


ଧନାଧିପ ଓ ଶନି ଷଡାଷ୍ଟକ ସ୍ଥିତି କାରଣରୁ କୌଣସି ଦ୍ରବ୍ୟପ୍ରାପ୍ତିରେ ବିଜାତୀୟ ବ୍ୟକ୍ତି ଜଣେ ଅସହଯୋଗ କରିପାରେ । ଶାରୀରିକ ଦୁର୍ବଳତା ଯୋଗୁ କାମ କରିବାକୁ ଆଗ୍ରହ ପ୍ରକାଶ କରିବେ ନାହିଁ । ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ । ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ ।








ପରିସ୍ଥିତି କ୍ରମଶଃ ସୁଧୁରିଯିବାରୁ କାମ କରିବାର ସ୍ପୃହା ଜାଗ୍ରତ ହେବ ଓ ମନୋବଳ କ୍ରମଶଃ ବୃଦ୍ଧି ପାଇବ । ପରିଶ୍ରମର ପାରିଶ୍ରମିକ ପାଇବେ, ଯାହାଦ୍ୱାରା କି ମନ ଖୁସୀ ହୋଇଯିବ । ବୁଧ ଓ ଚନ୍ଦ୍ରଙ୍କ ପ୍ରତି ଶନିଙ୍କ ଦୃଷ୍ଟି ଅଭାବରୁ ଅତୀତ ଘଟଣାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ ।


କର୍ମସ୍ଥାନରେ ପାପଯୁକ୍ତ ବୃହସ୍ପତି ଯୋଗୁ ଯେତେ ଭଲ କାମ କରନ୍ତୁନା କାହିଁକି ପରିବାର ମଧ୍ୟରେ ସମାଲୋଚିତ ହେବେ । ବାହାରୁ ଯେତିକି ଶ୍ରଦ୍ଧ,ଆଦର ପାଇବେ ନିଜ ଘରେ କିମ୍ବା ପରିବାରରେ ସେତିକି ମିଳି ନ ପାରେ । ବ୍ୟବସାୟରେ କ୍ଷତି, ପରିବହନରେ ଅଚଳାବସ୍ଥା ଓ ଋଣ ପରିଶୋଧ ଦୁଶ୍ଚିନ୍ତାର କାରଣ ହେବ ।