Posted inRasifala

ରାଶିଫଳ: ବୁଧବାର, ଜୁଲାଇ ୨୯ ତାରିଖ – Daily Horoscope

ମେଷ
ବ୍ୟୟଭାବରେ ରାଶ୍ୟାଧିପ ରହିଥିବାରୁ ସ୍ବେଚ୍ଛାକୃତ ଭାବରେ ଏକ ମହତ୍ତ୍ୱପୂର୍ଣ୍ଣ କାମରେ ଅର୍ଥ ବ୍ୟୟ କରିବେ। ଦୂରସ୍ଥ ସନ୍ତାନଙ୍କ ପାଇଁ ମନ ଉଦ୍‌ବେଗ ରହିବ, ଫଳରେ ମାନସିକ ଅସ୍ଥିରତା ଦେଖାଦେଇପାରେ। ଆଗାମୀ ସମୟର ଆନୁଷ୍ଠାନିକ କାମରେ ତତ୍ପରତା ବୃଦ୍ଧିପାଇବ।
ବୃଷ
ବୃଷ
କେତୁଯୁକ୍ତ ବୃହସ୍ପତି କାରଣରୁ କୌଣସି ନୂତନ ଯୋଜନା କାର୍ଯ୍ୟକାରୀ ନ ହୋଇପାରେ। କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ମତାନ୍ତର ମଧ୍ୟରେ କାମ କରିବେ। ପାରିବାରିକ କ୍ଷେତ୍ରରେ କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ। ପ୍ରଶାସନ ଓ ପ୍ରକାଶନ କ୍ଷେତ୍ର ପ୍ରାୟତଃ ଭଲ ରହିବ।
ମିଥୁନ
ମିଥୁନ
ଶତ୍ରୁ ଦୃଷ୍ଟିରେ ରବି ରହିଥିବାରୁ ପଦସ୍ଥବ୍ୟକ୍ତିଙ୍କ ସହ ମତପାର୍ଥ୍ୟକ୍ୟଜନିତ କଳହର ଆଶଙ୍କା ରହିଛି। ମୃଗଶିରା ନକ୍ଷତ୍ର ଅବଶ୍ୟ ବନ୍ଧୁଙ୍କ ସାହାଯ୍ୟରୁ କୌଣସି ନୂତନ ଯୋଜନା ଆରମ୍ଭ କରିପାରନ୍ତି। ବ୍ୟବସାୟ, ପ୍ରଶାସନ, କଳା, ସାହିତ୍ୟ ଚର୍ଚ୍ଚା,ସଙ୍ଗୀତ ଆସରର ମଉକା ମିଳିପାରେ।
କର୍କଟ
କର୍କଟ
ବଳହୀନ ଚନ୍ଦ୍ର ଦୈହିକ ଦୁର୍ବଳତା ସୃଷ୍ଟିକରିବ ଏବଂ ଅନ୍ୟମାନଙ୍କ ସହ ସୁସମ୍ପର୍କରେ ବାଧା ଆଣିବ। ତଥାପି ସମସ୍ୟା ଭିତରେ ମଧ୍ୟ ପରିବାର ଭିତରେ କାମ କରିବାକୁ ବାଧ୍ୟ ହେବେ। ପ୍ରାତଃ ଭ୍ରମଣ ସାଙ୍ଗକୁ କୌଣସି ନୂତନ ଜିନିଷ କିଣିବାକୁ ମନ ବଳାଇପାରନ୍ତି। ବାଣିଜ୍ୟ,ବ୍ୟବସାୟକ୍ଷେତ୍ରରେ ବିଦ୍ରୋହ ଓ ଅଶାନ୍ତି ବଢ଼ିବ।
ସି˚ହ
ସି˚ହ
ମଙ୍ଗଳ ଅଷ୍ଟମସ୍ଥ ଯୋଗୁ ଅଭାବନୀୟ ପରିସ୍ଥିତି ସଙ୍ଗକୁ ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବାକୁ ପଡିପାରେ। ଭାଇ, ଭଉଣୀ କିମ୍ବା ପଡୋଶିନୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି। ଶତ୍ରୁତା କରୁଥିବା ବ୍ୟକ୍ତିମାନେ କୌଣସି ସମସ୍ୟା ସୃଷ୍ଟି କରିପାରନ୍ତି।
କନ୍ୟା
ଧନସ୍ଥାନ ପ୍ରତି ମଙ୍ଗଳଙ୍କ ଦୃଷ୍ଟି ଅର୍ଥ କିମ୍ବା ଜମିଜମା ସମ୍ପର୍କକୁ କେନ୍ଦ୍ରକରି ସମସ୍ୟା ସୃଷ୍ଟି କରିବ। କିନ୍ତୁ ଅନ୍ୟ ସବୁ କାମ ଶୃଙ୍ଖଳିତ ରହିବାରେ ବନ୍ଧୁଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିପାରେ। ଆତ୍ମୀୟମାନଙ୍କର ମଧ୍ୟ ସାହାଯ୍ୟ ସହଯୋଗ ପାରିବାରିକ ଜୀବନରେ ଖୁସୀ ଆଣିଦେବ। କେତେକ ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ।
ତୁଳା
ତୁଳା
ଅଭାବ ନ ଥିଲେ ମଧ୍ୟ ସମସ୍ୟା ଲାଗିରହୁଥିବାରୁ ମାନସିକ ସ୍ଥିତି ଭଲ ରହିବନାହିଁ। ତଥାପି ପାଉ ନ ଥିବା ଜିନିଷଟି ଆକସ୍ମିକ ଭାବରେ ପାଇ ମନ ଏକବାର ଖୁସୀ ହୋଇଯିବ। ଅତୀତରେ ଶତ୍ରୁତା କରୁଥିବା ଲୋକଠାରୁ ମଧ୍ୟ କାମ ହାସଲ କରିନେବେ। ଆଲୋଚନା କ୍ଷେତ୍ରରେ ଭୁଲ୍‌ ବୁଝାମଣା ନିଷ୍ପତ୍ତିକୁ ଅମୀଂମାସୀତ ରଖିବ।
ବିଛା
ବିଛା
ଶନିଙ୍କ ପ୍ରଭାବରେ ଦୃଢ ଇଚ୍ଛାଶକ୍ତି ଆପଣଙ୍କୁ ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବ। ଗମନାଗମନରେ ପ୍ରତିବନ୍ଧକଜନିତ ପରିବହନ, ବ୍ୟବସାୟ, ଯାତ୍ରା ଓ ବାଣିଜ୍ୟ ସମସ୍ୟାବହୁଳ ରହିପାରେ। କୌଣସି ବନ୍ଧୁଙ୍କ ତରଫରୁ ଅଭିଯୋଗ ଶୁଣି ମନଟା ଚହଲିଯାଇପାରେ।
ଧନୁ
ଧନୁ
ସ୍ବରାଶିରେ ଚତୁର୍ଥାଧିପ ଯୋଗୁଁ ନୂତନ ସ୍ଥାନ ପରିଦର୍ଶନ ଓ ବନ୍ଧୁମାନଙ୍କ ସହ ଭ୍ରମଣର ସୁଯୋଗ ପାଇପାରନ୍ତି। ଆଜି ଏକ ଆଧ୍ୟାତ୍ମିକ ପରିବେଶରେ ସତ୍‌ସଙ୍ଗୀଙ୍କ ସାନ୍ନିଧ୍ୟରେ ସମୟ କଟିପାରେ। ଶିକ୍ଷା କିମ୍ବା ପରୀକ୍ଷା କ୍ଷେତ୍ରରେ ପିଲାମାନଙ୍କ ସଫଳତାରେ ଆନନ୍ଦ ଅନୁଭବ କରିପାରନ୍ତି।
ମକର
ମକର

ଶନି ଦୃଷ୍ଟିରେ ମଙ୍ଗଳ ପାରିବାରିକ ସ୍ତରରେ ବିବାଦୀୟ ସ୍ଥିତି ଉତ୍ପନ୍ନ କରିବ। ତେଣୁ ସବୁ କଥାରେ ଟିକିଏ ପଛକୁ ରହି କାମ କରିବା ଭଲ ହେବ। ଧନିଷ୍ଠା ନକ୍ଷତ୍ରର କର୍ମକ୍ଷେତ୍ରରେ ହଠାତ୍‌ କାୈଣସି ଘଟଣା ମନକୁ ବିବ୍ରତ କରିପାରେ। ଅନ୍ତରଙ୍ଗ ବନ୍ଧୁଙ୍କ ବ୍ୟବହାରରେ ଅସନ୍ତୋଷ ପ୍ରକାଶ କରିପାରନ୍ତି।

କୁମ୍ଭ
କୁମ୍ଭ
ସପ୍ତମ ସ୍ଥିତିରେ ଶୁକ୍ର ଓ ଚନ୍ଦ୍ର ରହିଥିବାରୁ ଆଜି ଆପଣ ଅର୍ଥ,ସମ୍ମାନ ଓ ପ୍ରଶଂସା ପାଇ ଖୁସୀ ହେବେ। କିନ୍ତୁ କେତେକ କ୍ଷେତ୍ରରେ ବାକ୍‌ ଅସଂଯମତା ଯୋଗୁଁ ସୁସମ୍ପର୍କ ବ୍ୟାହତ ହୋଇପାରେ। ପ୍ରଶାସନ,ଆନୁଷ୍ଠାନିକ କାର୍ଯ୍ୟ ଓ ସଙ୍ଗୀତ, କଳା, ସାହିତ୍ୟ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ।
ମୀନମୀନ

ମଙ୍ଗଳ ରାଶିରେ ମାନସିକ ସ୍ଥିତିକୁ ଉତ୍ତେଜନାପ୍ରବଣ କରାଇପାରେ। କଥା କଥାକେ ତର୍କବିତର୍କ ଲାଗିରହିଲେ ମଧ୍ୟ ଆର୍ଥିକ ଦିଗରୁ ବହୁଳାଂଶରେ ଉପକୃତ ହେବେ। ବିଭିନ୍ନ ଅସୁବିଧାକୁ ନେଇ ମନ ଉଦ୍‌ବେଗ ରହିବାର ସୂଚନା ରହିଛି। ପରିସ୍ଥିତିକୁ ଯେତିକି ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୨୭ ତାରିଖ – Daily Horoscope

ମେଷ ଆଜି ଜଣେ ସମ୍ପର୍କୀୟଙ୍କ ଦ୍ୱାରା ସ୍ଥଗିତ କାମଟି ସମ୍ପନ୍ନ ହୋଇଯିବାର ବହୁତ ସମ୍ଭାବନା ରହିଛି। କୃତ୍ତିକା ନକ୍ଷତ୍ର ଅନ୍ୟକୁ ନିର୍ଦ୍ଦେଶ ଦେବେ କିନ୍ତୁ ନିଜକୁ...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୨୬ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ଭ୍ରାତୃ ବିରୋଧ, ସହକର୍ମୀ ସହ ଝଗଡ଼ାର ଆଶଙ୍କା ରହିଛି। ଚନ୍ଦ୍ରଙ୍କ ପ୍ରତି ଶନିଙ୍କ ଦୃଷ୍ଟିରୁ ଋଣବାଡ଼ି, ବ୍ୟବସାୟରେ ପ୍ରତିବନ୍ଧକ ଚିନ୍ତାର...

ରାଶିଫଳ: ଗୁରୁବାର, ଏପ୍ରିଲ ୨୫ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ। ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ବୈଷୟିକ...

ରାଶିଫଳ: ବୁଧବାର, ଏପ୍ରିଲ ୨୪ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପ୍ରତ୍ୟୁଷ ଯାତ୍ରା, ବ୍ୟବସାୟ, ପରିବହନ, କଳା, ସାହିତ୍ୟ, ସଙ୍ଗୀତାଦି ପ୍ରତି ରୁଚି...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୨୩ ତାରିଖ – Daily Horoscope

ମେଷ ଆଜି ଅଧିକାଂଶ କ୍ଷେତ୍ରରେ ଭୟ ସୃଷ୍ଟିହେବା ସହ ଆଶଙ୍କାଜନିତ ମନ ଅସ୍ଥିର ରହିବ। କେବଳ ରବିଙ୍କ ସୁପ୍ରଭାବ ଯୋଗୁ ଝିନ୍‌ଝଟ୍‌ ମଧ୍ୟରେ ହିଁ କାମଗୁଡ଼ିକ...

ରାଶିଫଳ: ସୋମବାର, ଏପ୍ରିଲ ୨୨ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରର ବହୁତ ଦିନରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଘଟିପାରେ। ବୃହସ୍ପତିଙ୍କ ପ୍ରଭାବରୁ ନୂଆ ଯୋଜନାଟିଏ କରିବା ସକାଶେ...

ରାଶିଫଳ: ରବିବାର, ଏପ୍ରିଲ ୨୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ସହ କେତୁଯୁକ୍ତ କାରଣରୁ ମାନସିକ ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ଉଚ୍ଚସ୍ଥ ଶୁକ୍ର ଏକାଧାରରେ କର୍ମକ୍ଷେତ୍ରରେ ବନ୍ଧୁବର୍ଗଙ୍କ ପ୍ରୀତିଭାଜନ କରାଇପାରେ। କଳା,...

ରାଶିଫଳ: ଶନିବାର, ଏପ୍ରିଲ ୨୦ ତାରିଖ – Daily Horoscope

ମେଷ ନିଜ ରାଶିରେ ରବି ଓ ବୃହସ୍ପତି ଥିବାରୁ କର୍ମାରମ୍ଭ ପ୍ରୀତିପ୍ରଦ ରହିବ। ଚନ୍ଦ୍ର ପ୍ରଭାବରୁ ପରିବହନ, ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ଶିଥିଳତା ଦେଖାଦେଇପାରେ। ସମସ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri