ମେଷ

ପରିବାରରେ ସାଧାରଣ କଥାରେ ମତଭେଦଜନିତ ମାନସିକ ଅସ୍ଥିରତା ଲାଗିରହିବ। ପରୋକ୍ଷ ଶତ୍ରୁତା କରୁଥିବା ଲୋକ ବିଷୟରେ ବନ୍ଧୁଙ୍କ ସହ ଆଲୋଚନା ଜାରି ରଖିଲେ ଉପକୃତ ହେବେ। ଉ-ନାମାକ୍ଷର ବ୍ୟକ୍ତିଙ୍କ ସକାଶେ ବନ୍ଧୁ ସାହାଯ୍ୟ କରିବାକୁ ଆଗେଇ ଆସିବେ। ସ୍ଥଗିତ କାମ ପାଇଁ ଘର ଲୋକଙ୍କୁ ଦାୟୀ କରିବେ ।
ବୃଷ

ଆଜି ବ-ନାମାକ୍ଷର ବ୍ୟକ୍ତିଙ୍କ ସକାଶେ ସମସ୍ୟା ସମାଧାନର ଚିନ୍ତା ମନକୁ ଆନ୍ଦୋଳିତ କରିବ। ସରକାରୀ ସ୍ତରରୁ ବହୁ ପ୍ରତୀକ୍ଷିତ ଖବରଟି ବନ୍ଧୁଙ୍କ ଜରିଆରେ ପାଇବେ। ମାଙ୍ଗଳିକ କାର୍ଯ୍ୟ ସକାଶେ ପ୍ରସ୍ତୁତି ଜୋରଦାର କରିପାରନ୍ତି। ପାରିବାରିକ କ୍ଷେତ୍ରରେ ଆତ୍ମୀୟଙ୍କ ଅସହଯୋଗ ଓ ପରୋକ୍ଷ ସମାଲୋଚନାରେ କ୍ଷୁବ୍ଧ ହେବେ।
ମିଥୁନ

ବନ୍ଧୁଙ୍କ ପରାମର୍ଶ ଅନୁଯାୟୀ ନୂତନ କାମ ଆରମ୍ଭ ସକାଶେ ମନସ୍ଥ କରିପାରନ୍ତି। ପାରିବାରିକ କ୍ଷେତ୍ରରେ ସମସ୍ୟା ସମାଧାନ କରିବାରେ ସଫଳ ହେବେ। ଛ-ନାମାକ୍ଷର ବ୍ୟକ୍ତି ସାଂଗଠନିକ କିମ୍ବା ପ୍ରଶାସନିକ ସ୍ତରରେ ଦକ୍ଷତାଭିତ୍ତିକ ପ୍ରଶଂସିତ ହେବେ। ଉପସ୍ଥିତ ସମସ୍ୟା ସମାଧାନ କ୍ଷେତ୍ରରେ ବନ୍ଧୁଙ୍କ ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଲଭିବେ।
କର୍କଟ

ମୂଲ୍ୟହୀନ କଥା ଭାବି ଶୋକାକୁଳ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ସୁବିଧା ଥିଲେ ମଧ୍ୟ କେତେକ କାମ ଅଧୁରା ରହିଯାଇପାରେ। ବ୍ୟବସାୟ, ପରିବହନ, କ୍ରୀଡ଼ା ଓ ସଭାସମିତିରେ ସମସ୍ୟା ସମାଧାନ ହେବ। ଅଶ୍ଳେଷା ନକ୍ଷତ୍ରର ବୃଦ୍ଧପିତାମାତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବାରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିବେ।
ସି˚ହ

ଯେତେ ସୁବିଧା ସୁଯୋଗ ସୃଷ୍ଟି କଲେ ମଧ୍ୟ ପାରିବାରିକ ସ୍ଥିରତା ଆସି ନ ପାରେ। ମ-ନାମାକ୍ଷର ବ୍ୟକ୍ତିମାନେ ସାମାଜିକ ସ୍ତରରେ ସତର୍କରେ ନ ଚଳିଲେ ବିବାଦ ଘେରରେ ପଡ଼ିବେ। ବୁଦ୍ଧିଜୀବୀଙ୍କ ଦ୍ୱାରା ସାହିତ୍ୟ, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। ହଠାତ୍ ପ୍ରତିକ୍ରିୟାଶୀଳ ହୁଅନ୍ତୁ ନାହିଁ, ଯାହାକି ଅନର୍ଥର କାରଣ ହୋଇପାରେ।
କନ୍ୟା

ଆଜି ଆତ୍ମୀୟସ୍ବଜନ କିମ୍ବା ପଡ଼ୋଶୀଙ୍କଠାରୁ ସହଯୋଗ ଲାଭକରି କାମଟିକୁ ପୂରା କରିପାରିବେ। ଜମିଜମା, ଗୃହସୀମା କିମ୍ବା ଘରଭଡ଼ାକୁ କେନ୍ଦ୍ରକରି ଝଗଡ଼ା ସୃଷ୍ଟି ହେବ। ପୂ-ନାମାକ୍ଷର ବ୍ୟକ୍ତି ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ। ଖର୍ଚ୍ଚ ପରିମାଣ ବୃଦ୍ଧିପାଇବା କାରଣରୁ ଚିନ୍ତିତ ହୋଇପାରନ୍ତି।
ତୁଳା

ଏଣୁତେଣୁ କଥା ମନରେ ସ୍ଥାନ ଦେବା କାରଣରୁ କୌଣସି ଅଭାବ ନ ଥାଇ ମଧ୍ୟ ମନ ଭଲ ଲାଗିବ ନାହିଁ। ପିଲାଙ୍କ ଆଚରଣରେ ପରିବର୍ତ୍ତନ ଆସିପାରେ, ଏଣୁ ମନଟା ଗୋଳମାଳିଆ ରହିବ। କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ, ନତୁବା ସମସ୍ୟାର ସମ୍ମୁଖୀନ ହେବେ। ବିଶାଖା ନକ୍ଷତ୍ରର ସୁଖ ଶାନ୍ତି ସାଙ୍ଗକୁ ସ୍ଥଗିତ କାର୍ଯ୍ୟ ତ୍ୱରାନ୍ବିତ ହେବ।
ବିଛା

ଅନ୍ତର୍ନିହିତ ଉଦ୍ଦେଶ୍ୟକୁ ଗୋପନରଖି ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ। ଆଜି ବନ୍ଧୁ ମିଳନରେ, ଆଲୋଚନାରେ ଯୋଗଦେଇ ପାରନ୍ତି। ନ- ନାମାକ୍ଷର ବ୍ୟକ୍ତିଙ୍କ ସକାଶେ କର୍ମକ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି ଟେନସନ୍ ବଢିପାରେ। ମାଲିମକଦ୍ଦମାରେ ବନ୍ଧୁଙ୍କ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ।
ଧନୁ

ଯୋଜନାକୁ କାର୍ଯ୍ୟକାରୀ କରିବା ବିଷୟରେ ବନ୍ଧୁଙ୍କ ସହ ଖୋଲାଖୋଲି ଆଲୋଚନା କରିବା ଭଲ। ଗତକାଲିର ବିବାଦୀୟ ଘଟଣା ସକାଶେ ଯେଉଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ। ଯାତ୍ରା ସମୟରେ ଠିକଣା ଜାଗାରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହେବେ। ପ୍ରତ୍ୟେକ କ୍ଷେତ୍ରରେ ଭାବିଚିନ୍ତି ପଦକ୍ଷେପ ନେବା ଠିକ୍ ହେବ।
ମକର

ଆର୍ଥିକ ଅଭାବ ଯୋଗୁ କରଜ କରି କାମ ତୁଲାଇବେ। କାଳେ ଦେବାକୁ ପଡ଼ିବ, ଏହି ବିଷୟ ମନରେ ଚିନ୍ତା କରି ନିକଟ ସମ୍ପର୍କୀୟମାନେ ପାଖ ମାଡିବେ ନାହିଁ। ଧନିଷ୍ଠା ନକ୍ଷତ୍ର ପରିବାର ଓ ପରିବହନ ତଥା ବ୍ୟବସାୟିକ ଦିଗରୁ ଲାଭବାନ ହେବେ। ତରବରିଆ ଯାତ୍ରା ସମୟରେ ଯାନବାହନରେ ସତର୍କ ରହନ୍ତୁ, ଅନ୍ୟଥା ସମସ୍ୟା ଆସିପାରେ।
କୁମ୍ଭ

ଶ-ନାମାକ୍ଷର ବ୍ୟକ୍ତି ସକାଶେ ପାରିବାରିକ କ୍ଷେତ୍ରରେ କାହାର ଛୋଟ କଥାକୁ ଧରିବସିବା ଠିକ୍ ହେବ ନାହିଁ। ନୂତନ ସମ୍ପର୍କ ଯୋଡ଼ିବା ସକାଶେ ଆଜିର ବନ୍ଧୁମିଳନ ପ୍ରକୃଷ୍ଟ ସମୟ କହିଲେ ଅତ୍ୟୁକ୍ତି ହେବନାହିଁ। ବ୍ୟବସାୟ, କଚେରି ମାମଲା, ପରିବହନରୁ ଲାଭବାନ୍ ହେବେ। ଆନୁଷ୍ଠାନିକ କାମରେ ଦୃଢ଼ ପଦକ୍ଷେପ ଗ୍ରହଣ କରି କାମ ହାସଲ କରିବେ।
ମୀନ
ଆଲୋଚନା ପରିସରରେ କୌଣସି ବ୍ୟକ୍ତିଙ୍କ ଉପସ୍ଥିତି ଆପଣଙ୍କ ସକାଶେ ଅସୁବିଧା ସୃଷ୍ଟି କରିପାରେ। ବକେୟା ଅର୍ଥ ବନ୍ଧୁଙ୍କ ସାହାଯ୍ୟରେ ଆଦାୟ କରିବାରେ ସକ୍ଷମ ହେବେ। ଉତ୍ତରଭାଦ୍ରପଦ ନକ୍ଷତ୍ରର ବାକ୍ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହେବ। ନିର୍ଦ୍ଦିଷ୍ଟ କାମ ସକାଶେ ରଖିଥିବା ଅର୍ଥ ଅନ୍ୟ ବାଟରେ ବ୍ୟୟ ହୋଇଯାଇପାରେ।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.