Posted inRasifala

ରାଶିଫଳ: ମଙ୍ଗଳବାର, ଅଗଷ୍ଟ ୪ ତାରିଖ – Daily Horoscope

ମେଷ
ଆଜି ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ। ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ ଏବଂ କାର୍ଯ୍ୟସିଦ୍ଧି ହେବ। କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। ପାରିବାରିକ କ୍ଷେତ୍ରରେ ସାମାନ୍ୟ ଅସୁବିଧା ଥିବାର ଅନୁଭବ କରିବେ।
ବୃଷ
ବୃଷ
ଆଜି ଯାହାକୁ ଯାହା କହିବେ ସେହିବ୍ୟକ୍ତି କଦାପି ମନା କରିବନାହିଁ। ବିଭିନ୍ନ ଦିଗରୁ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ। ଆନୁଷ୍ଠାନିକ କ୍ଷେତ୍ରରେ ମଧ୍ୟାହ୍ନରେ ଟେନସନ୍‌ ଦୂର ହେବ। କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବ।

ମିଥୁନ
ମିଥୁନ
ସ୍ବାସ୍ଥ୍ୟ ଭଲ ରହିଲେ ମଧ୍ୟ ମାନସିକ ସ୍ଥିତି ସେତେଟା ଭଲ ରହି ନ ପାରେ। କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ। ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ସରକାରୀ କ୍ଷେତ୍ରରୁ ଋଣସୂତ୍ରରେ ଅର୍ଥଲାଭର ଆଶା ରହିଛି।
କର୍କଟ
କର୍କଟ
ବିଭିନ୍ନ ସମସ୍ୟା ବିଷୟ ଚିନ୍ତାକରି ଆଜିର ମାନସିକ ସ୍ଥିତି ସେତେଟା ଭଲ ରହିବ ନାହିଁ। ଅଶ୍ଳେଷା ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ, ଅନ୍ୟଥା ସମାଲୋଚିତ ହେବାକୁ ପଡିପାରେ। ଆର୍ଥିକ ଦିଗଟି ଭଲ ରହିବ, କିନ୍ତୁ ବାକି ଥିବା ଟଙ୍କା ଫେରିପାଇବେ ନାହିଁ। ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ।
ସି˚ହ
ସି˚ହ
ଆଜି ହଠାତ୍‌ କୌଣସି ନୂତନ ଯୋଜନା ଆରମ୍ଭ କରିପାରନ୍ତି। କିନ୍ତୁ ସହକର୍ମୀଙ୍କ ସହଯୋଗ ଅଭାବରୁ ତାହା ମଉଳି ଯିବାକୁ ବସିପାରେ। କର୍ମକ୍ଷେତ୍ରରେ ଅବହେଳା କାରଣରୁ ସୁଯୋଗ ହାତଛଡା ହୋଇପାରେ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ନ ଦେଲେ ପରେ ବହୁତ ଅନୁତାପ କରିବାକୁ ପଡିପାରେ।
କନ୍ୟା
ନିଜର ସନ୍ଦେହୀ ମନୋଭାବ ହେତୁ କେତେକ ଅନାକାଂକ୍ଷିତ ସମସ୍ୟା ଦେଖାଦେବ। ଆପଣ ଅନ୍ୟମନସ୍କ ରହି ନୀରବତା ଅବଲମ୍ବନ କରିବା ଦ୍ୱାରା ଆପଣଙ୍କ ସକାଶେ ତାହା ଚିନ୍ତାର କାରଣ ହୋଇପାରେ। ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି।
ତୁଳା
ତୁଳା
କେତେକ ଅପୂରଣୀୟ ଆଶା ମନରେ ଆଲୋଡନ ସୃଷ୍ଟି କରିବ। କୌଣସି ବିବାଦୀୟ କ୍ଷେତ୍ରରେ ବନ୍ଧୁ ମାନଙ୍କ ଭିତରେ ମାନମନାନ୍ତର ଦେଖାଦେଇପାରେ। କଳା, ସାହିତ୍ୟ, ସାମ୍ବାଦିକତା, ରାଜନୀତି ଓ ଅର୍ଥନୀତି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିବେ। ପାରିବାରିକ କ୍ଷେତ୍ରରେ କୌଣସି ଘଟଣା ମନକୁ ବିବ୍ରତ କରିପାରେ।
ବିଛା
ବିଛା
ପରୋକ୍ଷଶତ୍ରୁତା କରୁଥିବା ବ୍ୟକ୍ତିଟି ଆଗରେ ନିଜର ଭଳି ଅଭିନୟ କରି ପଛରେ ବିଭିନ୍ନ ପ୍ରକାରର କଥା କହିବେ। ପରିବାରରେ ଆପୋଷ ଆଲୋଚନା ଦ୍ୱାରା ଘରୋଇ ସମସ୍ୟାର ସରଳ ସମାଧାନ ହୋଇଯିବ। ଯନ୍ତ୍ରଣା ତୀବ୍ର ହେବ କିନ୍ତୁ କିଛି କ୍ଷଣ ପରେ ଉପଶମ ହେବାର ଆଶା ରହିଛି।
ଧନୁ
ଧନୁ
ବନ୍ଧୁଙ୍କ ମାଧ୍ୟମରେ ଦୀର୍ଘ ଦିନରୁ ପ୍ରତୀକ୍ଷା କରିଥିବା କାୈଣସି ଖବର ପାଇ ଖୁସି ହେବେ। ଶିଳ୍ପ,ପରିବହନ ଓ ବାଣିଜ୍ୟରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ। ନିଜର ପ୍ରତିବେଶୀଙ୍କ ସହ ସଂପର୍କ ଯୋଡିବା ସକାଶେ ଆପ୍ରାଣ ଚେଷ୍ଟା କରିବ। ପରିଜନଙ୍କ ସହ ଭ୍ରମଣ ସୁଯୋଗ ପାଇ ସାମୟିକ ଭାବରେ ଖୁସୀ ହେବେ।
ମକର
ମକର

ମନ ବୁଝିଲା ଭଳି କିଛି ପ୍ରତିଶ୍ରୁତି ଦେଇ କାମ ହାସଲ କରିବେ। କୌଣସି ପ୍ରତୀକ୍ଷିତ ଖବରଟି ପଡୋଶୀଙ୍କଠାରୁ ପାଇ ଖୁସି ହେବେ। ଭୁଲ୍‌ ବୁଝାମଣା କାରଣରୁ ପରିବାରରେ ମାନସିକ ଅଶାନ୍ତି ଦେଖା ଦେଇପାରେ। ଶ୍ରବଣା ସାମାଜିକ ସ୍ତରରେ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ।

କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରୀମାନଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ଆପଣଙ୍କୁ ବହୁତ କଷ୍ଟ ସ୍ବୀକାର କରିବାକୁ ପଡିବ। ଆଜି ଦିନଟିରେ ବାଣିଜ୍ୟ ଓ ବ୍ୟବସାୟିକ ସଫଳତା ମିଳିବ। ନିକଟ ସମ୍ପର୍କୀୟ ମାନଙ୍କ ପକ୍ଷପାତିତାକୁ ନାପସନ୍ଦ କରିବେ। ସମ୍ପର୍କୀୟ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେଇ ଆଶା ପୂରଣ କରିବେ।
ମୀନମୀନ

କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ। ପରିବାରରେ ଶୁଣାକଥାକୁ ବିଶ୍ୱାସ କରି କୌଣସି କାମ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବନ୍ଧୁଙ୍କ ଖାପଛଡା କଥା ଓ ବେଖାତିର ମନୋଭାବ ଯୋଗୁଁ ଚିନ୍ତାପ୍ରକଟ କରିବେ। ନିଜର କାର୍ଯ୍ୟ ଦକ୍ଷତା ହେତୁ ବନ୍ଧୁମାନଙ୍କ ଗହଣରେ ପ୍ରଶଂସିତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଅଗଷ୍ଟ ୨୭ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଧନିଷ୍ଠା ନକ୍ଷତ୍ରରେ ରହି ନୂତନ କର୍ମାରମ୍ଭ ସକାଶେ ମନ ବଳାଇବେ। ସକାଳୁ ସକାଳୁ ପ୍ରୀତିପ୍ରଦ ଯାତ୍ରା କରିବାର ଅପୂର୍ବ ସୁଯୋଗ ଲାଭ କରିପାରନ୍ତି।…

ରାଶିଫଳ: ବୁଧବାର, ଅଗଷ୍ଟ ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହି ଗଜକେଶରୀ ଯୋଗ ସୃଷ୍ଟି କରୁଥିବାରୁ ଅର୍ଥ, ସମ୍ମାନ ଏବଂ ପ୍ରତିଷ୍ଠା ପ୍ରତ୍ୟେକ ସ୍ତରରେ ରହିବ। ପାରିବାରିକ ଶାନ୍ତି ଏବଂ…

ରାଶିଫଳ: ମଙ୍ଗଳବାର , ଅଗଷ୍ଟ ୨୫ ତାରିଖ – Daily Horoscope

ମେଷ ଆଜି ପାରିବାରିକ କ୍ଷେତ୍ରରେ ସାମାନ୍ୟ କାରଣରୁ ବିତର୍କ ଲାଗି ମାନସିକ ଅବସ୍ଥା ଭଲ ରହିବ ନାହଁ। କର୍ମକ୍ଷେତ୍ରରେ ସମସ୍ୟା ଥିଲେ ମଧ୍ୟ ସମାଧାନର ରାସ୍ତା ଖୋଜିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri