Posted inRasifala

ରାଶିଫଳ: ରବିବାର, ସେପ୍ଟେମ୍ବର ୨୯ ତାରିଖ – Daily Horoscope

ମେଷ
ମଙ୍ଗଳଙ୍କ ଦୁର୍ବଳତା ଓ ଶୁକ୍ରଙ୍କ ସବଳତା ହେତୁ ବାଦବିବାଦରୁ ଦୂରେଇ ରହିବା ଭଲ। ଅଟକି ରହିଥିବା କାମଗୁଡ଼ିକ ଯୋଗୁ ଶାନ୍ତି ବ୍ୟାହତ ହେବ। ପରିସ୍ଥିତିକୁ ସାମ୍ନା କରିବାକୁ ଚେଷ୍ଟା ଜାରି ରଖିଲେ ଆଗାମୀ ଆଶା ପୂର୍ଣ୍ଣତା ପ୍ରାପ୍ତି ହୋଇପାରିବ। ବନ୍ଧୁଙ୍କ ମିଥ୍ୟା ଅଭିଯୋଗ ସକାଶେ ଓ ଅପପ୍ରଚାର ଜନିତ ବିରକ୍ତି ପ୍ରକାଶ କରିପାରନ୍ତି।
ବୃଷ
ବୃଷ
ରାଶିରେ ବୃହସ୍ପତି ଥିବାରୁ ପ୍ରତ୍ୟେକ ସଂକଟକୁ ପଦସ୍ଥ ବ୍ୟକ୍ତିଙ୍କ ସହାୟତାରେ ସମାଧାନ କରିପାରିବେ। ଅଭାବ ପୂରଣ ଦିଗରେ ଆତ୍ମୀୟଙ୍କ ଅବଦାନରୁ ଖୁସି ରହିବେ। ସହକର୍ମୀଙ୍କ ସାହଚର୍ଯ୍ୟରୁ ମନ ହାଲୁକା ହୋଇଯିବ। ପିଲାଙ୍କ ପଢ଼ା ସମସ୍ୟା, ପରିବହନରେ ଝଗଡ଼ା, ସଭାସମିତିରେ ବିତର୍କଜନିତ ଅସ୍ଥିରତାର ସୂଚନା ରହିଛି।
ମିଥୁନ
ମିଥୁନ
ପୁନର୍ବସୁ ନକ୍ଷତ୍ର ବନ୍ଧୁଙ୍କ ସହଯୋଗ ଓ ଉତ୍ତମ ପରାମର୍ଶରେ ପ୍ରତ୍ୟେକ କାର୍ଯ୍ୟ ସମ୍ପନ୍ନ କରିପାରିବେ। ଜମିଜମା, ବ୍ୟବସାୟ, ପରିବହନ ଦିଗରୁ ପ୍ରତିବନ୍ଧକ ହଟିଯିବ। ସଭାସମିତି, ବନ୍ଧୁ ସମ୍ପର୍କ ଓ ପାରିବାରିକ ଦିଗରୁ ଅନୁକୂଳ ଫଳ ପାଇବେ। ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ସାମାନ୍ୟ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି।
କର୍କଟ
କର୍କଟ
ସମ୍ପର୍କୀୟଙ୍କ ସାହାଯ୍ୟରୁ କର୍ମାରମ୍ଭ, ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ, ଭ୍ରମଣ ସୁଯୋଗ ପାଇବେ। ସତ୍‌ସଙ୍ଗ, ସଭାସମିତିକୁ ନିମନ୍ତ୍ରଣ ଓ ବନ୍ଧୁ ମିଳନଜନିତ ମନ ଖୁସି ରହିବ। ଅଶ୍ଳେଷା ନକ୍ଷତ୍ରର ପାରିବାରିକ ଅସ୍ଥିରତା, ଅର୍ଥାଭାବ, କାର୍ଯ୍ୟସିଦ୍ଧିରେ ବିଳମ୍ବ ହେତୁ ମାନସିକ ଦ୍ୱନ୍ଦ୍ୱ ଉପୁଜିପାରେ। ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ।
ସି˚ହ
ସି˚ହ
ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟା ଲାଗି ରହୁଥିବାରୁ ମଘା ନକ୍ଷତ୍ରର ମନ ଭାରାକ୍ରାନ୍ତ ରହିବ। ଯାହା ଚିନ୍ତା କରିବେ ବାସ୍ତବରେ ଓଲଟା ପ୍ରତିଫଳନ ଘଟିବ। ହାତ ଖାଲି ରହିବା କାରଣରୁ ମନରେ ସରସତା ରହି ନ ପାରେ। ପୂର୍ବା ଫାଲ୍‌ଗୁନୀ ନକ୍ଷତ୍ର ଅପୂରଣୀୟ ଆଶା, ସଂଗୀତ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିବେ।
କନ୍ୟା
