Posted inRasifala

ରାଶିଫଳ: ଶୁକ୍ରବାର , ମାର୍ଚ୍ଚ ୫ ତାରିଖ – Daily Horoscope

ମେଷ
କର୍ମସ୍ଥ ତିନୋଟି ଗ୍ରହ ପ୍ରଭାବରେ ଉପରିସ୍ଥଙ୍କ ତାଗିଦା କାରଣରୁ ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ। ଅନ୍ୟାନ୍ୟ କ୍ଷେତ୍ରରେ ପ୍ରାଚୁର୍ଯ୍ୟ ମଧ୍ୟରେ ସମୟ ଅତିବାହିତ ହେବ। ଆନୁଷ୍ଠାନିକ କାମ, ପରିବହନ, ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତ ହେବ। ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।
ବୃଷ
ବୃଷ
ରାହୁ ଓ ମଙ୍ଗଳଙ୍କ ପ୍ରଭାବରୁ ବିବାଦମାନ ସ୍ଥିତିରୁ ସହସା ମୁକ୍ତି ମିଳିବ। କେତେକ କ୍ଷେତ୍ରରେ ପରକଥାରେ ମନ ଦେଇ ନିଜ କାମକୁ ଅବହେଳା କରିପାରନ୍ତି। କର୍ମକ୍ଷେତ୍ରରେ ବିଭିନ୍ନ ଦିଗରୁ ଚାପର ସମ୍ମୁଖୀନ ହେବାକୁ ପଡ଼ିପାରେ। ପରିବାରର ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବ।
ମିଥୁନ
ମିଥୁନ
ସକାଳୁ ସକାଳୁ ଭ୍ରମଣ ଓ କାର୍ଯ୍ୟସିଦ୍ଧି ଯୋଗୁ ମନ ପ୍ରଫୁଲ୍ଲିତ ହେବ। ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ସକାଶେ ରଖିଥିବା ଅର୍ଥ ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବ। ପୁନର୍ବସୁ ନକ୍ଷତ୍ର ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇପାରନ୍ତି। ରପ୍ତାନି ବାଣିଜ୍ୟରେ ଉନ୍ନତି ଘଟିବା ସଙ୍ଗକୁ ଦୂରଯାତ୍ରାର ସୁଯୋଗ ପାଇବେ।
କର୍କଟ
କର୍କଟ
ଦୀର୍ଘଦିନରୁ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। ନୀଚସ୍ଥ ଚନ୍ଦ୍ର ଯୋଗୁଁ ସ୍ବାସ୍ଥ୍ୟରେ ଅବନ୍ନତି ଓ ବିବାଦୀୟ ଘଟଣାର ଅପଦସ୍ଥ ହେବେ। ପୁନର୍ବସୁ ନକ୍ଷତ୍ର କୃତି ଓ କୃତିତ୍ୱଲାଭ ସକାଶେ ମିଷ୍ଟାନ୍ନ ଲାଭରୁ ମନ ଖୁସି ରହିବ।
ସି˚ହ
ସି˚ହ
ଉଚ୍ଚରୋହୀ ରବିଙ୍କ ପ୍ରଭାବରେ ମାନସିକ ସ୍ଥିରତା ନ ରହିଲେ ମଧ୍ୟ ପ୍ରତ୍ୟେକ କାମ କରିବାକୁ ବାଧ୍ୟ ହେବେ। ସାଧାରଣ କଥାରେ ବନ୍ଧୁଙ୍କ ସହ ମାନମନାନ୍ତର ଦେଖା ଦେଇପାରେ। କୌତୁହଳବଶତଃ ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ସଭାସମିତିରେ ଯୋଗଦେଲେ ସଫଳତା ହାସଲ କରିବେ।
କନ୍ୟା
ସ୍ଥଗିତ କାମକୁ ପୂରାଦମ୍‌ରେ କରି ସଫଳତା ହାସଲ କରିବେ। ବନ୍ଧୁବର୍ଗଙ୍କ ଚର୍ଚ୍ଚାକୁ ନେଇ ପ୍ରଶଂସା ମୁଖର ହେବେ। ବନ୍ଧୁଙ୍କ ସହାୟତାରେ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ। ନିଜ ପରିସରରେ ପ୍ରତିଷ୍ଠିତ ହେବା ସହିତ ବସ୍ତ୍ରଭୂଷଣ ପ୍ରାପ୍ତି ଯୋଗ ରହିଛି।
ତୁଳା
ତୁଳା
ପରିବାରର ବ୍ୟୟ ଭାର କ୍ରମଶଃ କମି ଆସିବାରୁ ଅସ୍ବସ୍ତି ଲାଭ କରିବେ। କାର୍ଯ୍ୟ କ୍ଷେତ୍ରରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ। ଦୀର୍ଘପଥ ଭ୍ରମଣ ହେତୁକ କ୍ଲାନ୍ତି ଓ ଅବସାଦ ଦେଖାଦେଇପାରେ। ଘର ସାଜସଜ୍ଜାରେ ମଜି ରହିପାରନ୍ତି ଏବଂ ସ୍ବାସ୍ଥ୍ୟ ଓ କାର୍ଯ୍ୟହାନି ଘଟିବ।
ବିଛା
ବିଛା
ନୂତନ ଭାବରେ ହାତକୁ ନେଇଥିବା କାମଟିକୁ ପୂର୍ଣ୍ଣାଙ୍ଗ କରିବାରେ ସଫଳ ହେବେ। ସହକର୍ମୀଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଆଜିର ବାଣିଜ୍ୟ, ବ୍ୟବସାୟ ଦିଗଟି ମନ୍ଦ ହେବନି। ପରିବାରର ବରାଦ ମୁତାବକ ମନୋରଞ୍ଜନ ଜିନିଷ କ୍ରୟ କରିପାରନ୍ତି।
ଧନୁ
ଧନୁ
ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ହାସଲ କରିବେ। ଆବଶ୍ୟକତା ପୂରଣ ସକାଶେ ଭ୍ରାତୃ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ଆନୁଷ୍ଠାନିକ କାମ, ଭ୍ରମଣ, ରାଜନୀତି, ପ୍ରଶାସନ ପାଇଁ ଭଲ। କର୍ମକ୍ଷେତ୍ରରୁ ହଠାତ୍‌ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ।
ମକର
ମକର
ବନ୍ଧୁମାନଙ୍କ ସାହାଯ୍ୟ ନେଇ ପାରିବାରିିକ ସମସ୍ୟାର ସରଳ ସମାଧାନ କରିବେ। ଦୀର୍ଘ ଦିନ ଉପରାନ୍ତେ ପିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବ। ପ୍ରକାଶନ, କ୍ରୀଡା, ଚଳଚ୍ଚିତ୍ର ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ।
କୁମ୍ଭ
କୁମ୍ଭ
ପାରିବାରିକ ସ୍ତରରେ ଅତୀତକୁ ସ୍ମରଣ କରି ଅନୁତାପ କରିବାକୁ ପଡ଼ିପାରେ। ଆଜି ଅଫିସ୍‌ର ଅସଫଳ କାମଗୁଡିକର ସମୀକ୍ଷା କରିପାରନ୍ତି। ଅନ୍ୟ ଦ୍ୱାରା ପ୍ରଭାବିତ ହେଲେ ବହୁତ ଭୁଲ୍‌ କରିବେ। କଳା, ସାହିତ୍ୟରେ ଉନ୍ନତି କରି ପ୍ରଶଂସିତ ହେବାର ସୁଯୋଗ ପାଇବେ ।
ମୀନମୀନ
ସ୍ବାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ ନ କଲେ ପରେ ଅନୁତାପ କରିବାକୁ ସମୟ ପାଇବେ ନାହିଁ। ବିଶିଷ୍ଟ ବ୍ୟକ୍ତିଙ୍କ ପୃଷ୍ଠପୋଷକତାରୁ ଶତ୍ରୁ ଉପଦ୍ରବ ସମ୍ପୂର୍ଣ୍ଣ ଭାବେ କମିଯାଇପାରେ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିବାର ସୂଚନା ରହିଛି। ହଠାତ୍‌ ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ସେପ୍ଟେମ୍ବର ୯ ତାରିଖ – Daily Horoscope

ମେଷ ଆଜି ଅନୁକୂଳ ଗ୍ରହସ୍ଥିତିରୁ ସମ୍ପର୍କୀୟଙ୍କ ଦ୍ୱାରା ଉପକୃତ ହେବେ। ସାମାଜିକ ସ୍ତରରେ ଲୋକସମ୍ପର୍କ କ୍ଷୁଣ୍ଣହେବା ସହ ପାରିବାରିକ ମତପାର୍ଥକ୍ୟ ତୀବ୍ରତର ହେବ। ଶୁକ୍ରଙ୍କ ପ୍ରଭାବରୁ ଯାନବାହନ…

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୮ ତାରିଖ – Daily Horoscope

ମେଷ ପାରିବାରିକ ପରିସ୍ଥିତି ବିଗିଡ଼ିଯାଇଥିବାରୁ ନୂତନ କାମ ଆରମ୍ଭ କରିପାରିବେ ନାହିଁ। କର୍ମକ୍ଷେତ୍ରରେ ଭୁଲ୍‍ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ କରିପାରନ୍ତି। ଯାତ୍ରା, ସମ୍ପର୍କ ସ୍ଥାପନ, ପରିବହନ,…

ରାଶିଫଳ: ସୋମବାର, ସେପ୍ଟେମ୍ବର ୭ ତାରିଖ – Daily Horoscope

ମେଷ ଆଜି ଆପଣ ପ୍ରତ୍ୟେକ କ୍ଷେତ୍ରରେ କିଛିଟା ଦ୍ୱନ୍ଦ୍ୱ ଓ ଆଶା ଆଶଙ୍କା ମଧ୍ୟରେ ଗତିକରିବାକୁ ପଡିପାରେ। ବନ୍ଧୁଙ୍କ ସହ ସହାନୁଭୂତିମୂଳକ ଆଲୋଚନା ମାଧ୍ୟମରେ ପରିବାରରେ ଶାନ୍ତି…

ରାଶିଫଳ: ରବିବାର, ସେପ୍ଟେମ୍ବର ୬ ତାରିଖ – Daily Horoscope

ମେଷ ଚନ୍ଦ୍ରମଙ୍ଗଳ ଯୋଗରୁ ଯେଉଁ କାମରେ ହାତଦେବେ, ସେଥିରେ ସଫଳତା ନିଶ୍ଚିତ। ମନ ଅସ୍ଥିର ରହିଲେ ମଧ୍ୟ ସଭାସମିତି, ଆନୁଷ୍ଠାନିକ ଓ ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri