









ଅର୍ଥନୈତିକ ଅଭିବୃଦ୍ଧି ସାଙ୍ଗକୁ କଳା, ସାହିତ୍ୟ, ସାମ୍ବାଦିକତାରେ ସୁନାମ ଅର୍ଜନ କରିବେ। ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା କାରଣରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିବେ।


ଅତୀତ କଥାକୁ ନେଇ ଗୁଡାଏ ଚିନ୍ତା କରି ମନକୁ ଭାରାକ୍ରାନ୍ତ କରନ୍ତୁ ନାହିଁ। ପ୍ରତ୍ୟେକ କ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ। ଆକସ୍ମିକ ଭାବରେ ବନ୍ଧୁଙ୍କ ନିକଟରୁ ଜନନାଶୌଚ ଖବର ପାଇପାରନ୍ତି। ଯିବା ବେଳର ଆନନ୍ଦ ଫେରିବା ବେଳକୁ ହରାଇ ଓ ତିକ୍ତ ଅନୁଭୂତି ନେଇ ଫେରିପାରନ୍ତି।

