Posted inRasifala

ରାଶିଫଳ: ରବିବାର, ଅଗଷ୍ଟ ୨ ତାରିଖ – Daily Horoscope

ମେଷ
ବିଭିନ୍ନ କଥାକୁ ନେଇ ଭଲ ନ ଲାଗିବାରୁ କୌଣସି କାମ ପ୍ରତି ଉତ୍ସାହ ରହିବ ନାହିଁ। ଆଜିର ପ୍ରତ୍ୟୁଷ ଯାତ୍ରାରେ ଅଭିଳଷିତ ଫଳ ପାଇବେ। କର୍ମକ୍ଷେତ୍ରରେ ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବ ନାହିଁ। ଆନୁଷ୍ଠାନିକ କାମ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ।
ବୃଷ
ବୃଷ
କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଦୀର୍ଘ ସମୟଧରି ବନ୍ଧୁଙ୍କୁ ଅପେକ୍ଷା କରି ବିରକ୍ତ ହେବେ। ବ୍ୟବସାୟ, ପରିବହନ, ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ସଭାସମିତି ଓ ସାହିତ୍ୟ, ସାମ୍ବାଦିକତା, ଏଜେନ୍ସିପ୍‌ରୁ ପ୍ରଶଂସିତ ହେବେ। ସାଂଗଠନିକ କ୍ଷେତ୍ରରେ ଖୋଲା ମନ ନେଇ କାମ କରି ସମ୍ମାନିତ ହେବେ।
ମିଥୁନ
ମିଥୁନ
ଆର୍ଥିକ ଅନଟନ ଆଜିର ମୁଖ୍ୟ ସମସ୍ୟା ହେବାର ସୂଚନା ରହିଛି। କେତେକ କ୍ଷେତ୍ରରେ ଅନ୍ୟମାନଙ୍କର ଭଲ କରିବାକୁ ଯାଇ ଅପଦସ୍ଥ ହେବେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ମନ ଏକପ୍ରକାର ଭଲ ରହିବ। ପାରିବାରିକ ତିକ୍ତତାର ସମାପ୍ତି ଘଟାଇବେ।
କର୍କଟ
କର୍କଟ
କାର୍ଯ୍ୟବ୍ୟସ୍ତତା ମଧ୍ୟରେ ରହି ନିଜର ଖାଇବା ପିଇବା ମଧ୍ୟ ଭୁଲିଯିବେ। ଘରଲୋକଙ୍କୁ ଅବିଶ୍ୱାସ କରିବା ସଙ୍ଗକୁ ପରକଥାକୁ ବିଶ୍ୱାସ କରି ହଇରାଣରେ ପଡିପାରନ୍ତି। ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ। କଚେରୀ ମାମଲାରେ ଟେନସନ୍‌ ଦୂର ହେବ।
ସି˚ହ
ସି˚ହ
କୌଣସି ବନ୍ଧୁଙ୍କ ନିମନ୍ତ୍ରଣ ପାଇ ଯାତ୍ରା କରିବାକୁ ପଡିପାରେ। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବ। ଅଫିସ୍‌ କାମରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବ। ଜଣେ ବନ୍ଧୁ ଆର୍ଥିକ ସହାୟତାରେ କାମ ହାସଲ କରିପାରିବେ।
କନ୍ୟା
ଅର୍ଥଲାଭ କାରଣରୁ ଅଟକି ରହିଥିବା ଆପଣଙ୍କ କାମ ସୁବିଧାରେ ହୋଇଯିବ। ବିଦେଶଯାତ୍ରାର ସୁଯୋଗ ପାଇଲେ ମଧ୍ୟ ପରିସ୍ଥିତିବଶତଃ ଯିବା କାଠିକର ପାଠ ହେବ। ପରିବାରରେ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ। ସାହିତ୍ୟ, କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ।
ତୁଳା
ତୁଳା
ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିବାରୁ ଖୁସୀ ହେବେ। କିନ୍ତୁ କର୍ମକ୍ଷେତ୍ରରେ କିଛିନା କିଛି କାରଣକୁ ନେଇ ଟେନ୍ସନ ଲାଗିରହିବ। ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ। କଳା, ସାହିତ୍ୟ, ରାଜନୀତି, ସାମ୍ବାଦିକତାରେ ଶୁଭଫଳ ପାଇବେ।
ବିଛା
ବିଛା
ସାଧାରଣ କଥାରେ ବିରକ୍ତି ପ୍ରକାଶ କରିବା ଦ୍ୱାରା ତାହା ନିଜ ପାଇଁ ଅନିଷ୍ଟକର ପରିସ୍ଥିତି ସୃଷ୍ଟି କରିପାରେ। କୌଣସି କାମରେ ବନ୍ଧୁମାନଙ୍କୁ ସାହାଯ୍ୟ କରି ମଧ୍ୟ ପରକ୍ଷଣରେ ନିନ୍ଦିତ ହୋଇପାରନ୍ତି। ସଂଗଠନ, ରାଜନୀତି, ଅଧ୍ୟୟନ ଓ ଅଧ୍ୟାପନା ତଥା ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢିବ।
ଧନୁ
ଧନୁ
ପାରିବାରିକ ସମସ୍ୟା ଲାଗି ରହିଥିଲେ ମଧ୍ୟ କାମକୁ ଅଣହେଳା କରିପାରିବେ ନାହିଁ। ମନ ଭଲ ନ ରହିଲେ ସୁଦ୍ଧା ବନ୍ଧୁଙ୍କ ଅନୁରୋଧ ରକ୍ଷା କରି ତାହାଙ୍କ ସଙ୍ଗରେ ଯିବାକୁ ବାଧ୍ୟ ହେବେ। ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ଖାଦ୍ୟପେୟର ଅନିୟମିତତା ସ୍ବାସ୍ଥ୍ୟହାନିର କାରଣ ହୋଇପାରେ।
ମକର
ମକର

ବହୁତ ଦିନରୁ ରହିଯାଇଥିବା ବକେୟା ଟଙ୍କା ଆଜି ଅପରାହ୍ନରେ ପାଇବେ। ଦେହ ଭଲ ରହିଲେ ମଧ୍ୟ ସାମୟିକ ପେଟ ଓ ମୁଣ୍ଡ ରୋଗରେ କଷ୍ଟ ପାଇପାରନ୍ତି। ସ୍ବାର୍ଥସାଧନ ସକାଶେ ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ।

କୁମ୍ଭ
କୁମ୍ଭ
ପାରସ୍ପରିକ ସହମତି ମଧ୍ୟରେ ପରିବାରରେ ସୁଖ ଶାନ୍ତି ଫେରି ଆସିବ। ଭଲ ସମ୍ପର୍କ ରଖୁ ନ ଥିବା ବ୍ୟକ୍ତିମାନଙ୍କ ନିକଟରୁ ଯଥାସମ୍ଭବ ଦୂରେଇ ରହିବା ଭଲ । ପୁରାତନ ରୋଗର ପ୍ରାଦୁର୍ଭାବ ବୃଦ୍ଧି ମୁଣ୍ଡବ୍ୟଥାର କାରଣ ହୋଇପାରେ। ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃୃଷ୍ଟି କରିପାରେ।
ମୀନମୀନ

କର୍ମକ୍ଷେତ୍ରର କୌଣସି ନିକଟତମ ବନ୍ଧୁଙ୍କ ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବ କରିପାରନ୍ତି। ଜମିଜମା ବାଦବିବାଦ କ୍ରମେ ଜଟିଳ ହେବ ଓ ସଫଳତା ହାସଲ କରିବେ। ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। ଦୀର୍ଘଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଅଗଷ୍ଟ ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହି ଗଜକେଶରୀ ଯୋଗ ସୃଷ୍ଟି କରୁଥିବାରୁ ଅର୍ଥ, ସମ୍ମାନ ଏବଂ ପ୍ରତିଷ୍ଠା ପ୍ରତ୍ୟେକ ସ୍ତରରେ ରହିବ। ପାରିବାରିକ ଶାନ୍ତି ଏବଂ…

ରାଶିଫଳ: ମଙ୍ଗଳବାର , ଅଗଷ୍ଟ ୨୫ ତାରିଖ – Daily Horoscope

ମେଷ ଆଜି ପାରିବାରିକ କ୍ଷେତ୍ରରେ ସାମାନ୍ୟ କାରଣରୁ ବିତର୍କ ଲାଗି ମାନସିକ ଅବସ୍ଥା ଭଲ ରହିବ ନାହଁ। କର୍ମକ୍ଷେତ୍ରରେ ସମସ୍ୟା ଥିଲେ ମଧ୍ୟ ସମାଧାନର ରାସ୍ତା ଖୋଜିବାରେ…

ରାଶିଫଳ: ସୋମବାର, ଅଗଷ୍ଟ ୨୪ ତାରିଖ – Daily Horoscope

ମେଷ ଆଜିର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବା କାରଣରୁ କାମଗୁଡିକ ସହଜରେ ସମ୍ପନ୍ନ ହୋଇଯିବ। ଆତ୍ମୀୟମାନଙ୍କ ଅନୁରୋଧବଶତଃ ଦୂରଯାତ୍ରା କରିବାକୁ ପଡିପାରେ। ସାମାଜିକ ସ୍ତରରେ ସାହିତ୍ୟ, କଳା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri