୫ ମାସ ପରେ ଦୈନିକ ସଂକ୍ରମଣ ସର୍ବନିମ୍ନ…

ନୂଆଦିଲ୍ଲୀ,୧୭।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଦୈନିକ ସଂକ୍ରମଣ ୫ ମାସ ପରେ ସର୍ବନିମ୍ନ ହୋଇ ୩୦ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୫ ହଜାର ୧୬୬ରେ ପହଞ୍ଚିଛି। ଏହି ସମୟ ମଧ୍ୟରେ କରୋନାରେ ୪୩୭ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୩୬ ହଜାର ୮୩୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୭.୪୮ ପ୍ରତିଶତ ରହିଛି। ଅପରପକ୍ଷରେ ୩ ଲକ୍ଷ ୬୯ ହଜାର ୮୪୬ ଜଣ ଚିକିତ୍ସିତ ହେଉଛନ୍ତି। ସାପ୍ତାହିକ ପଜିଟିଭ୍‌ ହାର ୨.୦୫ ପ୍ରତିଶତ ରହିଛି। ସକ୍ରିୟ ମାମଲା ୧.୧୯ପ୍ରତିଶତରେ ପହଞ୍ଚିଛି। ସେହିପରି ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୩୨ ହଜାର ୭୯ ଛୁଇଁଥିବାବେଳେ ମୃତ୍ୟୁ ହାର ୧.୩୪ ପ୍ରତିଶତ ରହିଛି। ବର୍ତ୍ତମାନ ସୁଦ୍ଧା ୫୫ କୋଟି ୪୭ ଲକ୍ଷ ୩୦ ହଜାରରୁ ଅଧିକ ଜଣଙ୍କୁ ଟିକାଦାନ ସରିଛି। ଅପରପକ୍ଷରେ ଇତିମଧ୍ୟରେ ୪୯ କୋଟି ୬୬ ଲକ୍ଷ ୨୯ ହଜାର ୫୨୪ ଜଣ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି। ଗତ ୨୪ ଘଣ୍ଟାରେ ୧୫ ଲକ୍ଷ ୬୩ ୯୮୫ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି। ସଂକ୍ରମଣ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ୧୪ ଲକ୍ଷ ୪୮ ହଜାର ୭୫୪ ଜଣ ଲୋକ ସୁସ୍ଥ ହୋଇସାରିଛନ୍ତି। ସେହିପରି ମୋଟ ୩ କୋଟି ୨୨ ଲକ୍ଷ ୫୦ ହଜାର ୬୭୯ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସଂକ୍ରମଣ ବଢୁଥିବାରୁ ତୃତୀୟ ଲହର ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ୨ ବିଲିୟନ ଡଲାର ନିବେଶ କରିବ ୟୁଏଇ

ନୂଆଦିଲ୍ଲୀ, ୧୪ା୭: ମିଳିତ ନିବେଶ, କାରବାର ସମେତ ଦକ୍ଷିଣ ଏସିଆ ଓ ମଧ୍ୟପ୍ରାଚ୍ୟରେ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଭାରତ, ଇସ୍ରାଏଲ, ଆମେରିକା ଏବଂ...

ଆମ ଦେଶର ନାମ ‘ଭାରତ’, ‘ଇଣ୍ଡିଆ’ ନାମର ବ୍ୟବହାର ବନ୍ଦ କରିବା ଜରୁରୀ: ଆରଏସଏସ ମୁଖ୍ୟ ମୋହନ ଭଗଓ୍ବତ

ଗୁଆହାଟୀ,୨।୯: ଇଣ୍ଡିଆ ବଦଳରେ ଦେଶକୁ ଭାରତ ବୋଲି ସମ୍ବୋଧନ କରନ୍ତୁ। ଏପରି କହିଛନ୍ତି ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ(ଆରଏସଏସ) ମୁଖ୍ୟ ମୋହନ ଭଗଓ୍ବତ। ସେ କହିଛନ୍ତି,...

‘ସିଏଏ ଲାଗୁ ହେବ, ମମତା ବାନାର୍ଜି ରୋକିପାରିବେନି’

କୋଲକତା,୨୨।୮: ପଶ୍ଚିମବଙ୍ଗ ଭାଜପା ସଭାପତି ସୁକାନ୍ତ ମଜୁମଦାର ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ତୁମେ (ମମତା...

ଦେଶର ୨୫୭ ଥାନାରେ ନାହିଁ ଗାଡ଼ି, ୬୩୮ରେ ନାହିଁ ଫୋନ!

ନୂଆଦିଲ୍ଲୀ,୧୧ ।୨: ସଂସଦର ଏକ ସ୍ଥାୟୀ ସମିତି ଗୁରୁବାର ସଂସଦରେ ପ୍ରସ୍ତୁତ ନିଜ ରିପୋର୍ଟରେ ଦର୍ଶାଇଛି କି ଦେଶର ୨୫୭ ଥାନରେ କୌଣସି ଗାଡ଼ି ନାହିଁ...

‘ଦୋସା କିଙ୍ଗ’ରାଜଗୋପାଳଙ୍କ ପରଲୋକ

ନୂଆଦିଲ୍ଲୀ,୧୮।୭: ସରଓ୍ବାନା ଭବନର ସଂସ୍ଥାପକ ପି. ରାଜଗୋପାଳଙ୍କର ଚେନ୍ନାଇର ଏକ ହସ୍ପିଟାଲରେ ମୃତ୍ୟୁ ହୋଇଛି। ବେଲ୍‌ରେ ଯାଇ ଫେରାର ଥିବା ରାଜଗୋପାଳ କିଛି ସପ୍ତାହ ପୂର୍ବରୁ...

ପ୍ରସ୍ତୁତ ହେବ କରୋନା ଭ୍ୟାକ୍ସିନ ‘କାର୍ବେଭାକ୍ସ’ର ୫ କୋଟି ଡୋଜ

ନୂଆଦିଲ୍ଲୀ,୬ ।୨: ହାଇଦ୍ରାବାଦ ସ୍ଥିତ ଫାର୍ମାସ୍ୟୁଟିକାଲ କମ୍ପାନୀ ବାୟୋଲଜିକାଲ-ଇକୁ କରୋନା ଭ୍ୟାକ୍ସିନ ‘କାର୍ବେଭାକ୍ସ’ର ୫ କୋଟି ଡୋଜ ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାର କହିଛନ୍ତି ।...

୭୫,୦୦୦ ହିତାଧିକାରୀଙ୍କୁ ଘର ଚାବି ଦେଲେ ପ୍ରଧାନମନ୍ତ୍ରୀ…

ଲକ୍ଷ୍ନୌ,୫।୧୦: ଉତ୍ତରପ୍ରଦେଶରେ ୨୦୨୨ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏପରି ସ୍ଥଳେ ମିଶନ-୨୦୨୨ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟର ୭୫ ଜିଲାର ୭୫,୦୦୦ହିତାଧିକାରୀଙ୍କୁ ସେମାନଙ୍କ...

ଆଜି ମୁମ୍ବାଇ-ଗୋଆ ବନ୍ଦେ ଭାରତ ଟ୍ରେନର ହେବନାହିଁ ଉଦ୍‌ଘାଟନ, ଟ୍ରେନ ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ବାତିଲ

ନୂଆଦିଲ୍ଲୀ,୩।୬: ଓଡ଼ିଶାର ବାଲେଶ୍ୱରରେ ଦୁର୍ଘଟଣାକୁ ନେଇ ସାରା ଦେଶରେ ଶୋକର ଲହରୀ ଖେଳିଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ଦେଶର ଅନେକ ନେତା ଏହି...

Advertisement
Archives

Model This Week