସରେ ଧାନ କିଣାବିକାକୁ ନେଇ ଏକ…

ଦୁର୍ଗମ ଅଞ୍ଚଳରେ ‘ଦମନ’ ଟିମ୍‌: କମୁଛି ମ୍ୟାଲେରିଆ ଜ୍ୱର ଭୟ

ଦାରିଙ୍ଗବାଡି, ୨୫।୮ (ଅରୁଣ ସାହୁ): ମ୍ୟାଲେରିଆ ମୁକ୍ତ ଲକ୍ଷ୍ୟରେ ଦୁର୍ଗମ ଅଞ୍ଚଳରେ ଅପରେଶନ ଦମନ କାର୍ଯ୍ୟକ୍ରମ ଜୋରଦାର କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ…

ଜଳ ନିଷ୍କାସନ ଫେଲ୍‌, ବେହାଲ ବରଗଡ଼ ସହର

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ଫେଲ୍‌ ମାରିଛି। ସହରର ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ଡ୍ରେନ୍‌(ନାଳ) ନିର୍ମାଣ ହୋଇପାରି ନାହିଁ। ସେହିପରି ଯେଉଁଠି ନାଳ ରହିଛି,…

ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri