Posted inRasifala

ରାଶିଫଳ: ଗୁରୁବାର, ଅଗଷ୍ଟ ୨୦ ତାରିଖ – Daily Horoscope

ମେଷ
ବକ୍ରୀ ଶନି ଉତ୍ତରାଷାଢ଼ା ନକ୍ଷତ୍ରରେ ଥିବାରୁ ପ୍ରତ୍ୟେକ ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବେ। କିନ୍ତୁ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଶିଥିଳତା ପରିଲକ୍ଷିତ ହେବ। ଦୈହିକସ୍ବାସ୍ଥ୍ୟ ନିୟନ୍ତ୍ରଣ ଭିତରେ ରହିବ ମାତ୍ର ମାନସିକ ସ୍ଥିତି ମଧ୍ୟମ। ନିଜ ଲୋକମାନେ ଦାଉ ସାଧିପାରନ୍ତି।
ବୃଷ
ବୃଷ

ରବି ସହ ଚନ୍ଦ୍ର ଓ ବୁଧ ଚତୁର୍ଥଭାବସ୍ଥ ଯୋଗୁ ପାଖ ପଡ଼ୋଶୀ, ବନ୍ଧୁ ପରିଜନମାନଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ। ପ୍ରତୀକ୍ଷିତ ଖବର ପାଇ ଖୁସି ହେବେ। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ। ବନ୍ଧୁଙ୍କ ସହାନୁଭୂତି କଥାରୁ ଖୁସି ଅନୁଭବ କରିବେ।

ମିଥୁନ
ମିଥୁନ
ବୃହସ୍ପତି ପୂର୍ବାଷାଢ଼ା ନକ୍ଷତ୍ରସ୍ଥ ହେତୁ ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ ଓ ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ମଧ୍ୟ ପାଇବେ। କିନ୍ତୁ ସତର୍କରେ ନ ଚଳିଲେ ବନ୍ଧୁ ଅସୁବିଧାରେ ପକାଇପାରନ୍ତି। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ।
କର୍କଟ
କର୍କଟ
ପୂର୍ବାଫାଲ୍‌ଗୁନୀ ନକ୍ଷତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ଦୀର୍ଘଦିନର ଆଶା ଫଳବତୀ ହେବ। ବନ୍ଧୁଙ୍କ ନିକଟରୁ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ। ପାଖ ପଡ଼ୋଶୀଙ୍କ ଅନାହୂତ ପ୍ରବେଶ ଓ ଉତ୍ତେଜନା ସୃଷ୍ଟିକାରୀ କଥାରେ ବିରକ୍ତି ପ୍ରକାଶ କରିବେ। ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିପାରନ୍ତି।
ସି˚ହ
ସି˚ହ
ଶୁକ୍ର ଦେବଗୁରୁଙ୍କ ପ୍ରତ୍ୟକ୍ଷ ଦୃଷ୍ଟିରେ ଥିବାରୁ କର୍ମକ୍ଷେତ୍ରରେ ଧୀରପାଣି ପଥର କାଟେ ନୀତିରେ କାମ କଲେ ଉପକୃତ ହେବେ। ବନ୍ଧୁଙ୍କ ପରୋକ୍ଷ ସାହାଯ୍ୟରୁ ସାମାଜିକ ସ୍ତରରେ ସମ୍ମାନ ଲାଭ କରିିବେ। ଆନୁଷ୍ଠାନିକ କାମରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି।
କନ୍ୟା
ଦ୍ୱିତୀୟ ସ୍ଥାନ ପ୍ରତି ମଙ୍ଗଳଙ୍କ ବିଷମ ଦୃଷ୍ଟି ହେତୁ ଆପଣଙ୍କ କଠୋର ବାକ୍ୟାଳାପ ସମସ୍ୟା ସୃଷ୍ଟି କରିବ। ପ୍ରତ୍ୟେକ କ୍ଷେତ୍ରରେ ସହମତିରେ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି। ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ସାମୟିକ ବ୍ୟସ୍ତତା ବୃଦ୍ଧି ପାଇବ। ମିଥ୍ୟା ଅଭିଯୋଗ ଆସିପାରେ।
ତୁଳା
ତୁଳା
ଏକାଦଶସ୍ଥ ତିନୋଟି ଗ୍ରହ ଆପଣଙ୍କ ଯାତ୍ରାରେ କାର୍ଯ୍ୟସିଦ୍ଧି, ଅର୍ଥଲାଭ ସହ ଅଭିଳାଷ ପୂରଣ କରିବେ। କିନ୍ତୁ କର୍ମକ୍ଷେତ୍ରରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ନିର୍ମାଣ କାର୍ଯ୍ୟରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ। ପରିବହନରେ ସମସ୍ୟା ଯୋଗୁ ବ୍ୟସ୍ତ ହେବେ।
ବିଛା
ବିଛା
ଆଜିର ଗ୍ରହମାନଙ୍କ ଅପୂର୍ବସଂଯୋଗ ଉଚ୍ଚସମ୍ମାନ, କାର୍ଯ୍ୟସିଦ୍ଧି ସାଙ୍ଗକୁ ବନ୍ଧୁମିଳନର ସୁଯୋଗ ମିଳିବ। ଭଲ ସମ୍ପର୍କ ରହିଥିବା ବନ୍ଧୁଟିର କାର୍ଯ୍ୟକଳାପ ସନ୍ଦେହଜନକ ମନେ ହେବ। ପରିବାର, କର୍ମକ୍ଷେତ୍ର ଓ ବାଣିଜ୍ୟ ବ୍ୟବସାୟ ଭଲରେ ଚାଲିବ। କିନ୍ତୁ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି।
ଧନୁ
ଧନୁ
ଲକ୍ଷ୍ମୀସ୍ଥାନରେ ନିଜ ରାଶିରେ ମଙ୍ଗଳ ଗୃହ,ଜମି, ଯାନ୍ତ୍ରିକ ଜିନିଷ ପ୍ରାପ୍ତିର ସୂଚନା ଦେଉଛି। କିନ୍ତୁ ମୂଳା ନକ୍ଷତ୍ର ସକାଶେ କୌଣସି ଅତୀତ ଘଟଣାକୁ ନେଇ ମାନସିକ ଅବସାଦ ବୃଦ୍ଧି ପାଇବ। ସ୍ବାସ୍ଥ୍ୟ ସମସ୍ୟା ପୂର୍ବପରି ରହିଥିବା କାରଣରୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ।
ମକର
ମକର

ନିଜର ଦୃଢ଼ତା ସାଙ୍ଗକୁ ପରିବାରର ସମର୍ଥନ ଦୃଢ଼ ନିଷ୍ପତ୍ତି ନେବାରେ ସହାୟକ ହେବ। ପରିଜନଙ୍କ ସହିତ ଆକସ୍ମିକ ଭାବରେ ଭ୍ରମଣ ସୁଯୋଗ ଜୁଟିପାରେ। ଅଧସ୍ତନ କର୍ମଚାରୀ କିମ୍ବା ସହକର୍ମୀଙ୍କ ସହ ଆଳାପ ଆଲୋଚନାରେ ସମୟ କଟାଇବେ। ବ୍ୟବସାୟିକ ସ୍ଥିତି ସୁଦୃଢ଼ ରହିବ।

କୁମ୍ଭ
କୁମ୍ଭ
ଷଷ୍ଠାଧିପ ଚନ୍ଦ୍ର ସପ୍ତମସ୍ଥ ପରିବାରରେ ମନାନ୍ତର ସୃଷ୍ଟି କରିବ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ପରିବାରର ଖର୍ଚ୍ଚ ତୁଲାଇବା ସକାଶେ ଧାର ଉଧାର କରିବାକୁ ପଡ଼ିପାରେ। ପଡ଼ୋଶୀଙ୍କ କଥାରେ ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି।
ମୀନମୀନ

ମୁଖଭାବସ୍ଥ ମଙ୍ଗଳଜନିତ ଅପ୍ରିୟ ସତ୍ୟ କହି ବିବାଦକୁ ନିମନ୍ତ୍ରଣ କରିପାରନ୍ତି। କର୍ମକ୍ଷେତ୍ରରେ ମନ କଥା ମନରେ ରଖି କୂଟନୀତି ବଳରେ କାର୍ଯ୍ୟ ସାଧନ କରିପାରିବେ। କେତେକ କ୍ଷେତ୍ରରେ ମଧ୍ୟ ହାତପାହାନ୍ତାରେ ସୁଯୋଗ ମିଳିପାରିବ। ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri