










ମନ ବୁଝିଲା ଭଳି କିଛି ପ୍ରତିଶ୍ରୁତି ଦେଇ କାମ ହାସଲ କରିବେ। କୌଣସି ପ୍ରତୀକ୍ଷିତ ଖବରଟି ପଡୋଶୀଙ୍କଠାରୁ ପାଇ ଖୁସି ହେବେ। ଭୁଲ୍ ବୁଝାମଣା କାରଣରୁ ପରିବାରରେ ମାନସିକ ଅଶାନ୍ତି ଦେଖା ଦେଇପାରେ। ଶ୍ରବଣା ସାମାଜିକ ସ୍ତରରେ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ।


କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେବା ଠିକ୍ ହେବ ନାହିଁ। ପରିବାରରେ ଶୁଣାକଥାକୁ ବିଶ୍ୱାସ କରି କୌଣସି କାମ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବନ୍ଧୁଙ୍କ ଖାପଛଡା କଥା ଓ ବେଖାତିର ମନୋଭାବ ଯୋଗୁଁ ଚିନ୍ତାପ୍ରକଟ କରିବେ। ନିଜର କାର୍ଯ୍ୟ ଦକ୍ଷତା ହେତୁ ବନ୍ଧୁମାନଙ୍କ ଗହଣରେ ପ୍ରଶଂସିତ ହେବେ।