ହସ୍ତା ନକ୍ଷତ୍ରର ସମସ୍ୟା ହଟିଯିବ। ଅର୍ଥ, ସମ୍ମାନ ମିଳିବ ଓ ବନ୍ଧୁ ସୋହାଗର ଅଭାବ ରହିବ ନାହିଁ। ପୂର୍ବା ଫାଲ୍‌ଗୁନୀ ନକ୍ଷତ୍ର ସକାଶେ ଶିଳ୍ପ, ବାଣିଜ୍ୟ, ଯାତ୍ରା ସଂପର୍କରେ ଦୁଶ୍ଚିନ୍ତା ବଢ଼ିବ। ଜୀବନଚର୍ଯ୍ୟାର ବ୍ୟତିକ୍ରମଜନିତ ଅସୁସ୍ଥି ଅନୁଭବ କରିବେ। ଆନୁଷ୍ଠାନିକ କାମ ସକାଶେ ବନ୍ଧୁଙ୍କ ନିମନ୍ତ୍ରଣ ପାଇ ଦୂରଯାତ୍ରା କରିବାକୁ ପଡ଼ିପାରେ।
ତୁଳା
ତୁଳା
ଆଜିର ପ୍ରତ୍ୟୁଷ ଯାତ୍ରା ଶୁଭପ୍ରଦ ହେବା ସହ ଅର୍ଥ, ସମ୍ମାନ ସହ ବନ୍ଧୁମିଳନ ଯୋଗ ରହିଛି। ସମ୍ପର୍କୀୟଙ୍କ କଥାରେ ପ୍ରଭାବିତ ହୋଇ ଦର୍ଶନୀୟ ସ୍ଥାନ ଭ୍ରମଣ ପାଇଁ ମନ ବଳାଇବେ। ଚିତ୍ରା ନକ୍ଷତ୍ର ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିବେ। ସଭା ସମିତି କିମ୍ବା ଆଲୋଚନା କ୍ଷେତ୍ରରେ ନିଷ୍ପତ୍ତି ବଦଳାଇବାକୁ ବାଧ୍ୟ ହୋଇପାରନ୍ତି।
ବିଛା
ବିଛା
ଅନୁକୂଳ ଗ୍ରହ ପ୍ରଭାବ ଥିଲେ ମଧ୍ୟ ରାଶ୍ୟାଧିପଙ୍କ ଦୁର୍ବଳତା କାର୍ଯ୍ୟ ସାଧନରେ ସମସ୍ୟା ସୃଷ୍ଟିକରିବ। ଶନିଙ୍କ ପ୍ରଭାବରୁ ଠିକଣା ସମୟରେ ଉଚିତ ପଦକ୍ଷେପ ନେଇ ପାରିବେ ନାହିଁ। କଥାଭାଷାର କଠୋରତା ସମ୍ପର୍କକୁ ହ୍ରାସ କରାଇବ। ବ୍ୟବସାୟ, ପରିବହନାଦିରେ ବିବାଦୀୟ ସ୍ଥିତିର ଦୃଢ଼ ମୁକାବିଲା କରିପାରନ୍ତି।
ଧନୁ
ଧନୁ
ଚତୁର୍ଥ କେନ୍ଦ୍ରସ୍ଥ ରାହୁଙ୍କ ଯୋଗୁ ସମ୍ପର୍କ ହାନି ଘଟିପାରେ। ଟିକିଏ କଥାରେ ରାଗିଗଲେ କ୍ଷତି ସହିବେ। ପାରିବାରିକ କ୍ଷେତ୍ରରେ ହଠାତ୍‌ ପ୍ରତିକ୍ରିୟାଶୀଳ ହେବା ଠିକ୍‌ ହେବ ନାହିଁ। ପ୍ରକାଶନ, ପ୍ରଶାସନ, ସାହିତ୍ୟ, ସାମ୍ବାଦିକତା ଓ ଏଜେନଶିପ୍‌ ପ୍ରଭୃତି କ୍ଷେତ୍ରରେ ଶୁଭଫଳ ପାଇବେ। ବନ୍ଧୁ ଆଗମନ ଯୋଗ ରହିଛି।
ମକର
ମକର
ସ୍ଥଗିତ କାମକୁ ଯୁଦ୍ଧକାଳୀନ ଭିତ୍ତିରେ ସମାପ୍ତ କରି ଆମତ୍ତୃପ୍ତି ଲଭିବେ। ପ୍ରତ୍ୟୁଷ ଯାତ୍ରା, ବାଣିଜ୍ୟ, ବିବାଦୀୟ ଘଟଣା, ନିର୍ମାଣ ଓ ପରିବହନରେ ସମସ୍ୟା ସମାଧାନ ହେବ। କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟ ହୋଇପାରନ୍ତି। ମତାନ୍ତର ହେତୁ ଶ୍ରବଣା ନକ୍ଷତ୍ରର ପାରିବାରିକ ଜୀବନରେ ମନାନ୍ତର ଦେଖାଦେଇପାରେ।
କୁମ୍ଭ
କୁମ୍ଭ
ଶନିଙ୍କ ସୁପ୍ରଭାବରୁ ସ୍ବାସ୍ଥ୍ୟ ଭଲ ରହିବା ସହ ସ୍ଥଗିତ ଥିବା କାମର ପୁନଃ ଆରମ୍ଭ ଯୋଜନା କରିବେ। ଗୃହ, ଯାନ, ଯାନ୍ତ୍ରିକ ଜିନିଷ, ଧାତୁ ଅଳଙ୍କାର ପ୍ରଭୃତି କ୍ରୟ ପାଇଁ ମନ ବଳାଇବେ। ଜମିଜମା ସମସ୍ୟା, ପିଲାଙ୍କ ବିବାହ ସମ୍ପର୍କୀୟ ଚିନ୍ତାରେ ମନ ଉଦ୍‌ବିଗ୍ନ ରହିବ। ସରକାରୀ ସାହାଯ୍ୟର ସୂଚନା ଲାଭ କରି ମାନସିକ ଉତ୍‌ଫୁଲ୍ଲତା ଅନୁଭବ କରିପାରନ୍ତି।
ମୀନମୀନ

ପଡ଼ୋଶୀଙ୍କ ସହଯୋଗରେ କାର୍ଯ୍ୟସିଦ୍ଧି ସହ ବନ୍ଧୁଙ୍କ ଆଦର ମନକୁ ପ୍ରଫୁଲ୍ଲିତ କରିବ। କୌଣସି କ୍ଷେତ୍ରରୁ ଆଶାଜନକ ଅର୍ଥ, ସମ୍ମାନ, ଉପଢୌକନ, ବସ୍ତ୍ର ଭୂଷଣାଦି ପ୍ରାପ୍ତି ହୋଇପାରେ। ଉତ୍ତରଭାଦ୍ର ନକ୍ଷତ୍ର ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେବେ ଓ ସଭାସମିତିରେ ପ୍ରଶଂସିତ ହେବେ। ଆର୍ଥିକ ସ୍ବଚ୍ଛଳତା ସାଙ୍ଗକୁ ଆନୁଷ୍ଠାନିକ କାମରେ ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

ରାଶିଫଳ: ଶନିବାର, ସେପ୍ଟେମ୍ବର ୧୨ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଦୁର୍ବଳ…

ରାଶିଫଳ:ଶୁକ୍ରବାର, ସେପ୍ଟେମ୍ବର ୧୧ ତାରିଖ – Daily Horoscope

ମେଷ ଆଜି କୋଣଭାବସ୍ଥ ଚନ୍ଦ୍ର ପାପଗ୍ରହ ଯୁକ୍ତ କାରଣରୁ ସନ୍ତାନ ହେତୁକ ଦୁଃଶ୍ଚିନ୍ତା ଲାଗିରହିବ।ରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ବିଶେଷ ଭଲ ରହିନପାରେ। ସ୍ବଗୃହୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?