Posted inRasifala

ରାଶିଫଳ: ବୁଧବାର, ଜୁଲାଇ ୨୯ ତାରିଖ – Daily Horoscope

ମେଷ
ବ୍ୟୟଭାବରେ ରାଶ୍ୟାଧିପ ରହିଥିବାରୁ ସ୍ବେଚ୍ଛାକୃତ ଭାବରେ ଏକ ମହତ୍ତ୍ୱପୂର୍ଣ୍ଣ କାମରେ ଅର୍ଥ ବ୍ୟୟ କରିବେ। ଦୂରସ୍ଥ ସନ୍ତାନଙ୍କ ପାଇଁ ମନ ଉଦ୍‌ବେଗ ରହିବ, ଫଳରେ ମାନସିକ ଅସ୍ଥିରତା ଦେଖାଦେଇପାରେ। ଆଗାମୀ ସମୟର ଆନୁଷ୍ଠାନିକ କାମରେ ତତ୍ପରତା ବୃଦ୍ଧିପାଇବ।
ବୃଷ
ବୃଷ
କେତୁଯୁକ୍ତ ବୃହସ୍ପତି କାରଣରୁ କୌଣସି ନୂତନ ଯୋଜନା କାର୍ଯ୍ୟକାରୀ ନ ହୋଇପାରେ। କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ମତାନ୍ତର ମଧ୍ୟରେ କାମ କରିବେ। ପାରିବାରିକ କ୍ଷେତ୍ରରେ କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ। ପ୍ରଶାସନ ଓ ପ୍ରକାଶନ କ୍ଷେତ୍ର ପ୍ରାୟତଃ ଭଲ ରହିବ।
ମିଥୁନ
ମିଥୁନ
ଶତ୍ରୁ ଦୃଷ୍ଟିରେ ରବି ରହିଥିବାରୁ ପଦସ୍ଥବ୍ୟକ୍ତିଙ୍କ ସହ ମତପାର୍ଥ୍ୟକ୍ୟଜନିତ କଳହର ଆଶଙ୍କା ରହିଛି। ମୃଗଶିରା ନକ୍ଷତ୍ର ଅବଶ୍ୟ ବନ୍ଧୁଙ୍କ ସାହାଯ୍ୟରୁ କୌଣସି ନୂତନ ଯୋଜନା ଆରମ୍ଭ କରିପାରନ୍ତି। ବ୍ୟବସାୟ, ପ୍ରଶାସନ, କଳା, ସାହିତ୍ୟ ଚର୍ଚ୍ଚା,ସଙ୍ଗୀତ ଆସରର ମଉକା ମିଳିପାରେ।
କର୍କଟ
କର୍କଟ
ବଳହୀନ ଚନ୍ଦ୍ର ଦୈହିକ ଦୁର୍ବଳତା ସୃଷ୍ଟିକରିବ ଏବଂ ଅନ୍ୟମାନଙ୍କ ସହ ସୁସମ୍ପର୍କରେ ବାଧା ଆଣିବ। ତଥାପି ସମସ୍ୟା ଭିତରେ ମଧ୍ୟ ପରିବାର ଭିତରେ କାମ କରିବାକୁ ବାଧ୍ୟ ହେବେ। ପ୍ରାତଃ ଭ୍ରମଣ ସାଙ୍ଗକୁ କୌଣସି ନୂତନ ଜିନିଷ କିଣିବାକୁ ମନ ବଳାଇପାରନ୍ତି। ବାଣିଜ୍ୟ,ବ୍ୟବସାୟକ୍ଷେତ୍ରରେ ବିଦ୍ରୋହ ଓ ଅଶାନ୍ତି ବଢ଼ିବ।
ସି˚ହ
ସି˚ହ
ମଙ୍ଗଳ ଅଷ୍ଟମସ୍ଥ ଯୋଗୁ ଅଭାବନୀୟ ପରିସ୍ଥିତି ସଙ୍ଗକୁ ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବାକୁ ପଡିପାରେ। ଭାଇ, ଭଉଣୀ କିମ୍ବା ପଡୋଶିନୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି। ଶତ୍ରୁତା କରୁଥିବା ବ୍ୟକ୍ତିମାନେ କୌଣସି ସମସ୍ୟା ସୃଷ୍ଟି କରିପାରନ୍ତି।
କନ୍ୟା
ଧନସ୍ଥାନ ପ୍ରତି ମଙ୍ଗଳଙ୍କ ଦୃଷ୍ଟି ଅର୍ଥ କିମ୍ବା ଜମିଜମା ସମ୍ପର୍କକୁ କେନ୍ଦ୍ରକରି ସମସ୍ୟା ସୃଷ୍ଟି କରିବ। କିନ୍ତୁ ଅନ୍ୟ ସବୁ କାମ ଶୃଙ୍ଖଳିତ ରହିବାରେ ବନ୍ଧୁଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିପାରେ। ଆତ୍ମୀୟମାନଙ୍କର ମଧ୍ୟ ସାହାଯ୍ୟ ସହଯୋଗ ପାରିବାରିକ ଜୀବନରେ ଖୁସୀ ଆଣିଦେବ। କେତେକ ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ।
ତୁଳା
ତୁଳା
ଅଭାବ ନ ଥିଲେ ମଧ୍ୟ ସମସ୍ୟା ଲାଗିରହୁଥିବାରୁ ମାନସିକ ସ୍ଥିତି ଭଲ ରହିବନାହିଁ। ତଥାପି ପାଉ ନ ଥିବା ଜିନିଷଟି ଆକସ୍ମିକ ଭାବରେ ପାଇ ମନ ଏକବାର ଖୁସୀ ହୋଇଯିବ। ଅତୀତରେ ଶତ୍ରୁତା କରୁଥିବା ଲୋକଠାରୁ ମଧ୍ୟ କାମ ହାସଲ କରିନେବେ। ଆଲୋଚନା କ୍ଷେତ୍ରରେ ଭୁଲ୍‌ ବୁଝାମଣା ନିଷ୍ପତ୍ତିକୁ ଅମୀଂମାସୀତ ରଖିବ।
ବିଛା
ବିଛା
ଶନିଙ୍କ ପ୍ରଭାବରେ ଦୃଢ ଇଚ୍ଛାଶକ୍ତି ଆପଣଙ୍କୁ ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବ। ଗମନାଗମନରେ ପ୍ରତିବନ୍ଧକଜନିତ ପରିବହନ, ବ୍ୟବସାୟ, ଯାତ୍ରା ଓ ବାଣିଜ୍ୟ ସମସ୍ୟାବହୁଳ ରହିପାରେ। କୌଣସି ବନ୍ଧୁଙ୍କ ତରଫରୁ ଅଭିଯୋଗ ଶୁଣି ମନଟା ଚହଲିଯାଇପାରେ।
ଧନୁ
ଧନୁ
ସ୍ବରାଶିରେ ଚତୁର୍ଥାଧିପ ଯୋଗୁଁ ନୂତନ ସ୍ଥାନ ପରିଦର୍ଶନ ଓ ବନ୍ଧୁମାନଙ୍କ ସହ ଭ୍ରମଣର ସୁଯୋଗ ପାଇପାରନ୍ତି। ଆଜି ଏକ ଆଧ୍ୟାତ୍ମିକ ପରିବେଶରେ ସତ୍‌ସଙ୍ଗୀଙ୍କ ସାନ୍ନିଧ୍ୟରେ ସମୟ କଟିପାରେ। ଶିକ୍ଷା କିମ୍ବା ପରୀକ୍ଷା କ୍ଷେତ୍ରରେ ପିଲାମାନଙ୍କ ସଫଳତାରେ ଆନନ୍ଦ ଅନୁଭବ କରିପାରନ୍ତି।
ମକର
ମକର

ଶନି ଦୃଷ୍ଟିରେ ମଙ୍ଗଳ ପାରିବାରିକ ସ୍ତରରେ ବିବାଦୀୟ ସ୍ଥିତି ଉତ୍ପନ୍ନ କରିବ। ତେଣୁ ସବୁ କଥାରେ ଟିକିଏ ପଛକୁ ରହି କାମ କରିବା ଭଲ ହେବ। ଧନିଷ୍ଠା ନକ୍ଷତ୍ରର କର୍ମକ୍ଷେତ୍ରରେ ହଠାତ୍‌ କାୈଣସି ଘଟଣା ମନକୁ ବିବ୍ରତ କରିପାରେ। ଅନ୍ତରଙ୍ଗ ବନ୍ଧୁଙ୍କ ବ୍ୟବହାରରେ ଅସନ୍ତୋଷ ପ୍ରକାଶ କରିପାରନ୍ତି।

କୁମ୍ଭ
କୁମ୍ଭ
ସପ୍ତମ ସ୍ଥିତିରେ ଶୁକ୍ର ଓ ଚନ୍ଦ୍ର ରହିଥିବାରୁ ଆଜି ଆପଣ ଅର୍ଥ,ସମ୍ମାନ ଓ ପ୍ରଶଂସା ପାଇ ଖୁସୀ ହେବେ। କିନ୍ତୁ କେତେକ କ୍ଷେତ୍ରରେ ବାକ୍‌ ଅସଂଯମତା ଯୋଗୁଁ ସୁସମ୍ପର୍କ ବ୍ୟାହତ ହୋଇପାରେ। ପ୍ରଶାସନ,ଆନୁଷ୍ଠାନିକ କାର୍ଯ୍ୟ ଓ ସଙ୍ଗୀତ, କଳା, ସାହିତ୍ୟ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ।
ମୀନମୀନ

ମଙ୍ଗଳ ରାଶିରେ ମାନସିକ ସ୍ଥିତିକୁ ଉତ୍ତେଜନାପ୍ରବଣ କରାଇପାରେ। କଥା କଥାକେ ତର୍କବିତର୍କ ଲାଗିରହିଲେ ମଧ୍ୟ ଆର୍ଥିକ ଦିଗରୁ ବହୁଳାଂଶରେ ଉପକୃତ ହେବେ। ବିଭିନ୍ନ ଅସୁବିଧାକୁ ନେଇ ମନ ଉଦ୍‌ବେଗ ରହିବାର ସୂଚନା ରହିଛି। ପରିସ୍ଥିତିକୁ ଯେତିକି ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?