Posted inRasifala

ରାଶିଫଳ: ମଙ୍ଗଳବାର, ଜୁଲାଇ ୧୪ ତାରିଖ – Daily Horoscope

ମେଷ
ଶ୍ରୀଚନ୍ଦ୍ର ଯୋଗୁ ପାରିବାରିକ ପରିସ୍ଥିତି ପୂର୍ବପରି ରହିବା ସହ ବନ୍ଧୁଙ୍କ ସହାୟତାରୁ ଅର୍ଥପାଇବେ। କର୍ମକ୍ଷେତ୍ରରେ ସମସ୍ୟା ମଧ୍ୟରେ ଅଗ୍ରଗତି ଘଟିବାର ଆଶା ରହିଛି। ଆଲୋଚନା ପରିସରରେ ଯୁକ୍ତିତର୍କ କରିବା ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ। ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡିବାର ଆଶଙ୍କା ଦେଖାଯିବ।
ବୃଷ
ବୃଷ
ବଳଶାଳୀ କର୍ମାଧିପଙ୍କ ପ୍ରଭାବରେ ବିଭିନ୍ନ ସମସ୍ୟା ରହିଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ। କିନ୍ତୁ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବା ଫଳରେ ମାନସିକ ସ୍ଥିରତା ରହି ନ ପାରେ। କାର୍ଯ୍ୟବ୍ୟସ୍ତ ଯୋଗୁ ଖାଦ୍ୟପେୟ ଠିକ୍‌ ରହିବ ନାହିଁ। ପରୋକ୍ଷ ଶତ୍ରୁତାଜନିତ ବାଣିଜ୍ୟ,ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢିପାରେ।
ମିଥୁନ
ମିଥୁନ
ଷଷ୍ଠାଧିପଙ୍କ କୁପ୍ରଭାବରୁ ସମସ୍ୟା ସମାଧାନ ହେବା ବଦଳରେ ଜଟିଳତା ଧାରଣ କରିବ। ପ୍ରଶାସନିକ ସ୍ତରରେ କିମ୍ବା ସଭାସମିତିରେ ଆଲୋଚନା ଅମୀମାଂସୀତ ରହିଯିବାର ସୂଚନା ରହିଛି। କିନ୍ତୁ ପୁନର୍ବସୁ ନକ୍ଷତ୍ର ବହୁତ ଦିନରୁ ରହିଯାଇଥିବା ଅପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ। ଖୋଜୁଥିବା ଜିନିଷର ସନ୍ଧାନ ଡେରିରେ ମିଳିବ।
କର୍କଟ
କର୍କଟ
ଚନ୍ଦ୍ର କର୍ମସ୍ଥାନରେ ରହିଥିବାରୁ କାମ ନ ଅଟକିଲେ ମଧ୍ୟ ପ୍ରାରମ୍ଭିକ ପର୍ଯ୍ୟାୟରେ ସମସ୍ୟା ଦେଖାଯିବ। ପାପଗ୍ରହ ମଧ୍ୟସ୍ଥ ରାଶ୍ୟାଧିପ କାରଣରୁ ଦୈହିକ ଦୁର୍ବଳତା ଜନିତ ମନୋବଳ କମି ଯାଇପାରେ। ଆର୍ଥିକ ଅନଟନ ଲାଗି ରହିଲେ ମଧ୍ୟ ପରିସ୍ଥିତିକୁ ସମ୍ଭାଳି ନେବେ। ସାହାଯ୍ୟର ପ୍ରତିଶ୍ରୁତି ଦେବା ହେତୁ ବ୍ୟବସାୟିକ ଦିଗଟି ଭଲ ରହିବ।
ସି˚ହ
ସି˚ହ
ରାହୁଗ୍ରସ୍ତ ରବିଙ୍କ ଯୋଗୁ ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରି ମାନସିକ ସ୍ଥିତି ଭଲ ରହି ନ ପାରେ। କର୍ମକ୍ଷେତ୍ରରେ ଦ୍ୱନ୍ଦ୍ୱରେ ପଡି ପ୍ରତ୍ୟେକ କଥାକୁ ଠିକ୍‌ ଭାବେ ବୁଝିପାରିବେନି। ବନ୍ଧୁମାନେ ଅସହଯୋଗ କରି ସମସ୍ୟା ବୃଦ୍ଧି କରିପାରନ୍ତି। ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ।
କନ୍ୟା
ଅଷ୍ଟମସ୍ଥ ଚନ୍ଦ୍ର ଯୋଗୁ ଆଜିର କାମରେ ବିଶୃଙ୍ଖଳା କାରଣରୁ ମନ ଭଲ ରହିବନାହିଁ। ଏଣେ ପରିବାରରେ ଭାଇଙ୍କ ସହ ମତାନ୍ତର ଯୋଗୁ ଦୁଶ୍ଚିନ୍ତା ବୃଦ୍ଧି ପାଇବ। ଆର୍ଥିକ ସଂକଟକୁ ଭଲ ସମ୍ପର୍କ ରହିଥିବା ବନ୍ଧୁଟିଏ ସାହାଯ୍ୟ କରିବେ ା ଆକସ୍ମିକ ଭାବରେ ସମସ୍ୟା ଦେଖାଦେବାରୁ ଯାତ୍ରା ସ୍ଥଗିତ ରଖିବାକୁ ବାଧ୍ୟ ହେବେ।
ତୁଳା
ତୁଳା
ଶୁଭଚନ୍ଦ୍ର ପ୍ରଭାବରୁ ସକାଳୁ ସକାଳୁ ମନ କୌଣସି ଶୁଭ ଖବର ପାଇ ଖୁସୀ ହୋଇଯିବ। ଅର୍ଥ ଓ ସମ୍ମାନ ପାଇବେ ଏବଂ ବନ୍ଧୁବର୍ଗଙ୍କ ସହାନୁଭୂତି ଯୋଗୁ କର୍ମ ମୁଖର ହେବେ। ଆଜି ଦିନଟିରେ ଘର କାମ ଛାଡି ବାହାର କାମରେ ବେଶି ସମୟ କଟାଇବାକୁ ପଡିପାରେ। ଅଫିସରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ।
ବିଛା
ବିଛା
ଧର୍ମସଂକଟରେ ପଡି ବନ୍ଧୁଙ୍କ କାମରେ ସାହାଯ୍ୟ, ସହଯୋଗ କରିବାରେ ପଶ୍ଚାଦ୍‌ପଦ ହେବେ। ଘରେ ଅନ୍ୟମନସ୍କ କାରଣରୁ ଅସାବଧାନତା ହେତୁ ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିବେ। କିନ୍ତୁ ଗଠନମୂଳକ ପ୍ରସ୍ତାବ ନେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୃଢ ମନୋବଳ ଯୋଗୁ ବହୁ ବିପଦରୁ ରକ୍ଷା ମିଳିବ।
ଧନୁ
ଧନୁ
ଆଜିର ଗ୍ରହପ୍ରଭାବରେ ଯାତ୍ରା, ବାଣିଜ୍ୟ,ବନ୍ଧୁ ମିଳନ, ଅର୍ଥ ସମ୍ପର୍କ ପ୍ରଭୃତିରୁ ସୁଫଳ ପାଇବେ। କିନ୍ତୁ ବିବାଦରୁ ଦୂରେଇ ନ ରହିଲେ ଅପଦସ୍ଥ ହେବାକୁ ପଡିବାର ଆଶଙ୍କା ରହିଛି। ଉତ୍ତରାଷାଢା ନକ୍ଷତ୍ର ପାଇଁ ସମସ୍ତ କାମ ଠିକଠାକ୍‌ ଭାବେ ଚାଲିବ ଓ କୌଣସି ପ୍ରକାରର ଅସୁବିଧା ହେବ ନାହିଁ।
ମକର
ମକର

ପରିବାର ସ୍ଥାନରେ ଚନ୍ଦ୍ରଙ୍କ ସ୍ଥିତିଜନିତ ପାରିବାରିିକ ଜୀବନ ସୁଖ ସନ୍ତୋଷରେ କଟିବ। ଅବଶ୍ୟ ଶୁକ୍ରଙ୍କ ସ୍ଥିତି କାରଣରୁ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ। ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ ଓ କାର୍ଯ୍ୟ ସାଧିତ ହେବ। ବାରମ୍ବାର ଡାକ୍ତରଙ୍କ ପରାମର୍ଶ ପାଇଁ ଦୌଡିବାକୁ ପଡିପାରେ।

କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ହାତକୁ ନେଇଥିବା କାମଗୁଡିକ ସହଜ ଓ ସୁବିଧାରେ ସମ୍ପନ୍ନ ହୋଇଯିବ। ରବି ଓ ରାହୁ ସହ ବୁଧଙ୍କ ସମ୍ପୃକ୍ତିରୁ ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ। ଯାତ୍ରାକଳୀନ ବନ୍ଧୁଙ୍କୁ ଅପେକ୍ଷା କରି ବିରକ୍ତ ହୋଇପାରନ୍ତି।
ମୀନମୀନ

ଭାଗ୍ୟାଧିପତିଙ୍କ ଅନୁଗ୍ରହରୁ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବ। ପ୍ରିୟଜନଙ୍କର ଉପକାର ଚିନ୍ତା ଓ ସାହାଯ୍ୟ କରି ମଧ୍ୟ ପ୍ରତିଦାନରେ କିଛି ପାଇବେ ନାହିଁ। ବୟସ୍କଙ୍କ ପରାମର୍ଶକ୍ରମେ ଅର୍ଥ ସଂଗ୍ରହର ପ୍ରଚେଷ୍ଟା କଦାପି ନିରର୍ଥକ ହେବ ନାହିଁ। କଳା, ସାହିତ୍ୟ, କ୍ରୀଡା, ସଙ୍ଗୀତ ତଥା ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୯ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଶୁଭସଂସ୍ଥିତି ପ୍ରଭାବରେ ପାରିବାରିକ ଶାନ୍ତି ଓ ସ୍ଥିରତା ସଙ୍ଗକୁ ବୈଷୟିକ ଅଭିବୃଦ୍ଧି ଘଟିବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ସମ୍ପର୍କୀୟଙ୍କ ସହାନୁଭୂତି ଲାଭ...

ରାଶିଫଳ: ଗୁରୁବାର, ଏପ୍ରିଲ ୧୮ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରୁ କୌଣସି ନୂତନ କର୍ମାରମ୍ଭ ସକାଶେ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ସମସ୍ୟା ସମାଧାନ ହେବା କ୍ଷେତ୍ରରେ ଜଣେ ପ୍ରିୟବନ୍ଧୁ ସାହାଯ୍ୟ କରିପାରନ୍ତି।...

ରାଶିଫଳ: ବୁଧବାର, ଏପ୍ରିଲ ୧୭ ତାରିଖ – Daily Horoscope

ମେଷ ଆଜି ଅଶ୍ଳେଷା ନକ୍ଷତ୍ର ବ୍ୟତୀତ ଅନ୍ୟ ନକ୍ଷତ୍ର ପାଇଁ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଉନ୍ନତି ହେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ। ପ୍ରଶାସନ,...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୧୬ ତାରିଖ – Daily Horoscope

ମେଷ ଆଜି ଚତୁର୍ଥ କେନ୍ଦ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ଆପଣ ଫଳପ୍ରଦ ଯାତ୍ରା ସାଙ୍ଗକୁ ସାମୟିକ ପାରିବେଶିକ ଆନନ୍ଦ ଅନୁଭବ କରିବେ। କିନ୍ତୁ ନୀଚସ୍ଥ ବୁଧଙ୍କ ସ୍ଥିତି...

ରାଶିଫଳ: ସୋମବାର, ଏପ୍ରିଲ ୧୫ ତାରିଖ – Daily Horoscope

ମେଷ ଆଜି ପ୍ରଶାସନିକ ସଫଳତା, ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ ସହ ସମ୍ମାନଜନକ ସ୍ଥିତିରେ ରହିବେ। କୃତିକା ନକ୍ଷତ୍ର ବନ୍ଧୁଙ୍କ ଅନୁରୋଧରେ ନୂତନ ସ୍ଥାନ ବୁଲିଯିବାର...

ରାଶିଫଳ: ରବିବାର, ଏପ୍ରିଲ ୧୪ ତାରିଖ – Daily Horoscope

ମେଷ ଆଜି ଗୁର୍ବାଦିତ୍ୟ ଯୋଗ ପ୍ରଭାବରୁ ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟରୁ ସମ୍ମାନିତ ହେବେ। ବନ୍ଧୁ ପରିଜନଙ୍କ ସହ ଆଲୋଚନାରେ ସମୟ ଅତିବାହିତ କରିପାରନ୍ତି। ଉପସ୍ଥିତ ସମସ୍ୟାର...

ରାଶିଫଳ: ଶନିବାର , ଏପ୍ରିଲ ୧୩ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି କାରଣରୁ ଆପଣଙ୍କ ଆକର୍ଷଣୀୟ ବ୍ୟବହାର ସମସ୍ୟା ସମାଧାନରେ ସହାୟକ ହେବ। ଲୋକସମ୍ପର୍କ ବୃଦ୍ଧି, ପାରିବାରିକ ସହଯୋଗ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତା...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୨ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅନ୍ୟମନସ୍କ ଯୋଗୁ କେତେକ ବ୍ୟତିକ୍ରମ ସୂଚନା ରହିଛି। ଦ୍ୱିଜା ନକ୍ଷତ୍ରର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ। ଭଲ ସମ୍ପର୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri