Posted inRasifala

ରାଶିଫଳ: ମଙ୍ଗଳବାର, ଜୁଲାଇ ୧୪ ତାରିଖ – Daily Horoscope

ମେଷ
ଶ୍ରୀଚନ୍ଦ୍ର ଯୋଗୁ ପାରିବାରିକ ପରିସ୍ଥିତି ପୂର୍ବପରି ରହିବା ସହ ବନ୍ଧୁଙ୍କ ସହାୟତାରୁ ଅର୍ଥପାଇବେ। କର୍ମକ୍ଷେତ୍ରରେ ସମସ୍ୟା ମଧ୍ୟରେ ଅଗ୍ରଗତି ଘଟିବାର ଆଶା ରହିଛି। ଆଲୋଚନା ପରିସରରେ ଯୁକ୍ତିତର୍କ କରିବା ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ। ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡିବାର ଆଶଙ୍କା ଦେଖାଯିବ।
ବୃଷ
ବୃଷ
ବଳଶାଳୀ କର୍ମାଧିପଙ୍କ ପ୍ରଭାବରେ ବିଭିନ୍ନ ସମସ୍ୟା ରହିଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ। କିନ୍ତୁ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବା ଫଳରେ ମାନସିକ ସ୍ଥିରତା ରହି ନ ପାରେ। କାର୍ଯ୍ୟବ୍ୟସ୍ତ ଯୋଗୁ ଖାଦ୍ୟପେୟ ଠିକ୍‌ ରହିବ ନାହିଁ। ପରୋକ୍ଷ ଶତ୍ରୁତାଜନିତ ବାଣିଜ୍ୟ,ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢିପାରେ।
ମିଥୁନ
ମିଥୁନ
ଷଷ୍ଠାଧିପଙ୍କ କୁପ୍ରଭାବରୁ ସମସ୍ୟା ସମାଧାନ ହେବା ବଦଳରେ ଜଟିଳତା ଧାରଣ କରିବ। ପ୍ରଶାସନିକ ସ୍ତରରେ କିମ୍ବା ସଭାସମିତିରେ ଆଲୋଚନା ଅମୀମାଂସୀତ ରହିଯିବାର ସୂଚନା ରହିଛି। କିନ୍ତୁ ପୁନର୍ବସୁ ନକ୍ଷତ୍ର ବହୁତ ଦିନରୁ ରହିଯାଇଥିବା ଅପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ। ଖୋଜୁଥିବା ଜିନିଷର ସନ୍ଧାନ ଡେରିରେ ମିଳିବ।
କର୍କଟ
କର୍କଟ
ଚନ୍ଦ୍ର କର୍ମସ୍ଥାନରେ ରହିଥିବାରୁ କାମ ନ ଅଟକିଲେ ମଧ୍ୟ ପ୍ରାରମ୍ଭିକ ପର୍ଯ୍ୟାୟରେ ସମସ୍ୟା ଦେଖାଯିବ। ପାପଗ୍ରହ ମଧ୍ୟସ୍ଥ ରାଶ୍ୟାଧିପ କାରଣରୁ ଦୈହିକ ଦୁର୍ବଳତା ଜନିତ ମନୋବଳ କମି ଯାଇପାରେ। ଆର୍ଥିକ ଅନଟନ ଲାଗି ରହିଲେ ମଧ୍ୟ ପରିସ୍ଥିତିକୁ ସମ୍ଭାଳି ନେବେ। ସାହାଯ୍ୟର ପ୍ରତିଶ୍ରୁତି ଦେବା ହେତୁ ବ୍ୟବସାୟିକ ଦିଗଟି ଭଲ ରହିବ।
ସି˚ହ
ସି˚ହ
ରାହୁଗ୍ରସ୍ତ ରବିଙ୍କ ଯୋଗୁ ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରି ମାନସିକ ସ୍ଥିତି ଭଲ ରହି ନ ପାରେ। କର୍ମକ୍ଷେତ୍ରରେ ଦ୍ୱନ୍ଦ୍ୱରେ ପଡି ପ୍ରତ୍ୟେକ କଥାକୁ ଠିକ୍‌ ଭାବେ ବୁଝିପାରିବେନି। ବନ୍ଧୁମାନେ ଅସହଯୋଗ କରି ସମସ୍ୟା ବୃଦ୍ଧି କରିପାରନ୍ତି। ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ।
କନ୍ୟା
ଅଷ୍ଟମସ୍ଥ ଚନ୍ଦ୍ର ଯୋଗୁ ଆଜିର କାମରେ ବିଶୃଙ୍ଖଳା କାରଣରୁ ମନ ଭଲ ରହିବନାହିଁ। ଏଣେ ପରିବାରରେ ଭାଇଙ୍କ ସହ ମତାନ୍ତର ଯୋଗୁ ଦୁଶ୍ଚିନ୍ତା ବୃଦ୍ଧି ପାଇବ। ଆର୍ଥିକ ସଂକଟକୁ ଭଲ ସମ୍ପର୍କ ରହିଥିବା ବନ୍ଧୁଟିଏ ସାହାଯ୍ୟ କରିବେ ା ଆକସ୍ମିକ ଭାବରେ ସମସ୍ୟା ଦେଖାଦେବାରୁ ଯାତ୍ରା ସ୍ଥଗିତ ରଖିବାକୁ ବାଧ୍ୟ ହେବେ।
ତୁଳା
ତୁଳା
ଶୁଭଚନ୍ଦ୍ର ପ୍ରଭାବରୁ ସକାଳୁ ସକାଳୁ ମନ କୌଣସି ଶୁଭ ଖବର ପାଇ ଖୁସୀ ହୋଇଯିବ। ଅର୍ଥ ଓ ସମ୍ମାନ ପାଇବେ ଏବଂ ବନ୍ଧୁବର୍ଗଙ୍କ ସହାନୁଭୂତି ଯୋଗୁ କର୍ମ ମୁଖର ହେବେ। ଆଜି ଦିନଟିରେ ଘର କାମ ଛାଡି ବାହାର କାମରେ ବେଶି ସମୟ କଟାଇବାକୁ ପଡିପାରେ। ଅଫିସରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ।
ବିଛା
ବିଛା
ଧର୍ମସଂକଟରେ ପଡି ବନ୍ଧୁଙ୍କ କାମରେ ସାହାଯ୍ୟ, ସହଯୋଗ କରିବାରେ ପଶ୍ଚାଦ୍‌ପଦ ହେବେ। ଘରେ ଅନ୍ୟମନସ୍କ କାରଣରୁ ଅସାବଧାନତା ହେତୁ ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିବେ। କିନ୍ତୁ ଗଠନମୂଳକ ପ୍ରସ୍ତାବ ନେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୃଢ ମନୋବଳ ଯୋଗୁ ବହୁ ବିପଦରୁ ରକ୍ଷା ମିଳିବ।
ଧନୁ
ଧନୁ
ଆଜିର ଗ୍ରହପ୍ରଭାବରେ ଯାତ୍ରା, ବାଣିଜ୍ୟ,ବନ୍ଧୁ ମିଳନ, ଅର୍ଥ ସମ୍ପର୍କ ପ୍ରଭୃତିରୁ ସୁଫଳ ପାଇବେ। କିନ୍ତୁ ବିବାଦରୁ ଦୂରେଇ ନ ରହିଲେ ଅପଦସ୍ଥ ହେବାକୁ ପଡିବାର ଆଶଙ୍କା ରହିଛି। ଉତ୍ତରାଷାଢା ନକ୍ଷତ୍ର ପାଇଁ ସମସ୍ତ କାମ ଠିକଠାକ୍‌ ଭାବେ ଚାଲିବ ଓ କୌଣସି ପ୍ରକାରର ଅସୁବିଧା ହେବ ନାହିଁ।
ମକର
ମକର

ପରିବାର ସ୍ଥାନରେ ଚନ୍ଦ୍ରଙ୍କ ସ୍ଥିତିଜନିତ ପାରିବାରିିକ ଜୀବନ ସୁଖ ସନ୍ତୋଷରେ କଟିବ। ଅବଶ୍ୟ ଶୁକ୍ରଙ୍କ ସ୍ଥିତି କାରଣରୁ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ। ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ ଓ କାର୍ଯ୍ୟ ସାଧିତ ହେବ। ବାରମ୍ବାର ଡାକ୍ତରଙ୍କ ପରାମର୍ଶ ପାଇଁ ଦୌଡିବାକୁ ପଡିପାରେ।

କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ହାତକୁ ନେଇଥିବା କାମଗୁଡିକ ସହଜ ଓ ସୁବିଧାରେ ସମ୍ପନ୍ନ ହୋଇଯିବ। ରବି ଓ ରାହୁ ସହ ବୁଧଙ୍କ ସମ୍ପୃକ୍ତିରୁ ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ। ଯାତ୍ରାକଳୀନ ବନ୍ଧୁଙ୍କୁ ଅପେକ୍ଷା କରି ବିରକ୍ତ ହୋଇପାରନ୍ତି।
ମୀନମୀନ

ଭାଗ୍ୟାଧିପତିଙ୍କ ଅନୁଗ୍ରହରୁ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବ। ପ୍ରିୟଜନଙ୍କର ଉପକାର ଚିନ୍ତା ଓ ସାହାଯ୍ୟ କରି ମଧ୍ୟ ପ୍ରତିଦାନରେ କିଛି ପାଇବେ ନାହିଁ। ବୟସ୍କଙ୍କ ପରାମର୍ଶକ୍ରମେ ଅର୍ଥ ସଂଗ୍ରହର ପ୍ରଚେଷ୍ଟା କଦାପି ନିରର୍ଥକ ହେବ ନାହିଁ। କଳା, ସାହିତ୍ୟ, କ୍ରୀଡା, ସଙ୍ଗୀତ ତଥା ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ମେ ୨୭ ତାରିଖ – Daily Horoscope

ମେଷ ଆଜି ସ୍ବନକ୍ଷତ୍ରସ୍ଥ ଚନ୍ଦ୍ର ଯୋଗୁ ସମାଜ କଲ୍ୟାଣ କାର୍ଯ୍ୟରେ, ଆନୁଷ୍ଠାନିକ କ୍ଷେତ୍ରରେ, ସଭାସମିତିରେ ସମ୍ମାନିତ ହେବେ। ଧାର୍ମିକ ମନୋଭାବ ନେଇ ସ୍ବେଚ୍ଛାକୃତ ଭାବରେ ଏକ ମହତ୍ତ୍ୱପୂର୍ଣ୍ଣ…

ରାଶିଫଳ: ମଙ୍ଗଳବାର, ମେ ୨୬ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ହେତୁ ଯାହା କରିବେ ତାହା ନିର୍ବିଘ୍ନରେ ଫଳପ୍ରଦ ହେବ। ପାରିବାରିକ ଶାନ୍ତି, ସାମାଜିକ ସମ୍ମାନ ଏବଂ ଆନୁଷ୍ଠାନିକ କାମରେ ପ୍ରଶଂସିତ ହେବେ।…

ରାଶିଫଳ: ସୋମବାର, ମେ ୨୫ ତାରିଖ – Daily Horoscope

ମେଷ ଆଜି ସହକର୍ମୀଙ୍କ ସହଭାଗିତାରୁ ସମସ୍ତ କାର୍ଯ୍ୟରେ ସିଦ୍ଧିଲାଭ ଘଟିବ। ରବି ବୁଧ ମୁଖଭାବରେ ଅବସ୍ଥାନ କରି ଅପ୍ରିୟ ସତ୍ୟଭାଷଣରୁ ପ୍ରତ୍ୟେକ ସ୍ତରରେ ସମସ୍ୟା ସୃଷ୍ଟି କରିବେ।…

ରାଶିଫଳ: ରବିବାର, ମେ ୨୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ କେତୁଙ୍କ ସଂଯୋଗରୁ ବିଭିନ୍ନ କାରଣରୁ ମନ ଭଲ ରହିନପାରେ। ବନ୍ଧୁବାନ୍ଧବ, ସହକର୍ମୀ, କରଜ, ଟଙ୍କା ପଇସାକୁ କେନ୍ଦ୍ରକରି କଳହ ଲାଗିପାରେ। ଦୈହିକ…

ରାଶିଫଳ: ଶନିବାର, ମେ ୨୩ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଏକାଦଶରେ ଶୁକ୍ର ପ୍ରଭାବରେ ବନ୍ଧୁମିଳନରୁ ଖୁସିରେ ସମୟ କାଟିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ର ଓ ପାରିବାରିକ ତଥା ସାମାଜିକ ସ୍ତରରେ ଚର୍ଚ୍ଚିତ ହୋଇପାରନ୍ତି। ନିଜ…

ରାଶିଫଳ: ଶୁକ୍ରବାର , ମେ ୨୨ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଦୃଢ ମାନସିକତା ଯୋଗୁ ଅଭିଳଷିତ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ କରିବେ। ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ…

ରାଶିଫଳ: ଗୁରୁବାର, ମେ ୨୧ ତାରିଖ – Daily Horoscope

ମେଷ ଆଜି କର୍ମାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ଆପଣ ଉନ୍ନତ ଚିନ୍ତା ଓ ନୂତନ ଯୋଜନାର ଶୁଭାରମ୍ଭ କରିବେ। ଉଚ୍ଚପଦାଧିକାରୀଙ୍କ ସହଯୋଗ ମନକୁ ପ୍ରଫୁଲ୍ଲିତ କରାଇବ। ପରିବାରରେ…

ରାଶିଫଳ: ମଙ୍ଗଳବାର, ମେ ୧୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଆପଣଙ୍କ ଉଦ୍ୟମକୁ ଚରିତାର୍ଥ କରାଇବାରେ ସହାୟକ ହେବ ା ଉଚ୍ଚମନ, ଉକତ୍ୃଷ୍ଟ ବିଚାରଧାରା, ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri