ମେଷ

ସମସ୍ୟା ରହିବ, କିନ୍ତୁ ଦୃଢ଼ ମନୋବଳ ହେତୁ କିଛି ଅସୁବିଧା ହେବନାହିଁ। ଅଫିସରେ ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକିଥିବା କାମରେ ଅଗ୍ରଗତି ଘଟିବ। ଆର୍ଥିକ ସଂକଟ ଥିଲେ ମଧ୍ୟ ନୂତନ ଯୋଜନା ସକାଶେ ମନ ବଳାଇବେ ଓ ସଫଳତା ମଧ୍ୟ ପାଇବେ। ଅଶ୍ୱିନୀ ନକ୍ଷତ୍ରର ଆକସ୍ମିକ ସମସ୍ୟା ହେତୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ।
ବୃଷ

ଦୀର୍ଘଦିନର ଆଶା ପୂରଣ ହେବାରୁ ମାନସିକ ଶାନ୍ତି ପାଇବେ। ପାରିବାରିକ କ୍ଷେତ୍ରରେ ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ ହୋଇ କାମ କରିବାକୁ ବାଧ୍ୟ ହେବେ। ସାମାଜିକ ସ୍ତରରେ ସମ୍ମାନ ପାଇବେ। କଳା, ସାହିତ୍ୟ, କ୍ରୀଡ଼ା ଓ ଚଳଚ୍ଚିତ୍ର ପ୍ରଭୃତିରେ ଉନ୍ନତି କରିବେ ଓ ପ୍ରଶଂସିତ ମଧ୍ୟ ହେବେ।
ମିଥୁନ

ମୃଗଶିରା ନକ୍ଷତ୍ର ବିବାଦୀୟ ପରିସ୍ଥିତିରେ ପ୍ରତିଦ୍ୱନ୍ଦ୍ୱୀମାନେ ସମସ୍ୟାକୁ ବଢ଼ାଇ ଦେଇ ପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ପୁରୁଣା କଥାକୁ ଦୋହରାଇବା କଳହର କାରଣ ହୋଇପାରେ। ପିଲାଙ୍କ ଅଭିଯୋଗକୁ ଗୁରୁତର ସହ ବିଚାର କରି ଉଚିତ ପଦେକ୍ଷପ ନିଅନ୍ତୁ। ପାଉ ନ ଥିବା ଫାଇଲ୍ ପତ୍ର ପାଇଁ ତର୍କ ଓ ବିବାଦ ବଢ଼ିପାରେ।
କର୍କଟ

ଆଜି ଯାହା କରନ୍ତୁ ନା କାହିଁକି, ପ୍ରତ୍ୟେକ କ୍ଷେତ୍ରରେ ସଫଳ ହେବେ। କର୍ମାରମ୍ଭ ପ୍ରୀତିପଦ ହେବ, ମାତ୍ର ଏଥିପାଇଁ ବହୁତ ଶ୍ରମ ଓ ସମୟ ବିନିଯୋଗ କରିବାକୁ ପଡିବ। ଅଶ୍ଳେଷା ନକ୍ଷତ୍ରର କର୍ମକ୍ଷେତ୍ରରେ ତଥା ବନ୍ଧୁଙ୍କ ମଧ୍ୟରେ ପ୍ରଶଂସିତ ହେବେ। ପରିବାରରେ କୌଣସି ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବ।
ସି˚ହ

ପାରିବାରିକ କ୍ଷେତ୍ର ଭଲ ରହିବ। ମାତ୍ରାଧିକ ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିବେ। କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ପ୍ରତ୍ୟେକ କ୍ଷେତ୍ରରେ ଅସଫଳତାର କାରଣ ଖୋଜିବାକୁ ଯାଇ ନିଜ ଲୋକଙ୍କୁ ଭୁଲ୍ ବୁଝିବେ। ମଘା ନକ୍ଷତ୍ରର ପାରିବାରିକ ସ୍ଥିତି ବହୁତ ଭଲ ରହିବ।
କନ୍ୟା

ବିଭିନ୍ନ ପ୍ରତିବନ୍ଧକ ଲାଗିରହିବାରୁ ବ୍ୟସ୍ତତା ବୃଦ୍ଧି ପାଇବ। ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ମନୋଭାବ ବଦଳିଯିବାରୁ ପ୍ରିୟ ବନ୍ଧୁଟି ସାହାଯ୍ୟର ପ୍ରତିଶ୍ରୁତି ଦେଇ ମଧ୍ୟ ପାଖ ମାଡିବ ନାହିଁ। ଉତ୍ତରାଫାଲଗୁନୀ ନକ୍ଷତ୍ରର ବ୍ୟବସାୟରେ କ୍ରମଶଃ ଲାଭ ଅପେକ୍ଷା କ୍ଷତି ଅଧିକ ହେବ।
ତୁଳା

ସ୍ବାତୀ ନକ୍ଷତ୍ରର କର୍ମକ୍ଷେତ୍ରର ସମସ୍ୟା ସମାଧାନ ହେବ। ଅବଶ୍ୟ ଏହି ଦିଗରେ ଜଣେ ବୁଦ୍ଧିଜୀବୀ ସାହାଯ୍ୟ କରିବେ। କାର୍ଯ୍ୟ କ୍ଷେତ୍ରରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ ଅବଶ୍ୟ ଖର୍ଚ୍ଚାନ୍ତ ହୋଇ କାମକୁ ବଢ଼ାଇ ନେଇପାରନ୍ତି । ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରିତ ହେବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ।
ବିଛା

ଅନ୍ୟମନସ୍କ କାରଣରୁ କିମ୍ବା ଅସାବଧାନତା ହେତୁ ଟଙ୍କା ପଇସା ହଜି ଯାଇପାରେ। କର୍ମକ୍ଷେତ୍ରରେ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହେବେ। କାମ ହାସଲ ପାଇଁ ପଦସ୍ଥ ବ୍ୟକ୍ତିଙ୍କ ସହଯୋଗର ଅଭାବ ରହିବ ନାହିଁ। ଅନୁରାଧା ନକ୍ଷତ୍ର ସମ୍ପର୍କୀୟମାନେ ମିତ୍ରତା ସ୍ଥାପନ କରିବା ସକାଶେ ମନ ବଳାଇପାରନ୍ତି।
ଧନୁ

ମୂଳା ନକ୍ଷତ୍ର ପାରିବାରିକ ସମସ୍ୟାକୁ କେନ୍ଦ୍ରକରି ମାନସିକ ସ୍ଥିତି ଠିକ୍ ରହିବ ନାହିଁ। ଆଲୋଚନା ପରିସରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ବନ୍ଧୁଙ୍କ ଜରିଆରେ ବକେୟା ଅର୍ଥ ଆଦାୟରେ ସକ୍ଷମ ହେବେ। ବିବାଦୀୟ ଘଟଣାରେ, ପରିବହନରେ, ବ୍ୟବସାୟରେ, ଆଧ୍ୟାତ୍ମକ କାର୍ଯ୍ୟକ୍ରମ ପ୍ରତି ଆଗ୍ରହୀ ହେବେ।
ମକର

ନୂତନ ଯାନବାହନ, ଜମିଜମା, ଗୃହନିର୍ମାଣ, ମୂଲ୍ୟବାନ୍ ଜିନିଷ କ୍ରୟ କରିବା ଦିଗରେ ମନ ବଳାଇବେ। ଶୁଭେଚ୍ଛୁମାନଙ୍କ ନିମନ୍ତ୍ରଣ ପାଇ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଅଫସରେ ଫାଇଲ୍ କାମ ସଜାଡିବାରେ ଅପେକ୍ଷାକୃତ ଅସୁବିଧା ଭୋଗିପାରନ୍ତି। ସ୍ତ୍ରୀଙ୍କ ସ୍ବାସ୍ଥ୍ୟହାନି, ପ୍ରତିଦ୍ୱନ୍ଦ୍ୱିତା ଓ ବିବାଦରେ ଅପଦସ୍ଥ ହେବାକୁ ପଡିପାରେ।
କୁମ୍ଭ

ଅନ୍ୟମାନଙ୍କ ସକାଶେ ଯେତିକି ସହଜ ଓ ସୁବିଧା ଜନକ ହୋଇ ପାରୁଛି ଆପଣଙ୍କ ପାଇଁ ତାହା ନ ହେବାରୁ ଚିନ୍ତା କରିବେ। ପାରିବାରିକ ଶୃଙ୍ଖଳା ରକ୍ଷା କରିବାରେ ସମ୍ପର୍କୀୟଙ୍କ ସହାୟତା ନେବାକୁ ପଡିପାରେ। କେତେକ କ୍ଷେତ୍ରରେ ନୀରବ ରହିବାକୁ ବାଧ୍ୟ ହେବେ। ଶତଭିଷା ନକ୍ଷତ୍ର କୌଣସି ନୀଚ୍ଚ ଜାତିର ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହୋଇପାରନ୍ତି।
ମୀନ
ପ୍ରତ୍ୟେକ କ୍ଷେତ୍ରରେ ସାମାନ୍ୟ ଅସୁବିଧା ଦେଖାଦେଲେ ମଧ୍ୟ ପରକ୍ଷଣରେ ଠିକ୍ ହୋଇଯିବ। ହଠାତ୍ ଜରୁରୀ କାମରେ ବାହାରକୁ ଯାଇପାରନ୍ତି। ଅଫିସ କିମ୍ବା ରାଜନୈତିକ ସ୍ତରରେ ସମସ୍ୟା ବଢ଼ିବାରୁ ମାନସିକ ସୁସ୍ଥତା ରହିବ ନାହିଁ। ଉତ୍ତରଭାଦ୍ରପଦ ନକ୍ଷତ୍ର ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିବେ।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.