Posted inRasifala

ରାଶିଫଳ: ଶନିବାର, ଜୁଲାଇ ୧୧ ତାରିଖ – Daily Horoscope

ମେଷ
ହଠାତ୍‌ ପରିସ୍ଥିତି ବିଗିଡି ଯାଇଥିବା କାରଣରୁ ଭୁଲ୍‌ ବୁଝାମଣାଜନିତ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ପାରିପାର୍ଶ୍ୱିକ ପରିସ୍ଥିତି ଭିନ୍ନ ପ୍ରକାର ହେତୁ ପ୍ରତ୍ୟେକ କଥାକୁ ଠିକ୍‌ ଭାବେ ବୁଝିପାରିବେନି। ବ୍ୟବସାୟ ଓ ବାଣିଜ୍ୟରେ ଆଶା ଅନୁଯାୟୀ ସଫଳତା ମିଳିବ। ସମସ୍ୟା ସମାଧାନ କରିବାରେ ସଫଳତା ପାଇବେ।
ବୃଷ
ବୃଷ
ନିକଟ ସମ୍ପର୍କୀୟମାନଙ୍କ ଉପରେ ପୂର୍ଣ୍ଣ ଭରସା କରି ପ୍ରତାରିତ ହୋଇପାରନ୍ତି। କୌଣସି ଉନ୍ନତିମୂଳକ କାମ ସକାଶେ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ପଡିପାରେ। ଅଧସ୍ତନ କର୍ମଚାରୀଙ୍କ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ। ରୋହିଣୀର ଅଫିସରେ କାର୍ଯ୍ୟବ୍ୟସ୍ତ ଯୋଗୁ ଖାଦ୍ୟପେୟ ଠିକ୍‌ ରହିବ ନାହିଁ।
ମିଥୁନ
ମିଥୁନ
ବନ୍ଧୁମାନେ ଫାଇଦା ହାସଲ ପାଇଁ ଫନ୍ଦିଫିକର କରିବା ଲାଗି ମନ ବଳାଇବେ। ଦୀର୍ଘ ଦିନର ଶତ୍ରୁତା ବିବାଦୀୟ ପରିସ୍ଥିତି ସୃଷ୍ଟି କରିବାର ସୂଚନା ରହିଛି। ଆନୁଷ୍ଠାନିକ କ୍ଷେତ୍ର କିମ୍ବା ଧର୍ମକାର୍ଯ୍ୟରେ ବ୍ୟସ୍ତ ରହିବେ। ବ୍ୟବସାୟ, ପରିବହନ, ଦୋକାନ ତଥା ଜୀବିକା କ୍ଷେତ୍ରରେ ଆଶାନୁଯାୟୀ ଫଳ ପାଇବେ।
କର୍କଟ
କର୍କଟ
ଚେଷ୍ଟା କରୁଥିବା କାମଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବାରୁ ଏକ ପ୍ରକାର ଆଶ୍ୱସ୍ତି ଲାଭ କରିବେ। ଅଶ୍ଳେଷା ନକ୍ଷତ୍ରର ଦୈହିକ ଦୁର୍ବଳତା ଯୋଗୁଁ ମନୋବଳ କମି ଯାଇପାରେ। ଯାତ୍ରା ଓ ଆନୁଷ୍ଠାନିକ କାମରୁ ଖୁସି ରହିବେ। ବିଭିନ୍ନ ପ୍ରକାରର ଅସ୍ବାଭାବିକ ପରିସ୍ଥିତିକୁ ସାମ୍‌ନା କରିବାକୁ ପଡିପାରେ।
ସି˚ହ
ସି˚ହ
ଆଜି ଯାତ୍ରା, ବାଣିଜ୍ୟ, ପ୍ରତିଦ୍ୱନ୍ଦ୍ୱିତାରେ ଅବଶ୍ୟ ସଫଳତା ହାସଲ କରିବେ। କିନ୍ତୁ ମଘା ନକ୍ଷତ୍ରର ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ନ ହୋଇପାରେ। ପାରିବାରିକ କ୍ଷେତ୍ରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ସମସ୍ୟାର ମୁଖ୍ୟ କାରଣ ହେବ। ପରୋକ୍ଷ ଶତ୍ରୁତା ସାମୟିକ କାର୍ଯ୍ୟରେ ବାଧା ସୃଷ୍ଟି କରିବ।
କନ୍ୟା
ଶାରୀରିକ ସୁସ୍ଥତା ଥିଲେ ମଧ୍ୟ ମାନସିକ ସ୍ତରରେ କିଛିଟା ବ୍ୟତିକ୍ରମ ପରିଲକ୍ଷିତ ହେବ। ଚିତ୍ରା ନକ୍ଷତ୍ର ଫେରନ୍ତା ବାଟରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇ ପଡିବେ। କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ବ୍ୟବସାୟରେ ନୂତନ କିଛି ଯୋଡିବା ସକାଶେ ଚିନ୍ତା କରିପାରନ୍ତି।
ତୁଳା
ତୁଳା
ସ୍ବାତୀ ନକ୍ଷତ୍ର ଆଜି ଘର କାମ ଛାଡି ବାହାର କାମରେ ବେଶି ସମୟ କଟାଇବେ। ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିବେ। ବ୍ୟବସାୟରେ ଝଗଡା ଲାଗିପାରେ କିନ୍ତୁ ପ୍ରଶାସନିକ ସଫଳତା ହାସଲ କରିବେ। ଭଲ କାମ କରି ମଧ୍ୟ ପ୍ରଶଂସା ବଦଳରେ ନିନ୍ଦା ଶୁଣିବେ।
ବିଛା
ବିଛା
ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ ଯୋଗୁଁ କ୍ଷୋଭ ପ୍ରକାଶ କରିପାରନ୍ତି। ଅନୁରାଧା ନକ୍ଷତ୍ରର ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବ। ମାନସିକ ଅବସାଦ ଦୂର ହେବାରେ ବନ୍ଧୁ ସାହାଯ୍ୟ କରିବେ। ଆଜି ସ୍ଥଗିତ କାମ, ଯାତ୍ରା ଏବଂ ବନ୍ଧୁଙ୍କ ଆଲୋଚନା ଫଳପ୍ରଦ ରହିବ।
ଧନୁ
ଧନୁ
କୌଣସି ନୂତନ ଯୋଜନାରମ୍ଭ କରିବା ସକାଶେ ମନ ବଳାଇବେ। ପାରିବାରିକ କ୍ଷେତ୍ରରେ ସମସ୍ୟା ପୂର୍ବପରି ରହିବା ଦୁଶ୍ଚିନ୍ତାର କାରଣ ହୋଇପାରେ। ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି ,ଏଣୁ ସତର୍କରେ ଚଳିବା ଭଲ ହେବ। ମୂଳା ନକ୍ଷତ୍ର ହଜି ଯାଇଥିବା ଜିନିଷର ଖୋଜ ଖବର ପାଇପାରନ୍ତି।
ମକର
ମକର

ଶ୍ରବଣା ନକ୍ଷତ୍ର ସକାଶେ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ କମିପାରେ। ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ କିନ୍ତୁ ସମ୍ପର୍କୀୟଙ୍କ ଆଚରଣ ମନରେ ସନ୍ଦେହ ସୃୃଷ୍ଟି କରିବ। ବାରମ୍ବାର ଡାକ୍ତରଙ୍କ ପରାମର୍ଶ ପାଇଁ ଦୌଡିବାକୁ ପଡିପାରେ। ପାରିବାରିକ ସମସ୍ୟାକୁ ଚତୁରତାର ସହ ସମାଧାନ କରିବେ।

କୁମ୍ଭ
କୁମ୍ଭ
ଆଜି ଯେଉଁ କାମ ଆରମ୍ଭ କରିବାକୁ ଯାଉଛନ୍ତି ତାହା ପ୍ରଥମେ ପ୍ରଥମେ କଷ୍ଟକର ମନେହୋଇପାରେ। ସଭାସମିତି, ପରିବହନ,ପ୍ରଶାସନିକ କ୍ଷେତ୍ର ପ୍ରତ୍ୟେକଥିରେ ସୁଫଳ ପାଇବେ। ଆଶା କରୁଥିବା ଶୁଭଖବର ପାଇ ଖୁସି ହେବେ। ଶତଭିଷା ନକ୍ଷତ୍ରର ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ।
ମୀନମୀନ

ବୃଥା ସନ୍ଦେହ ଓ ଭୁଲ୍‌ ବୁଝାମଣା କାରଣରୁ ବନ୍ଧୁ ସମ୍ପର୍କରେ ଅବନ୍ନତି ଘଟିପାରେ। ନିର୍ମାଣ, ବାଣିଜ୍ୟ ଓ ବ୍ୟବସାୟରେ ମାନମନାନ୍ତର ଦେଖାଦେବାର ଆଶଙ୍କା ଦେଖାଦେବ। ବରାଦ ଅନୁଯାୟୀ ଇଚ୍ଛା ନ ଥିଲେ ମଧ୍ୟ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। ଅପେକ୍ଷା କରନ୍ତୁ ବିଳମ୍ବ ହେଲେ ମଧ୍ୟ କାର୍ଯ୍ୟ ସାଧିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଅକ୍ଟୋବର ୮ ତାରିଖ – Daily Horoscope

ମେଷ ଆଜି ଜମିଜମା କାରବାରକୁ ନେଇ ମତାନ୍ତର ଉପୁଜିବ। ବନ୍ଧୁ ଏବଂ ପରିଜନଙ୍କ ସହିତ ପ୍ରତ୍ୟୁଷ ଯାତ୍ରା ମନକୁ ଆନନ୍ଦ ପ୍ରଦାନ କରିପାରେ। କୃତ୍ତିକା ନକ୍ଷତ୍ରର ମନରେ…

ରାଶିଫଳ: ବୁଧବାର, ଅକ୍ଟୋବର ୭ ତାରିଖ – Daily Horoscope

ମେଷ ଆଜିର ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ରଙ୍କ ଯୋଗୁ ମାନସିକ ଅସ୍ଥିରତା ଭିତରେ ଦିନଟି କଟିବ। ଶିଳ୍ପ, ବାଣିଜ୍ୟ, ପରିବହନ ଏବଂ ଆନୁଷ୍ଠାନିକ କ୍ଷେତ୍ରରେ ଆଶାଜନକ ଫଳ ପ୍ରାପ୍ତି…

ରାଶିଫଳ: ମଙ୍ଗଳବାର , ଅକ୍ଟୋବର ୬ ତାରିଖ – Daily Horoscope

ମେଷ ଚତୁର୍ଥକେନ୍ଦ୍ରରେ ଶୁଭଗ୍ରହଙ୍କ ସମାବେଶ ପାରିବାରିକ, ସାମାଜିକ ଏବଂ କର୍ମକ୍ଷେତ୍ରକୁ ଋଦ୍ଧିମନ୍ତ କରିବ। ଭିତିରିଆ ଉଦ୍ଦେଶ୍ୟ ସାଧନ ପରିପ୍ରେକ୍ଷୀରେ ବନ୍ଧୁ ସାହାଯ୍ୟର ହାତ ବଢ଼ାଇବେ। ମନ ବୁଝିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?