Posted inRasifala

ରାଶିଫଳ: ରବିବାର, ଜୁନ୍ ୨୮ ତାରିଖ – Daily Horoscope

ମେଷ
ଆଜି ପାପଗ୍ରହ ଯୁକ୍ତ ରବିଙ୍କ ନକ୍ଷତ୍ରସ୍ଥ ଚନ୍ଦ୍ର ହେତୁ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ। ଅର୍ଥ ସମ୍ଭନ୍ଧୀୟ କୌଣସି କଥା ବନ୍ଧୁଙ୍କ ନିକଟରୁ ଶୁଣିବାକୁ ପାଇ ଉଲ୍ଲସିତ ହେବେ। ପ୍ରତ୍ୟେକ ଦିଗକୁ ଲକ୍ଷ୍ୟରଖି ଗୋପନୀୟ ଆଲୋଚନା ବ୍ୟତିରେକ ସମସ୍ୟାରେ ଛନ୍ଦି ହୋଇଯିବେ।
ବୃଷ
ବୃଷ
ଧନସ୍ଥାନରେ ରାହୁଙ୍କ ସହ ବୁଧ ପ୍ରଭାବରେ ଅର୍ଥଲାଭ ସଙ୍ଗକୁ ସନ୍ତାନମାନଙ୍କ ଗୌରବରେ ଗୌରବାନ୍ବିତ ହେବେ। ମାତ୍ର ପଡୋଶିନୀ କିମ୍ବା ସହକର୍ମୀଙ୍କ ସହ ମତାନ୍ତରଜନିତ ସମସ୍ୟା ବୃଦ୍ଧିର ସମ୍ଭାବନା ରହିଛି। ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। ଦୀର୍ଘଦିନରୁ ଲାଗି ରହିଥିବା ସ୍ବାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିପାରନ୍ତି।
ମିଥୁନ
ମିଥୁନ
କର୍ମସ୍ଥାନରେ ମଙ୍ଗଳଙ୍କ ସକାଶେ କାମଗୁଡିକ ସହଜ ଓ ସୁବିଧାରେ ସମ୍ପନ୍ନ ହୋଇପାରିବନି। ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ। ଆଶା କରୁଥିବା ଶିଳ୍ପ, ବାଣିଜ୍ୟ, କଳକାରଖାନା, ହୋଟେଲ, ବ୍ୟବସାୟରୁ ସୁଫଳ ପାଇବେ। ପାରିବାରିକ କ୍ଷେତ୍ର ଗତାନୁଗତିକ ରୀତିରେ ଚାଲିବ।
କର୍କଟ
କର୍କଟ
ଲାଭସ୍ଥାନରେ ଶୁକ୍ର ରହିଥିବା କାରଣରୁ ନିଜର ଉଦାରତା ଓ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। କରଜଦାତାଙ୍କ ଚାପ ବୃଦ୍ଧି ପାଇବା କାରଣରୁ ସାମୟିକ ଦୁଶ୍ଚିନ୍ତା ବୃଦ୍ଧି ପାଇବ। ସ୍ନାୟବିକ ଦୁର୍ବଳତା କିମ୍ବା ଆଣ୍ଠୁ ଗଣ୍ଠିରେ ଦରଜଜନିତ ପୀଡା ଅନୁଭବ କରିପାରନ୍ତି।
ସି˚ହ
ସି˚ହ
ରାଶ୍ୟାଧିପ ରବି ଏକାଦଶସ୍ଥ ଯୋଗୁ ଯାହା ଆଶା କରୁଛନ୍ତି ତାହା ପାଇବାରେ କୌଣସି ଅସୁବିଧା ରହିବ ନାହିଁ। ପ୍ରତ୍ୟେକ କାମକୁ ଦକ୍ଷତାର ସହ ସମ୍ପାଦନ କରିବାରେ ବନ୍ଧୁଙ୍କ ପ୍ରେରଣାରୁ ଉପକୃତ ହେବେ। ତଥାପି ଅନ୍ୟମାନଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିପାରେ।
କନ୍ୟା
ତୃତୀୟ ଅଷ୍ଟମାଧିପ ମଙ୍ଗଳ ସପ୍ତମସ୍ଥ ଯୋଗୁ ପ୍ରତିଯୋଗିତା, ପ୍ରତିଦ୍ୱନ୍ଦ୍ୱିତା କିମ୍ବା ବିବାଦ କ୍ଷେତ୍ରରେ ସଫଳତା ମିଳି ନ ପାରେ। ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ, ଯାହା କି କେବଳ ଅଶାନ୍ତି ସୃଷ୍ଟିର କାରଣ ହେବ। ଅନ୍ୟମାନଙ୍କୁ ଖୁସୀରେ ରଖିବା ସକାଶେ ଯେତେ ପ୍ରକାରର ଚେଷ୍ଟା କଲେ ମଧ୍ୟ ବିଫଳ ହୋଇପାରନ୍ତି।
ତୁଳା
ତୁଳା
କର୍ମାଧିପତିଙ୍କୁ ମଙ୍ଗଳଙ୍କ ପ୍ରତ୍ୟକ୍ଷଦୃଷ୍ଟି କାରଣରୁ କାର୍ଯ୍ୟବ୍ୟସ୍ତତା ଓ ମାନସିକଚାପ ବୃଦ୍ଧିଜନିତ ମନ ଅଶାନ୍ତ ରହିବ। ଅଟକି ରହିଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ। ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହୋଇପାରନ୍ତି। ନିଜ ଲୋକ ମାନଙ୍କ ଅନାଦର ଭାବ ମନକୁ ସାମୟିକ ବ୍ୟଥିତ କରିପାରେ।
ବିଛା
ବିଛା
ଚତୁର୍ଥସ୍ଥ ବକ୍ରୀ ଗୁରୁ ଓ ଶନି ହେତୁକ ଅନ୍ତର୍ଦ୍ୱନ୍ଦ୍ୱ ଲାଗି ରହିବା କାରଣରୁ ଠିକ୍‌ ନିଷ୍ପତ୍ତି ନେବା ସହଜସାଧ୍ୟ ନ ହୋଇପାରେ। ଯଦିଓ ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବେ କିନ୍ତୁ ସହଜ ଓ ସୁବିଧାରେ ନୁହେଁ। ଅର୍ଥନୈତିକ, ପ୍ରଶାସନିକ, ସାମାଜିକ ଓ ରାଜନୈତିକ ସ୍ଥିତି ମଧ୍ୟମ ପ୍ରକାରର ରହିବ। ବ୍ୟବସାୟ କ୍ଷେତ୍ରରେ ପ୍ରତିବନ୍ଧକ ଦୂରେଇଯିବ।
ଧନୁ
ଧନୁ
ସାମଗ୍ରିକ ଦୃଷ୍ଟିକୋଣରୁ ଆଜିର ଜୀବନଯାତ୍ରା ସରଳ ଓ ସାବଲୀଳ ରହିବ। ସଭାସମିତିରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ଥ ହୋଇପଡିବେ। ପାରିବାରିକ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହୋଇପାରନ୍ତି। ଅଫିସ୍‌ରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ।
ମକର
ମକର

ସ୍ବାସ୍ଥ୍ୟସମସ୍ୟା ନିରାକରଣ ଦିଗରେ ବନ୍ଧୁଙ୍କ ମାର୍ଗଦର୍ଶନ ହିତକାରୀ ହୋଇପାରେ। ପାରିବାରିକ ପରିସ୍ଥିତି ପୂର୍ବପରି ରହିବ ଏବଂ ମାନସିକ ସ୍ଥିତିରେ ଆଶାବାଦୀ ହୋଇପାରନ୍ତି। ପ୍ରକାଶନ, ସଂଗଠନ, ରାଜନୀତି, ପ୍ରତିଦ୍ୱନ୍ଦ୍ୱିତା ତଥା ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱଦୂର ହେବ।

କୁମ୍ଭ
କୁମ୍ଭ
ସ୍ବଗୃହୀ ସୁଖକାରକ ଶୁକ୍ର ଆପଣଙ୍କୁ ବିଳାସବ୍ୟସନ, ମନୋରଞ୍ଜନ ମାଧ୍ୟମରେ ଉତ୍ସାହିତ କରିପାରନ୍ତି। ପରିବାର ସଦସ୍ୟଙ୍କ କାର୍ଯ୍ୟ ପସନ୍ଦ ନ ହେଲେ ମଧ୍ୟ କିଛି କରିବାର ଉପାୟ ପାଇବେ ନାହିଁ। କର୍ମକ୍ଷେତ୍ରରେ ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହେବ। ପରିବହନ ପାଇଁ ଦିନଟି ମନ୍ଦ ନୁହେଁ।
ମୀନମୀନ

ବୃହସ୍ପତି ଲାଭ ଓ ବ୍ୟୟାଧିପ ଶନିଙ୍କ ସାନ୍ନିଧ୍ୟରେ ଥିବାରୁ ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ଜନିତ ବ୍ୟସ୍ତତା ବୃଦ୍ଧି ପାଇବ। ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି। ସଙ୍ଗୀତ, ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍‌ ଆଦୃତ ହେବେ। ଅପରିଣାମଦର୍ଶିତା କାରଣରୁ ସାଧାରଣ କଥାକୁ ଅସାଧାରଣ ସ୍ଥିତି ଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୯ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଶୁଭସଂସ୍ଥିତି ପ୍ରଭାବରେ ପାରିବାରିକ ଶାନ୍ତି ଓ ସ୍ଥିରତା ସଙ୍ଗକୁ ବୈଷୟିକ ଅଭିବୃଦ୍ଧି ଘଟିବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ସମ୍ପର୍କୀୟଙ୍କ ସହାନୁଭୂତି ଲାଭ...

ରାଶିଫଳ: ଗୁରୁବାର, ଏପ୍ରିଲ ୧୮ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରୁ କୌଣସି ନୂତନ କର୍ମାରମ୍ଭ ସକାଶେ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ସମସ୍ୟା ସମାଧାନ ହେବା କ୍ଷେତ୍ରରେ ଜଣେ ପ୍ରିୟବନ୍ଧୁ ସାହାଯ୍ୟ କରିପାରନ୍ତି।...

ରାଶିଫଳ: ବୁଧବାର, ଏପ୍ରିଲ ୧୭ ତାରିଖ – Daily Horoscope

ମେଷ ଆଜି ଅଶ୍ଳେଷା ନକ୍ଷତ୍ର ବ୍ୟତୀତ ଅନ୍ୟ ନକ୍ଷତ୍ର ପାଇଁ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଉନ୍ନତି ହେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ। ପ୍ରଶାସନ,...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୧୬ ତାରିଖ – Daily Horoscope

ମେଷ ଆଜି ଚତୁର୍ଥ କେନ୍ଦ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ଆପଣ ଫଳପ୍ରଦ ଯାତ୍ରା ସାଙ୍ଗକୁ ସାମୟିକ ପାରିବେଶିକ ଆନନ୍ଦ ଅନୁଭବ କରିବେ। କିନ୍ତୁ ନୀଚସ୍ଥ ବୁଧଙ୍କ ସ୍ଥିତି...

ରାଶିଫଳ: ସୋମବାର, ଏପ୍ରିଲ ୧୫ ତାରିଖ – Daily Horoscope

ମେଷ ଆଜି ପ୍ରଶାସନିକ ସଫଳତା, ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ ସହ ସମ୍ମାନଜନକ ସ୍ଥିତିରେ ରହିବେ। କୃତିକା ନକ୍ଷତ୍ର ବନ୍ଧୁଙ୍କ ଅନୁରୋଧରେ ନୂତନ ସ୍ଥାନ ବୁଲିଯିବାର...

ରାଶିଫଳ: ରବିବାର, ଏପ୍ରିଲ ୧୪ ତାରିଖ – Daily Horoscope

ମେଷ ଆଜି ଗୁର୍ବାଦିତ୍ୟ ଯୋଗ ପ୍ରଭାବରୁ ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟରୁ ସମ୍ମାନିତ ହେବେ। ବନ୍ଧୁ ପରିଜନଙ୍କ ସହ ଆଲୋଚନାରେ ସମୟ ଅତିବାହିତ କରିପାରନ୍ତି। ଉପସ୍ଥିତ ସମସ୍ୟାର...

ରାଶିଫଳ: ଶନିବାର , ଏପ୍ରିଲ ୧୩ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି କାରଣରୁ ଆପଣଙ୍କ ଆକର୍ଷଣୀୟ ବ୍ୟବହାର ସମସ୍ୟା ସମାଧାନରେ ସହାୟକ ହେବ। ଲୋକସମ୍ପର୍କ ବୃଦ୍ଧି, ପାରିବାରିକ ସହଯୋଗ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତା...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୨ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅନ୍ୟମନସ୍କ ଯୋଗୁ କେତେକ ବ୍ୟତିକ୍ରମ ସୂଚନା ରହିଛି। ଦ୍ୱିଜା ନକ୍ଷତ୍ରର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ। ଭଲ ସମ୍ପର୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri